Get Updates
Get notified of breaking news, exclusive insights, and must-see stories!

ଆଜିର ରାଶିଫଳ : କେମିତି ବିିତିବ ଆଜିର ଦିନ, ଜାଣନ୍ତୁ

ପ୍ରେମ, ଶିକ୍ଷା , ବ୍ୟବସାୟ ଆଦି ପାଇଁ ଆପଣଙ୍କ ରାଶିରେ କଣ ରହିଛି ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡିଆରେ ଆଜିର ରାଶିଫଳ...

ପ୍ରେମ,ଶିକ୍ଷା,ବ୍ୟବସାୟ ଆଦି ପାଇଁ ଆପଣଙ୍କ ରାଶିରେ କଣ ରହିଛି ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡିଆରେ ଆଜିର ରାଶିଫଳ...

astrology

ମେଷ: ଆଜି କିଛି ନିଷ୍ପତ୍ତି ନେବା କଷ୍ଟକର ହେବ । କିନ୍ତୁ ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ କରିବା ପାଇଁ ଆଗଭର ହେବେ । ଅଧିକ ଭାବପ୍ରବଣ ହୁଅନ୍ତୁ ନାହିଁ, କାରଣ ଏଭଳି ହେବା ଦ୍ବାରା କାମରେ ପ୍ରଭାବ ପଡିବ । ଜଗିରଖି ଚଳନ୍ତୁ । ବିଦ୍ୟାର୍ଥୀ ସଫଳତା ପାଇବେ । ପରିବାର ଏନେଇ ଖୁସି ହେବେ ।

ବୃଷ: ଆଜି ଆପଣଙ୍କ ଦିନଟି ଭଲରେ ବିତିବ । ଆପଣ ସତର୍କତାର ସହିତ କାର୍ଯ୍ୟ କରନ୍ତୁ ଓ କଥା କହିବା ବେଳେ ସଞ୍ଜମତା ରକ୍ଷା କରିବାକୁ ପରାମର୍ଶ ଦିଆହେଉଛି । ଦିନସାରା ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । କୌଣସି ବି ଛୋଟ କାର୍ଯ୍ୟ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ । ଏନେଇ ଆପଣ ବିରକ୍ତ ହୋଇ ପାରନ୍ତି । କିନ୍ତୁ ଆପଣ ନିଜର କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ । ଦେଖିବେ ସବୁ ଭଲରେ ସଂପାଦନ ହେବ । ବ୍ୟବସାୟୀ ନୂତନ ପ୍ରୋଜେକ୍ଟ ପାଇପାରନ୍ତି । ପାର୍ଟନର ସହାୟତା କରିବେ ।

ମିଥୁନ: ଆଜି ଆପଣ ସଫଳ ହେବେ । ଯାହାକି ଆପଣଙ୍କ ଖୁସିକୁ ବଢେଇବ। ଆପଣ ଆପଣଙ୍କର ସ୍ତ୍ରୀ ଏବଂ ପିଲାମାନଙ୍କଠାରୁ ଭଲ ଖବର ପାଇବେ। ଆଜି ଆପଣ ପୁରୁଣା ବନ୍ଧୁମାନଙ୍କ ସହ ଦେଖାକରି ଖୁସି ହେବେ । ବହୁ ଦିନରୁ ବିବାହ ହେବାକୁ ଥିବା ବ୍ୟକ୍ତିମାନେ ସେମାନେ ସେମାନଙ୍କର ଭଲ ଜୀବନସାଥୀ ପାଇପାରିବେ ।

କର୍କଟ: ଆଜି ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ । ଆଖିରେ ସମସ୍ୟା ଦେଖାଦେବ ଏବଂ ମାନସିକ ଚିନ୍ତା ବଢ଼ିବ । ଲୋକଙ୍କ ସହ ଭଲରେ ବ୍ୟବହାର କରନ୍ତୁ । କୌଣସି ପ୍ରକାର ଦ୍ବନ୍ଦ ନ ଉପୁଜେ ସେଥିପ୍ରତି ଧ୍ୟାନ ରଖିବେ । ଅନେକ ଦିନର ସମସ୍ୟାରେ ପରିବର୍ତ୍ତନ ଆସିବ । ଆର୍ଥ ଲାଭ ହୋଇପାରେ । ପାରିବାରିକ ପରିବେଶ ଭଲ ରହିବ ମନରୁ ନକରାତ୍ମକ ଭାବନା ଦୂରେଇ ରଖନ୍ତୁ । ନଚେତ ଅସୁବିଧାରେ ପଡି ପାରନ୍ତି ।

