For Quick Alerts
Turn On Notification  
For Daily Alerts
Oneindia App Download

ଆଜିର ରାଶିଫଳ : କେମିତି ରହିବ ଆପଣଙ୍କ ଦିନ, ଜାଣନ୍ତୁ

ଦୈନିକ ରାଶିଫଳ ପଢନ୍ତୁ । ଜାଣନ୍ତୁ କଣ ରହିଛି 12 ଟି ରାଶିରେ ।

|

ପ୍ରେମ, ବ୍ୟବସାୟ ଓ ଭବିଷ୍ୟତ ପାଇଁ କଣ କହୁଛି ଆପଣଙ୍କ ରାଶି, ଏନେଇ ପଢନ୍ତୁ ୱାନ ଇଣ୍ଡିଆ ଓଡିଆରେ ଆଜିର ରାଶିଫଳ...

astrology

ମେଷ: ସଂଚୟର କଳା ଆଜି ଆପଣ ଶିଖିବେ । ଶିକ୍ଷା କ୍ଷେତ୍ରରେ ଆହୁରି ଆଗକୁ ବଢିବେ । ପରିବାର ଲୋକଙ୍କ ସହିତ ଶାନ୍ତି ଓ ଆରାମରେ ଦିନର ମଜା ଉଠାନ୍ତୁ । ଆଜି ଦିନଟି ଭଲରେ ବିତିବ । କିଛି ନୂଆ କାମ କରିବା ପାଇଁ ଚେଷ୍ଟା କରି ପାରନ୍ତି । ନୂତନ କାମ ଆପଣଙ୍କ ଜୀବନ ଶୈଳୀ ବଦଳାଇ ଦେବ ।

ବୃଷ: ଆଜି ଆପଣ ଅନ୍ୟ ଦିନ ତୁଳନାରେ ନିଜର ଲକ୍ଷକୁ ନେଇ ଅଧିକ ଚିନ୍ତିତ ହେବେ । ଯଦି ପରିଣାମ ଆପଣଙ୍କ ଆଶା ହିସାବରେ ନ ଆସେ, ତାହେଲେ ନିରାଶ ହେବେ ନାହିଁ । ଆଜି ଆପଣ ଘରର ଛୋଟମାନଙ୍କୁ ନେଇ ପାର୍କ ବୁଲି ଯାଇପାରନ୍ତି । ପିଲାମାନେ ଭଗବାନ ସଦୃଶ ସେମାନଙ୍କ ସହିତ ସମୟ ବିତାଇବା ଭଲ।

ମିଥୁନ: ଆଜି ଆପଣଙ୍କ ଜୀବନ ସାଥୀ କୋଣସି ଉପହାର ଦେଇ ଆପଣଙ୍କୁ ଖୁସି କରିବେ । ମିଳିତ ଓ ସଂଦିଗ୍ଧ ଯୋଜନାରେ ଅର୍ଥ ନିବେଶ କରନ୍ତୁ ନାହିଁ । ସହଭାଗୀ ମାନେ ଆପଙ୍କ ଲାଭ ଉଠେଇ ପାରନ୍ତି । ଆଜି ଆପଣ ସାନ ମାନଙ୍କ ସହିତ ହସ ଖୁସିରେ ଦିନ କାଟିବେ ।

କର୍କଟ: ଦିନଟି ଶୁଭଦାୟକ । କାର୍ଯ୍ୟ ଓ ପରିବାରକୁ ସନ୍ତୁଳିତ ସମୟ ଦେବେ । ଅଫିସରେ ଛୁଟି ମାଗି ପାରନ୍ତି । କିନ୍ତୁ ଆପଣଙ୍କୁ ଛୁଟି ନମିଳିବା ଯୋଗୁଁ ଦୁଃଖି ହୋଇ ପାରନ୍ତି । ପିଲାମାନେ ବୁଲା ବୁଲି ପାଇଁ ଜିଦ କରିବେ । ଦୂର ସ୍ଥାନ ବୁଲିବା ନେଇ କହିବେ ।

