Get Updates
Get notified of breaking news, exclusive insights, and must-see stories!

ଆଜିର ରାଶିଫଳ: ପରିବାର ସହ କିପରି ବିତିବ ସମୟ, ଜାଣନ୍ତୁ

ଶିକ୍ଷା, ପ୍ରେମ ଓ ପରିବାର, ବ୍ୟବସାୟ ପାଇଁ କେମିତି ରହିଛି ଆପଣଙ୍କ ଆଜିର ଦିନ? କେଉଁ ରାଶିରେ କଣ ରହିଛି ଗ୍ରହର ପ୍ରଭାବ? ଏସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡ଼ିଆରେ ଆଜିର ରାଶିଫଳ ...

ଶିକ୍ଷା, ପ୍ରେମ ଓ ପରିବାର, ବ୍ୟବସାୟ ପାଇଁ କେମିତି ରହିଛି ଆପଣଙ୍କ ଆଜିର ଦିନ? କେଉଁ ରାଶିରେ କଣ ରହିଛି ଗ୍ରହର ପ୍ରଭାବ? ଏସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡ଼ିଆରେ ଆଜିର ରାଶିଫଳ ...

astrology

ମେଷ: ଆଜି ଆପଣ ବ୍ୟବସାୟ ଭଲ ଚାଲିବ। ପ୍ରେମ ପାଇଁ ଆଜି ଶୁଭ ଦିନ । ପ୍ରେମ ପାଇଁ ଭଲ ଦିନ । ପରିବାର ସହ ଭଲ ରେ ଦିନଟି ବିତିବ । ଆପଣ ବହୁତ ଟଙ୍କା ଖର୍ଚ୍ଚ କରିପାରନ୍ତି । ଆଜି ଆପଣ ପରିବାର ଜଣେ ସଦସ୍ୟଙ୍କ ସହିତ ଅଧିକ ସମୟ ବିତେଇବେ । ଆନନ୍ଦରେ ସମୟ ବିତିଯିବ ।

ବୃଷ: ଆପଣଙ୍କ ଦିନଟି ଭଲ ନାହିଁ। ଆଜି ଆପଣଙ୍କ କାର୍ଯ୍ୟକୁ କେହି ପସନ୍ଦ କରିବେ ନାହିଁ । ଶତ୍ରୁ ସଂଖ୍ୟାରେ ବୃଦ୍ଧି ଘଟିବ । ସଫଳତା ମିଳିବନି। ଅର୍ଥାଭାବ ଦେଖାଦେବା ସହିତ ପରିବାର ସଦସ୍ୟ ଏଥିରେ କ୍ରୋଧିତ ହୋଇ ଆପଣଙ୍କୁ ଶାସନ କରିପାରନ୍ତି । ଯାହା ଆପଣଙ୍କ ଚିନ୍ତା ଆହୁରି ବଢାଇବ ।

ମିଥୁନ: ଆପଣଙ୍କ ଆଜିର ଦିନଟି ମଧ୍ୟମ ଧରଣର ରହିବ। ବରିଷ୍ଠ ଅଧିକାରୀ ମାନେ ଆପଣଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ ନାହିଁ। ଅଧିକ ଟଙ୍କା ଖର୍ଚ୍ଚ ହେବ । ସଫଳତା ମିଳିପାରେ। କୌଣସି ବିବାଦ ଭିତରକୁ ପ୍ରବେଶ କଥା ଜାଣିଲେ ଏହାକୁ ବୁଦ୍ଧିମତାର ସହିତ ବନ୍ଧୁତ୍ବରେ ପରିଣତ କରାନ୍ତୁ । କାହା ସହିତ ଶତ୍ରୁତା କରନ୍ତୁ ନାହିଁ ।

କର୍କଟ: ଆପଣଙ୍କ ମନର ଭାବନା ଅସ୍ଥିର ହେବାର ସମ୍ଭାବନା ରହିଛି । ସତର୍କତା ଅବଲମ୍ବନ କରନ୍ତୁ । ଅନୈତିକତା କାର୍ଯ୍ୟ କଳାପ କରନ୍ତୁ ନାହିଁ । ଖର୍ଚ୍ଚ ହେବାର ସମ୍ଭାବନା ଅଛି। ଅଧିକ ଖର୍ଚ୍ଚ ଯୋଗୁଁ ମନ ଖରାପ ହେବ। ପରବର୍ତ୍ତୀ ସମୟରେ ଏହା ବଦଳି ଯିବ ।

ସିଂହ: ଦିନଟି ଖୁବ୍ ଭଲରେ ବିତିବ । ଇଚ୍ଛା ଥିଲେ ମଧ୍ୟ ପରିବାରକୁ ସମୟ ଦେଇ ପାରିବେ ନାହିଁ । ଛାତ୍ରଛାତ୍ରୀମାନେ ପରିଶ୍ରମୀ ହେବେ। ପ୍ରେମ ସମ୍ପର୍କ ଭଲ ରହିବ। ବୈବାହିକ ଜୀବନ ସୁଖମୟ ହେବ । ପ୍ରେମିକଙ୍କୁ ଉପହାର ଦେଇପାରନ୍ତି।

