For Quick Alerts
Turn On Notification  
For Daily Alerts
Oneindia App Download

ଦୈନିକ ରାଶିଫଳ: ଜାଣନ୍ତୁ କିପରି ବିତିବ ଆପଣଙ୍କ ଆଜିର ଦିନ

ଜାଣନ୍ତୁ 12 ଟି ରାଶି କଣ କହୁଛି, ପଢନ୍ତୁ ଆଜିର ରାଶିଫଳ ।

|

ପ୍ରେମ, ବ୍ୟବସାୟ ଓ ଭବିଷ୍ୟତ ପାଇଁ କଣ କହୁଛି ଆପଣଙ୍କ ରାଶି, ଏନେଇ ପଢନ୍ତୁ ୱାନ ଇଣ୍ଡିଆ ଓଡିଆରେ ଆଜିର ରାଶିଫଳ...

ମେଷ: ସ୍ୱାସ୍ଥ୍ୟ ଆଜି ଭଲ ରହିବ କିନ୍ତୁ ଯାତ୍ରା ଯୋଗୁଁ ଆପଣଙ୍କ ଉପରେ ମାନସିକ ଓ ଶାରୀରିକ ଚାପ ପଡ଼ି ପାରେ । ଆଜି ଆପଣଙ୍କ ପାଇଁ ଧନ ଲାଭର ସମ୍ଭାବନା ଅଛି କିନ୍ତୁ ଆପଣ ଆପଣଙ୍କର କ୍ରୋଧ କରିବାର ସ୍ୱଭାବ ପାଇଁ ସେ ସୁଯୋଗ ହରାଇପାରନ୍ତି । ଘର ଳୋକେ ଆଜି ଆପଣଙ୍କ ଉପରେ ଘର କାମ ନ କରିବା ଯୋଗୁ ଅଧିକ ଚିଡ଼ିବେ । ଆଜି ପ୍ରେମ ସମ୍ଭନ୍ଧରେ ସାମାଜିକ ବନ୍ଧନ ଭାଙ୍ଗିବେଠୁ ନିଜକୁ ପରିହାର କରନ୍ତୁ ।

ବୃଷ: କୌଣସି ସାଙ୍ଗ ସହିତ ଭୁଲ ବୁଝାମଣା ଅପ୍ରିୟ ସ୍ଥିତି ଛିଡ଼ା କରି ପାରେ। ଆଜି ନିଜ ପ୍ରିୟକୁ କ୍ଷମା କରିବାକୁ ଭୁଲନ୍ତୁ ନାହିଁ । ଆଜି ଭଲ ବିଚାରରେ ଭରା ରହିବେ ଓ ଆପଣଙ୍କ ଚୟନ କରିଥିବା କ୍ରିୟା ଯୋଗୁଁ ଆଶାରୁ ବହୁତ ବେଶୀ ଲାଭ ପାଇବେ । ଆଜି ଆପଣଙ୍କ ପାଖରେ ଯଥେଷ୍ଟ ସମୟ ଥିବାର ସମ୍ଭାବନା ଅଛି, କିନ୍ତୁ ଏହି ମୂଲ୍ୟବାନ ମୁହୂର୍ତ୍ତକୁ ମନେମନେ ସ୍ବପ୍ନ ଦେଖିବାରେ ନଷ୍ଟ କରନ୍ତୁ ନାହିଁ । ଅନ୍ୟମାନେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି ଆପଣ ତାହା ଆଜି ଭାବିବେ ନାହିଁ । ବରଂ ଆପଣ ଆପଣଙ୍କ ଖାଲି ସମୟରେ ଏକାକୀ ରହିବ ପସନ୍ଦ କରିବେ ।

astrology

ମିଥୁନ: ବ୍ୟସ୍ତ ଦିନ ଥିବା ସତ୍ୱେ ଆଜି ଦିନଟା ଭଲ ରହିବ । କିନ୍ତୁ ଏହାକୁ ସବୁ ଦିନ ପାଇଁ ସତ ମାନିବାକୁ ଚେଷ୍ଟା କରନ୍ତୁ ନାହିଁ । ନିଜର ଜୀବନ ଓ ସ୍ବସ୍ଥ୍ୟର ସମ୍ମାନ କରନ୍ତୁ । ହଠାତ ନୂତନ ସୂତ୍ରରୁ ଧନ ମିଳିବ, ଯାହା ଆପଣଙ୍କ ଦିନକୁ ସୁଖମୟ ବନେଇ ଦେବ । ଉଚିତ ସମୟ ଆସିଲେ ଆପଣଙ୍କ ସହଯୋଗ କୌଣସି ବଡ଼ ବିପଦରୁ ରକ୍ଷା କରି ପାରିବ ।

