ଆଜିର ରାଶିଫଳ : କେମିତି ରହିବ ଆପଣଙ୍କ ଦିନ ଜାଣନ୍ତୁ
କେମିତି ବିତିବ ଆପଣଙ୍କ ଦିନ ? ରାଶି ଉପରେ କିପରି ରହିବ ଗ୍ରହର ସ୍ଥିତି ? ପ୍ରେମ,ଶିକ୍ଷା ଓ କ୍ୟାରିଅର ପାଇଁ ଉପଯୁକ୍ତ କି ଆଜିର ଦିନ ? ଏସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ୱାନଇଣ୍ଡିଆ ଓଡିଆ ଆଜିର ରାଶିଫଳ...
କେମିତି ବିତିବ ଆପଣଙ୍କ ଦିନ ? ରାଶି ଉପରେ କିପରି ରହିବ ଗ୍ରହର ସ୍ଥିତି ? ପ୍ରେମ,ଶିକ୍ଷା ଓ କ୍ୟାରିଅର ପାଇଁ ଉପଯୁକ୍ତ କି ଆଜିର ଦିନ ? ଏସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ୱାନଇଣ୍ଡିଆ ଓଡିଆ ଆଜିର ରାଶିଫଳ...

ମେଷ: ଆଜି ଦିନଟି ଅତି ଶୁଭଙ୍କର । ବାହାର ଖାଦ୍ୟ ଖାଆନ୍ତୁ ନାହିଁ । ଅତ୍ୟଧିକ ଖର୍ଚ୍ଚ ଯୋଗୁଁ ଆପଣ ଚିନ୍ତିତ ରହିବେ । ଏ ବିଷୟରେ ମନକୁ ହାଲକା କରନ୍ତୁ ନଚେତ ଶାରୀରିକ ଅସୁସ୍ଥତା ବୃଦ୍ଧି ପାଇପାରେ ।
ବୃଷ: ଗ୍ରହ ମାନଙ୍କ ଶୁଭ ଦୃଷ୍ଟିରୁ ଦିନଟି ଶାନ୍ତିରେ କଟିବ । ଆପଣ ଆଜି ନିଜ ଆତ୍ମବିଶ୍ୱାସର ସହିତ ନିଜର କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ଏହା ଫଳରେ ଆପଣଙ୍କୁ ଦିଆଯାଇଥିବା କାର୍ଯ୍ୟକୁ ସଫଳତାର ସହ ସମ୍ପନ୍ନ କରିପାରିବେ । ଅର୍ଥ ସମ୍ପର୍କୀୟ କାର୍ଯ୍ୟ ସମ୍ପାଦନ ପାଇଁ ଆଜି ଦିନଟି ସର୍ବୋକୃଷ୍ଟ ।
ମିଥୁନ: ନିଜର ମିଜାଜ ଓ କଥାବାର୍ତ୍ତା ପ୍ରତି ସତର୍କ ରହିଲେ ଅନ୍ୟମାନେ ଆପଣଙ୍କ ଠାରୁ ଦୂରେଇ ଯିବେ । ଏହାର କୁପ୍ରବାହ ନିଜର ଶରୀର ଉପରେ ପଡିବ ଏବଂ ପରିବାରର ସଦସ୍ୟ ଓ ବନ୍ଧୁ ମାନଙ୍କ ସହ ଭୁଲ ବୁଝାମଣା କିମ୍ୱା ମତାନ୍ତର ହେବାର ସମ୍ଭାବନା ଅଛି । ଆପଣ ନିଜର ପରିବାରର ସଦସ୍ୟ ଏବଂ ପୁଅ ମନରେ ଆଘାତ ଦେଇପାରନ୍ତି ।
