ଦୈନିକ ରାଶିଫଳ: କେମିତି ବିତିବ ଆପଣଙ୍କ ଦିନ

ପ୍ରେମ, ଶିକ୍ଷା ଓ ବ୍ୟବସାୟ ପାଇଁ କେମିିତି ରହିବ ଆଜିର ଦିନ , ରାଶିରେ କଣ ରହିଛି ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡିଆରେ ଆଜିର ରାଶିଫଳ...

ପ୍ରେମ, ଶିକ୍ଷା ଓ ବ୍ୟବସାୟ ପାଇଁ କେମିିତି ରହିବ ଆଜିର ଦିନ , ରାଶିରେ କଣ ରହିଛି ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡିଆରେ ଆଜିର ରାଶିଫଳ...

astrology

ମେଷ: କୌଣସି ସାଧୁ ପୁରୁଷଙ୍କ ଆର୍ଶୀବାଦ ଆପଣଙ୍କୁ ମାନସିକ ଶାନ୍ତି ପ୍ରଦାନ କରିବ । ଆଜି ଆପଣ ଅର୍ଥ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଯେଉଁଥିରୁ ବାହାରିବା ପାଇଁ ପିତା ଅଥବା ପିତାତୁଲ୍ୟ କୌଣସି ବ୍ୟକ୍ତିଙ୍କର ସହାୟତା ନେବେ । ଆଜି ଆପଣଙ୍କ ଜୀବନ ସାଥୀ ଆପଣଙ୍କୁ ସହଯୋଗ କରିବେ ।

ବୃଷ: କାର୍ଯ୍ୟରେ ପରିବର୍ତ୍ତନ କାରଣରୁ ଆପଣଙ୍କୁ ଲାଭ ମିଳିପାରେ । ଏହି ରାଶିର ବ୍ୟକ୍ତିମାନେ ଆଜି ନିଜପାଇଁ ସମୟ କାଢ଼ିବେ। ଆବଶ୍ୟକ କାରଣ ଅତ୍ୟଧିକ କାମପାଇଁ ସେମାନେ ବ୍ୟସ୍ତ ହୋଇପାରନ୍ତି । ଆଜି ଆପଣ ଆପଣଙ୍କର ଜୀବନସାଥୀ ସହିତ କିଛି ବିଶେଷ କ୍ଷଣ ବିତାଇବେ ।

ମିଥୁନ: କିଛି ଏମିତି ଘଟଣା ଆପଣଙ୍କ ଚିନ୍ତାର କାରଣ ବନିପାରେ, ଯାହାକୁ ଅଣଦେଖା କରିବା ସମ୍ଭବ ନୁହେଁ। କିନ୍ତୁ ଆପଣ ନିଜକୁ ଶାନ୍ତ ରଖନ୍ତୁ ଓ ସ୍ଥିତିଠୁ ମୁକ୍ତି ପାଇବା ପାଇଁ ଅତିଶୀଘ୍ର ପ୍ରତିକ୍ରିୟା ଦିଅନ୍ତୁ ନାହିଁ । ଯେଉଁ ବ୍ୟକ୍ତିମାନେ ଅକାରଣ ଧାନ ଅପବ୍ୟୟ କରନ୍ତି ସେମାନେ ଆଜି ନିଜ ବଦଖର୍ଚ୍ଚ ଉପରେ କାବୁ ରଖିବାକୁ ପଡ଼ିବ । ଯଦି ଆପଣ ସମସ୍ତଙ୍କର ଦାବି ପୂରୁଣ କରିବାକୁ ଚେଷ୍ଟା କରିବେ,ତାହେଲେ କେବଳ ବିଫଳତା ଆପଣଙ୍କ ହାତକୁ ଆସିବ ।

