Get Updates
Get notified of breaking news, exclusive insights, and must-see stories!

Daily horoscope: ଆଜି ଆପଣ ଲାଭବାନ ହେବେ କି , ପଢନ୍ତୁ କ'ଣ କହୁଛି ଆପଣଙ୍କ ରାଶି

Daily horoscope: ଆଜି ଆପଣ ଲାଭବାନ ହେବେ କି , ପଢନ୍ତୁ କ'ଣ କହୁଛି ଆପଣଙ୍କ ରାଶି

ଆଜିର ଦିନ କିପରି ଯିବ ? କେଉଁ କାର୍ଯ୍ୟକଳାପ ଗୁଡିକ ଗ୍ରହଣ କରାଯାଇପାରିବ ଏବଂ ଯାହାକୁ ଏଡାଇବା ଉଚିତ ? ଯାହା ଦ୍ୱାରା ଆପଣ ଆବଶ୍ୟକ ସତର୍କତା ଅବଲମ୍ବନ କରିପାରିବେ କିମ୍ବା ବାଧାଦୂର କରିବା ପାଇଁ ପ୍ରତିକାର କରିପାରିବେ , ସେନେଇ ୱାନ ଇଣ୍ଡିଆ ଓଡିଆରେ ପଢନ୍ତୁ ଆଜିର ରାଶିଫଳ ....

ମେଷ: ଘରର ପରିବେଶ ଭଲ ରହିବ । ପିତାମାତାଙ୍କ ସହିତ ସମୟ ଅତିବାହିତ କରିବେ । ବ୍ୟବସାୟୀମାନେ ଲାଭରେ ରହିବେ । ଯଦି ଆପଣଙ୍କ ମନରେ କିଛି ଅସ୍ଥିରତା ଅଛି, ତେବେ ଆପଣ ଏହାକୁ ନିଜ ପ୍ରିୟ ଲୋକଙ୍କ ସହିତ ସେୟାର କରିପାରିବେ । ଆର୍ଥିକ ଅବସ୍ଥା ଭଲ ରହିବ । କର୍ମକ୍ଷେତ୍ରରେ ଉନ୍ନତି କରିପାରିବେ ।

ବୃଷ: ବ୍ୟବସାୟ କ୍ଷେତ୍ରରେ କଠିନ ପରିଶ୍ରମ କରି ଲାଭବାନ୍ ହେବେ । ପରିବାର ସହ ରହିଥିବା ମତଭେଦ ସମାପ୍ତ ହେବ । ଅଫିସରେ ସହକର୍ମୀମାନଙ୍କ ସହିତ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ନିଜ କାର୍ଯ୍ୟରେ ଧ୍ୟାନ ଦିଅନ୍ତୁ । ଆପଣଙ୍କୁ ସତର୍କ ରହିବାକୁ ପଡିବ । ବ୍ୟବସାୟୀଙ୍କ ପାଇଁ ଉତ୍ତମ ଦିନଟିଏ । ଋଣ କରନ୍ତୁ ନାହିଁ । ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତାରେ ରହିବେ ।

rashiphala

ମିଥୁନ: ବହୁତ ଦିନରୁ ଅଟକି ଥିବା ଅର୍ଥ ଆଜି ଫେରିପାଇବେ । ପାରିବାରିକ ଜୀବନ ସୁଖଦ ହେବ । ଆଜି ବନ୍ଧୁଙ୍କ ସହିତ ଭଲ ସମୟ ବିତାଇବେ । ବ୍ୟବସାୟୀ ମାନେ ବଜେଟ୍ ପ୍ରତି ଧ୍ୟାନ ଦିଅନ୍ତୁ । ଆଜି ଚର୍ମ ସମ୍ବନ୍ଧୀୟ କିଛି ସମସ୍ୟା ଦେଖାଦେଇ ପାରେ । କୌଣସି କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ ।

