Get Updates
Get notified of breaking news, exclusive insights, and must-see stories!

ଆଜିର ରାଶିଫଳ : ଆନନ୍ଦମୟ ହେବ କି ଆପଣଙ୍କ ଦିନ ?

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? ଆପଣଙ୍କ ଜୀବନସାଥୀଙ୍କ ସହିତ ଦିନଟି କେମିତି ଅତିବାହିତ ହେବ ?

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? ଆପଣଙ୍କ ଜୀବନସାଥୀଙ୍କ ସହିତ ଦିନଟି କେମିତି ଅତିବାହିତ ହେବ ?

Astrology

ମେଷ: ଦିନଟି ଆପଣଙ୍କ ପାଇଁ ମଧ୍ୟମ ଧରଣର ହେବ । କିଛି ନୂଆ ଯୋଜନା କାର୍ଯ୍ୟକାରୀ କରିବା ପାଇଁ କିମ୍ୱା ଏକ ନୂଆ ପ୍ରକଳ୍ପ ହାତକୁ ନେବା ପାଇଁ ଏହା ଏକ ଭଲ ଦିନ। ଭ୍ରମଣ ଯୋଗ ରହିଛି । ପରିବାର କିମ୍ବା ବନ୍ଧୁଙ୍କ ସହ ଭ୍ରମଣ କରିପାରନ୍ତି । ଛାତ୍ରଛାତ୍ରୀ ଏତେ ସଫଳ ହେବେ ନାହିଁ ।

ବୃଷ: ନକାରାତ୍ମକ ବିଚାର ଠାରୁ ଦୂରେଇ ରହନ୍ତୁ । ଆପଣଙ୍କୁ କେହି ବିପଦରେ ପକାଇ ପାରେ । ଦେଖ ଚାହିଁ ଖାଦ୍ୟ ଗ୍ରହଣ କରନ୍ତୁ, ନଚେତ ଅସ୍ଵାସ୍ଥ୍ୟକର ଖାଦ୍ୟ ଆପଣଙ୍କୁ ଅସୁସ୍ଥ କରିପାରେ । ଆପଣଙ୍କ ବ୍ୟବସାୟ ଲୋକଲୋଚନକୁ ଆସିବ। ଅନେକ ସ୍ଥାନରୁ ଏନେଇ ପ୍ରୋତ୍ସାହନ ମିଳିପାରେ । ପତ୍ନୀଙ୍କ ସହ ସୁ ସଂପର୍କ ରହିବ। ସେ ଆପଣଙ୍କ କାର୍ଯ୍ୟରେ ଖୁସି ରହିବେ ।

ମିଥୁନ: ଆଜିର ଦିନରେ ପ୍ରିୟ ବନ୍ଧୁଙ୍କ ସହ ମିଳନ ହୋଇପାରେ । ବନ୍ଧୁଙ୍କ ସହ ପ୍ରୀୟଜନ ଆନନ୍ଦରେ ଦିନଟି ବିତିବ । ଆପଣ ବନ୍ଧୁମାନଙ୍କୁ ଭୋଜନ ପାଇଁ ନିମନ୍ତ୍ରଣ କରନ୍ତୁ କିମ୍ବା ତାଙ୍କ ସହିତ ବାହାରକୁ ଯାଆନ୍ତୁ । ଆର୍ଥିକ ଦୃଷ୍ଟିକୋଣରୁ ଆଜି ବହୁତ ଲାଭ ରହିବ । ଦେଖି ଚାହିଁ ଖର୍ଚ୍ଚ କରନ୍ତୁ । ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ ।

କର୍କଟ: ଅନେକ ଦିନରୁ ଲାଗିଥିବା ମକଦ୍ଦମାର ଆଜି ସମାଧାନ ହେବ। । ଆପଣ ଘରର କିଛି ସମସ୍ୟାକୁ ସମାଧାନ କରିବାକୁ ସକ୍ଷମ ହେବେ । ବ୍ୟବସାୟରେ ଲାଭ ହେବ । ଦୁର୍ଘଟଣାର ଶିକାର ହୋଇପାରନ୍ତି । ସତର୍କତା ଅବଲମ୍ଵନ କରନ୍ତୁ । ପିଲାମାନଙ୍କୁ ନେଇ ବେଶୀ ଚିନ୍ତିତ ରହିବେ ।

ସିଂହ: ଆପଣଙ୍କ ପ୍ରେମ ଜୀବନରେ ସେତେଟା ଭଲରେ ଚାଲିବ ନାହିଁ । ଆପଣଙ୍କର ନକାରାତ୍ମକ ମନୋଭାବ ଆପଣଙ୍କର ଆହୁରି କ୍ଷତି କରିବ । ଅନ୍ୟମାନଙ୍କ ସମସ୍ୟାରେ ଆପଣ ଆଗୁଆ ଠିଆ ହୁଅନ୍ତି । କିନ୍ତୁ ପରିବାରର ସମସ୍ୟାର ସମାଧାନର ବାଟ ଜାଣି ପାରୁ ନାହାଁନ୍ତି । ଏନେଇ ପରିବାରରେ ଅଶାନ୍ତି ଲାଗି ରହିବ । ମାନସିକ ଦୁଶ୍ଚିନ୍ତା ରହିବ ।