କର୍କଟ: ଆପଣଙ୍କ ଉପରେ କାମର ଅଧିକ ଚାପ ଥିବା ସତ୍ୱେ ଆଜି ଆପଣଙ୍କ ପ୍ରିୟ କାରଣରୁ ଆପଣ ରସମୟ ସୁଖ ଉପଭୋଗ କରିବେ । ଯଦି ଆଜି କିଣାକିଣି କରିବାକୁ ଯାଆନ୍ତି ତାହେଲେ ବେଶୀ ଖର୍ଚ କରିବେ ନାହିଁ । ଦିନ ସତରେ ପ୍ରେମରେ ଭରା ରହିବ । ସ୍ୱାଦିଷ୍ଟ ଖାଦ୍ୟ, ମହକ ଖୁସି ସହିତ ଆପଣ ଆପଣଙ୍କର ପ୍ରିୟ ସହିତ ଉତ୍ତମ ଦିନ କାଟିବେ । ଆଜି ଆପଣଙ୍କ କ୍ରୁର ଓ କଠୋର କଥାରେ ସମାଜରେ ଆପଣଙ୍କର ଏକ ଖରାପ ଛବି ବନିପାରେ।

ସିଂହ: ନିଜର ଭାବନା ଉପାରେ,ବିଶେଷ କରିକି ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଧନ ସମ୍ବନ୍ଧୀୟ କୌଣସି ମାମଲା ଯଦି କୋଟ କଚେରୀରେ ଚାଲୁଥାଏ ତେବେ ଆଜି ସେଥିରେ ଆପଣ ବିଜୟୀ ହୋଇପାରନ୍ତି ଏବଂ ଆପଣଙ୍କୁ ଧନ ପ୍ରାପ୍ତି ହୋଇପାରେ । ଆପଣଙ୍କ ଅତି ପ୍ରିୟ ଲୋକ ଆପଣଙ୍କ ବ୍ୟକ୍ତିଗତ ଜୀବନରେ ଆସନ୍ତି ସ୍ତୃଷ୍ଟି କରି ପାରନ୍ତି ।

କନ୍ୟା: ଆଜି ଦିନ ଆପଣଙ୍କ ପାଇଁ ପ୍ରଶଂସା ଓ ଆନନ୍ଦ ସହିତ ବିଶେଷ ସନ୍ଦେଶ ନେଇକି ଆସିବ । ଆଜି ଆପଣଙ୍କ ପତ୍ନୀ/ପ୍ରେମିକା ଙ୍କ ସହିତ ଅଧିକ ସମୟ କାଟିବାକୁ ମିଳିବ ଯାହାଦ୍ୱାରା ସେ ଆପଣ ତାଙ୍କ ଉପରେ ଧ୍ୟାନ ଦେଉଥିବାର ଦେଖି ବହୁତ ଖୁସି ହେବେ । ଆପଣଙ୍କ ଜୀବନ-ସାଥୀ କାରଣରୁ ଆପଣ ଅନୁଭବ କରିବେ କି ସ୍ୱର୍ଗ ପୃଥିବୀରେ ହିଁ ଅଛି । ପ୍ରକୃତିରେ ସମୟ ବିତାଇ ଆପଣ ଜୀବନର ଆନନ୍ଦ ନେଇପାରନ୍ତି ।

ତୁଳା : ଆପଣ ବିନା କୌଣସି ସହାୟତାରେ ଧନ ଅର୍ଜନ କରିପାରିବେ । ଆଜି ଦିନ ସାରା କିଛି ବିଶେଷ ନ କରିବା ଦ୍ବାରା ଆପଣ ସହଜ ଭାବରେ ଲୋକଙ୍କ ଧ୍ୟାନ ନିଜ ଉପରେ ଆକର୍ଷିତ କରିବାରେ ସଫଳ ରହିବେ । ବାହାରକୁ ବୁଲି ଯାଇ ପାରନ୍ତି ।

ବିଛା : ଆପଣଙ୍କ ପ୍ରିୟାର ଖାମଖିଆଲ ଭାବ ଆପଣଙ୍କୁ ହଇରାଣ କରିପାରେ । ଆଜି ଆପଣଙ୍କ ପାଖରେ ନିଜର ଅର୍ଥ ଅବସ୍ଥାରେ ବୃଦ୍ଧି କରିବା ପାଇଁ ବଳ ଓ ଜ୍ଞାନ ଦୁଇଟା ହିଁ ରହିବ । ଯିଏ ବି ଆପଣଙ୍କ ସହିତ ମିଶିବେ ତାଙ୍କ ସହିତ ବିନମ୍ର ଓ ସୁଖଦ ବ୍ୟବହାର ରଖନ୍ତୁ । ବହୁତ କାମ ଲୋକ ହିଁ ଆପଣଙ୍କ ଏହି ଆକର୍ଷକ ଚରିତ୍ରର ରହସ୍ୟ ଜାଣି ପାରିବେ । ଲୋକଙ୍କର ହସ୍ତକ୍ଷେପ ବୈବାହିକ ଜୀବନରେ ବିପଦ ଠିଆ କରି ପାରେ ।

