ଆଜିର ରାଶିଫଳ : ଶୁଭଦାୟକ ହେବ କି ଆପଣଙ୍କ ଦିନ,ଜାଣନ୍ତୁ
ଦୈନିକ ରାଶିଫଳ ପଢନ୍ତୁ । ଜାଣନ୍ତୁ କଣ ରହିଛି 12 ଟି ରାଶିରେ ।
ଦିନ କିପରି ଯିବ ? କେଉଁ କାର୍ଯ୍ୟକଳାପ ଗୁଡିକ ଗ୍ରହଣ କରାଯାଇପାରିବ ଏବଂ ଯାହାକୁ ଏଡାଇବା ଉଚିତ ? ଯାହା ଦ୍ୱାରା ଆପଣ ଆବଶ୍ୟକ ସତର୍କତା ଅବଲମ୍ବନ କରିପାରିବେ କିମ୍ବା ବାଧାଦୂର କରିବା ପାଇଁ ପ୍ରତିକାର କରିପାରିବେ, ସେନେଇ ୱାନ ଇଣ୍ଡିଆ ଓଡିଆରେ ପଢନ୍ତୁ ଆଜିର ରାଶିଫଳ ....

ମେଷ: ସମସ୍ତଙ୍କୁ ସାହାଯ୍ୟ କରିବାର ଇଚ୍ଛାନୁକୂଳତା ଯୋଗୁଁ ଆଜି ଆପଣ ବହୁତ ଥକା ଓ କ୍ଳାନ୍ତିକର ଅନୁଭବ କରିବେ ।। ଧନ ଆଜି ଆପଣଙ୍କ ହାତରେ ରହିବ ନାହିଁ। ସେଥିପାଇଁ ଆପଣଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିବ । କାହା ସହିତ ନୂତନ ଯୋଜନା କିମ୍ବା ଭାଗିଦାରୀ ଜଡିତ ବ୍ୟବସାୟକୁ ଆରମ୍ଭ କରିବାଠୁ ପରିହାର କରନ୍ତୁ । ଆପଣ ଟିକେ ଶାନ୍ତ ହୋଇ ଏକାକୀ ରହିବାକୁ ବେଶୀ ପସନ୍ଦ କରିବେ । ଆପଣଙ୍କୁ ଖୁସିରେ ଭରା ବୈବାହିକ ଜୀବନର ମହତ୍ୱ ଅନୁଭବ ହେବ ।
ବୃଷ: ଭଲ ଭାବରେ ଆରାମ କରନ୍ତୁ । ବହୁତ ଦିନରୁ ଅଟକି ଥିବା ଅର୍ଥ ଆଜି ମିଳିବା ଯୋଗୁଁ ଅର୍ଥ ଅବସ୍ଥାରେ ଉନ୍ନତି ହେବ। ଆପଣଙ୍କ ବ୍ୟକ୍ତିଗତ ଜୀବନରେ କିଛି ବିଶେଷ ଘଟିବ, ଯାହା ଆପଣ ଓ ଆପଣଙ୍କ ପରିବାର ଲୋକଙ୍କ ପାଇଁ ଖୁସି ନେଇ ଆସିବ। ବଡ ମାନଙ୍କର ଆର୍ଶୀବାଦ ରହିବ ।
ମିଥୁନ: ଆପଣଙ୍କ ଉଦାର ସ୍ଵଭାଵ ଆପଣଙ୍କ ପାଇଁ ଅନେକ ଗୁଡ଼େ ଖୁସି ମୁହୂର୍ତ୍ତ ନେଇକି ଆସିବ । ଏହି ରାଶିର ଯେଉଁ ବ୍ୟକ୍ତିମାନେ ବିଦେଶରେ ବ୍ୟାପାର କରୁଛନ୍ତି ସେମାନଙ୍କୁ ବିଶେଷ ଭାବରେ ଧନପ୍ରାପ୍ତି ହେବ । ଦେଖା ଗଲେ ଆଜି ଦିନଟା ଭଲ କାଟିବ । କିନ୍ତୁ ଯାହା ଉପରେ ଆପଣ ଆଖି ବନ୍ଦ କରିକି ବିଶ୍ୱାସ କରୁଛନ୍ତି , ସିଏ ଆପଣଙ୍କ ବିଶ୍ୱାସରେ ବିଷ ମିଶେଇ ପାରେ । ଆଜି ଆପଣ ଜଣେ ବିଶେଷ ବ୍ୟକ୍ତିଙ୍କୁ ଦେଖା କରି ପାରନ୍ତି ଓ ଆପଣଙ୍କ ମନ ଖୁସିରେ ଭାରି ଉଠିବା ।
