Get Updates
Get notified of breaking news, exclusive insights, and must-see stories!

ଆଜିର ରାଶିଫଳ:ଜାଣନ୍ତୁ ଶୁଭ ରଙ୍ଗ ଓ ସଂଖ୍ୟା, ଶୁଭମୟ ହେବ କି ଆପଣଙ୍କ ଦିନ, ପଢନ୍ତୁ

ପ୍ରେମ, ଶିକ୍ଷା ଓ ବ୍ୟବସାୟ ପାଇଁ କେମିିତି ରହିବ ଆଜିର ଦିନ , ରାଶିରେ କଣ ରହିଛି ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡିଆରେ ଆଜିର ରାଶିଫଳ...

ପ୍ରେମ, ଶିକ୍ଷା ଓ ବ୍ୟବସାୟ ପାଇଁ କେମିତି ରହିବ ଆଜିର ଦିନ , ରାଶିରେ କଣ ରହିଛି ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡିଆରେ ଆଜିର ରାଶିଫଳ...

ଆଜିର ଦିନ
ଆଜି ୨୦୨୨ ମସିହା ଡିସେମ୍ବର ୧ ତାରିଖ ଗୁରୁବାର ବିଛା ୧୬ ଦିନ । ମାର୍ଗଶିର ମାସ ଶୁକ୍ଳପକ୍ଷ ଅଷ୍ଟମୀ ଭୁକ୍ତ ନବମୀ ତିଥି ପୂର୍ବ ଭାଦ୍ର ନକ୍ଷେତ୍ର କୁମ୍ଭ ଚନ୍ଦ୍ର ।

ମେଷ: ସ୍ୱାସ୍ଥ୍ୟ ଭଲ ରହିବ । ପରିବାରର କିଛି ସମସ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି । ମହିଳା ମାନେ କାମରେ ପ୍ରଶଂସନୀୟ ହେବେ । ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ବ୍ୟବସାୟରେ କିଛି ସମସ୍ୟା ଦେଖାଦେଇପାରେ । ସ୍ୱାସ୍ଥ୍ୟ ପ୍ରତି ଅବହେଳା କରି ଅନୁତାପ କରିପାରନ୍ତି ।

ଶୁଭ ସଂଖ୍ୟା- ୧୫
ଶୁଭ ରଙ୍ଗ- ପିଙ୍କ୍

ବୃଷ: ଆଜି ଆପଣଙ୍କ ପାଇଁ ଉତ୍ତମ ଦିନଟିଏ , ​​ପ୍ରେମ ଦ୍ୱାରା ଅନୁପ୍ରାଣିତ ହେବେ ଏବଂ ଜ୍ଞାନ ଦ୍ୱାରା ସଠିକ୍ ନିଷ୍ପତ୍ତି ନେବେ । ଅର୍ଥପୂର୍ଣ୍ଣ ଓ ଭଲ ଜିନିଷରେ ସମୟ ବିତାଇବା ପାଇଁ ପସନ୍ଦ କରିବେ । ନୃତ୍ୟ, ସଙ୍ଗୀତ କିମ୍ବା କ୍ରୀଡା ଇତ୍ୟାଦିରେ ସମୟ ଅତିବାହିତ କରିବେ । ଆଧ୍ୟାତ୍ମିକତା ପ୍ରତି ଆପଣଙ୍କର ଆକର୍ଷଣ ଆଜି ଆଖି ଦୃଶିଆ ହେବ ।

ଶୁଭ ସଂଖ୍ୟା- ୧୯
ଶୁଭ ରଙ୍ଗ- ବାଇଗଣୀ

ମିଥୁନ: ଆଜି ନୂତନ ବନ୍ଧୁ ଆପଣଙ୍କ ଜୀବନରେ ଆସିପାରନ୍ତି । ଦିନଟି ଭଲ ରହିବ ଏବଂ ଆପଣ କିଛି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କୁ ଭେଟିପାରନ୍ତି । ଯାହା ଆପଣଙ୍କ ପାଇଁ ଲାଭଦାୟକ ହେବ । ଆପଣ କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ । ବନ୍ଧୁମାନଙ୍କର ସାହାଯ୍ୟ ମିଳିବ । ନୂଆ ଜାଗାକୁ ଯାତ୍ରା କରିପାରନ୍ତି । ଆଜି ଭଗବାନ ଶିବଙ୍କୁ ପୂଜାକରନ୍ତୁ ଶୁଫଳ ମିଳିବ ।