ଧନୁ: ଆଜି ନିଜର ଉର୍ଜାର ଉଚ୍ଚ ସ୍ତରକୁ କାମରେ ଲଗାନ୍ତୁ । ପଇସାକୁ ନେଇ ପରିବାରର ସଦସ୍ୟମାନଙ୍କ ମାଦ୍ୟରେ ମତଭେଦ ହୋଇପାରେ । ଆପଣ ସେମାନଙ୍କ ସହିତ କଥାବାର୍ତ୍ତା ହୋଇ ସଭିଙ୍କୁ ସ୍ପଷ୍ଟବାଦୀ ବେବାପାଇଁ ଉପଦେଶ ଦେବା ଉଚିତ । ଆଜି ଆପଣ ବୁଝିପାରିବେ କି ପ୍ରେମ ସବୁ ଜିନିଷର ପ୍ରତିବଦଳ । ଆଜି ଅକାରଣରେ ଆପଣ କାହା ସହିତ ଯୁକ୍ତି ତର୍କ କରିପାରନ୍ତି । ଏହା ଦ୍ୱାରା ଆପଣ ଆପଣଙ୍କର ସମୟ ହିଁ ନଷ୍ଟ କରୁଛନ୍ତି ବୋଲି ଜାଣି ପରେ ଦୁଃଖ କରିବେ ।

ମକର: ଅନ୍ୟ ମାନଙ୍କର ହସ୍ତକ୍ଷେପ ଯୋଗୁଁ ବିବାଦ ହୋଇପାରେ । କାମକାର୍ଯ୍ୟରେ ଆପଣଙ୍କୁ ବହୁତ ଲାଭ ହୋଇ ପାରେ । ଯଦି ଆପଣ ବିବାହିତ, ଆଜି ଆପଣଙ୍କ ପିଲାମାନେ ଆପଣ ତାଙ୍କୁ ସମୟ ଦେଉନାହାନ୍ତି ବୋଲି ଅଭିଯୋଗ କରିପାରନ୍ତି । ଆପଣଙ୍କ ଜୀବନସାଥୀ ଦୈନିକ କାର୍ଯ୍ୟ କରିବାଠୁ ପଛ ଘୁଞ୍ଚା କରି ପାରନ୍ତି, ଯାହା କାରଣରୁ ଆପଣଙ୍କ ମନ ଦୁଃଖୀ ହେବାର ସମ୍ଭାବନା ଅଛି ।

କୁମ୍ଭ : ଆଜି ଆପଣ ଆପଣଙ୍କ ବ୍ୟସ୍ତ ବହୁଳ ଜୀବନରେ ମଧ୍ୟ ନିଜ ପାଇଁ ସମୟ ବାହାର କରିପାରିବେ ଓ ଖୁସି ରହିପାରିବେ । କିଛି ସୁନ୍ଦର ସ୍ମୃତି କାରଣରୁ ଆପଣ ଓ ଆପଣଙ୍କ ଜୀବନସାଥୀ ମଧ୍ୟରେ ବିବାଦରେ ବିରାମ ଲାଗିବ । ସେଥିପାଇଁ ବାଦ-ବିବାଦ ଅବସ୍ଥାରେ ପୁରୁଣା ଦିନକୁ ମନେ ପକେଇବାକୁ ଭୁଲନ୍ତୁ ନାହିଁ । ନିଜର ପ୍ରିୟଜନଙ୍କ ସହିତ ଚଳଚିତ୍ର ଦେଖିବା ବଢି଼ ଓ ଆନନ୍ଦଦାୟକ ରହିବ ।

ମୀନ: ଆଜି ଆପଣଙ୍କର ଭାଇ କିମ୍ବା ଭଉଣୀଙ୍କ ସହାୟତାରେ ଆପଣଙ୍କର ଧନଲାଭ ହୋଇପାରେ । ସାଙ୍ଗ ମାନେ ସନ୍ଧ୍ୟା ବେଳେ କୌଣସି ବଢ଼ିଆ ଯୋଜନା ବନେଇ ଆପଣଙ୍କ ଦିନ ଖୁସି ଭରା କରିବାକୁ ଚେଷ୍ଟା କରିବେ । ଯଦି ଆପଣ ଆପଣଙ୍କର ପ୍ରେମ ସମ୍ବନ୍ଧକୁ ବଜାୟ ରଖିବାକୁ ଚାହୁଁଛନ୍ତି ତାହେଲେ ଅନ୍ୟ କାହାର କଥା ଶୁଣି ପ୍ରତିକ୍ରିୟା ପ୍ରକାଶ କରନ୍ତୁ ନାହିଁ ବା କୌଣସି ଭୁଲ ମନ୍ତବ୍ୟ ଦିଅନ୍ତୁ ନାହିଁ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
All zodiac signs have their own characteristics and traits which define someone’s personality.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X