କର୍କଟ: ଦେଖି ଚାହିଁ ଅର୍ଥ ବ୍ୟୟ କରନ୍ତୁ । କାରଣ ଆଜି ବ୍ୟୟ ବହୁତ ଅଧିକ ରହିବ । ମାନସିକ ଚିନ୍ତା ବଢ଼ିବ । ଯାହା ଦ୍ବାରା ଆପଣଙ୍କ କାର୍ଯ୍ୟ ପ୍ରଭାବିତ ହେବା ସହିତ ପାରିବାରିକ ଜୀବନରେ ମଧ୍ୟ ଦ୍ବନ୍ଦ ଆସିବ। ବ୍ୟବସାୟରେ କ୍ଷତି ସହିବେ । ବିଦ୍ୟାର୍ଥୀ ଅସଫଳ ହେବେ ।

ସିଂହ: ଆଜି ଦିନଟି ଆପଣଙ୍କର ଭଲରେ ବିତିବ । ସାମାଜିକ କ୍ଷେତ୍ରର ଲାଭଦାୟକ ସମାଚାର ମିଳିବ । ବନ୍ଧୁଙ୍କ ସହ ଦିନ ଭଲରେ ବିତିବ । ଆୟରେ ବୃଦ୍ଧି ହେବା ସହିତ ଲାଭ ହେବ । ଆପଣଙ୍କ କଥା କିମ୍ବା ବ୍ୟବହାର କାହାକୁ ଖରାପ ଲାଗିପାରେ । ଗାଡି ଚଳେଇବା ବେଳେ ସାବଧାନ ରକ୍ଷାକରନ୍ତୁ । ପରିବାର ସହ ମନୋମାଳିନ୍ୟ ହୋଇପାରେ ।

କନ୍ୟା: ଅର୍ଥନୈତିକ କାର୍ଯ୍ୟ ବାଧାପ୍ରାପ୍ତ ହୋଇପାରେ । ଆପଣଙ୍କୁ ଅନୁରୋଧ କରାଯାଉଛି ଭାବପ୍ରବଣତା ଉପରେ ନିୟନ୍ତ୍ରଣ ରଖନ୍ତୁ। ନିଜସ୍ଵ ସମ୍ପତ୍ତିର ଯତ୍ନ ନିଅନ୍ତୁ । ନୈତିକ ଦାୟିତ୍ବ ବ୍ୟତୀତ ନୂଆ ଯୋଜନାକୁ କାର୍ଯ୍ୟକାରୀ କରାନ୍ତୁ । ପରିବାର ସହିତ ସମୟ ବିତାନ୍ତୁ । ମାନସିକ ଶାନ୍ତି ବଜାୟ ରହିବ ।

ତୁଳା: ଆଜି ଆପଣ କିଛି ନୂଆ ଜିନିଷ କିଣିପାରନ୍ତି । ପ୍ରିୟଜନଙ୍କୁ ଆପଣ ଅଧିକ ସମୟ ଦେବେ । ନୂତନ କାର୍ଯ୍ୟ କରିବା ପାଇଁ ଆଗଭର ହେବେ । କାର୍ଯ୍ୟ କ୍ଷେତ୍ରରେ ପ୍ରଶଂସା ସାଉଁଟିବେ । ନୂଆ ପଦବୀ ମିଳିପାରେ । ଏନେଇ ଆପଣ ଖୁସି ରହିବେ । ଗୁରୁଜନଙ୍କ ଆର୍ଶୀବାଦ ଆପଣଙ୍କ ଉପରେ ରହିବ ।

