ଆଜିର ରାଶିଫଳ: ପ୍ରେମ ପାଇଁ ରହିବ କି ଦିନ ଟି ଉପଯୋଗୀ ?
ଶିକ୍ଷା, ପ୍ରେମ ଓ ପରିବାର, ବ୍ୟବସାୟ ପାଇଁ କେମିତି ରହିଛି ଦିନ? ରାଶିରେ କେଉଁ କଣ ରହିଛି ଗ୍ରହର ପ୍ରଭାବ? ଏସବୁ ବିଷୟରେ ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡ଼ିଆରେ ଆଜିର ରାଶିଫଳ ...
ଶିକ୍ଷା, ପ୍ରେମ ଓ ପରିବାର, ବ୍ୟବସାୟ ପାଇଁ କେମିତି ରହିଛି ଦିନ? ରାଶିରେ କେଉଁ କଣ ରହିଛି ଗ୍ରହର ପ୍ରଭାବ? ଏସବୁ ବିଷୟରେ ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡ଼ିଆରେ ଆଜିର ରାଶିଫଳ ...

ମେଷ: ଆଜିର ଦିନ ଆପଣଙ୍କ ସପକ୍ଷରେ ରହିବ ନାହିଁ । ତେଣୁ କିଛି ନୂଆ କାମ ଆରମ୍ଭ କରନ୍ତୁ ନାହିଁ। ଆପଣ ନିଜର କଥାବଳରେ କାହାକୁ ବି ଆକର୍ଷିତ କରିପାରିବେ । ଜୀବନରେ ଶାନ୍ତି ବଜାୟ ରହିବ । ଅର୍ଥ କୌଣସି ପରିବାରର ସଦସ୍ୟ କିମ୍ବା ବନ୍ଧୁଙ୍କ ଠାରୁ ଲାଭ ହେବାର ଯୋଗ ରହିଛି। ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବ। ଅନେକ ଦିନରୁ ଚେଷ୍ଟା କରୁଥିବା ନୂତନ ପ୍ରେମ ସଂପର୍କ ସ୍ଥାପନ ହୋଇପାରେ । ଏହା ଆପଣଙ୍କୁ କିଛି କ୍ଷଣ ପାଇଁ ଆନନ୍ଦିତ କରିପାରେ । କିନ୍ତୁ ଏହା ବେଶୀ ଦିନ ଚାଲି ନପାରେ।
ବୃଷ: ଆଜି ଆପଣଙ୍କ ଦିନ ଭଲରେ ବିତିବ । ଦୂର ସଂପର୍କୀୟଙ୍କ ସହିତ ଫୋନ ମାଧ୍ୟମରେ କଥା ହୋଇ ଭଲ ଖବର ଲାଭ କରିବେ । ସମସ୍ତ ଦିଗରୁ ମାନସିକ ଚାପ ଏବଂ ବ୍ୟସ୍ତତା ଭିତରେ ରହିବେ। ଛାତ୍ରଛାତ୍ରୀ ମାନେ ସଫଳ ହେବେ। ପ୍ରେମିକାଙ୍କ ସହ ବୁଲି ଯିବେ । ଅନେକ ଅଜଣ କଥା ଦୁହେଁ ଦୁଇ ଜଣଙ୍କ ବିଷୟରେ ଜାଣିବେ ।
ମିଥୁନ: ଆଜି କୌଣସି ଦୁର୍ଘଟଣାର ଶିକାର ହୋଇ ପାରନ୍ତି । ଏଥିପାଇଁ ସତର୍କ ରୁହନ୍ତୁ । କିଛି ଅପ୍ରୀତିକର ଘଟଣା ଘଟିପାରେ। ଶାରୀରିକ ଓ ମାନସିକ ଦୁଶ୍ଚିନ୍ତା ଲାଗିରହିବ । ଜୀବନ ସାଥୀଙ୍କ ସହିତ କଳହ ହୋଇପାରେ। ଏନେଇ ଚିନ୍ତା ବଢିବ । ସନ୍ତାନ ମାନେ ବେଶୀ ବିରକ୍ତ କରି ପାରନ୍ତି ।
କର୍କଟ: ଆଜି ଆପଣ ନିଜର ପରିବାରର ସହ ସମୟ କାଟିବେ । ଅର୍ଥ ପ୍ରାପ୍ତି ଯୋଗ ରହିଛି । ବ୍ୟବସାୟୀମାନେ ବ୍ୟବସାୟରେ ଲାଭବାନ ହେବେ। ପ୍ରିୟଜନଙ୍କ ସହ ଦୂରସ୍ଥାନକୁ ଯାତ୍ରା କରିବେ। ମାନସିକ ଶାନ୍ତି ମିଳିବ । କିଛି ନୂଆ ପୁସ୍ତକ କିଣି ପଢିବା ଆରମ୍ଭ କରି ପାରନ୍ତି ।
ସିଂହ: ଆଜି ଦିନଟି ଶୁଭଙ୍କର ନୁହେଁ । ଅଫିସରେ ମଧ୍ୟ ଆପଣ ନିଜ କାର୍ଯ୍ୟକୁ ଉପରିସ୍ଥ ଅଧିକାରୀ ପସନ୍ଦ କରିବେ ନାହିଁ। ଏନେଇ ଆପଣ ଅଧିକ ଟେନସନରେ ରହିବେ । କେହି ବନ୍ଧୁ ମାନସିକ ସହାୟତା ପାଇଁ ଆସି ପାରିବେ ନାହିଁ । ଆପଣ ଘରେ ବାହାରେ ଅନ୍ୟମନସ୍କ ଏବଂ ବିଚଳିତ ରହିବେ ।