ଶୁଭ ସଂଖ୍ୟା- ୨୧
ଶୁଭ ରଙ୍ଗ- ନାଲି

କର୍କଟ: ନିଜର ଭାବନା ଅନ୍ୟ ମାନଙ୍କ ସାମନାରେ ପ୍ରକାଶିତ କଲେ ଲାଭ ମିଳିବ । ଆପଣଙ୍କ ଘରଠୁ ଜଡ଼ିତ ନିବେଶ ଆପଣ ମାନଙ୍କ ପାଇଁ ଲାଭକାରୀ ହେବ । ନିଜକୁ ସମୟ ଦିଅନ୍ତୁ । କୌଣସି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ପରିବାରର ପରାମର୍ସ ନିୟଅନ୍ତୁ । ଅଫିସ୍ କାମରେ ନିଜ ସ୍ଥିତିକୁ ସୁଦୃଢ କରିବେ ।

ଶୁଭ ସଂଖ୍ୟା- ୧୧
ଶୁଭ ରଙ୍ଗ- ନାଲି

ସିଂହ: ଜୀବନସାଥୀର ଖରାପ ସ୍ୱାସ୍ଥ୍ୟର ପ୍ରଭାବ ଆପଣଙ୍କ କାମକାର୍ଯ୍ୟରେ ପଡ଼ିପାରେ। ବନ୍ଧୁ ସର୍ବଦା ସହାୟତା କରିବେ । ସ୍ଥଗିତ କାର୍ଯ୍ୟକୁ ପୂରଣ କରିବା ପାଇଁ ଉଦ୍ୟମ ଜାରି ରଖିବେ । ତରବର ହୋଇ କୌଣସି କାର୍ଯ୍ୟ କରନ୍ତୁ ନାହିଁ । ଘରୋଇ ଜୀବନରେ କିଛି ଅସୁବିଧା ହେବାର ସମ୍ଭାବନା ରହିଛି । ଏପରି ପରିସ୍ଥିତିରେ, ଆପଣ ନିଜ ପିଲା ଏବଂ ପରିବାରଠାରୁ ପ୍ରେମ, ସୁଖ ଏବଂ ସୁରକ୍ଷା ଆଶା କରିପାରନ୍ତି ।

ଶୁଭ ସଂଖ୍ୟା- ୯
ଶୁଭ ରଙ୍ଗ- କମଳା

କନ୍ୟା: ଶାରୀରିକ ରୋଗର ଠିକ ହେବାର ଅନେକ ସମ୍ଭାବନା ଅଛି । ମାତୃପକ୍ଷରୁ ଆଜି ଆପଣଙ୍କୁ କୌଣସି ଧନଲାଭ ହୋଇପାରେ । ଆପଣଙ୍କୁ ଖୁସି କରିବା ପାଇଁ ଆପଣଙ୍କ ଜୀବନ-ସାଥୀ ବହୁତ ଚେଷ୍ଟା କରିବେ। ସାମାଜିକ ସ୍ତରରେ କାର୍ଯ୍ୟ କରି ସମାଲୋଚିତ ହୋଇ ପାରନ୍ତି । ଆପଣଙ୍କର କଠିନ ପରିଶ୍ରମ ଏବଂ ନେତୃତ୍ୱ ଗୁଣ ପାଇଁ ସଫଳତା ହାସଲ କରିବେ ।

ଶୁଭ ସଂଖ୍ୟା- ୧୦
ଶୁଭ ରଙ୍ଗ- ଗ୍ରିନ୍

ତୁଳା: ପାରିବାରିକ ଜୀବନ ଓ କର୍ମକ୍ଷେତ୍ରରେ ଶୁଭଫଳ ମିଳିବ । କିଛି ନୂତନ ଲୋକଙ୍କ ସହିତ ଯୋଗାଯୋଗ କରିପାରନ୍ତି । ଛାତ୍ରଛାତ୍ରୀମାନଙ୍କର ପରୀକ୍ଷାରେ କୌଣସି ସମସ୍ୟା ଦେଖାଦେଇ ପାରେ । ଯାତ୍ରା କରିବା ପାଇଁ ମନବଳାଇବେ । ଆଜି ଦିନଟି ଆପଣଙ୍କ ଅନେକ କାର୍ଯ୍ୟବ୍ୟସ୍ତତାରେ ଯିବ । ଭଲ ଚାକିରି ପାଇଁ ଇଣ୍ଟର୍ଭ୍ୟୁର କଲ୍‍ ଆସିପାରେ ।

