ଆଜିର ରାଶିଫଳ : ଜାଣନ୍ତୁ କେମିତି ରହିବ ଦିନ
ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡିଆରେ ଆଜିର ରାଶିଫଳ..
ଶିକ୍ଷା,ବ୍ୟବସାୟ ଓ ପ୍ରେମ ପାଇଁ କେମିତି ରହିଛି ରାଶିରେ ଗ୍ରହର ସ୍ଥିତି ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡିଆରେ ଆଜିର ରାଶିଫଳ..

ମେଷ: ଘରୋଇ କାର୍ଯ୍ୟ କଲାବେଳେ ବାସ୍ତବିକତାପୂର୍ଣ୍ଣ ଏବଂ ଗଠନାତ୍ମକ ହେବା ଉଚିତ୍ । ଅନ୍ୟ ମାନଙ୍କ ପ୍ରତି ନମ୍ର ହୁଅନ୍ତୁ । ଆପଣଙ୍କ ଖର୍ଚ୍ଚକୁ ବଜେଟ୍ ଭିତରେ ରଖନ୍ତୁ । ବେକାରିଆ ଖର୍ଚ୍ଚ କରନ୍ତୁ ନାହିଁ । ନିଜ ସ୍ୱାସ୍ଥ୍ୟକୁ ନେଇକି ଅଧିକ ଚିନ୍ତା କରନ୍ତୁ ନାହିଁ,କାରଣ ଆପଣଙ୍କ ରୋଗ ଆହୁରି ଖରାପ ହୋଇ ପାରେ। ଆଜି ଶୀଘ୍ର ଟଙ୍କା ରୋଜଗାର କରିବାକୁ ଇଚ୍ଛା ହେବ । ଘରେ ଉଲ୍ଲାସର ମାହୋଲ ଆପଣଙ୍କ ଚାପ କମ କରିବାରେ ସାହାଯ୍ୟ କରିବ ।
ବୃଷ: ଅର୍ଥ ଲାଭର ସଙ୍କେତ ଅଛି । ଆପଣ ଶକ୍ତି ସାମର୍ଥ୍ୟ ଭରା ହେବେ । ଆପଣ ଆପଣଙ୍କର ପିଲାମାନଙ୍କୁ ସମୟର କିପରି ସଦୁପଯୋଗ କରାଯିବାର ଉପଦେଶ ଦେଇପାରନ୍ତି । ବୈବାହିକ ଜୀବନ ଦୃଷ୍ଟିରୁ ଉତ୍ତମ ଦିନ । ସାଙ୍ଗରେ ଗୋଟେ ଭଲ ସନ୍ଧ୍ୟା ବିତେଇବାର ଯୋଜନା ବନାନ୍ତୁ । ଆପଣଙ୍କ ପିତାଙ୍କ ସହିତ ଆଜି ଆପଣ ବନ୍ଧୁଭାବ ସହ କଥା ହୋଇପାରନ୍ତି । ଏହା ତାଙ୍କୁ ଖୁସି ମଧ୍ୟ ଦେବ ।
ମିଥୁନ: ନିଜ ଉପରେ ନିୟନ୍ତ୍ରଣ ରଖନ୍ତୁ । ନଚେତ୍ କୌଣସି କଥା କହିବା ଦ୍ବାରା ଆପଣ ଅପମାନିତ ହୋଇପାରନ୍ତି, ପ୍ରିୟଜନକୁ ଆଘାତ କରିପାରନ୍ତି। ଏହି ପ୍ରକାର ବିରକ୍ତି ଭାବ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ । ଲୋକଙ୍କ ସହିତ ଅଯଥା ଗପି ଆପଣଙ୍କର ବହୁମୂଲ୍ୟ ସମୟ ଆଜି ବର୍ବାଦ କରନ୍ତୁ ନାହିଁ । ପାରିବାରିକ ବିବାଦ କାରଣରୁ ଆଜି ଆପଣଙ୍କ ବୈବାହିକ ଜୀବନ ପ୍ରଭାବିତ ରହିବ ।
କର୍କଟ: ଆପଣ ଲାଭବାନ ହେବେ ଯାହା ଆପଣଙ୍କ ଖୁସିକୁ ଦ୍ବିଗୁଣିତ କରିପାରେ । ପରିବାର କିମ୍ବା ବନ୍ଧୁ ବର୍ଗ ସହ ବୁଲାବୁଲିରେ ସମୟ ବିତାଇପାରନ୍ତି । ସୁସ୍ବାଦୁ ଭୋଜନ ଖାଇ ଆନନ୍ଦିତ ହେବେ । ପାରିବାରିକ ବିବାଦ କାରଣରୁ ଆଜି ଆପଣଙ୍କ ବୈବାହିକ ଜୀବନ ପ୍ରଭାବିତ ରହିବ ।
ସିଂହ: ଯୁକ୍ତି ତର୍କରେ ଦିନଟି ଅତିବାହିତ ହେବ । ପରିବାର ସହ ମନୋମାଳିନ୍ୟ ହୋଇପାରେ । ଜଗିରଖି କାମ କରନ୍ତୁ । ବିଦ୍ୟାର୍ଥୀ ସଫଳ ହେବେ । ଗୁରୁଜନ ସହଯୋଗ କରିବେ । ଭବିଷ୍ୟତରେ ଆଗକୁ ଯିବାକୁ ପ୍ରୋତ୍ସାହିତ କରିବେ ।