ବିଛା: ଆପଣଙ୍କ ପରିବାରର ପରିବେଶ ସାରାଦିନ ଅନୁକୂଳମୟ ରହିବ । ଆପଣ ଶାରୀରିକ ଭାବରେ ଶକ୍ତି ସମ୍ପନ୍ନ ଅନୁଭବ କରିବେ । ଆଜି ଶତ୍ରୁମାନେ ଆପଣଙ୍କଠାରୁ ପରାସ୍ତ ହେବେ । ଆପଣ ସହକର୍ମୀମାନଙ୍କଠାରୁ ସାହାଯ୍ୟ ପାଇବାରେ ସକ୍ଷମ ହେବେ । ଲାଗି ରହିଥିବା ବିବାଦର ଆଜି ସାମାଧାନ ହୋଇପାରେ । ଦେଖି ଚାହିଁ ବୁଦ୍ଧିମତାର ରହିତ କାମ କଲେ ସଫଳ ହେବେ ।

ଧନୁ: ବ୍ୟବସାୟୀରେ ଲାଭ ହେବ । ସଠିକ ଢଙ୍ଗରେ କହିଵା ଦକ୍ଷତା ନିଜ କାର୍ଯ୍ୟ ହାସଲ ପାଇଁ ସାହାଯ୍ୟ କରିବ । ନିଜ ପଥରେ ନାୟକ ହେବାପାଇଁ ଆପଣ ଭଲ ନିଷ୍ପତ୍ତି ନେଉଛନ୍ତି । ଗୁରୁଜନଙ୍କ ପରାମର୍ଶ ନିଅନ୍ତୁ , ଆହୁରି ଲାଭବାନ ହେବେ । ସନ୍ତାନଙ୍କ ଚିନ୍ତା ବଢିବ ।

ମକର: କଠିନ ପରିଶ୍ରମ କରିବେ । ଯାହା ଆପଣଙ୍କୁ ସଫଳତାର ପଥଲ ଦେଖାଇବ। ଧୈର୍ଯ୍ୟର ସହ କାର୍ଯ୍ୟ କରନ୍ତୁ । କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଭାବିଚିନ୍ତି କାର୍ଯ୍ୟ କରନ୍ତୁ । ଦୁଃଖ ପାଇବାର ସମ୍ଭାବନା ରହିଛି । ତେଣୁ ବେଶୀ ଭାବ ପ୍ରବଣ ହୁଅନ୍ତୁ ନାହିଁ।

କୁମ୍ଭ: ଆପଣଙ୍କର ଶାରୀରିକ ତଥା ମାନସିକ ସ୍ଥିତି ଭଲନଥିବାରୁ ବିଶ୍ରାମ ନେବା ଆପଣଙ୍କ ପାଇଁ ଜରୁରୀ । ଅସନ୍ତୋଷ ଓ ଉଦାସ ମନୋଭାବ ଯୋଗୁଁ ମନ ବିଚଳିତ ହେବ । ଆପଣ ପ୍ରତିକଥାରେ ବିରକ୍ତିଭାବ ପ୍ରକାଶ କରିପାରନ୍ତି । ତେଣୁ ପରିବାରର ସଦସ୍ୟମାନଙ୍କ ନିମିତ୍ତ ନିଜର ଆଚରଣ ଓ ବ୍ୟବହାରକୁ ମାର୍ଜିତ କରନ୍ତୁ । ନଚେତ ଅଶାନ୍ତି ସୃଷ୍ଟି ହେବ ।

ମୀନ: ଆପଣଙ୍କ ଦିନ ଭଲ ରହିବ ନାହିଁ । ପୁରା ଦିନ ଦ୍ଵନ୍ଦ ଭିତରେ ବୁଡ଼ି ରହିବେ । ସମସ୍ୟାପାଇଁ ସ୍ଥାୟୀ ପ୍ରତିକାର ପାଇବେନାହିଁ । ନିଜକୁ ଯେତେ ସମ୍ଭବ କଳହଠାରୁ ଦୂରେଇ ରଖନ୍ତୁ। ନିଜର ଦାୟୀତ୍ବ ସଠିକ ଭାବେ ପୂରଣ କରନ୍ତୁ । ବିଦ୍ୟାର୍ଥୀ ପାଠପ୍ରତି ଆକୃଷ୍ଟ ହେବେ । ବ୍ୟବସାୟୀଙ୍କ କ୍ଷତି ସହିବା ପାଇଁ ପଡିପାରେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+