କର୍କଟ: ଗ୍ରହ ମାନଙ୍କ ଶୁଭ ଦୃଷ୍ଟି ଯୋଗୁଁ ଆପଣ ଯାହା ଇଚ୍ଛା କରିବେ ତାହା ପାଇପାରିବେ । ବ୍ୟବସାୟ ଓ ଆର୍ଥିକ ସ୍ଥିତିରେ ଲାଭବାନ ହେବେ ଏବଂ ଅର୍ଥଲାଭର ପରିମାଣ ବୃଦ୍ଧି ପାଇପାରେ । ବହୁ ଦିନର ବ୍ୟବଧାନ ପରେ ଆପଣଙ୍କ ବନ୍ଧୁଙ୍କ ସଙ୍ଗେ ମିଳନ ଆଦି ଆପଣଙ୍କୁ ଉତଫୁଲିତ କରିପାରେ । ଅବିବାହିତ ଯୁବକ ଓ ଯୁବତୀ ମାନେ ନିଜର ବୈବାହିକ ଜୀବନ ଆରମ୍ଭ କରିବା ପାଇଁ ଆଜି ଦିନଟି ସର୍ବୋକୃଷ୍ଟ ।
ସିଂହ: ଆପଣ ନିଜର କାର୍ଯ୍ୟକୁ ଠିକ୍ ସମୟରେ ସଫଳତାର ସହ ସମ୍ପୂର୍ଣ୍ଣ କରିପାରିବେ । ଗ୍ରହ ମାନଙ୍କ ଶୁଭ ଦୃଷ୍ଟିରୁ ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ଅଛି । ଏହା ଛଡା ନିଜର ପୈତୃକ ସମ୍ପତ୍ତି ପାଇଁ ଆପଣଙ୍କ ଖୁସିର ପରିମାଣ ବୃଦ୍ଧି ପାଇପାରେ ।
କନ୍ୟା: ବାନ୍ଧବୀଙ୍କ ଦର୍ଶନ ତଥା ଭାଇ ଭଉଣୀଙ୍କ ସାଙ୍ଗ ଲାଭ ଆପଣଙ୍କ ହୃଦୟରେ ଶାନ୍ତି ଓ ମୁଖରେ ତୃପ୍ତିର ହସ ଫୁଟାଇବାରେ ସାହାଯ୍ୟ କରିବ । ଦେଶ ବାହାରକୁ ଯିବା ପାଇଁ ଲାଳାୟିତ ବ୍ୟକ୍ତିଙ୍କ ନିମିତ୍ତ ଆଜି ଦିନଟି ସର୍ବୋତ୍ତମ
ତୁଳା: ଆଜି ଆପଣ ନିଜକୁ ସଞ୍ଜତ ରଖନ୍ତୁ । ନିଜ ତୁଣ୍ଡରୁ ବାହାରିଥିବା ତିକ୍ତ ବାକ୍ୟ ଅନ୍ୟ ମନରେ ଆଘାତ ଦେଇପାରେ । ଆପଣଙ୍କର କ୍ଷଣିକ ଉତ୍ତେଜନା ଓ କ୍ରୋଧ ଆପଣଙ୍କ ସମସ୍ୟାକୁ କେବେହେଲେ ସମାଧାନ କରିପାରିବ ନାହିଁ । ଧ୍ୟାନ ଓ ପ୍ରାର୍ଥନା ବଳରେ ଆପଣଙ୍କୁ ମାନସିକ ଶାନ୍ତି ମିଳିପାରେ । ଅନୈତିକ କାର୍ଯ୍ୟରୁ ନିଜକୁ ଦୂରେଇ ରଖନ୍ତୁ।