କର୍କଟ: ଆପଣଙ୍କ ପ୍ରିୟଙ୍କର ଅନାବଶ୍ୟକ ଅନୁରୋଧ କୁ ଗୁରୁତ୍ୱ ଦିଅନ୍ତୁ ନାହିଁ । ସ୍ଥାନ ଓ କାଳ ଦେଖି ପରିସ୍ଥିତି ଅନୁଯାୟୀ ବ୍ୟବହାର କରନ୍ତୁ ଆବଶ୍ୟକ ନପଡ଼ିଲେ ଚୁପ ରୁହନ୍ତୁ କାରଣ ଅନବାଶ୍ୟକ କଥାବର୍ତ୍ତା ପାଇଁ ଆପଣ ଅସୁବିଧାରେ ପଡ଼ିପାରନ୍ତି । ନିଜର ଦୁର୍ବଳତା ଏବଂ ସାମର୍ଥ୍ୟ ଉପରେ ନଜର ପକାଇବା ଉଚିତ । ଏହା ଦ୍ୱାରା ବ୍ୟକ୍ତିତ୍ୱରେ ସକାରାତ୍ମକ ପରିବର୍ତ୍ତନ ଆସେ । ବନ୍ଧୁବାନ୍ଧବଙ୍କ ହସ୍ତକ୍ଷେପ ହେବା କାରଣରୁ ବୈବାହିକ ଜୀବନରେ ଅସୁବିଧା ଆସି ପାରେ ।

ସିଂହ: ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହିବ । ଆପଣ ଧନ ଲାଭ କରି ପାରିବେ, କିନ୍ତୁ ସର୍ତ ଏହା କି ଆପଣ ଆପଣଙ୍କ ସ୍ୱଳ୍ପ ସଂଚୟ ପାରମ୍ପରିକ ବିନିଯୋଗରେ ନିବେଶ କରନ୍ତୁ । କିଛି ଲୋକ ଯେତିକି ପ୍ରକୃତରେ କରି ପାରିବେ, ତାଠୁ ବେଶୀ କଥା ଦିଅନ୍ତି । ଏମିତି ଲୋକଙ୍କୁ ଭୁଲି ଯିବା ଭଲ ଯେଉଁ ମାନେ କେବଳ କଥା କୁହନ୍ତି ଓ କିଛି ପରିଣାମ ଦିଅନ୍ତି ନାହିଁ ।

କନ୍ୟା: କିଛି କୌତୁହଳଜନଙ୍କ ପଢ଼ି ଟିକେ ମାନସିକ ବ୍ୟୟାମ କରନ୍ତୁ । ଆଜି ନିବେଶ କରିବା ପାଇଁ ଯାହା ବି ଅବସର ଦେଖା ଯିବା,ତାହା ଉପରେ ବିଚାର କରନ୍ତୁ । ପୁରା ସନ୍ଧ୍ୟା ସାଙ୍ଗ ମାନଙ୍କ ସାଙ୍ଗରେ ଖୁସିରେ କଟିବ ।

ତୁଳା: ଆପଣଙ୍କ ପ୍ରେମକୁ ଅସ୍ବୀକାର କରି ପାରନ୍ତି । ଆଜି ଆପଣ ଗୋଟେ ଟିମର ନେତୃତ୍ୱ କରିବା ପାଇଁ ମଜବୁତ ସ୍ଥିତିରେ ଅଛନ୍ତି ଓ ଲକ୍ଷକୁ ପାଇବା ପାଇଁ ମିଶି କାମ କରନ୍ତୁ । ଯାତ୍ରା କରିବାର ଯଦି କିଛି ଯୋଜନା ଅଛି ତାହେଲେ ଶେଷ ସମୟରେ କିଛିଟା ପରିବର୍ତ୍ତନ ହୋଇପାରେ । ବନ୍ଧୁ ବାନ୍ଧବଙ୍କ କାରଣରୁ ଜୀବନସାଥୀ ସହିତ ବାଦବିବାଦ ହୋଇ ପାରେ , କିନ୍ତୁ ଶେଷରେ ସବୁ ଠିକ ହୋଇ ଯିବ ।
ବିଛା: ସମସ୍ତଙ୍କୁ ସାହାଯ୍ୟ କରିବାର ଇଚ୍ଛାନୁକୂଳତା ଯୋଗୁଁ ଆଜି ଆପଣ ବହୁତ ଥକା ଓ କ୍ଳାନ୍ତିକର ଅନୁଭବ କରିବେ । ଆଜି ଆପଣଙ୍କୁ ଭୂମି,ରୟାଲଇଷ୍ଟେଟ କିମ୍ବା ସାଂସ୍କୃତିକ ପରିଯୋଜନା ଉପରେ ଧ୍ୟାନ କେନ୍ଦ୍ରିତ କରିବାର ଆବଶ୍ୟକତା ଅଛି । ପ୍ରଭାବଶାଳୀ ଓ ମହତ୍ଵପୂର୍ଣ୍ଣ ଲୋକଙ୍କ ସାଙ୍ଗରେ ପରିଚୟ ବରେଇବା ପାଇଁ ସାମାଜିକ ଗତିବିଧି ଏକ ଉତ୍ତମ ସୁଯୋଗ ପ୍ରଦାନ କରିବ ।