କର୍କଟ: ଦିନଟି ଭଲରେ ବିତିବ । ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି । ଆୟ ଅପେକ୍ଷା ଅଧିକ ଖର୍ଚ୍ଚ ହୋଇପାରେ । ବ୍ୟବସାୟ ସହିତ ଜଡିତ ଲୋକମାନେ ଆଜି ବହୁତ ଲାଭ ପାଇପାରିବେ । ଆଜି ଆପଣଙ୍କର ଆର୍ଥିକ ସମସ୍ୟାର ସମାଧାନ ହେବ । କର୍ମକ୍ଷେତ୍ରରେ ନୂତନ ସୁଯୋଗ ପାଇପାରନ୍ତି ।

ସିଂହ: ଆଜି ଆପଣଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ହେବାର ସମ୍ଭାବନା ରହିଛି । ସାଧାରଣ କଥାକୁ ନେଇ ପରିବାର ମଧ୍ୟରେ ମନାନ୍ତର ମତାନ୍ତର ଦେଖାଦେଇପାରେ । ବ୍ୟବସାୟୀମାନେ ଆଜି କାର୍ଯ୍ୟରେ କୌଣସି ପ୍ରକାର ଅବହେଳା କରନ୍ତୁ ନାହିଁ । ଆର୍ଥିତ ସ୍ଥିତି ଭଲ ରହିବ । କର୍ମକ୍ଷେତ୍ରରେ ନୂଆ ସୁଯୋଗ ପାଇପାରନ୍ତି । ଠକାମିର ଶିକାର ହୋଇ ପାରନ୍ତି

କନ୍ୟା: ଆର୍ଥିକ ସ୍ଥିତି ମଜବୁତ ହେବ । ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତାରେ ରହିବେ । ଘରର ପରିବେଶ ବହୁତ ଭଲ ରହିବ । ପରିବାର ସଦସ୍ୟଙ୍କ ସହିତ ସମ୍ପର୍କ ମଜବୁତ ହେବ । ଖୁବଶୀଘ୍ର ଆପଣ ନୂଆ ପଦବୀ ପାଇପାରନ୍ତି । ବ୍ୟବସାୟୀଙ୍କ ଆର୍ଥିକ ସ୍ଥିତି ମଜବୁତ ହେବାର ସମ୍ଭାବନା ଅଛି। ଅଟକି ରହିଥିବା ଟଙ୍କା ଫେରି ପାଇବେ । ଦିନର ଦ୍ୱିତୀୟ ଭାଗରେ, ଆପଣ କୌଣସି ଧାର୍ମିକ ସ୍ଥାନ ପରିଦର୍ଶନ କରିବାର ସୁଯୋଗ ପାଇ ପାରନ୍ତି ।

ତୁଳା: କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସାହାଯ୍ୟ ସହଯୋଗ ପାଇବେ । ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଦାଇତ୍ୱ ନେଇ ପାରନ୍ତି । ବ୍ୟବସାୟୀ ମାନେ ନିଜ ବ୍ୟବସାୟକୁ ବିସ୍ତାରିତ କରିବା ପାଇଁ ସକ୍ଷମ ହେବେ । ଆଜି ଧନଲାଭର ସମ୍ଭାବନା ରହିଛି । ଆପଣ ପିଲାମାନଙ୍କ ସହିତ ଭଲ ସମୟ ଅତିବାହିତ କରିବେ । ବ୍ୟବସାୟୀଙ୍କ କଠିନ ପରିଶ୍ରମ ସଫଳ ହେବ ଏବଂ ଆଜି ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ ।

ବିଛା: ବ୍ୟବସାୟିକ କ୍ଷେତ୍ରରେ ଉନ୍ନତି ହେବା ସହ ଆଶାଜନକ ଲାଭ ପ୍ରାପ୍ତିହେବ । ଅଧ୍ୟୟନ, ଅଧ୍ୟାପନା କ୍ଷେତ୍ରରେ ସମ୍ମାନିତ ହେବେ । କର୍ମକ୍ଷେତ୍ରରେ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ । ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡିପାରେ ।

