ଦୈନିକ ରାଶିଫଳ: କର୍ମକ୍ଷେତ୍ରରେ ମିଳିବକି ସଫଳତା, ଜାଣନ୍ତୁ
ପ୍ରେମ, ଶିକ୍ଷା ଓ ବ୍ୟବସାୟ ପାଇଁ କେମିିତି ରହିବ ଆଜିର ଦିନ , ରାଶିରେ କଣ ରହିଛି ଜାଣିବା ପାଇଁ ପଢନ୍ତୁ ୱାନ ଅଣ୍ଡିଆ ଓଡିଆରେ ଆଜିର ରାଶିଫଳ...
ପ୍ରେମ, ଶିକ୍ଷା ଓ ବ୍ୟବସାୟ ପାଇଁ କେମିିତି ରହିବ ଆଜିର ଦିନ, ରାଶିରେ କଣ ରହିଛି ଜାଣିବା ପାଇଁ ପଢନ୍ତୁ ୱାନ ଅଣ୍ଡିଆ ଓଡିଆରେ ଆଜିର ରାଶିଫଳ...

ମେଷ: ଯଦି ଆପଣ ସମସ୍ତଙ୍କର ଦାବି ପୂରୁଣା କରିବାକୁ ଚେଷ୍ଟା କରିବେ,ତାହେଲେ କେବଳ ବିଫଳତା ଆପଣଙ୍କ ହାତକୁ ଆସିବ । ପରିବାର ସହିତ ସମୟ ବିତାଇବେ । ପୁରୁଣା ବନ୍ଧୁଙ୍କ ସହିତ ହଠାତ ଦେଖା ଆପଣଙ୍କୁ ଖୁସ୍ କରିବ । ତାଙ୍କ ସହିତ ପାଖ ଜାଗାକୁ ବୁଲି ଯାଇ ପାରନ୍ତି ।
ବୃଷ: ଆପଣଙ୍କ ଜୀବନସାଥୀ ନିଜର ସାଙ୍ଗ ମାନଙ୍କ ସହିତ ବ୍ୟସ୍ତ ରହିବେ। ଏଥିରେ ଆପଣ ନିରାଶ ହେବେ । ଏହାପରେ ଆପଣଙ୍କ ଜୀବନସାଥୀ ଆପଣଙ୍କ ପାଇଁ କୌଣସି ଭଲ ରୋଷେଇ କରିପାରନ୍ତି । ଯାହାଦ୍ୱାରା ଆପଣଙ୍କ ପୁଣି ତାଙ୍କ ଉପରେ ଖୁସି ହେବେ । ପରିବାରରେ ସବୁଠୁ ସାନଙ୍କ ସହିତ ସମୟ ବିତାଇବେ । ତାଙ୍କର ସଫଳତା ସାରା ପରିବାରକୁ ଖୁସି ଆଣିଦେବ।
ମିଥୁନ: ସୁସ୍ଥ ରହିବା ପାଇଁ ଚେଷ୍ଟା କରନ୍ତୁ । ଖାଉଥିବା ଖାଦ୍ୟରେ ପରିବର୍ତ୍ତନ ଆଣନ୍ତୁ। ଆପଣ ଯଦି ଆଜି ଆପଣଙ୍କ ସାଙ୍ଗମାନଙ୍କ ସହିତ ବାହାରକୁ ବୁଲିବାପାଇଁ ଯାଉଛନ୍ତି ତେବେ ସାବଧାନ ହୋଇ ରହିବେ। ଅଧିକ ଖର୍ଚ୍ଚ କରନ୍ତୁ ନାହିଁ । ପରିବାର ଲୋକଙ୍କ ସହିତ ଶାନ୍ତି ଓ ଆରାମରେ ଦିନର ମଜା ଉଠାନ୍ତୁ । ଏହା ଦ୍ବାରା ଆପଣଙ୍କ ଷ୍ଟ୍ରେସ ଦୂର ହୋଇଯିବ । ବିଦ୍ୟାର୍ଥୀ ଆହୁରୀ ପରିଶ୍ରମୀ ହେବେ । ପାଠ ପାଇଁ ସଚେତନ ହେବେ ।