କନ୍ୟା: ନିଜ କାମକୁ ନେଇ ଖୁସି ରହିବେ। ପରିବାର ସହିତ କ୍ବଲିଟୀ ଟାଇମ୍ ବିତେଇବେ। ଦିନଟି ଖୁସିରେ ବିତିବ। ଛାତ୍ର ଛାତ୍ରୀଙ୍କୁ ସଫଳତା ମିଳିବ। ପରିବାର ସହିତ କିଛି ପାର୍ଟିର ଆୟୋଜନ କରି ନିଜେ ଆନନ୍ଦିତ ହେବା ସହ ସମସ୍ତଙ୍କ ସହ ଏହି ଆନନ୍ଦ ବାଣ୍ଟନ୍ତୁ । ଆପଣ ଆଜି ଏକ ସ୍ନେହପୂର୍ଣ୍ଣ ମନୋବଳରେ ରହିବେ, ସମସ୍ତେ ଆପଣଙ୍କର ପ୍ରଶଂସା କରିବେ ।

ତୁଳା: କ୍ରିୟେଟିଭ କାର୍ଯ୍ୟକଳାପରେ ନିଜକୁ ଲିପ୍ତ କରିବା ଦ୍ୱାରା ଆପଣଙ୍କର ଦକ୍ଷତାରେ ବୃଦ୍ଧି ହେବ । ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ସାହାଯ୍ୟ କରିବ । ଧ୍ୟାନର ସହିତ ଏଥିରେ ମନୋନିବେଶ କରନ୍ତୁ। ପରିବାର ସହ ସଂପର୍କ ଭଲ ରହିବ ।

ବିଛା: ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ଆପଣ ଅସୁସ୍ଥ ରହିବେ । କିଛି ନୂଆ କାମ ଆରମ୍ଭ କରନ୍ତୁ । ମନ ପରିବର୍ତ୍ତନ ପାଇଁ ନିଜ ପସନ୍ଦର କାମ କରନ୍ତୁ। ପରିବାର ଏବଂ ଛୋଟ ପିଲାଙ୍କ ସହିତ ସମୟ ବିତାନ୍ତୁ। କର୍ମଜୀବୀ ଚିନ୍ତିତ ରହିବେ।

ଧନୁ: ଆଜିର ଦିନ ଭଲରେ ବିତିବ ନାହିଁ। କୌଣସି କାରଣ ମନକୁ ଆନ୍ଦୋଳିତ କରିଦେଇପାରେ । ପରିବାରରେ ସମସ୍ୟା ଲାଗି ରହିବ। ପିଲାମାନେ ପଢାରେ ମନୋନିବେଶ କରିବେ। ଖାଲି ସମୟରେ ସମସ୍ୟାର ସମାଧାନ ଖୋଜିବାକୁ ଚେଷ୍ଟା କରିପାରିବେ । ଘନିଷ୍ଠ ବନ୍ଧୁ ଏବଂ ସାଥୀମାନେ କ୍ରୋଧିତ ହୋଇ ଆପଣଙ୍କ ଜୀବନକୁ କଷ୍ଟକର କରିପାରନ୍ତି ।

ମକର: ସ୍ଥିର ଚିତ୍ତରେ ଭାବିଚିନ୍ତି କାମ କରନ୍ତୁ। ମାନସିକ ଶାନ୍ତି ଅବ୍ୟାହତ ପାଇଁ ଯୋଗ ଆଦି କରନ୍ତୁ। ପରିବାର ସହ ସମୟ ବିତାନ୍ତୁ । ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଆପଣଙ୍କ ଅତୀତ ଜୀବନର କୌଣସି ରହସ୍ୟ ତୁମର ଜୀବନସାଥୀଙ୍କୁ ଦୁଃଖିତ କରିପାରେ ।

କୁମ୍ଭ: ଆଜି ଦିନ ଆପଣଙ୍କ ପାଇଁ ଦିନଟି ଭଲ ରହିବ। ଆପଣଙ୍କର ଆଧ୍ୟାତ୍ମିକ ମନ ଦିନକୁ ସନ୍ତୁଷ୍ଟମୟ କରିବ। ଛାତ୍ରଛାତ୍ରୀ ପାଠପଢାରେ ମନୋନିବେଶ କରିବେ। କର୍ମଜୀବି କାମକୁ ନେଇ ସନ୍ତୁଷ୍ଟ ରହିବେ ।

ମୀନ: ବୈବାହିକ ସଂପର୍କ ଭଲ ରହିବ। ଆପଣ ନିଜ କଥାବାର୍ତ୍ତାରେ ନିୟନ୍ତ୍ରଣ ରଖନ୍ତୁ। କାହା ପ୍ରତି ବିରକ୍ତିଭାବ ଦେଖନ୍ତୁ ନାହିଁ। ନଚେତ୍ ଆପଣ ଅସୁବିଧାରେ ପଡିପାରନ୍ତି । କଳହ ହେଇ ପାରେ। ଆପଣଙ୍କ ପ୍ରିୟଜନ ଆଜି କିଛି ବିରକ୍ତ ଅନୁଭବ କରିବେ, ଯାହା ଆପଣଙ୍କ ମନ ଉପରେ ଚାପକୁ ଆହୁରି ବଢାଇବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+