ଦୈନିକ ରାଶିଫଳ: ଆର୍ଥିକ ସ୍ଥିତିରେ ଆସିବ କି ସୁଧାର ?
ପ୍ରେମ, ଶିକ୍ଷା ଓ ବ୍ୟବସାୟ ପାଇଁ କେମିିତି ରହିବ ଆଜିର ଦିନ, ରାଶିରେ କଣ ରହିଛି ଜାଣିବା ପାଇଁ ପଢନ୍ତୁ ୱାନ ଅଣ୍ଡିଆ ଓଡିଆରେ ଆଜିର ରାଶିଫଳ...
ପ୍ରେମ, ଶିକ୍ଷା ଓ ବ୍ୟବସାୟ ପାଇଁ କେମିିତି ରହିବ ଆଜିର ଦିନ, ରାଶିରେ କଣ ରହିଛି ଜାଣିବା ପାଇଁ ପଢନ୍ତୁ ୱାନ ଅଣ୍ଡିଆ ଓଡିଆରେ ଆଜିର ରାଶିଫଳ...

ମେଷ: ଅର୍ଥ ଅବସ୍ଥାରେ ଉନ୍ନତି ହେବ । ପରିବାରର କୌଣସି ସଦସ୍ୟଙ୍କ ବ୍ୟବହାର ଆପଣଙ୍କୁ ବ୍ୟଥିତ କରିପାରେ । ଆପଣ ତାଙ୍କ ସହିତ ଭଲରେ କଥାହେବା ଆବଶ୍ୟକ । ଯଦି ଆପଣଙ୍କୁ ଲାଗୁଛି ଯେ ଆପଣଙ୍କ ପ୍ରେମୀ ଆପଣଙ୍କ ମନ କଥା ବୁଝୁନାହିଁ, ତେବେ ସେଥିପାଇଁ ବ୍ୟସ୍ତ ନ ହୋଇ ସେଥିପାଇଁ ସମୟ ଦିଅନ୍ତୁ ଏବଂ ନିଜ ହୃଦୟର କଥା ସ୍ପଷ୍ଟ ଭାବରେ ବ୍ୟକ୍ତ କରନ୍ତୁ ।
ବୃଷ: ଆଜି ଯିଏ ବି ଆପଣଙ୍କ ସହିତ ମିଶିବେ ତାଙ୍କ ସହିତ ବିନମ୍ର ଓ ସୁଖଦ ବ୍ୟବହାର ରଖନ୍ତୁ । ବହୁତ କାମ ଲୋକ ହିଁ ଆପଣଙ୍କ ଏହି ଆକର୍ଷକ ଚରିତ୍ରର ରହସ୍ୟ ଜାଣି ପାରିବେ । ଆପଣଙ୍କ ଜୀବନ ସାଥୀ ଆପଣଙ୍କୁ କୌଣସି ସୁନ୍ଦର ଉପହାର ଦେଇପାରନ୍ତି । ଯାହାକୁ ପାଇ ଆପଣଙ୍କ ଆନନ୍ଦର ସୀମା ରହିବ ନାହିଁ ।
ମିଥୁନ: ଆପଣଙ୍କ ଅର୍ଥ ଅବସ୍ଥାରେ ଉନ୍ନତି ହୋଇପାରେ । ପାରିବାରିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ । ପାରିବାରିକ ଦାୟିତ୍ଵକୁ ଅଣଦେଖା କଲେ ସମସ୍ତଙ୍କର କ୍ରୋଧର କେନ୍ଦ୍ର ବନିବେ । ସାବଧାନ ରୁହନ୍ତୁ । ପିଲାମାନଙ୍କ ଦୁଷ୍ଟାମୀ ବଢିବ । ଯାହାଦ୍ବାରା ଆପଣ ଚିନ୍ତିତ ହେବେ ।