ଧନୁ: ଆପଣଙ୍କୁ ନିଜର ବିଫଳତାରୁ କିଛି ଶିକ୍ଷା ଶିଖିବାକୁ ଦରକାର ଅଛି,କାରଣ ଆଜି ଆପଣଙ୍କ ମନର କଥା ପ୍ରକାଶିତ କଲେ କ୍ଷତି ବି ହୋଇପାରେ । ଆଜି ଦିନରେ ଭାଗ୍ୟ ଆପଣଙ୍କ ସହିତ ଅଛି ଓ ଆପଣଙ୍କୁ ଲାଭ ହେବ, କାରଣ ଆପଣ ଉଚିତ ସମୟରେ ଠିକ ଜାଗାରେ ଉପସ୍ଥିତ ଅଛନ୍ତି । ଅସୀମ ସୃଜନାତ୍ମକ ଓ ଉତ୍ସାହ ଆଚରଣ ଯୋଗୁଁ ଆଜି ଆପଣ ଲାଭରେ ରହିବେ । ଅଖାପାଖ ଲୋକଙ୍କ କଥା ଶୁଣି ଆପଣଙ୍କ ଜୀବନସାଥୀ ଆପଣଙ୍କ ସହିତ ବିବାଦ କରି ପାରନ୍ତି ।

ମକର: ଦିନ ଲାଭଦାୟକ ପ୍ରମାଣିତ ହେବ ଓ ଆପଣ କୌଣସି ପୁରୁଣା ରୋଗରୁ ଆରାମ ଅନୁଭବ କରିବେ ଧନ ଓ ଅର୍ଥର ମହତ୍ୱ ଆପଣ ଭଲଭାବରେ ଜାଣନ୍ତି । ସେଥିପାଇଁ ଆପଣଙ୍କର ସଞ୍ଚିତ ଧାନ ଆଜି ଆପଣଙ୍କର ବହୁତ କାମରେ ଆସିବା ଓ ଆପଣ ବହୁତ ବଡ଼ ଅସୁବିଧାରୁ ବାହାରିପାରିବେ ।

କୁମ୍ଭ : ଆପଣଙ୍କ ସାଥୀକୁ ଭାବନାତ୍ମକ ଦୃଷ୍ଟିରେ ବ୍ଲାକମେଲ କରନ୍ତୁ ନାହିଁ । କାର୍ଯ୍ୟାଳୟରେ ସ୍ନେହର ପରିବେଶ ରହିବ । କୌଣସି ଦୂର ସ୍ଥାନକୁ ଯାତ୍ରା କରିବା ଆପଣଙ୍କ ପାଇଁ ସୁଖଦ ରହିବ ନାହିଁ, କିନ୍ତୁ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ବନେଇବାରେ ଅତି ସାହାଯ୍ୟ କରିବ । ବୈବାହିକ ଜୀବନରେ ଜିନିଷ ହାତରୁ ଖସିଲା ପରି ଲାଗୁଚି ।

ମୀନ: ପ୍ରେମ ମନଭାବନରେ ହଠାତ ଆସୁଥିବା ପରିବର୍ତ୍ତନ ଆପଣଙ୍କୁ ନିରାଶ କରିପାରେ । କାର୍ଯ୍ୟରେ ପରିବର୍ତ୍ତନ କାରଣରୁ ଆପଣଙ୍କୁ ଲାଭ ମିଳିପାରେ । ଆଜି ପୁରା ଦିନ ଆପଣ ଟିଭି ଓ ଫିଲ୍ମ ଦେଖି ଦିନ କାଟିବେ। ଆପଣ ଓ ଆପଣଙ୍କ ଜୀବନସାଥୀଙ୍କ ମଧ୍ୟରେ କୌଣସି ଅଜଣା ଲୋକ କାରଣରୁ ଯୁକ୍ତିତର୍କ ହୋଇ ପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+