କର୍କଟ: ଆଜି ଆପଣ କିଣା କିଣି ପାଇଁ ବାହାରନ୍ତି,ତାହେଲେ ଗୋଟେ ନୂତନ ପୋଷାକ କିଣି ପାରନ୍ତି । ବନ୍ଧୁ ବାନ୍ଧବଙ୍କ କାରଣରୁ ଜୀବନସାଥୀ ସହିତ ବାଦବିବାଦ ହୋଇ ପାରେ । କିନ୍ତୁ ଶେଷରେ ସବୁ ଠିକ ହୋଇଯିବ । ପରିବାର ଆପଣଙ୍କ ସଫଳତାରେ ଖୁସି ହେବେ । ଆପଣ କ୍ୟାରିଅର ବାବଦରେ ଅଧିକ ଚିନ୍ତିତ ହେବା ପରେ ସଫଳତା ମିଳିବ।
ସିଂହ: କେବେ କୌଣସି କଥାରୁ ଧର୍ଯ୍ୟ ହରାନ୍ତୁ ନାହିଁ । ବିଶେଷ କରି ଅସୁବିଧା ସମୟରେ ଧର୍ଯ୍ୟହରା ହୁଅନ୍ତୁ ନାହିଁ । ଆଜି ଆପଣଙ୍କ ଘରକୁ କୌଣସି ଅଜଣା ଅତିଥି ଆସିପାରନ୍ତି । କିନ୍ତୁ ତାଙ୍କର ଉପସ୍ଥିତି ଆପଣଙ୍କୁ ଆର୍ଥିକ ଲାଭ ପ୍ରଦାନ କରିବ । ଯଦି ଆପଣ ସାମାଜିକ ଭୋଜିରେ ଭାଗ ନେବେ,ତାହେଲେ ଆପଣ ନିଜର ସାଙ୍ଗସାଥୀ ମାନଙ୍କ ସହିତ ସମ୍ବନ୍ଧରେ ବୃଦ୍ଧି ଆଣି ପାରିବେ ।
କନ୍ୟା: ଆଜି ଆପଣ ଅଫିସରୁ ଆସିଲାପରେ ନିଜର କୌଣସି ସମୟ ଅତିବାହିତ କାମରେ ଲାଗିପାରନ୍ତି ଯାହା ଆପଣଙ୍କ ମନକୁ ଶାନ୍ତ ରଖିବ । ବୈବାହିକ ଜୀବନର ଦୃଷ୍ଟିରୁ ଯଦି ଦେଖିବେ ତାହେଲେ ଜିନିଷ ଆପଣଙ୍କ ପକ୍ଷରେ ଦେଖା ଯିବ । ଦିନ ସାରା ବାହାର ଲୋକଙ୍କ ସହିତ ସମୟ କଟାଇଲା ପରେ ସନ୍ଧ୍ୟାରେ ନିଜ ଜୀବନସାଥିଙ୍କ ସମୟ ଦେଇପାରନ୍ତି ।
ତୁଳା: ବିଦେଶକୁ ଯାଇ ଶିକ୍ଷ୍ୟା ଅର୍ଜନ କରିବାପାଇଁ ଚାହୁଁଥିବା ଛାତ୍ର ଛାତ୍ରୀ ମାନଙ୍କୁ ଆଜି ଘରର ଆର୍ଥିକ ସଙ୍କଟ ବ୍ୟସ୍ତ କରିପାରେ । ଭଉଣୀର ବାହାଘରର ଖବର ଶୁଣି ଆପଣ ବହୁତ ଖୁସି ଅନୁଭବ କରିବେ । ତଥାପି, ତାଙ୍କଠୁ ଦୂର ରହିବାର ବିଚାର ଆପଣଙ୍କୁ ଦୁଃଖୀ କରିପାରେ । କିନ୍ତୁ ଆପଣଙ୍କୁ ଭବିଷ୍ୟର ଚିନ୍ତା ଛାଡିକି ବର୍ତ୍ତମାନ ଉପରେ ଧ୍ୟାନ ଦେବା ଉଚିତ ।
