ଆଜିର ରାଶିଫଳ : ଜାଣନ୍ତୁ କେମିତି ବିତିବ ଆଜିର ଦିନ

ପ୍ରେମ, ଶିକ୍ଷା ଓ ବ୍ୟବସାୟ ପାଇଁ କେମିିତି ରହିବ ଆଜିର ଦିନ , ରାଶିରେ କ'ଣ ରହିଛି ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡିଆରେ ଆଜିର ରାଶିଫଳ...

ପ୍ରେମ, ଶିକ୍ଷା ଓ ବ୍ୟବସାୟ ପାଇଁ କେମିିତି ରହିବ ଆଜିର ଦିନ , ରାଶିରେ କ'ଣ ରହିଛି ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡିଆରେ ଆଜିର ରାଶିଫଳ...

astrology

ମେଷ: ଯଦି ଆପଣ ଆପଣଙ୍କ ଘରେ କାହାଠାରୁ ଆପଣ ଉଧାର ନେଇଥାନ୍ତି ତାହେଲେ ଆଜି ତାହା ସୁଝି ଦିଅନ୍ତୁ ନଚେତ ସେ ଆପଣଙ୍କ ବିପକ୍ଷରେ ଆଇନ ଗତ ନିଷ୍ପତ୍ତି ନେଇପାରନ୍ତି । ଛୋଟ ପିଲା ଆପଣଙ୍କୁ ବ୍ୟସ୍ତ ରଖିବେ ଓ ମାନଙ୍କୁ ଶାନ୍ତି ଦେବେ । ପ୍ରେମିକା ଅଧିକ ଭଲ ପାଇବେ । ସନ୍ତାନମାନେ ପାଠପଢାରେ ସଫଳ ହେବେ । ଆପଣଙ୍କୁ ଅଧିକ ଖୁସି ଖବର ଦେବେ। ମୋଟାମୋଟି ଭାବେ ଭଲରେ ବିତିବ ।

ବୃଷ: ପ୍ରେମରେ ସଫଳତା ମିଳିବ ନାହଁ । ବିବାହିତ ବ୍ୟକ୍ତି ଆଜି ଆପଣଙ୍କ ପାଇଁ କିଛି ବିଶେଷ କରିବାକୁ ଚେଷ୍ଟା କରିବେ । ମାନସିକ ଶାନ୍ତି ପ୍ରାପ୍ତ କରିବା ପାଇଁ ଆଜି କୌଣସି ନଦୀ ପାଖରେ କିମ୍ବା କୌଣସି ପାର୍କ ବୁଲିବା ଉତ୍ତମ ବିକଳ୍ପ । ପରିବାର ସର୍ବଦା ଆପଣଙ୍କ ସାଥିରେ ରହିବେ । ଭଗବାନଙ୍କ ଆର୍ଶୀବାଦ ଯୋଗୁଁଁ ଆପଣ ଖୁବ ଉନ୍ନତି କରିବେ।

ମିଥୁନ: ପରିବାର ସହିତ ସମୟ ବିତାଇବେ । ଏହି କାରଣରୁ ଆପଣ ଫୁର୍ତ୍ତି ଓ ଉର୍ଜାରେ ଭରା ଅନୁଭବ କରିବେ । ଖୁସି ରହିବାକୁ ଆପଣ ପସନ୍ଦ କରନ୍ତି। ଆଜି ଆପଣଙ୍କୁ ପ୍ରେମ ଆକର୍ଷଣ ହେବାର ସମ୍ଭାବନା ଅଛି । ଖେଳକୁଦ ଜୀବନରେ ଅତ୍ୟନ୍ତ ଜରୁରୀ । କିନ୍ତୁ ଏଥିରେ ଏତେ ମାତନ୍ତୁନି ଯେ ଆପଣଙ୍କ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେବ । ଭବିଷ୍ୟତରେ ଏହାକୁ ନେଇ ଯେପରି ପଶ୍ଚାତାପ କରନ୍ତୁ ନାହିଁ ।

କର୍କଟ: ଆଜି ଆପଣଙ୍କ ବୈବାହିକ ଜୀବନ ଠୁ ଜଡ଼ିତ କିଛି ପ୍ରେମ ଭରା କଥା ଆସିବା ଆପଣ ଭାବୁକ ନ ହୋଇ ରହି ପରିବେ ନାହିଁ । ଆଜି ଘରୁ ବାହାରିବା ପୂର୍ବରୁ ନିଜର ସମସ୍ତ ଜରୁରୀ କାଗଜପତ୍ର ଦେଖିନିଅନ୍ତୁ । ନେହେଲେ ବାଟରେ ଅସୁବିଧାରେ ପଡିବେ । ଆଇନ ଜାଲରେ ଫସନ୍ତୁ ନାହିଁ । ସମସ୍ତ କାର୍ଯ୍ୟ ସଫଳ ହେବ।

ସିଂହ: ଆପଣଙ୍କର କୌଣସି ବନ୍ଧୁ ଆପଣଙ୍କଠାରୁ ଆର୍ଥିକ ସହାୟତା ମାଗିପାରେ । ତାଙ୍କୁ ସାହାଯ୍ୟ କଲେ ଆପଣ ଅସୁବିଧାରେ ସମ୍ମୁଖୀନ ହେବେ । ତେଣୁ ଦେଖି ଚାହିଁ ଖର୍ଚ୍ଚ କରନ୍ତୁ। ମାତାପିତାଙ୍କ ସ୍ୱାସ୍ଥ୍ୟରେ ବୃଦ୍ଧି ହେବ ଓ ଆପଣଙ୍କ ଉପରେ ପ୍ରେମର ବର୍ଷା କରିବେ ।