ଶୁଭ ସଂଖ୍ୟା- ୨୯
ଶୁଭ ରଙ୍ଗ- ଧଳା

ବିଛା: ଆପଣ ଠିକ୍ ସମୟରେ ଆରମ୍ଭ କରିଥିବା କାର୍ଯ୍ୟ ଆଜି ଶେଷ ହେବ । ଶରୀର ସୁସ୍ଥ ରହିବ ଅର୍ଥ ଅବସ୍ଥାରେ ନିହାତି ଭାବରେ ଉନ୍ନତି ହେବ । ସତର୍କ ରହିବାକୁ ପଡିବ । ବ୍ୟବସାୟରେ ବୃଦ୍ଧି ହେତୁ ଆପଣଙ୍କର ମନ ଆଜି ଖୁସି ରହିବ । କିଛି କାମ ପାଇଁ ଦୂର ଯାତ୍ରା କରିବାକୁ ପଡିପାରେ, ଯାହା ଆପଣଙ୍କ ପାଇଁ ଲାଭଦାୟକ ରହିବ ।
ଶୁଭ ସଂଖ୍ୟା- ୨୨
ଶୁଭ ରଙ୍ଗ- ହଳଦିଆ

ଧନୁ: ଆଜିର ଦିନ ଫଳପ୍ରଦ ହେବାକୁ ଯାଉଛି । ଆପଣ କିଛି ଆଲୋଚନାରେ ଭାଗ ନେବାକୁ ସୁଯୋଗ ପାଇବେ । ଯଦି ଆପଣ କୌଣସି ସରକାରୀ କାର୍ଯ୍ୟ ପାଇଁ ଚେଷ୍ଟା କରୁଛନ୍ତି, ତେବେ ତାହା ମଧ୍ୟ ଆଜି ସମ୍ପୂର୍ଣ୍ଣ ହେବ ଏବଂ ବ୍ୟବସାୟରେ ଲାଭ ପାଇବେ । ଆପଣ ସାମାଜିକ କାର୍ଯ୍ୟରେ ଆଗ୍ରହ ବଜାୟ ରଖନ୍ତୁ । ଛାତ୍ରଛାତ୍ରୀ ପାଠପଢାରେ ଅଧିକ ସମୟ ବିତାଇବା ପାଇଁ ପସନ୍ଦ କରିବେ ।
ଶୁଭ ସଂଖ୍ୟା- ୨୨
ଶୁଭ ରଙ୍ଗ- ହଳଦିଆ

ଆଜିର ରାଶିଫଳ
ମକର: ପରିବାରରେ ଅଶାନ୍ତି ଲାଗି ରହିବ । ଆଜି ଆପଣଙ୍କ ପାଇଁ ସ୍ଵାସ୍ଥ୍ୟ ସମ୍ପର୍କିତ କୌଣସି ସମସ୍ୟା ରହିବ ନାହିଁ । ଦୂରଯାତ୍ରା ପାଇଁ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଜୀବନ ସାଥି ସନ୍ଧାନରେ ଥିବା ବ୍ୟକ୍ତିଙ୍କ ମନୋବାଞ୍ଛା ପୂର୍ଣ୍ଣ ହେବ ।

ଶୁଭ ସଂଖ୍ୟା- ୧୧
ଶୁଭ ରଙ୍ଗ- ହଳଦିଆ

କୁମ୍ଭ: ଦିନଟି ଶୁଭଫଳଦାୟକ । ଦୃଢ ବିଶ୍ୱାସ ଓ ଠିକ ସିଦ୍ଧାନ୍ତ ଆପଣଙ୍କୁ ସବୁ କାର୍ଯ୍ୟ ସୁଚାରୁରୁପେ ସମ୍ପାଦନ କରିବାକୁ ପ୍ରେରଣା ଯୋଗାଇବ । ଠିକ ସମୟରେ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାର ପ୍ରୟାସ ଜାରି ରଖିବେ । ଘରପାଇଁ କିଛି ଦରକାରୀ ଆବଶ୍ୟକୀୟ ଜିନିଷ କିଣିପାରନ୍ତି । ଆପଣ ଚାହିଁଲେ ଗୋଟିଏ ନୂଆ ଗାଡି କିଣିପାରିବେ ।

ଶୁଭ ସଂଖ୍ୟା- ୨୨
ଶୁଭ ରଙ୍ଗ- ହଳଦିଆ

ମୀନ: ମାତାପିତାଙ୍କ ସହିତ ସମୟ ବିତାଇବା ପାଇଁ ପସନ୍ଦ କରିବେ । ଆପଣଙ୍କ ନିଜର ନିୟନ୍ତ୍ରଣ ହରାନ୍ତୁ ନାହିଁ । ଦିନଟି ସେତେଟା ଭଲରେ ବିତିବ ନାହିଁ । ରାଜନୀତି, ସଂଗଠନ, ସଭାସମିତି କ୍ଷେତ୍ରରେ ନୂତନ ପାଇଁ ପ୍ରଶଂସିତ ହେବେ ।

ଶୁଭ ସଂଖ୍ୟା- ୫
ଶୁଭ ରଙ୍ଗ- ନାଲି

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+