କନ୍ୟା: ନୂଆ କାମ ଆରମ୍ଭ ପାଇଁ ଆଜିର ଦିନଟି ଶୁଭଙ୍କର । କାର୍ଯ୍ୟକ୍ଷେତ୍ରରେ ପଦନ୍ନୋତି ପାଇବା ସମ୍ଭାବନା ରହିଛି । କାମକୁ ନେଇ ପ୍ରଶଂସାର ପାତ୍ର ହେବେ। ପାରିବାରିକ ଜୀବନ ଭଲରେ ବିତିବ ।

ତୁଳା: ଚିତ୍ର ଏବଂ କଳାକ୍ଷେତ୍ରରେ ମନୋନିବେଶ କରିବେ। ଆଜି ଭଳି ଭଲ ଦିନରେ ନୂଆ କାର୍ଯ୍ୟ ହାତକୁ ନିଅନ୍ତୁ। ପେଶାଦାର ଦୃଷ୍ଟିକୋଣରୁ ଆପଣ ନିପୁଣ ହେବେ । ଆଜି କିଛି ଭଲ ଖବର ପାଇପାରନ୍ତି । ପରିବାର ସହ ସମୟ ବିତାଇବେ ।

ବିଛା: ସଫଳତା, ଆର୍ଥିକ ସ୍ଥିତି ଓ ବ୍ୟବସାୟରେ ଉନ୍ନତି ହେବ। ପାରିବାରିକ ଜୀବନ ମଧ୍ୟ ଭଲରେ ବିତିବ । ପତି-ପତ୍ନୀଙ୍କ ଭିତରେ ସଂପର୍କ ଆହୁରି ସୁଦୃଢ ହେବ । କିନ୍ତୁ ପିଲାଙ୍କ ପାଠପଢା ନେଇ ଚିନ୍ତିତ ରହିବେ । ଛାତ୍ରଛାତ୍ରୀ ପଢାରେ ଭଲ ପ୍ରଦର୍ଶନ କରିବେ ନାହିଁ ।

ଧନୁ: ଆଜି ଆପଣଙ୍କର ସାରାଦିନ ହସଖୁସିରେ ବିତିବ । ଆପଣ କିଛି ବନ୍ଧୁଙ୍କ ସହ ହସଖୁସିରେ ସମୟ ବିତାଇବେ। ବନ୍ଧୁମାନଙ୍କ ଠାରୁ କିଛି ଉପଦେଶ ମିଳିପାରେ । ବ୍ୟବସାୟରେ କେହି ପାର୍ଟନର ଥିଲେ ସେ ଆପଣଙ୍କୁ ସହଯୋଗ କରିବେ ।

ମକର: ଖାଇବା ପିଇବା ଉପରେ ସାବଧାନ ରହନ୍ତୁ। ସାବଧାନ ରୁହନ୍ତୁ। ଆପଣଙ୍କର କାର୍ଯ୍ୟାଳୟର ପରିବେଶ ଅନୁକୁଳ ରହିବ । ଆପଣ ଏବଂ ଆପଣଙ୍କ ବ୍ୟବସାୟରେ ପାର୍ଟନର ସହ ମନୋମାଳିନ୍ୟତା ହୋଇପାରେ । ଦେଖି ଚାହିଁ କଥା ହୁଅନ୍ତୁ ।

କୁମ୍ଭ: ଆଜି ଦିନଟି ଭଲରେ ବିତିବ । ଆଜି ଆପଣ ଭଲ ଖାଦ୍ୟ ଏବଂ ନୂଆ ପୋଷାକ ପିନ୍ଧିପାରନ୍ତି। ଯଦି ପୂର୍ବରୁ କିଛି କ୍ରୟ କରିବା ପାଇଁ ଚିନ୍ତା କରିଛନ୍ତି ଆଜି କିଣନ୍ତୁ । ପରିବାର ଖୁସି ରହିବେ ।

ମୀନ: ପୂର୍ବରୁ ପ୍ରୟାସ କରୁଥିବା କାମ ଆଜି ସଫଳ ହେବ। ବାଧାବିଘ୍ନ ଆସିଲେ ହାର ମାନନ୍ତୁ ନାହିଁ ଓ ଆଗକୁ ମାଡି ଚାଲନ୍ତୁ । ବୈବାହିକ ସଂପର୍କ ମଜବୁତ ହେବ । ପରିବାର ସହ ଭଲରେ ସମୟ ବିତିବ । ଏନେଇ ପରିବାର ମଧ୍ୟ ଆପଣଙ୍କ ଉପରେ ଖୁସି ରହିବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+