କର୍କଟ: ଏହି ରାଶିର ବ୍ୟକ୍ତିମାନଙ୍କୁ ଆଜି ଜମିଜମା ମାମଲାରେ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ । ଘର ପଟୁ ଅସୁବିଧା ବଢି ବଢି ଚାଲିବ ତେଣୁ ଭାବି ଚିନ୍ତିକି କଥା କରନ୍ତୁ । ଯାହାକୁ ଆପଣ ପସନ୍ଦ କରନ୍ତି, ତାଙ୍କ ସହିତ ଆପଣଙ୍କ କଠୋର ବ୍ୟବହାର ଆପଣଙ୍କ ସମ୍ବନ୍ଧରେ ଦୂରତା ବଢ଼େଇପାରେ। ଏନେଇ ବିବାଦ ଲାଗିପାରେ । ସାବଧାନ ରହିବା ସହିତ ନିଜର କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ।
ସିଂହ: ଜୀବନସାଥୀଙ୍କ କାରଣରୁ ଆପଣଙ୍କୁ ନିଜ ଇଚ୍ଛା ବିରୁଦ୍ଧରେ ବାହାରକୁ ଯିବାକୁ ପଡ଼ିପାରେ, ଯାହା ପରେ ଆପଣଙ୍କ ବିରକ୍ତ ହେବାର କାରଣ ହୋଇ ପାରେ । ନକ୍ଷେତ୍ର କହୁଛନ୍ତିକି ଆଜି ଆପଣ ନିଜର ଦିନ ଟିଭି ଦେଖିବାରେ ବିତାଇବେ । ପରିବାର ସହିତ ଦିନ କାଟିବେ । କିଛି ନୂଆ ବହି ପଢିବେ ।
କନ୍ୟା: ଆଜି ଆପଣଙ୍କ ଘରର କୌଣସି ସଦସ୍ୟ ଆପଣଙ୍କ ବିରୁଦ୍ଧରେ କଥା କହିପାରନ୍ତି । ଏହାଦ୍ୱାରା ଆପଣଙ୍କର ଭାବନା ଆହତ ହୋଇପାରେ । ଆପଣ ଏନେଇ ବେଶୀ ଦୁଃଖି ହେବେ । କାହାକୁ ମନର କଥା କହି ପାରିବେ ନାହିଁ । ଦିନଟି ଭଲରେ ବିତିବ ନାହିଁ । ନୂତନ ଭାଗିଦାରୀ କରିବା ଆପଣଙ୍କ ପାଇଁ ଫଳଦାୟୀ ରହିବ ଅନ୍ୟକୁ ବୁଝେଇବାର ଶକ୍ତିର ଲାଭ ଉଠାନ୍ତୁ, ତାହା ଉନ୍ନତି କରିବାରେ ସାହାଯ୍ୟ କରିବ । ଆଜି ଆପଣ ନିଜର ଜୀବନର କିଛି ସ୍ମରଣୀୟ ସନ୍ଧ୍ୟା ଭିତରୁ ଗୋଟେ ନିଜର ଜୀବନ-ସାଥୀ ସହିତ ବିତାଇ ପାରନ୍ତି ।
ତୁଳା: ଧନଲାଭର ଆଜି ବହୁତ ସମ୍ଭାବନା ଅଛି । ନୂତନ ଜିନିଷ ଉପରେ ଧ୍ୟାନ ଲଗାନ୍ତୁ ଓ ସବୁଠୁ ଭଲ ସାଙ୍ଗଠୁ ସାହାଯ୍ୟ ନିଅନ୍ତୁ । ବୈବାହିକ ଜୀବନରେ ସବୁ ଅସୁବିଧା ପରେ ବି ଆପଣ ଓ ଆପଣଙ୍କ ଜୀବନସାଥୀ ପୁଣି ଠାରେ ପ୍ରେମର ଗଭୀରତା ଅନୁଭବ କରିବେ । ଦିନଟି ମୋଟା ମୋଟି ଭାବେ ଭଲରେ ବିତିବ ।