ବିଛା: ସାବଧାନ ରୁହନ୍ତୁ, କାରଣ କେହି ଆପଣଙ୍କ ଛବିକୁ ଖରାପ କରିବାକୁ ଚେଷ୍ଟା କରି ପାରେ । ପରିବାରର ଆବଶ୍ୟକତା ପୂର୍ଣ୍ଣ କରିବାରେ ଆପଣ ନିଜ ବିଷୟରେ ଭାବିବା ଭୁଲି ଯାଇଛନ୍ତି । ଆଜି କିନ୍ତୁ ଆପଣ ନିଜପାଇଁ ସମୟ ବାହାର କରିପାରିବେ । ଖର୍ଚ୍ଚକୁ ନେଇକି ଜୀବନସାଥୀଙ୍କ ସହିତ ବାଦବିବାଦ ଲାଗିରହିବ। ଆପଣଙ୍କ ପିତାଙ୍କ ସହିତ ଆଜି ଆପଣ ବନ୍ଧୁଭାବ ସହ କଥା ହୋଇପାରନ୍ତି । ଏହା ତାଙ୍କୁ ଖୁସି ମଧ୍ୟ ଦେବ ।
ଧନୁ: ଆଜି ଆପଣ ନିଜକୁ ଶାନ୍ତି ଓ ଜୀବନର ମଜା ନେବାର ମନୋଦଶାରେ ପାଇବେ । ଧନ ବିନିଯୋଗ ବହୁତ ସମୟରେ ବହୁତ ଲାଭପ୍ରଦ ହୋଇପାରେ । ଏହା ଆଜି ଆପଣଙ୍କ ବେଶୀ ଅନୁଭବ କରିପାରିବେ କାରଣ ଆଜି ଆପଣଙ୍କୁ କୌଣସି ପୁରୁଣା ବିନିଯୋଗରୁ ଲାଭ ମିଳିବ ।
ମକର: ଆଜି ଆପଣ ଆପଣଙ୍କ ମନ ପସନ୍ଦର କାମ କରିବାକୁ ପସନ୍ଦ କରିବେ । କିନ୍ତୁ କାମର ଅଧିକତା ହେତୁ ତାହା କରିବାରେ ଅକ୍ଷମ ହେବେ । ଆପଣ ଓ ଆପଣଙ୍କ ଜୀବନସାଥୀଙ୍କୁ ଆଜି ବିଶେଷ ଖବର ମିଳିବ । କେଶ ସଜ୍ଜା ଓ ମାଲିସ ପରି କ୍ରିୟାରେ ବହୁତ ସମୟ ଲଗେଇ ପାରନ୍ତି ଓ ତାହା ପରେ ଆପଣ ବହୁତ ଆରାମ ଅନୁଭବ କରିବେ।
କୁମ୍ଭ : ଆପଣଙ୍କ ଦିନ ଭଲରେ ବିତିବ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ ଓ କେବଳ ଦରକାରୀ ଜିନିଷ ହିଁ କିଣନ୍ତୁ । ପିଲା ମାନେ ପାଠ ସମ୍ପର୍କରେ କିଛି ସାହାଯ୍ୟ ମାଗି ପାରନ୍ତି । ନିଜ ଖୁସିକୁ ଅନ୍ୟ ମାନଙ୍କ ସହିତ ବାଣ୍ଟିଲେ ଆପଣଙ୍କ ସ୍ୱାସ୍ଥ୍ୟରେ ବୃଦ୍ଧି ଆସିବ । ଆପଣ ପୂର୍ବାପେକ୍ଷା ଭଲ ଅନୁଭବ କରିବେ ।
ମୀନ : ଆଜି ହଠାତ ନିଜର ଆତ୍ମୀୟ ମିତ୍ରକୁ ଦେଖା କରି ପାରନ୍ତି । କାର୍ଯ୍ୟ ସମ୍ପର୍କରେ ଯାତ୍ରା କରିବା ଆପଣଙ୍କ ପାଇଁ ଅତି ଉପକାରୀ । ଆପଣ ଅନୁଭବ କରିବେକି ବୈବାହିକ ଜୀବନ ସତରେ ଆପଣଙ୍କ ପାଇଁ ଖୁସି ନେଇ ଆସିଛି । ପତ୍ନୀଙ୍କ ସରପ୍ରାଇଜ ଆପଣଙ୍କୁ ଆନନ୍ଦିତ କରିବ ।












Click it and Unblock the Notifications