କର୍କଟ : ଆଜି ଆପଣ ଅଳସୁଆ ହୋଇ ଶଯ୍ୟାତ୍ୟାଗ କରିବାକୁ କୁଣ୍ଠାବୋଧ କରିବେ । ପରେ କିନ୍ତୁ ଆପଣ କିଭଳି ସମୟ ନଷ୍ଟ କରିଛନ୍ତି ସେ କଥା ଭାବି ଅନୁତାପ କରିବେ । ଆପଣ ଦୁନିଆରେ ସବୁଠୁ ଧନୀ ଅନୁଭବ କରିବେ। ଆପଣଙ୍କ ଜୀବନସାଥୀର ବ୍ୟବହାର ଆପଣଙ୍କୁ ଏପରି ଅନୁଭବ କରେଇବ ।
ସିଂହ: ଯଦି ଆଜି ବାହାରକୁ ଯିବାର ଯୋଜନା ଅଛି ତାହେଲେ ଆଜି ବହୁତ ହସ ଖୁସିରେ ସବୁ କିଛି କଟିବ । ଭାବି ଚିନ୍ତିକି ନିବେଶ କରନ୍ତୁ । ଦରକାର ସମୟରେ ଆପଣଙ୍କ ଜୀବନସାଥୀ ଆପଣଙ୍କ ପରିବାର ତୁଳନାରେ ନିଜର ପରିବାର ଲୋକଙ୍କୁ ବେଶୀ ଗୁରୁତ୍ୱ ଦେବା ଦେଖା ଯିବେ । ଆପଣ ତାଙ୍କୁ ବୁଝିବାକୁ ଚେଷ୍ଟା କରନ୍ତୁ ।
କନ୍ୟା: ଆପଣଙ୍କ ଉତ୍ସାହ ସକରାତ୍ମକ ପରିଣାମ ଆଣିବେ । ଘରୋଇ ବିବାଦ ଦୂର କରିବାରେ ସାହାଯ୍ୟ କରିବେ । କୌଣସି ଛୋଟମୋଟ କଥାକୁ ନେଇ ଆପଣଙ୍କ ଓ ଆପଣଙ୍କ ପ୍ରିୟ ମଧ୍ୟରେ କଳହ ହୋଇପାରେ । ଆପଣଙ୍କର ସବୁ ଜିନିଷ ପାଇବାର ଖୁବ ଯୋଗ୍ୟତା ଅଛି, ତେଣୁ ଯାହା ମୌକା ମିଳିବ ତାକୁ ଆପଣାନ୍ତୁ ।
ତୁଳା: ଆଜି ଆପଣ ନିଜକୁ ନୂଆ ରୂପରେ ପାଇବେ । ଆପଣଙ୍କ ଅର୍ଥ ଲାଭର ଯୋଗ ରହିଛି। ଆପଣ ନିବେଶ କରିଥିବା ଅର୍ଥ ଯୋଗୁଁ ଲାଭ ମିଳିବ । ଆପଣଙ୍କ ପ୍ରିୟାଙ୍କର ଖାମଖିଆଲ ଭାବ ଆପଣଙ୍କୁ ହଇରାଣ କରିପାରେ । ସେ କେବେ ପରିବର୍ତ୍ତନ ହେବେ ନାହିଁ ।
ବିଛା : କୌଣସି ଏକ ବକୃକ୍ତା ପ୍ରତିଯୋଗୀତାରେ ଭାଗ ନେଇ ପାରନ୍ତି। ଏହା ଦ୍ବାରା ନୂତନ ବିଚାର ପ୍ରାପ୍ତ କରି ପାରିବେ । ଆଜି ଆପଣଙ୍କ ପ୍ରେମୀଙ୍କ ସହିତ ସମୟ କଟାଇପାରିବେ ଓ ତାଙ୍କୁ ନିଜର ଭାବନା ପ୍ରକାଶ କରିପାରିବେ । ଆପଣଙ୍କ ଜୀବନସାଥୀଙ୍କ କାରଣରୁ ଆପଣଙ୍କୁ ମାନସିକ ଅଶାନ୍ତିର ସମ୍ମୁଖୀନ ହେବାକୁ ପଡ଼ିପାରେ ।
