Get Updates
Get notified of breaking news, exclusive insights, and must-see stories!

ଦୈନିକ ରାଶିଫଳ: ଆଜିର ଦିନ ପାଲଟିବ କି ଆପଣଙ୍କ ପାଇଁ ଶୁଭମୟ

ଆଜିର ରାଶିଫଳ: କେମିତି ରହିବ ଆପଣଙ୍କ ଦିନ?

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? ଆପଣଙ୍କ ଜୀବନସାଥୀଙ୍କ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ୱାନ ଇଣ୍ଡିଆ ଓଡ଼ିଆ ସହ ଯୋଡ଼ି ହୋଇ ରୁହନ୍ତୁ....

ମେଷ: ଦିନଟି ସେତେଟା ଭଲରେ ବିତିବ ନାହିଁ । ଉତ୍ତମ ସ୍ୱାସ୍ଥ୍ୟର ଲାଭ ଉଠେଇବାଠୁ ଆପଣଙ୍କୁ ବାଧା ଦେଇ ପାରେ । ଆଜି ଆପଣ ଧନ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି , ତେଣୁ କୌଣସି ବିଶ୍ୱସ୍ତ ପାତ୍ରଙ୍କ ଠାରୁ ଉପଦେଶ ନିଅନ୍ତୁ । ପରିବାରରେ କେହି ଅସୁୁସ୍ଥ ହୋଇ ପାରନ୍ତି ।

ବୃଷ: ଆଜି ଦିନରେ ଆପଣ ବୈବାହିକ ଜିଅନର ପ୍ରକୃତ ମଜା ନେଇ ପାରିବେ । ଅଧିକ କାମ ପାଇଁ ଆଜି ଆପଣଙ୍କ ମାନସିକ ଚାପ ବଢିପାରେ । କିନ୍ତୁ ସନ୍ଧ୍ୟାରେ ଟିକେ ଧ୍ୟାନ କରି ଆପଣ ଆପଣଙ୍କର ଉର୍ଜା ଫେରି ପାଇ ପାରିବେ ।

astrology

ମିଥୁନ: ପରିବାର ଲୋକଙ୍କ ସହିତ ଶାନ୍ତି ଓ ଆରାମରେ ଦିନର ମଜା ଉଠାନ୍ତୁ । ଯଦି ଲୋକ ମାନେ ଅସୁବିଧା ଧରି ଆପଣଙ୍କ ସମୁଖକୁ ଆସନ୍ତି ତାହେଲେ ତାକୁ ଗୁରୁତ୍ୱ ଦିଅନ୍ତୁ ନାହିଁ ଓ ନିଜର ମାନସିକ ଶାନ୍ତି ଭଙ୍ଗ କରନ୍ତୁ ନାହିଁ ।

କର୍କଟ: ଆଜି କେହି ଜଣେ ଆପଣଙ୍କ ସହଯୋଗ କାରଣରୁ ପୁରସ୍କୃତ ହେବେ। ଆପଣଙ୍କର ପ୍ରଶଂସକଙ୍କ ସଂଖ୍ୟା ବୃଦ୍ଧି ପାଇବ । ପରିବାରରେ କୌଣସି ସଦସ୍ୟଙ୍କ ସହିତ ଯୁକ୍ତିତର୍କ ହେବ କାରଣରୁ ପରିବେଶ ଖରାପ ହୋଇ ପାରେ, କିନ୍ତୁ ଯଦି ଆପଣ ନିଜକୁ ଶାନ୍ତ ରଖିବେ ଓ ଧର୍ଯ୍ୟ ସହିତ କାର୍ଯ୍ୟ କରିବେ ତାହେଲେ ସମସ୍ତଙ୍କର ମନ ବଢ଼ିଆ କରି ପାରିବେ ।

ସିଂହ: ଦିନଟି ଅନିଶ୍ଚିୟତା ଭିତରେ କଟିବ । ସେତେଟା ଭଲ ରେ ବିତିବ ନାହିଁ। ଆପଣଙ୍କର ମାନସିକ ଭାବପ୍ରବଣତାର ବେଗ ଏତେ ବୃଦ୍ଧି ପାଇବ ଯେ ଆପଣ କ୍ରୋଧିତ ହେବେ। ଆପଣ ନିଜର ମାଆଙ୍କୁ ନେଇ ଚିନ୍ତା ରେ ଥାଆନ୍ତି। ଆଜି ଟିକେ ବେଶୀ ଚିନ୍ତା କରିବେ। ପାଠ ପଢାରେ ମନ ଲାଗିବ ନାହିଁ।

କନ୍ୟା: ଆଜି ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ । କର୍ମ କ୍ଷେତ୍ରରେ ପ୍ରଶଂସିତ ହେବା ସହିତ ଆପଣଙ୍କ ପୁରସ୍କୃତ ହେବେ । ଆପଣଙ୍କ ମୁହଁରେ ଫୁଟୁଥିବା ହସ ଅନ୍ୟମାନଙ୍କ ସହିତ ବାଣ୍ଟନ୍ତୁ। ଆପଣ କମ ସମୟ ପାଇବେ , ଏତିକି ପରିବାର ସହ ଦିନଟି ବିତେଇବା ପାଇଁ ଚେଷ୍ଟା କରନ୍ତୁ । ଦେଖିବେ ଦିନର ଖୁସି ଦ୍ଵିଗୁଣିତ ହେଇ ଯିବ।