କନ୍ୟା: ଆଜିର ଦିନଟି ଭଲ ରହିବ ନାହିଁ । କିନ୍ତୁ ନିଜ ସନ୍ତାନଙ୍କର ଅଳି ଅର୍ଦ୍ଦଳି ଯୋଗୁଁ ଆପଣ ନିଜର କାର୍ଯ୍ୟରେ ମନୋନିବେଶ କରିପାରିବେନି । ଅର୍ଥହାନୀ ହୋଇପାରେ। ଦେଖି ଚାହିଁ ଚଳିବା ପରେ ମଧ୍ୟ ଅର୍ଥହାନୀ ହେବା ନିଶ୍ଚିତ । ବ୍ୟବସାୟରେ ଲାଭ ମିଳିପାରେ । ବିଦ୍ୟାର୍ଥୀ ନୂଆ ପାଠ ପଢିବା ନେଇ ସ୍ଥିର କରିବେ ।
ତୁଳା: ମନ ଭଲ ରହିବ ନାହିଁ । ପାରିବାରିକ ଜୀବନରେ ଶାନ୍ତିରେ କଟିବ । ଯୁକ୍ତିତର୍କରୁ ଦୁରେଇ ରୁହନ୍ତୁ । ନଚେତ ଆପଣଙ୍କ ମାନ ସମ୍ମାନ ହାନି ହେଇପାରେ । ଅଯଥା ଲୋକ ଆପଣଙ୍କୁ ଖରାପ ଭାବି ପାରନ୍ତି ।
ବିଛା: ଆଜି ଦିନଟି ଆପଣଙ୍କ ପାଇଁ ଶୁଭଦିନ । ନୂତନ କାର୍ଯ୍ୟ ଶୁଭାରମ୍ଭ କରନ୍ତୁ । ମାନସିକ ସ୍ତରରେ ଶାନ୍ତିରେ ବିତିବ । ବନ୍ଧୁ ଲିଷ୍ଟରେ ନୂଆ ଲୋକ ଯୋଡି ହେବେ । ବାହାରକୁ ବୁଲି ଯାଇ ପାରନ୍ତି । ପ୍ରେମିକାଙ୍କ ସହିତ କ୍ବାଲିଟି ଟାଇମ ବିତେଇବେ ।
ଧନୁ: ମନରେ ଦ୍ୱିଧା ରଖି କାମ କରନ୍ତୁ ନାହିଁ। ଯଦି କିଛି ସମସ୍ୟା ରହିଛି ସମାଧାନ ଶୀଘ୍ର କରନ୍ତୁ । ପାରିବାରିକ ଅଶାନ୍ତି ଲାଗି ରହିବ । ନିଜର ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସାରିବା ପାଇଁ ଆପଣ କଷ୍ଟ ସ୍ୱୀକାର କରିପାରନ୍ତି । କଷ୍ଟ କରିବା ପାଇଁ ପଡିବ । ନଚେତ ଅସୁବିଧାର ସମ୍ମୁଖୀନ ହେବେ ।
ମକର: ଆଜିର ଆପଣଙ୍କର ପାଇଁ ଭଲ ଦିନ । କାର୍ଯ୍ୟାଳୟରେ ସହକର୍ମୀଙ୍କ ସହ ସଂପର୍କ ଅତୁଟ ରହିବ । ବୃତ୍ତିରେ ନିଜର କର୍ମଦକ୍ଷତା ଯୋଗୁଁ ପ୍ରିୟଭାଜନ ହେବେ । ଉପରିସ୍ଥ କର୍ମଚାରୀଙ୍କ ଶୁଭଦୃଷ୍ଟି ପଡିବ। ପଦୋନ୍ନତି ମିଳିବା ସମ୍ଭାବନା ରହିଛି । ଏନେଇ ଆପଣ ଖୁସି ରହିବେ ।
କୁମ୍ଭ: ଅଧିକ ଖର୍ଚ୍ଚ ହୋଇପାରେ । ଆପଣଙ୍କ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ନଚେତ୍ ବଡ ଅଯଥା ଅଶାନ୍ତିର ସାମନା କରିବାକୁ ହେବ । ସନ୍ତାନଙ୍କ ପାଠପଢା ପାଇଁ ଆପଣଙ୍କୁ ଚିନ୍ତା ଘାରିବ । ବ୍ୟବସାୟରେ କ୍ଷତି ସହିବେ । ଯେତେ ଚେଷ୍ଟା କଲେ ବି ଚିନ୍ତା ଦୂର ହେବ ନାହିଁ ।
ମୀନ: ବ୍ୟବସାୟରେ ଲାଭ ହେବ । ବିଜନେସ ପାର୍ଟନର ସାହାଯ୍ୟ କରିବେ । ମାନସିକ ଓ ଶାରୀରିକ କଷ୍ଟରୁ ବଞ୍ଚାଇବେ । ନିଜର କାମ ଯୋଗୁଁ ଆପଣ ଆନନ୍ଦିତ ହେବେ । ଆଜି ଆପଣ ନୂତନ ବନ୍ଧୁ ସୃଷ୍ଟି କରିପାରନ୍ତି ଯାହାକି ଭବିଷ୍ୟତରେ ଆପଣଙ୍କୁ ଉପକୃତ କରାଇବାରେ ସାହାଯ୍ୟ କରିବେ। ଛାତ୍ରଛାତ୍ରୀ ପରିଶ୍ରମୀ ହେବେ। ଅଧିକ ସମୟ ପାଠ ପଢାରେ ନିବେଶ କରିବେ । ଗୁରୁଜନଙ୍କ ଆର୍ଶୀବାଦ ରହିବ ।












Click it and Unblock the Notifications