ଧନୁ : ଆପଣଙ୍କ ଉଦାର ସ୍ଵଭାଵ ଆପଣଙ୍କ ପାଇଁ ଖୁସି ମୁହୂର୍ତ୍ତ ଆଣିଦେବ। ଆପଣଙ୍କର ଆଚରଣ ଯୋଗୁଁ ପରିବାର ଲୋକ ଓ ଜୀବନ ସାଥୀ ଅପମାନିତ ହୋଇପାରନ୍ତି । ଯେଉଁମାନେ ନିଜ ପ୍ରିୟ ସହ ଯାତ୍ରା କରୁଛନ୍ତି ସେମାନଙ୍କ ପାଇଁ ଏହା ଅତି ସ୍ମରଣୀୟ କ୍ଷଣ । ଆଜି ଆପଣ କାର୍ଯ୍ୟକ୍ଷେତ୍ରରେ ଜଣେ ଉତ୍ତମ ବ୍ୟକ୍ତିଙ୍କୁ ଦେଖା କରିବେ ।
ମକର: ଆପଣଙ୍କ ଆକର୍ଷିତ ବ୍ୟବହାର ଅନ୍ୟ ମାନଙ୍କ ଧ୍ୟାନ ଆପଣଙ୍କ ଆଡକୁ ଟାଣିବ । ଆଜି ଭିନ୍ନ ଉପାୟରେ ବେଶୀ ଟଙ୍କା ରୋଜଗାର କରନ୍ତୁ । ଭବିଷ୍ୟତରେ ଏହି ଟଙ୍କା କାମରେ ଆସିବ। ଆପଣଙ୍କ ପ୍ରିୟଜନଙ୍କ ପାଇଁ ଯାହା ବି କଲେ ସେମାନେ ଆପଣଙ୍କଠୁ ବିଶେଷ ଖୁସି ହେବେନି ।
କୁମ୍ଭ : ନିଜର ଉନ୍ନତି କଥା ଭାବିବେ । ଯଦି ଆପଣ ନିଜର ଲକ୍ଷକୁ ପାଇବା ପାଇଁ ଏକାଗ୍ରତ ହୋଇ ଧ୍ୟାନ କେନ୍ଦ୍ରିତ କରିବେ ତାହେଲେ ଆପଣଙ୍କ ଉପଲବ୍ଧି ଆପଣଙ୍କ ଆଶା ଠୁ ଅଧିକ ମିଳିବ । ଆଜି ଯେତେ ଗହଳି ହେଲେ ମଧ୍ୟ ଆପଣ ଆପଣଙ୍କ ପାଇଁ ସମୟ ବାହାର କରିବାରେ ସକ୍ଷମ ହୋଇପାରିବେ । ଆପଣଙ୍କ ଦିନଟି ଭଲରେ ଯିବ।
ମୀନ: ଦିନ ଟି ଭଲରେ ବିତିବ । ନିଜ ସ୍ୱାସ୍ଥ୍ୟକୁ ଅବହେଳା କରନ୍ତୁ ନାହିଁ। ଆଜି ଘରୁ ବାହାରିବା ବେଳେ ଗୁରୁଜନମାନଙ୍କର ଆଶୀର୍ବାଦ ନେଇ ବାହାରନ୍ତୁ । ଏହାଦ୍ୱାରା ଧନ ଲାଭ ହୋଇପାରେ । ସ୍ୱାଦିଷ୍ଟ ଖାଦ୍ୟ ଖାଇବାର ଯୋଗ ରହିଛି । ବନ୍ଧୁ ଘରକୁ ବୁଲି ଯାଇ ପାରନ୍ତି। ଆପଣଙ୍କୁ ଗୁରୁଜନଙ୍କ ସ୍ନେହ ମିଳିବ । ବ୍ୟସ୍ତ ବହୁଳ ଜୀବନରେ ସେମାନଙ୍କ ସହିତ ସମୟ ବିତାଇ ଖୁସି ହେବେ ।












Click it and Unblock the Notifications