ଧନୁ: ଆଜି ସତର୍କ ରୁହନ୍ତୁ । ଆଜି ନିଜ ସାଥୀଙ୍କ ସହିତ ଅଧିକ ସମୟ ବିତାଇବାକୁ ଚେଷ୍ଟା କରନ୍ତୁ । ଆପଣଙ୍କର ପ୍ରିୟ ବ୍ୟକ୍ତି ସମର୍ଥନ ଆବଶ୍ୟକ କରନ୍ତି । ଅଫିସରେ ସହକର୍ମୀଙ୍କ ସହ ଭୁଲ ବୁଝାମଣା ହୋଇପାରେ । ବ୍ୟବସାୟୀମାନେ ଆର୍ଥିକ କ୍ଷତି ସହିପାରନ୍ତି । ଆୟ ଅପେକ୍ଷା ଅଧିକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ । ସ୍ୱାସ୍ଥ୍ୟ ଭଲ ରହିବ ।

ମକର: ଆଜି କାର୍ଯ୍ୟରତ ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ହେବାକୁ ଯାଉଛି । ଭଲ ସୁଯୋଗ ପାଇପାରନ୍ତି । ଏହି ସୁଯୋଗର ଲାଭ ଉଠାଇବା ଭଲ । ସରକାରୀ ଚାକିରି ପାଇଁ ଚେଷ୍ଟା କରୁଥିବା ଲୋକଙ୍କୁ ସଫଳତା ମିଳିପାରେ । ବ୍ୟବସାୟୀମାନେ ଭଲ ଲାଭ କରିପାରିବେ । ଯୋଜନା ଅନୁଯାୟୀ ଆପଣଙ୍କର ସମସ୍ତ କାର୍ଯ୍ୟ ସମାପ୍ତ ହେବ । ପାରିବାରିକ ଜୀବନରେ ସୁଖ ଏବଂ ଶାନ୍ତି ରହିବ । ଆଜି ଆପଣଙ୍କ ଜୀବନସାଥୀଙ୍କ ସାହାଯ୍ୟରେ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ ହୋଇପାରନ୍ତି । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆଜି ଆପଣଙ୍କ ପାଇଁ ଏକ ଭଲ ଦିନଟିଏ ।

କୁମ୍ଭ: କାର୍ଯ୍ୟାଳୟର ପରିବେଶ କିଛି ମାତ୍ରାରେ ଭଲ ରହିବ ନାହିଁ । ସୁନା ଓ ରୂପା ବ୍ୟବସାୟ କରୁଥିବା ବ୍ୟବସାୟୀ ମିଶ୍ରିତ ଫଳାଫଳ ପାଇବେ । ଅନ୍ୟପକ୍ଷରେ, ଷ୍ଟକ୍ ମାର୍କେଟରେ ଇନଭେଷ୍ଟ କରୁଥିବା ଲୋକଙ୍କୁ କ୍ଷତି ସହିବା ପାଇଁ ପଡିପାରେ । ଘରର ପରିବେଶ ଭଲ ରହିବ । ପିତାମାତାଙ୍କ ପୂର୍ଣ୍ଣ ସମର୍ଥନ ପାଇବେ । ଆଜି ଆପଣ ନିଜ ସାଥୀଙ୍କ ସହିତ ସମୟ ବିତାଇବା ପସନ୍ଦ କରିବେ । ସ୍ୱାସ୍ଥ୍ୟ ଠିକ୍ ରହିବ। ଅଧିକ ଚିନ୍ତା କରନ୍ତୁ ନାହିଁ ।

ମୀନ: ଛାତ୍ରଛତ୍ରୀ ମାନେ ପାଠପଢାରେ ଅଧିକ ଧ୍ୟାନ ଦିଅନ୍ତୁ । ଯଦି ଆପଣ କୌଣସି ବିଷୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତେବେ ଆପଣଙ୍କର ଶିକ୍ଷକଙ୍କ ସାହାଯ୍ୟ ନିଅନ୍ତୁ । ବ୍ୟବସାୟୀ ମାନେ ଲାଭରେ ରହିବେ । ଆପଣ ନିଜ ପରିବାର ସଦସ୍ୟଙ୍କ ସହିତ କିଛି ଧାର୍ମିକ ସ୍ଥାନ ପରିଦର୍ଶନ କରିପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+