କନ୍ୟା: ଯାତ୍ରାରେ କୌଣସି ସୁନ୍ଦର ଅପରିଚିତ ବ୍ୟକ୍ତିଙ୍କୁ ଦେଖି ଆପଣ ବହୁତ ଖୁସି ଅନୁଭବ କରିପାରନ୍ତି । ପରିବାରର ଆର୍ଶୀବାଦ ଆପଣଙ୍କ ଉପରେ ସବୁବେଳେ ରହିବ। ପିଲାମାନେ ଖୁସି ଖବର ଦେବେ । ବିଦ୍ୟାର୍ଥୀ ସଫଳ ହେବେ । ନୂଆ କାର୍ଯ୍ୟ ଆରମ୍ଭ କରି ପାରନ୍ତି ।

ତୁଳା: ଆଜି କୌଣସି ପୁରୁଣା ବନ୍ଧୁ ଆପଣଙ୍କୁ ଆର୍ଥିକ ସହାୟତା ମାଗିପାରେ। କିନ୍ତୁ ତାଙ୍କୁ ସାହାଯ୍ୟ କରିବା ଦ୍ୱାରା ଆପଣଙ୍କ ଆର୍ଥିକ ପରିସ୍ଥିତି ଦୁର୍ବଳ ହୋଇପାରେ । ଆପଙ୍କ ଆକର୍ଷଣ ଓ ବ୍ୟକ୍ତିତ୍ୱ କାରଣରୁ ଆପଣଙ୍କୁ କିଛି ନୂଆ ମିତ୍ର ମିଳି ପାରନ୍ତି । ଯିଏ ଆପଣଙ୍କ ଜୀବନରେ ଅଧିକ ଖୁସି ଆଣିଦେବେ । ସର୍ବଦା ଆପଣଙ୍କୁ ସହଯୋଗ କରିବେ ।

ବିଛା: ଆପଣଙ୍କ ଜୀବନସାଥୀ ଆଜି ଉର୍ଜା ଓ ପ୍ରେମରେ ଭରା ରହିବେ । ଆଜି ଦିନ ବହୁତ ବଢ଼ିଆ ହୋଇପାରେ । ସାଙ୍ଗ କିମ୍ବା ଚିହ୍ନା ଲୋକଙ୍କ ସହିତ ବାହାରକୁ ଯାଇ ଚଳଚିତ୍ର ଦେଖିବାର ଯୋଜନା କରିପାରନ୍ତି । ସଂଧ୍ୟାରେ ବୁଲା ବୁଲି କରିବେ । ପରିବାରରେ ଆନନ୍ଦ ଭରି ରହିବ ।

ଧନୁ: ଆପଣଙ୍କ ରାଗ ବଢ଼ି ପାରେ, ଯାହା କାରଣରୁ ପରିବାର ଲୋକ ନିରାଶ ହୋଇ ପାରନ୍ତି । ସେଇ ଲୋକ ମାନେ ବହୁତ ଭାଗ୍ୟଶାଳୀ ଯିଏ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖି ପାରନ୍ତି । ଆପଣଙ୍କର ପିତାଙ୍କର କୌଣସି ଉପଦେଶ ଆଜି ଆପଣଙ୍କୁ ଧନ ଲାଭ କରାଇପାରେ ।

ମକର: କିଣାକିଣିକୁ ନେଇ ଆପଣଙ୍କ ଜୀବନସାଥୀ ସହିତ ବିବାଦ ହୋଇପାରେ । ଏଥିରେ ପରିବାର ଅନ୍ୟ ସଦସ୍ୟ ମଧ୍ୟ ମୁଣ୍ଡ ଭର୍ତ୍ତି କରିବେ। ଯାହା ଦ୍ବାରା ଆପଣ ବେଶୀ ବିରକ୍ତ ହେବେ। ଆଜି ଦିନର ଆରମ୍ଭ ବହୁତ ଭଲ ରହିବ । ଖର୍ଚ୍ଚ ବଢିବ । ପରେ ଏହାକୁ ନେଇ ଚିନ୍ତା ବଢିବ । ଅନ୍ୟ କଳହର ସାମନା କରିବେ ।

କୁମ୍ଭ : କୌଣସି ଦୂର ସମ୍ପର୍କୀୟ ଆଜି ଆପଣଙ୍କ ଘରକୁ ଆସିପାରନ୍ତି, ଯେଉଁଥି ପାଇଁ ଆଜି ଆପଣଙ୍କ ବହୁତ ସମୟ ନଷ୍ଟ ହେବ । ଆଜି ଆପଣଙ୍କ ଘରେ କୌଣସି ଧାର୍ମିକ କାର୍ଯ୍ୟ ହୋଇପାରେ । ଯାହା ଦ୍ବାରା ପରିବାରରେ ଶାନ୍ତି ବଜାୟ ରହିବ । ଛୋଟ ପିଲାମାନେ ଖେଳକୁଦରେ ବ୍ୟସ୍ତ ରହିବେ ।

ମୀନ: ଆଜି ପରିବାରର ବହୁତ ସମସ୍ୟା ଆପଣଙ୍କ ସହିତ ଆଲୋଚନା କରାଗଲେ ମଧ୍ୟ ଆପଣ ଆପଣଙ୍କ କାମରେ ବ୍ୟସ୍ତ ରହିବେ । ପରିବାରକୁ ସମୟ ଦେଇ ପାରିବେ ନାହିଁ ।।ଅବସର ସମୟରେ ନିଜର କୌଣସି ରୁଚିପୂର୍ଣ୍ଣ କରି ସମୟ ଅତିବାହିତ କରିବେ । ମାନସିକ ଶାନ୍ତି ମିଳିବା ନେଇ ଆପଣ ସର୍ବଦା ଚେଷ୍ଟିତ ଥାଆନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+