ରାଶିଫଳ: ଆପଣଙ୍କୁ ମିଳିବ କି ଲାଭ, ପଢନ୍ତୁ କ'ଣ କହୁଛି ଆପଣଙ୍କ ରାଶି

ଦୈନିକ ରାଶିଫଳ ପଢନ୍ତୁ । ଜାଣନ୍ତୁ କଣ ରହିଛି 12 ଟି ରାଶିରେ ।

ଦିନ କିପରି ଯିବ ? କେଉଁ କାର୍ଯ୍ୟକଳାପ ଗୁଡିକ ଗ୍ରହଣ କରାଯାଇପାରିବ ଏବଂ ଯାହାକୁ ଏଡାଇବା ଉଚିତ ? ଯାହା ଦ୍ୱାରା ଆପଣ ଆବଶ୍ୟକ ସତର୍କତା ଅବଲମ୍ବନ କରିପାରିବେ କିମ୍ବା ବାଧାଦୂର କରିବା ପାଇଁ ପ୍ରତିକାର କରିପାରିବେ , ସେନେଇ ୱାନ ଇଣ୍ଡିଆ ଓଡିଆରେ ପଢନ୍ତୁ ଆଜିର ରାଶିଫଳ ....

astrology

ମେଷ: ଆପଣଙ୍କ ଶାରୀରିକ ଓ ମାନସିକ ବିକାଶରେ ବାଧା ହୋଇପାରେ । ଆର୍ଥିକ ଅବସ୍ଥାରେ ଉନ୍ନତି ଆସିବ । ପରିବାର ସହିତ ସମୟ ବିତାନ୍ତୁ । ଦେଖିବେ ଆପଣ ପୂର୍ବାପେକ୍ଷା ଭଲ ଅନୁଭବ କରିବେ। ବାହାରକୁ ବୁଲି ଯିବେ । କୌଣସି ଧାର୍ମିକ କାର୍ଯ୍ୟରେ ସାମିଲ ହୋଇ ପାରନ୍ତି ।

ବୃଷ: ଭଲ ଭାବରେ ଆରାମ କରନ୍ତୁ । ବହୁତ ଦିନରୁ ଅଟକି ଥିବା ଅର୍ଥ ଆଜି ମିଳିବା ଯୋଗୁଁ ଅର୍ଥ ଅବସ୍ଥାରେ ଉନ୍ନତି ହେବ। ଆପଣଙ୍କ ବ୍ୟକ୍ତିଗତ ଜୀବନରେ କିଛି ବିଶେଷ ଘଟିବ, ଯାହା ଆପଣ ଓ ଆପଣଙ୍କ ପରିବାର ଲୋକଙ୍କ ପାଇଁ ଖୁସି ନେଇ ଆସିବ। ବଡ ମାନଙ୍କର ଆର୍ଶୀବାଦ ରହିବ ।

ମିଥୁନ: ଆପଣଙ୍କୁ ଆଜିର ଦିନ ସମୟ ନଷ୍ଟ ହେଲାପରି ଲାଗିପାରେ । ଆପଣଙ୍କ ଜୀବନ ସାଥି ଆପଣଙ୍କୁ ବିଶେଷ ସମୟ ଦେବାର ଯୋଜନାରେ ଅଛନ୍ତି। କର୍ମଚାରୀଙ୍କ ମନୋବଳ ବଢାଇବା ଏବଂ ଖୁସି କରିବା ପାଇଁ ସେମାନଙ୍କୁ କିଛି ଉପହାର ଦେଇପାରନ୍ତି। ପିଲାମାନେ ପାଠପଢା ପ୍ରତି ଚିନ୍ତା କରିବା ସହିତ ପରିଶ୍ରମ କରିବେ ।

କର୍କଟ: ଏହି ରାଶିର ବ୍ୟକ୍ତିମାନଙ୍କୁ ଆଜି ଜମିଜମା ମାମଲାରେ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ । ଘର ପଟୁ ଅସୁବିଧା ବଢି ବଢି ଚାଲିବ ତେଣୁ ଭାବି ଚିନ୍ତିକି କଥା କରନ୍ତୁ । ଯାହାକୁ ଆପଣ ପସନ୍ଦ କରନ୍ତି, ତାଙ୍କ ସହିତ ଆପଣଙ୍କ କଠୋର ବ୍ୟବହାର ଆପଣଙ୍କ ସମ୍ବନ୍ଧରେ ଦୂରତା ବଢ଼େଇପାରେ।

ସିଂହ: ଜୀବନସାଥୀଙ୍କ କାରଣରୁ ଆପଣଙ୍କୁ ନିଜ ଇଚ୍ଛା ବିରୁଦ୍ଧରେ ବାହାରକୁ ଯିବାକୁ ପଡ଼ିପାରେ, ଯାହା ପରେ ଆପଣଙ୍କ ବିରକ୍ତ ହେବାର କାରଣ ହୋଇ ପାରେ । ନକ୍ଷେତ୍ର କହୁଛନ୍ତିକି ଆଜି ଆପଣ ନିଜର ଦିନ ଟିଭି ଦେଖିବାରେ ବିତାଇବେ । ପରିବାର ସହିତ ଦିନ କାଟିବେ ।

କନ୍ୟା: ଆପଣଙ୍କୁ ଅନେକ ଗୁଡିକ କ୍ଷେତ୍ରରୁ ଧନ ଲାଭ ମିଳିପାରେ । ଆଜି ଦିନ ସାରା କିଛି ବିଶେଷ ନ କରିକି ଆପଣ ସହଜ ଭାବରେ ଲୋକଙ୍କ ଧ୍ୟାନ ନିଜ ଉପାରେ ଆକର୍ଷିତ କରିବାରେ ସଫଳ ରହିବେ। ଆଜି ଆପଣଙ୍କ ଘରର କୌଣସି ସଦସ୍ୟ ଆପଣଙ୍କ ବିରୁଦ୍ଧରେ କଥା କହିପାରନ୍ତି । ଏହାଦ୍ୱାରା ଆପଣଙ୍କର ଭାବନା ଆହତ ହୋଇପାରେ । ଦୁଃଖି ହେବେ । କାହାକୁ ମନର କଥା କହି ପାରିବେ ନାହିଁ ।