ସିଂହ: ଯୋଗ ଯୋଗୁଁ ଆଜି ଆପଣଙ୍କ ମନ ସୁସ୍ଥ ରଖିବାରେ ସାହାଯ୍ୟ କରିବ। ଆଜି ଆପଣ ଜୀବନସାଥୀଙ୍କ ସହିତ ଘରର କିଛି ଜରୁରୀ ଜିନିଷ କିଣି ପାରନ୍ତି ଯେଉଁଥିପାଇଁ ଆପଣଙ୍କର ଆର୍ଥିକ ଅବସ୍ଥା ସାମାନ୍ୟ ବିଗିଡ଼ି ଯାଇପାରେ । ଆଜି ଦିନଟା ଖୁସି ଭରା ରହିବ,କାରଣ ଆପଣଙ୍କୁ ଆପଣଙ୍କର ଜୀବନ ସାଥି ସବୁ ପ୍ରକାର ଖୁସି ଦେବାକୁ ପ୍ରୟାସ କରିବେ।

କନ୍ୟା : ଆଜି ଆପଣଙ୍କ ଦିନ କେବଳ ମୋବାଇଲ ଦେଖି ଦେଖି ବିତି ଯିବ । ଦିନ ସରିବା ବେଳକୁ ଆପଣ ଭାବିବେ କାହିଁକି ଦିନ ନଷ୍ଟ କଲେ ବୋଲି। ଏହାଦ୍ୱାରା ଆପଣଙ୍କ ଜୀବନସାଥୀ ଆପଣଙ୍କ ଉପରେ ବିରକ୍ତିଭାବ ପ୍ରକାଶ କରିପାରନ୍ତି କାରଣ ଆପଣ ତାଙ୍କ ପ୍ରତି କୌଣସି ଆଗ୍ରହ ପ୍ରକାଶ କରୁନାହାନ୍ତି ବୋଲି ସେ ଭାବିପାରନ୍ତି। ଆପଣଙ୍କ ଜୀବନସାଥୀ ଆପଣଙ୍କୁ ପାଇ ନିଜକୁ ଭାଗ୍ୟଶାଳୀ ଭାବୁଛନ୍ତି, ଏହି ସମୟର ଲାଭ ଉଠାନ୍ତୁ ।

ତୁଳା : ଆଜିର ଦିନ ଆପଣଙ୍କ ପାଇଁ ଭଲ ରହିବ । ବିଦ୍ୟାର୍ଥୀ ନିଜ ପାଠ ପଢାରେ ସଫଳ ହେବେ । ଭବିଷ୍ୟତର ଚିନ୍ତା ଘାରିବ । ପରିବାରର ଆର୍ଶୀବାଦ ସର୍ବଦା ବଜାୟ ରହିବ । ବିଦେଶ ଯାତ୍ରା କରିପାରନ୍ତି ।

ବିଛା : ଜୀବନସାଥୀଙ୍କ ସହିତ କଳହ ହୋଇପାରେ । ପରିବାର ଭିତରେ ଏନେଇ ଅଶାନ୍ତି ହୋଇପାରେ । ପିଲାଙ୍କୁ ଏଥିରୁ ଦୂରେଇ ରଖନ୍ତୁ। ସାନସିକ ସ୍ତରରେ ସେମାନେ ଦୁର୍ବଳ ହେବେ । ଅନ୍ୟମାନଙ୍କୁ ଭୟ କରିପାରନ୍ତି । ପାଠ ପଢାରେ ମନ ଦେଇ ପାରିବେ ନାହିଁ । କେଉଁ କାର୍ଯ୍ୟରେ ଆଗେଇ ପାରିବେ ନାହିଁ।