ତୁଳା: ଆଜି ଦିନଟି ଶୁଭ ରହିବ । ପୁରସ୍କାର, ଲାଭ, ଫାଇଦା, ଯାହା ଇଚ୍ଛା କରିବେ ତାହା ପାଇବେ । ସବୁ କ୍ଷେତ୍ରରେ ସଫଳ ହେବେ । ଏହାସହ ଘର, ପରିବାର କିମ୍ବା ବ୍ୟବସାୟ ଯେକୌଣସି କ୍ଷେତ୍ରରେ ଏସବୁ ଆପଣଙ୍କୁ ମିଳିପାରେ । ନୂଆ ଘର ଆଦି କ୍ରୟ କରି ପାରନ୍ତି। ପିଲାମାନେ ଜିଦଖୋର୍ ହେବେ। ସେମାନଙ୍କୁ ବୁଝାନ୍ତୁ।

ବିଛା: ପରିବାର ଚିନ୍ତାରେ ମନ ଭାରାକ୍ରାନ୍ତ ହେବ । ବିଦ୍ୟାର୍ଥୀମାନେ ସଫଳତାର ସ୍ୱାଦ ଚାଖିବା ଦ୍ୱାରା ନିଜର ମନକୁ ଆହୁରି ଦୃଢକରି ପାଠପଢାରେ ମନ ଲଗାଇବେ । କୌଣସି ଯାତ୍ରା ଯୋଜନା ଥିଲେ , ସ୍ଥଗିତ ରଖନ୍ତୁ । ନିଜ ଭବିଷ୍ୟତ ପାଇଁ ସଞ୍ଚୟ କରନ୍ତୁ। ଧନ ସଞ୍ଚୟ କରିବା ଦ୍ବାରା ଆପଣଙ୍କ ଭବିଷ୍ୟତ ଉଜ୍ଜଳମୟ ହେବ। ନଚେତ ଅନେସ ସମସ୍ୟାର ସାମନା କରିବା ପାଇଁ ପଡିପାରେ ।

ଧନୁ: ଆଜି ମାନସିକ ଦୁଶ୍ଚିନ୍ତା ଆପଣଙ୍କୁ ନିରୁତ୍ସାହିତ କରିବ । ଆଜି ଆପଣଙ୍କ ନିଜର ପରିବାରର ସଦସ୍ୟଙ୍କ ସହ ଝଗଡା କରିପାରନ୍ତି । ଆର୍ଥିକ ଅନାଟନ ଲାଗିରହିବ । ଏନେଇ ଚିନ୍ତା ବଢିବ। ଦେଖି ଚାହିଁ କଥା କୁହନ୍ତୁ। ନଚେତ୍ ଅଯଥା କଳହ ଭିତରେ ପେଶୀ ହେବେ। ଏହାଦ୍ବାରା ଆପଣଙ୍କ ମାନସିକ ଅବସ୍ଥା ପ୍ରଭାବିତ ହେବ। ଅଶାନ୍ତି ଲାଗି ରହିବ ।

ମକର: ଆଜି ଦିନଟି ଆପଣ ନିଜ ବନ୍ଧୁ ଓ ପରିବାରବର୍ଗଙ୍କ ସହ ଆନନ୍ଦ ଉଲ୍ଳାସରେ କଟାଇବେ । ବିଦ୍ୟାର୍ଥୀମନଙ୍କ ପାଇଁ ଆଜି ଦିନଟି ସର୍ବୋତ୍ତମ । ଆପଣ ନିଜର ପ୍ରତିଯୋଗୀ ମାନଙ୍କୁ ହରାଇବେ । ନୂତନ କର୍ମର ଶୁଭାରମ୍ଭ ପାଇଁ ଆଜି ଏକ ଶୁଭଦିନ ।

କୁମ୍ଭ: ଆପଣ ବିଭିନ୍ନ କାର୍ଯ୍ୟପାଇଁ ସିଦ୍ଧାନ୍ତ ନେବାରେ ନିଜକୁ ଅସହାୟ ମନେ କରିବେ । ଅଯଥା ଖର୍ଚ୍ଚ କରନ୍ତୁ ନାହିଁ । ନିଜର ଖରାପ ବ୍ୟବହାର ଯୋଗୁଁ ପରିବାରର ସଦସ୍ୟଙ୍କ ସହିତ ଝଗଡା ଲାଗିପାରେ । ଯାହା ଆପଣକୁ ଦୁଃଖ ଦେବ । ମାନସିକ ଚିନ୍ତା ବଢିବ। ବିଦ୍ୟାର୍ଥୀମାନେ ସେମାନଙ୍କ ପାଠପଢାରେ ମନୋନିବେଶ କରିବେ ।

ମୀନ: ପରିବାର ଏବଂ ଜୀବନସାଥୀ ସହିତ ହସଖୁସିରେ ପ୍ରତି ମୁହୂର୍ତ୍ତ ଆପଣ ବିତାଇବେ। ଆପଣ ଏହା ଅନୁଭବ କରିବେକି ଆପଣ ନିଜର ଯୌବନ ଅବସ୍ଥାକୁ ଫେରି ଯାଇଛନ୍ତି । ବେରୋଜଗାରମାନଙ୍କୁ ଆଜି ଚାକିରୀ ମିଳିବା କଷ୍ଟ ହୋଇପାରେ । କିନ୍ତୁ ଆପଣ ଆପଣଙ୍କର ଚେଷ୍ଟା ଜାରି ରଖନ୍ତୁ । ଦେଖିବେ ଖୁବ ଶୀଘ୍ର ସଫଳ ହେବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+