ବିଛା: ଆପଣ ଗୃହ ଜଞ୍ଜାଳରୁ ମୁକ୍ତ ହୋଇ ବାହାରକୁ ଯାଆନ୍ତୁ ଏବଂ ବନ୍ଧୁଙ୍କ ଗହଣରେ ମୌଜ ମଜଲିସ କରନ୍ତୁ । ସେମାନଙ୍କ ସହ ସିନେମା ଦେଖିପାରନ୍ତି କିମ୍ୱା ଏକ ଦୁଃସାହାସିକ ଭ୍ରମଣ ପାଇଁ ଯୋଜନା କରିପାରନ୍ତି । ଆଜି ଆପଣ ସାମାଜିକ ଜୀବନରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଭାବେ ପ୍ରଶଂସିତ ହୋଇପାରନ୍ତି ।
ଧନୁ: ଗୃହର ଶାନ୍ତି ପରିବେଶ ଆପଣଙ୍କୁ ନିଜ କାର୍ଯ୍ୟ କରିବାକୁ ଶକ୍ତି ଓ ପ୍ରେରଣା ଯୋଗାଇବ । ସହକର୍ମୀ ମାନଙ୍କର ସହଯୋଗ ଏବଂ ସଫଳତା ସହ କାର୍ଯ୍ୟ ସମ୍ପନ୍ନ ଆପଣଙ୍କୁ ଆତ୍ମସନ୍ତୋଷ ପ୍ରଦାନ କରିବ । ଅର୍ଥଲାଭ ହେବ।
ମକର: ଆଜି ଦିନଟି ଚିନ୍ତା ଗ୍ରସ୍ତ ଅବସ୍ଥାରେ କାଟିପାରନ୍ତି । ପିତାମାତାଙ୍କର ଓ ପିଲାମାନଙ୍କର ସ୍ୱାସ୍ଥ୍ୟ ଏବଂ ସେମାନଙ୍କ ସହ ମତାନ୍ତର ଆପଣଙ୍କର ଚିନ୍ତାକୁ ଦ୍ୱିଗୁଣିତ କରିବ । ଏହି ମାନସିକ ଦୁଃଶ୍ଚିନ୍ତା ଯୋଗୁଁ ଆପଣ ଦ୍ୱନ୍ଦରେ ପଡି ନିଜର ସିଦ୍ଧାନ୍ତ ନେବାକୁ ଅକ୍ଷମ ହେବେ । ନିଜର ପ୍ରତିଯୋଗୀ କିମ୍ୱା ସମକକ୍ଷ ବ୍ୟକ୍ତିଙ୍କ ସହ ଯୁକ୍ତିତର୍କ କରନ୍ତୁ ନାହିଁ ।
କୁମ୍ଭ: ଆଜି ବିଦ୍ୟାର୍ଥିମାନେ ସେମାନଙ୍କ ପତ୍ତାରେ ଆଶାତିତ ଭାବେ ସଫଳତା ପାଇପାରନ୍ତି । ସବୁ ସୁନ୍ଦରୀ ମହିଳାମାନେ ବାହାରକୁ ବାହାରି ନିଜର ପସନ୍ଦଯୋଗ୍ୟ କାର୍ଯ୍ୟ ପାଇଁ ବଢେଇ ଦେଖାଇ ପାରନ୍ତି । ଏହା ସେମାନଙ୍କର ପଇସା ରୋଜଗାର ପାଇଁ ଉଦ୍ଦିଷ୍ଟ । ତେଣୁ ଆପଣ ନିଜର ମନକୁ ସଞ୍ଜତ କରି ସେମାନଙ୍କ ଠାରୁ ଦୂରତ୍ୱ ରକ୍ଷା କରନ୍ତୁ।
ମୀନ: ଆପଣଙ୍କର ସୃଜନଶୀଳ ପ୍ରତିଭା ଓ ଦୃଢ ସଂକଳ୍ପ ନିଶିନ୍ତ ଭାବେ ସଫଳତା ଆଣିଦେବ । ଏହା ଦ୍ୱାରା ଆପଣଙ୍କର ସାମାଜିକ ସମ୍ମାନ ବୃଦ୍ଧି ପାଇପାରେ । ନିଜର ଜୀବନସାଥୀ ପାଇପାରନ୍ତି ଯିଏ ଆପଣଙ୍କୁ ସହଯୋଗ ଓ ପ୍ରେମ କରିବ ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications