ଆଜିର ରାଶିଫଳ: କେମିତି ବିତିବ ଆପଣଙ୍କ ଆଜିର ଦିନ , ପଢନ୍ତୁ

ପ୍ରେମ, ଶିକ୍ଷା ଓ ବ୍ୟବସାୟ ପାଇଁ କେମିିତି ରହିବ ଆଜିର ଦିନ , ରାଶିରେ କଣ ରହିଛି ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡିଆରେ ଆଜିର ରାଶିଫଳ...

ପ୍ରେମ, ଶିକ୍ଷା ଓ ବ୍ୟବସାୟ ପାଇଁ କେମିିତି ରହିବ ଆଜିର ଦିନ , ରାଶିରେ କଣ ରହିଛି ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡିଆରେ ଆଜିର ରାଶିଫଳ...

astrology

ମେଷ: ଲମ୍ବା ସମୟ ଠୁ ଚାଲୁ ଆସୁଥିବା ରୋଗର ଚିକିତ୍ସା ନିଜର ହସ ସହିତ କରନ୍ତୁ, କାରଣ ଏହା ସବୁ ବିପଦର ଉତ୍ତମ ଔଷଧ । କାର୍ଯ୍ୟାଳୟରେ ସ୍ନେହର ପରିବେଶ ରହିବ । ଯଦି କୋଉଠିକି ଯାତ୍ରା କରୁଛନ୍ତି ତାହେଲେ ମନେକରି ସବୁ ଆବଶ୍ୟକ କାଗଜ ଗୁଡିକ ନେବାକୁ ଭୁଲନ୍ତୁ ନାହିଁ । ଲାଗୁଚି ଆଜି ନିଜର ଜୀବନ-ସାଥୀଙ୍କ ସହିତ ବହୁତ ଖର୍ଚ କରିବେ । କିନ୍ତୁ ଏହାପରେ ବି ଆପଣ ସମୟର ଆନନ୍ଦ ନେବେ ।

ବୃଷ: ଆପଣଙ୍କ ଜୀବନସାଥୀ ନିଜର ସାଙ୍ଗ ମାନଙ୍କ ସହିତ ଟିକେ ଅତି ବ୍ୟସ୍ତ ରହିବେ, ଯାହା କାରଣରୁ ଆପଣ ନିରାଶ ହୋଇ ପାରନ୍ତି । ଆପଣଙ୍କ ଜୀବନସାଥୀ ଆପଣଙ୍କ ପାଇଁ କୌଣସି ଭଲ ରୋଷେଇ କରିପାରନ୍ତି ଯାହାଦ୍ୱାରା ଆପଣଙ୍କ ପୁରା ଦିନର କ୍ଲାନ୍ତି ଦୂର ହୋଇପାରେ ।

ମିଥୁନ: ଆପଣ ଯଦି ଆଜି ଆପଣଙ୍କ ସାଙ୍ଗମାନଙ୍କ ସହିତ ବାହାରକୁ ବୁଲିବାପାଇଁ ଯାଉଛନ୍ତି ତେବେ ସାବଧାନ ହୋଇ ରହିବେ, ନଚେତ ଅଯଥା ଅପବ୍ୟୟ ସହିତ ଅର୍ଥହାନିର ସମ୍ଭାବନା ଅଛି । ପରିବାର ଲୋକଙ୍କ ସହିତ ଶାନ୍ତି ଓ ଆରାମରେ ଦିନର ମଜା ଉଠାନ୍ତୁ ।

କର୍କଟ: ନିଜର ଆବେଗକୁ ନିୟନ୍ତ୍ରଣରେ ରଖନ୍ତୁ, ନହେଲେ ଏହା ଆପଣଙ୍କ ପ୍ରେମ ସମ୍ଭନ୍ଧରେ ବାଧା ସ୍ତୃଷ୍ଟି କରି ପାରେ । ଯଦି ଆଜି ଆପଣ କିଣା କିଣି ପାଇଁ ବାହାରନ୍ତି,ତାହେଲେ ଗୋଟେ ନୂତନ ପୋଷାକ କିଣି ପାରନ୍ତି । ବନ୍ଧୁ ବାନ୍ଧବଙ୍କ କାରଣରୁ ଜୀବନସାଥୀ ସହିତ ବାଦବିବାଦ ହୋଇ ପାରେ । କିନ୍ତୁ ଶେଷରେ ସବୁ ଠିକ ହୋଇ ଯିବ ।

ସିଂହ: ନିଜର ଜୀବନ-ସାଥୀ ସହିତ ପାରିବାରିକ ସଂଶୟର ସମାଧାନ କରନ୍ତୁ । ଦୁହେଁ ନିଜ ନିଜକୁ ପୁଣି ଠାରେ ଭଲ ଅଭାବରେ ଜାଣିବା ପାଇଁ ଟିକେ ଅଧିକ ସମୟ ଏକ ସହିତ କଟାନ୍ତୁ । ବାଜି ଲଗେଇବା ଆଜି ଲାଭକାରୀ ହୋଇ ପାରେ । ବନ୍ଧୁ ମାନଙ୍କ ସହିତ ମିଶି ନିଜର ଦିନକୁ ଉତ୍ତମ ବନାନ୍ତୁ । ଲୋକଙ୍କ ସହିତ ଗପି ଆପଣଙ୍କର ବହୁମୂଲ୍ୟ ସମୟ ଆଜି ବର୍ବାଦ କରନ୍ତୁ ନାହିଁ ।

କନ୍ୟା: ସାବଧାନ ରୁହନ୍ତୁ,କାରଣ ପ୍ରେମରେ ପଡ଼ିବା ଆଜିକା ଦିନରେ ଆପଣଙ୍କ ପାଇଁ ଅନ୍ୟ ବାଧା ସୃଷ୍ଟି କରି ପାରେ । ଲମ୍ବିତ ପରିକଳ୍ପନା ଓ ଯୋଜନା ପୁରା ହେବା ଦିଗରେ ବଢ଼ିବ । ଛାତ୍ର ମାନଙ୍କୁ ଆଜିର କାମ କାଲି ପାଇଁ ବାତିଲ ନ କରିବା ପାଇଁ ଉପଦେଶ ଦିଆଯାଉଛି । ଆଜିର କାମ ଆଜି ଶେଷ କରନ୍ତୁ । ଏହା ଆପଣଙ୍କ ପାଇଁ ହିତକାରୀ ପ୍ରମାଣିତ ହେବ ।

ତୁଳା: ବିଦେଶକୁ ଯାଇ ଶିକ୍ଷ୍ୟା ଅର୍ଜନ କରିବାପାଇଁ ଚାହୁଁଥିବା ଛାତ୍ର ଛାତ୍ରୀ ମାନଙ୍କୁ ଆଜି ଘରର ଆର୍ଥିକ ସଙ୍କଟ ବ୍ୟସ୍ତ କରିପାରେ । ପରିବାରର କେହାର ବାହାଘରର ଖବର ଶୁଣି ଆପଣ ବହୁତ ଖୁସି ଅନୁଭବ କରିବେ । ତଥାପି, ତାଙ୍କଠୁ ଦୂର ରହିବାର ବିଚାର ଆପଣଙ୍କୁ ଦୁଃଖୀ କରିପାରେ । କିନ୍ତୁ ଆପଣଙ୍କୁ ଭବିଷ୍ୟର ଚିନ୍ତା ଛାଡିକି ବର୍ତ୍ତମାନ ଉପରେ ଧ୍ୟାନ ଦେବା ଉଚିତ ।

ବିଛା: ଯେଉଁ ପରିବେଶ ଆପଣଙ୍କ ଚାରି ଆଡ଼େ ଅଛି ଓ ଆପଣଙ୍କ ପ୍ରଗତିରେ ବାଧା ସୃଷ୍ଟି କରୁଛି, ତାହାଠୁ ବାହାରକୁ ବାହାରନ୍ତୁ । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । କାର୍ଯ୍ୟାଳୟରେ ସମସ୍ତଙ୍କ ସହିତ ଭଲରେ ବ୍ୟବହାର କରନ୍ତୁ, ନଚେତ ଆପଣଙ୍କ ଚାକିରୀ ଯାଇପାରେ ଓ ଆପଣ ଘୋର ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଆପଙ୍କ ଆକର୍ଷଣ ଓ ବ୍ୟକ୍ତିତ୍ୱ କାରଣରୁ ଆପଣଙ୍କୁ କିଛି ନୂଆ ମିତ୍ର ମିଳି ପାରନ୍ତି ।

ଧନୁ: ଆଜି ଆପଣ ନିଜକୁ ଶାନ୍ତି ଓ ଜୀବନର ମଜା ନେବାର ମନୋଦଶାରେ ପାଇବେ । ଧନ ବିନିଯୋଗ ବହୁତ ସମୟରେ ବହୁତ ଲାଭପ୍ରଦ ହୋଇପାରେ । ଏହା ଆଜି ଆପଣଙ୍କ ବେଶୀ ଅନୁଭବ କରିପାରିବେ କାରଣ ଆଜି ଆପଣଙ୍କୁ କୌଣସି ପୁରୁଣା ବିନିଯୋଗରୁ ଲାଭ ମିଳିବ ।

ମକର: ଆଜି ଆପଣ ଆପଣଙ୍କ ମନ ପସନ୍ଦର କାମ କରିବାକୁ ପସନ୍ଦ କରିବେ । କିନ୍ତୁ କାମର ଅଧିକତା ହେତୁ ତାହା କରିବାରେ ଅକ୍ଷମ ହେବେ । ଆପଣ ଓ ଆପଣଙ୍କ ଜୀବନସାଥୀଙ୍କୁ ଆଜି ବିଶେଷ ଖବର ମିଳିବ । ନିଜର କେୟାର କରିବା ପରେ ଆପଣ ବହୁତ ଆରାମ ଅନୁଭବ କରିବେ।

କୁମ୍ଭ : ନିଜ ଖୁସିକୁ ଅନ୍ୟ ମାନଙ୍କ ସହିତ ବାଣ୍ଟିଲେ ଆପଣଙ୍କ ସ୍ୱାସ୍ଥ୍ୟରେ ବୃଦ୍ଧି ଆସିବ । କିନ୍ତୁ ମାନେ ରଖନ୍ତୁ କି ଏହାକୁ କରିବା ଆପଣଙ୍କ ପାଇଁ ପାରେ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ ଓ କେବଳ ଦରକାରୀ ଜିନିଷ ହିଁ କିଣନ୍ତୁ । ପିଲା ମାନେ ପାଠ ସମ୍ପର୍କରେ କିଛି ସାହାଯ୍ୟ ମାଗି ପାରନ୍ତି । ସେମାନଙ୍କୁ ସମୟ ଦିଅନ୍ତୁ ।

ମୀନ : ନିଜର ଖାଦ୍ୟ ଉପରେ ନିୟନ୍ତ୍ରଣ ରଖନ୍ତୁ ଓ ସୁସ୍ଥ ରହିବା ପାଇଁ ନିୟମିତ ବ୍ୟୟାମ କରନ୍ତୁ । ଯେଉଁମାନେ ଏପର୍ଯ୍ୟନ୍ତ ବେରୋଜଗାର ଅଛନ୍ତି ଅଧିକ ପରିଶ୍ରମ କରିବା ଉଚିତ । ଆଜି ଆପଣଙ୍କର ପିଲାଦିନର ଇଛା ଗୁଡ଼ିକୁ ପୂର୍ଣ୍ଣ କରିପାରିବାପାଇଁ ଯଥେଷ୍ଟ ସମୟ ମିଳିବ । କୁହାଯାଏ କି ସ୍ତ୍ରୀ ଶୁକ୍ର ଓ ପୁରୁଷ ମଙ୍ଗଳ ଗୃହରେ ରୁହନ୍ତି, କିନ୍ତୁ ଆଜି ଦିନରେ ମଙ୍ଗଳ ଓ ଶୁକ୍ର ଦୁହେଁ ପରସ୍ପର ସହିତ ମିଶି ଯିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+