ବିଛା: ଆପଣଙ୍କ ସବୁଠୁ ବଡ ସ୍ବପ୍ନ ସତରେ ବଦଳି ପାରେ । ଆପଣଙ୍କୁ ଆପଣଙ୍କ ଶେଷ ସମୟ ଛୁଆଙ୍କ ସହିତ ଖର୍ଛ କରିବା କଥା, ତାହା ପାଇଁ ଆପଣଙ୍କୁ କିଛି ବିଶେଷ ବି କରିବାକୁ ପଡି ପାରେ । ପ୍ରେମର ଦୃଷ୍ଟିରୁ ଏହା ଉତ୍ତମ ଦିନ । କୌଣସି ଅଯଥା କଳହ ବା ଦ୍ଵନ୍ଦରେ ପଡନ୍ତୁ ନାହିଁ । ଆପଣଙ୍କ ଜୀବନ ସାଥୀଙ୍କ ସ୍ୱାସ୍ଥ୍ୟ କାରଣରୁ ଆପଣ ଚିନ୍ତାରେ ପଡ଼ି ପାରନ୍ତି ।
ଧନୁ: ଦିନଟି ପୁରା ଟେନସନରେ ବିତିବ। ଅଫିସରେ ଅଧିକ କାମ ପଡିବ । ଯାହାକୁ ନେଇ ଆପଣ ଚିନ୍ତାରେ ପଡିବେ । ଆପଣଙ୍କର କୌଣସି ସହକର୍ମୀ ଆପଣଙ୍କର ମୂଲ୍ୟବାନ ବସ୍ତୁ ଚୋରି କରିପାରେ ସେଥିପାଇଁ ସାବଧାନ ରୁହନ୍ତୁ ଓ ମୂଲ୍ୟବାନ ସାମଗ୍ରୀକୁ ଯତ୍ନର ସହିତ ରଖନ୍ତୁ । ଯଦି ଆପଣ ପାର୍ଟି କରିବା ବିଷୟରେ ଭାବୁଛନ୍ତି, ତାହେଲେ ନିଜର ସାଙ୍ଗସାଥୀଙ୍କୁ ନିମନ୍ତ୍ରଣ ଦିଅନ୍ତୁ ।
ମକର: ବିଦେଶକୁ ଯାଇ ଶିକ୍ଷା ଅର୍ଜନ କରିବାପାଇଁ ଚାହୁଁଥିବା ଛାତ୍ର ଛାତ୍ରୀ ମାନଙ୍କୁ ଆଜି ଘରର ଆର୍ଥିକ ସଙ୍କଟ ବ୍ୟସ୍ତ କରିପାରେ । ଦେଖା ଗଲେ ଆଜି ଦିନଟା ଭଲ କଟିବ । କିନ୍ତୁ ଯାହା ଉପରେ ଆପଣ ଆଖି ବନ୍ଦ କରିକି ବିଶ୍ୱାସ କରୁଛନ୍ତି , ସିଏ ଆପଣଙ୍କ ବିଶ୍ୱାସରେ ବିଷ ମିଶେଇ ପାରେ । ଦିନଟି ମଧ୍ୟମ ଧରଣର ରହିବ।
କୁମ୍ଭ: ଆପଣ କୌଣସି ପୁରୁଣା ରୋଗଠୁ ମୁକ୍ତି ପାଇବେ । ଆଜି ଆପଣ ଆପଣଙ୍କ ଧନ ଧାର୍ମିକ କାର୍ଯ୍ୟରେ ଲଗାଇପାରନ୍ତି । ଏତଦ୍ୱାରା ଆପଣଙ୍କୁ ମାନସିକ ଶାନ୍ତି ମିଳିବ । ଆଜି ଆପଣ ପ୍ରେମ ଭାବରେ ରହିବେ, ଯାହା କାରଣରୁ ନିଜର ପ୍ରିୟ ସହିତ କିଛି ଭଲ ସମୟ ଭୟାତୀତ କରିବାର ଯୋଜନା କରି ପାରନ୍ତି । ଆଜି ଆପଣ ସବୁ କାମଦାମ ଛାଡି ପରିବାର ସହିତ ସମୟ କାଟିବାକୁ ପସନ୍ଦ କରିବେ ।
ମୀନ: କିଛି ଲୋକଙ୍କ ପାଇଁ ପରିବାରରେ ଖୁସି ଖବର ଆସିପାରେ। ଜୀବନର ଅଡୁଆ ସମାଧାନ କରିବା ପାଇଁ ନିଜକୁ ହିଁ ପ୍ରୟାସ କରିବା ଆବଶ୍ୟକ । ଅନ୍ୟମାନେ କେବଳ ଆପଣଙ୍କୁ ଉପଦେଶ ବା ତାଙ୍କର ମତ ଦେଇପାରନ୍ତି । ଏହାକୁ ଗ୍ରହଣ କରି କାର୍ଯ୍ୟରେ ଲଗାଇବାକୁ ଚେଷ୍ଟା କରନ୍ତୁ । ନଚେତ ଅସୁବିଧାରେ ପଡିବେ ।












Click it and Unblock the Notifications