ତୁଳା: ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ରହିବ। ଧନଲାଭର ଆଜି ବହୁତ ସମ୍ଭାବନା ଅଛି । ନୂତନ ଜିନିଷ ଉପରେ ଧ୍ୟାନ ଲଗାନ୍ତୁ ଓ ସବୁଠୁ ଭଲ ସାଙ୍ଗଠୁ ସାହାଯ୍ୟ ନିଅନ୍ତୁ । ବୈବାହିକ ଜୀବନରେ ସବୁ ଅସୁବିଧା ପରେ ବି ଆପଣ ଓ ଆପଣଙ୍କ ଜୀବନସାଥୀ ପୁଣି ଠାରେ ପ୍ରେମର ଗଭୀରତା ଅନୁଭବ କରିବେ । ଦିନଟି ମୋଟା ମୋଟି ଭାବେ ଭଲରେ ବିତିବ ।

ବିଛା: ଯଦି ଆପଣ କୌଣସି ବ୍ୟାଙ୍କ ଋଣ ପାଇଁ ଆବେଦନ କରିଥିଲେ ଅଥବା ଅପେକ୍ଷା କରିଥିଲେ ଆଜିର ଦିନରେ ତାହା ଆପଣଙ୍କୁ ମିଳିପାରେ । ଡାକ କିମ୍ବା ଇମେଲରୁ ଆସିଥିବା କୌଣସି ମହତ୍ଵପୂର୍ଣ୍ଣ ସନ୍ଦେଶ ପୁରା ପରିବାର ପାଇଁ ଖୁସି ଖବର ଆଣି ପାରେ ।

ଧନୁ: ଅଫିସରେ ଅଧିକ କାମ ପଡିବ । ଯାହାକୁ ନେଇ ଆପଣ ଚିନ୍ତାରେ ପଡିବେ । ଆପଣଙ୍କର କୌଣସି ସହକର୍ମୀ ଆପଣଙ୍କର ମୂଲ୍ୟବାନ ବସ୍ତୁ ଚୋରି କରିପାରେ ସେଥିପାଇଁ ସାବଧାନ ରୁହନ୍ତୁ ଓ ମୂଲ୍ୟବାନ ସାମଗ୍ରୀକୁ ଯତ୍ନର ସହିତ ରଖନ୍ତୁ । ଯଦି ଆପଣ ପାର୍ଟି କରିବା ବିଷୟରେ ଭାବୁଛନ୍ତି, ତାହେଲେ ନିଜର ସାଙ୍ଗସାଥୀଙ୍କୁ ନିମନ୍ତ୍ରଣ ଦିଅନ୍ତୁ ।

ମକର: ବିଦେଶକୁ ଯାଇ ଶିକ୍ଷା ଅର୍ଜନ କରିବାପାଇଁ ଚାହୁଁଥିବା ଛାତ୍ର ଛାତ୍ରୀ ମାନଙ୍କୁ ଆଜି ଘରର ଆର୍ଥିକ ସଙ୍କଟ ବ୍ୟସ୍ତ କରିପାରେ । ଦେଖା ଗଲେ ଆଜି ଦିନଟା ଭଲ କଟିବ । କିନ୍ତୁ ଯାହା ଉପରେ ଆପଣ ଆଖି ବନ୍ଦ କରିକି ବିଶ୍ୱାସ କରୁଛନ୍ତି , ସିଏ ଆପଣଙ୍କ ବିଶ୍ୱାସରେ ବିଷ ମିଶେଇ ପାରେ ।

କୁମ୍ଭ: ଆପଣଙ୍କ ସମ୍ପର୍କର ପ୍ରବୀଣତା ପ୍ରଭାବଶାଳୀ ରହିବ । ଜୀବନସାଥୀଙ୍କ ସହିତ ଭଲ ସମୟ କାଟିବେ, ଆପଣ ଅନୁଭବ କରିବେ କି ଆପଣ ଦୁଇଜଣଙ୍କ ମଧ୍ୟରେ କେତେ ପ୍ରେମ ଅଛି । ସୋସିଆଲ ମିଡ଼ିଆରେ ଆବଶ୍ୟକତାରୁ ଅଧିକ ସମୟ ବିତାଇବା କେବଳ ସମୟ ନଷ୍ଟ କରିବା, ସ୍ୱାସ୍ଥ୍ୟ ଦୃଷ୍ଟିରୁ ବି ଭଲ ନୁହେଁ ।

ମୀନ: କିଛି ଲୋକଙ୍କ ପାଇଁ ପରିବାରରେ ଖୁସି ଖବର ଆସିପାରେ। ଜୀବନର ଅଡୁଆ ସମାଧାନ କରିବା ପାଇଁ ନିଜକୁ ହିଁ ପ୍ରୟାସ କରିବା ଆବଶ୍ୟକ । ଅନ୍ୟମାନେ କେବଳ ଆପଣଙ୍କୁ ଉପଦେଶ ବା ତାଙ୍କର ମତ ଦେଇପାରନ୍ତି । ଏହାକୁ ଗ୍ରହଣ କରି କାର୍ଯ୍ୟରେ ଲଗାଇବାକୁ ଚେଷ୍ଟା କରନ୍ତୁ । ନଚେତ ଅସୁବିଧାରେ ପଡିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+