ଧନୁ: ନିଜର ମାନସିକ ଶାନ୍ତି ପ୍ରାପ୍ତ କରିବା ପାଇଁ ଦାନପୂର୍ଣ୍ଣ ପରି କାର୍ଯ୍ୟରେ ଯୋଗ ଦିଅନ୍ତୁ । କୌଣସି ବଡ ସଂସ୍ଥାନରେ ଜଡିତ ହେବା ଆପଣ ମାନଙ୍କ ପାଇଁ ଅତି ଲାଭକାରୀ ହେବ। ଯଦିଓ ଆପଣଙ୍କ ଖର୍ଚ୍ଚ ଟିକେ ବଢି ଯାଇପାରେ। ଆପଙ୍କ ଆକର୍ଷଣ ଓ ବ୍ୟକ୍ତିତ୍ୱ କାରଣରୁ ଆପଣଙ୍କୁ କିଛି ନୂଆ ମିତ୍ର ମିଳି ପାରନ୍ତି । ସେ ସାରା ଜୀବନ ଆପଣଙ୍କ ସହିତ ସଂପର୍କ ରଖିବେ ।

ମକର: ଆପଣଙ୍କ ପାଖରେ ଆଜି ଆପଣଙ୍କ କ୍ଷମତାକୁ ପ୍ରଦର୍ଶନ କରିବା ପାଇଁ ସୁଯୋଗ ମିଳିବ । ଏହି ରାଶିର କୌଣସି ଛାତ୍ର ବା ଛାତ୍ରୀ ଟିଭି ବା ମୋବାଇଲରେ ଫିଲ୍ମ ଦେଖି ସମୟ କାଟିବେ । ଆପଣଙ୍କୁ ଖୁସି କରିବା ପାଇଁ ଆପଣଙ୍କ ଜୀବନସାଥୀ ବହୁତ ଚେଷ୍ଟା କରିବ । ପୁରୁଣା ସାଙ୍ଗ ଘରକୁ ଆସି ପାରନ୍ତି । ଅନେକ ବର୍ଷ ପରେ ସେମାନଙ୍କୁ ଦେଖି ଆନନ୍ଦିତ ହେବେ ।

କୁମ୍ଭ: ଅର୍ଥ ଅଭାବରୁ ଆଜି ଘରେ କଳହ ସୃଷ୍ଟି ହୋଇପାରେ । ତେଣୁ ଭାବି ଚିନ୍ତି ଘର ଲୋକଙ୍କ ସହିତ କଥା ହୁଅନ୍ତୁ। ପିଲା ମାନଙ୍କୁ ପାଠ ଉପରେ ଲଗେଇ ଓ ଭଵିଷ୍ୟ ପାଇଁ ଯୋଜନା ବନେଇବାର ଆବଶ୍ୟକତା ଅଛି । ପତ୍ନୀ-ପତ୍ନୀଙ୍କ ଭିତରେ ଭଲ ସଂପର୍କ ରହିବ । ଆଗକୁ ସନ୍ତାନ ନେଇ ନବବିବାହିତ ଦମ୍ପତି ଚିନ୍ତା କରିପାରନ୍ତି ।

ମୀନ: ବଡ଼ ଉଦ୍ୟୋଗପତିଙ୍କ ସହିତ ଭାଗୀଦାରୀତାର ବ୍ୟବସାୟ ଲାଭକାରୀ ରହିବ । ଏହି ସମୟ ନିଜ ଯୋଜନା ଓ ଶକ୍ତିକୁ ପରୀକ୍ଷା କରିବା ପାଇଁ ଶୁଭ ଅଛି । ଜୀବନସାଥୀ ସହିତ ନିକଟବର୍ତ୍ତୀ ରହିବା ଆପଣଙ୍କୁ ଖୁସି ଦେବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Daily Horoscope signifies the astrological predictions for all the 12 zodiac signs on a daily basis. It gives you forecasts for the day you choose and also for the near future sometimes. These daily predictions are given by expert astrologers for each of the 12 zodiac signs.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X