କନ୍ୟା: ଆଜି ଦିନଟି ଖୁସିରେ କଟିବ । ଆପଣଙ୍କ ବ୍ୟବସାୟ ଆରମ୍ଭ କରିବା ସ୍ଵପ୍ନ ଆଜି ସାକାର ହେବ । ବାକି ରହିଥିବା କାମ ଆଜି ସମ୍ପୂର୍ଣ୍ଣ ହେବ । ଦୀର୍ଘ ଦିନର ଆଶା ପୂରଣ ହେବ । ଆପଣଙ୍କ ବନ୍ଧୁ ସହଯୋଗ କରିବେ । ସନ୍ତାନଙ୍କ ଠାରୁ ଖୁସି ଖବର ମିଳିବ । ପତ୍ନୀଙ୍କ ସହିତ ସୁସଂପର୍କ ବଜାୟ ରହିବ ।
ତୁଳା: ଆଜି ଦିନଟି ଶୁଭ ଫଳଦାୟକ । ମାନସିକ ତଥା ଶାରିରୀକ ସୁସ୍ଥତା ବଜାୟ ରହିବ । ଆର୍ଥିକ ସ୍ଥିତି ସୁଦୃ଼ଢ ହେବ । ନିଜର ବନ୍ଧୁ ଓ ପ୍ରିୟଜନଙ୍କ ସହ ଆମୋଦ ପ୍ରମୋଦରେ ସମୟ କଟାଇବେ । ଯେକୌଣସି ଯାତ୍ରା ପାଇଁ ଦିନଟି ଶୁଭ । ମନ ଖୁସିରେ ଯାତ୍ରା କରନ୍ତୁ ।
ବିଛା: ଆଜି ଦିନରେ ଆପଣଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ । କିଛି ସମୟ ମଜାମସ୍ତିରେ ଅତିବାହିତ କରନ୍ତୁ । ପରିବାରବର୍ଗଙ୍କ ସହ ଆନନ୍ଦ ଉଲ୍ଳାସରେ ବୁଲନ୍ତୁ । ଭଲ ପାଉଥିବା ବ୍ୟକ୍ତିଙ୍କ ସାଙ୍ଗରେ ସୁଖଦ ମୂହୁର୍ତ୍ତ ବିତାନ୍ତୁ । ମାନସିକ ଶାନ୍ତି ତଥା ଶାରୀରିକ କ୍ଳାନ୍ତି ଦୂରେଇ ଯିବ । ନିଜ ଲୋକଙ୍କ ଉପସ୍ଥିତି ଯୋଗୁଁ ଖୁସି ଅନୁଭବ କରିବେ ।
ଧନୁ: ଆପଣଙ୍କୁ ସହିବା ଶକ୍ତି ବଢାଇବାକୁ ପଡିବ । ନଚେତ ଆପଣଙ୍କ ନିଜ ଲୋକ ଆପଣଙ୍କୁ ସମାଲୋଚନା କରିପାରନ୍ତି । ଆପଣଙ୍କ ପ୍ରିୟଜନଙ୍କ ପାଇଁ ଭଲ କାମ କରି ଆପଣ ଖୁସି ଅନୁଭବ କରିପାରନ୍ତି । ଦିନଟି ଭଲରେ ବିତିବ ।
ମକର: ବିଦ୍ୟାର୍ଥୀ ମାନେ ବିଦେଶରେ ପଢିବାକୁ ଚେଷ୍ଟା ଚଳାଇଛନ୍ତି । ତେବେ ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ । ଏହି ଇଛା ପୂରଣ ହୋଇପାରେ । ଅଯଥା ଯୁକ୍ତିତର୍କ ହୋଇପାରେ । ହସିବା ପାଇଁ ଆଭ୍ୟାସ କଲେ ଖୁବ୍ ଭଲ ହେବ । ମାନସିକ ଶାନ୍ତି ମିଳିବ ।
କୁମ୍ଭ: ଯଦି ଆପଣ କୌଣସି ନୂଆ ଜିନିଷ ଯୋଜନା କରୁଛନ୍ତି, ସେଥିପାଇଁ ଆଜି ଦିନଟି ଉପଯୁକ୍ତ ନୁହେଁ । ଆପଣଙ୍କ ରାଗ ଉପରେ ନିୟନ୍ତ୍ରନ ରଖନ୍ତୁ । ଯାହା ଫଳରେ ଅଶାନ୍ତି ପରିସ୍ଥିତିର ସାମନା କରିବାକୁ ପଡିବ ନାହିଁ । ଆପଣଙ୍କ ପରିବାର ସହ ଏକ ଭୟଙ୍କର ଯୁକ୍ତି ଆପଣଙ୍କୁ ଅଶାନ୍ତିରେ ରଖି ଦେଇପାରେ । ଆଜି ଆପଣଙ୍କର ଅତ୍ୟଧିକ ଖର୍ଚ୍ଚ ହୋଇପାରେ ।
ମୀନ: ଆପଣଙ୍କର ବ୍ୟବସାୟ ବୃଦ୍ଧି ପାଇବା ସହ ଲାଭବାନ ହେବେ । ବନ୍ଧୁ ଓ ପ୍ରିୟଜନଙ୍କ ଗହଣରେ ଆମୋଦ ପ୍ରମୋଦରେ ସମୟ ଅତିବାହିତ ହେବ । ନୂତନ ବନ୍ଧୁ ତଥା ୠଣ ଦେବ । ଗୋଟିଏ ପାଖା ପାଖି ସ୍ଥାନକୁ ବୁଲିବାକୁ ଯାଇ ହସଖୁସି କରିପାରନ୍ତି ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications