Get Updates
Get notified of breaking news, exclusive insights, and must-see stories!

ଆଜିର ରାଶିଫଳ: ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଶିକ୍ଷା, ପ୍ରେମ ଓ ପରିବାର, ବ୍ୟବସାୟ ପାଇଁ କେମିତି ରହିଛି ଦିନ? ରାଶିରେ କେଉଁ କଣ ରହିଛି ଗ୍ରହର ପ୍ରଭାବ? ଏସବୁ ବିଷୟରେ ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡ଼ିଆରେ ଆଜିର ରାଶିଫଳ ...

ଶିକ୍ଷା, ପ୍ରେମ ଓ ପରିବାର, ବ୍ୟବସାୟ ପାଇଁ କେମିତି ରହିଛି ଦିନ? ରାଶିରେ କେଉଁ କଣ ରହିଛି ଗ୍ରହର ପ୍ରଭାବ? ଏସବୁ ବିଷୟରେ ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡ଼ିଆରେ ଆଜିର ରାଶିଫଳ ...

astrology

ମେଷ: ଆଜି ଆପଣ ବ୍ୟବସାୟରେ ଆପଣ ଲାଭ ପାଇବେ। ପ୍ରେମ ପାଇଁ ଆଜି ଶୁଭ ଦିନ । ପ୍ରେମିକ ପ୍ରେମିକା ଏକାକୀ ସମୟ ବିତେଇବା ସହ ବିବାହ ପାଇଁ ଆଗଭର ହେବେ । ପରିବାର ମଧ୍ୟ ସହମତି ପ୍ରଦାନ କରିବେ।

ବୃଷ: ଆପଣଙ୍କ ଦିନଟି ସେତେଟା ଭଲ ଲାଗିବ ନାହିଁ। ଆଜି ଆପଣଙ୍କ କାର୍ଯ୍ୟକୁ କେହି ପସନ୍ଦ କରିବେ ନାହିଁ । ଶତ୍ରୁ ସଂଖ୍ୟାରେ ବୃଦ୍ଧି ଘଟିବ । ପରିବାର ସଦସ୍ୟ ଙ୍କ ସହିତ ସମୟ ବିତେଇବାବକୁ ସମୟ ପାଇବେନି।

ମିଥୁନ: ଆଜି ଆପଣଙ୍କ ଉଭୟ ଭଲ ଏବଂ ଖରାପ ଖବର ପାଇବେ। ତେଣୁ ମଧ୍ୟମ ଧରଣ ର ଦିନଟି ବିତିବ । ବରିଷ୍ଠ ଅଧିକାରୀ ମାନେ ଆପଣଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ ନାହିଁ। ନିଜ ପାଇଁ ଟଙ୍କା ଖର୍ଚ୍ଚ ହେବ । ସଫଳତା ମିଳିପାରେ।

କର୍କଟ: ଭଗବାନଙ୍କ ନାମ ଉଚ୍ଚାରଣ କରିବା ଦ୍ୱାରା ପ୍ରତିକୂଳ ଭାବନାକୁ ନିୟନ୍ତ୍ରଣ ରଖିପାରିବେ । ଆପଣଙ୍କ ମନର ଭାବନା ଅସ୍ଥିର ହେବାର ସମ୍ଭାବନା ରହିଛି । ସତର୍କତା ଅବଲମ୍ବନ କରନ୍ତୁ ଏବଂ ଅନୈତିକତା କାର୍ଯ୍ୟ କଳାପ କରନ୍ତୁ ନାହିଁ । ଖର୍ଚ୍ଚ ହେବାର ସମ୍ଭାବନା ଅଛି। ସମ୍ଭଳିକି ରୁହନ୍ତୁ।

ସିଂହ: ଦିନଟି ଖୁବ୍ ଆନନ୍ଦମୟ। ବନ୍ଧୁ ଙ୍କ ସହ ମୁଭି କିମ୍ୱା ଲଙ୍ଗ ଡ୍ରାଇଭରେ ଯିବା ପରେ ଖୁସି ହେବେ । କାର୍ଯ୍ୟକ୍ଷେତ୍ରରେ ନିଜ ପ୍ରତି ଅନ୍ୟମାନଙ୍କର ଅନାବଶ୍ୟକ ଧ୍ୟାନ ଆକର୍ଷଣ କରନ୍ତୁ ନାହିଁ । ଇଚ୍ଛା ଥିଲେ ମଧ୍ୟ ପରିବାରକୁ ସମୟ ଦେଇ ପାରିବେ ନାହିଁ ।

କନ୍ୟା: ଠିକ୍ ରେ କାମ ସାରି ଥିବାରୁ ଆପଣ ଖୁସି ରହିବେ। ସନ୍ଧ୍ୟାରେ ବନ୍ଧୁବର୍ଗ ଏବଂ ପରିବାର ସହିତ ଉତ୍ସବ ମଧ୍ୟ ପାଳନ କରିପାରନ୍ତି । ଦିନଟି ଖୁସିରେ ବିତିବ। ଛାତ୍ର ଛାତ୍ରୀଙ୍କୁ ସଫଳତା ମିଳିବ।

ତୁଳା: ସୃଜନଶୀଳ ଲେଖା ପାଇଁ ଆପଣ ଚିନ୍ତାକରି ଆସୁଛନ୍ତି, ଏହା ଆପଣ ଦକ୍ଷତାର ସହିତ କରିପାରିବେ । ଯେହେତୁ ଏଭଳି କାର୍ଯ୍ୟ ପାଇଁ ଆଜି ହେଉଛି ଉତ୍କୃଷ୍ଟ ସମୟ । ଏଭଳି କାର୍ଯ୍ୟକଳାପରେ ନିଜକୁ ଲିପ୍ତ କରିବା ଦ୍ୱାରା ଆପଣଙ୍କର ଦକ୍ଷତାରେ ବୃଦ୍ଧି ହେବ ଏବଂ ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ସାହାଯ୍ୟ କରିବ । ଧ୍ୟାନର ସହିତ ଏଥିରେ ମନୋନିବେଶ କରନ୍ତୁ।

ବିଛା: ମନର ଭାବ ପ୍ରବଣତାକୁ କମ୍‌ କରନ୍ତୁ, ନଚେତ୍ ମାନସିକ ଅସ୍ଥିରତାର ଶୀକାର ହେବାର ସମ୍ଭାବନା ରହିଛି । ଆପଣଙ୍କ ଭାବନାରେ ଅସ୍ଥିରତା ଦେଖା ଦେଇପାରେ । ତେଣୁ ଆପଣଙ୍କୁ ପରାମର୍ଶ ଦିଆହେଉଛି ଯେ ଆପଣ କୌଣସି ନୂଆ କାମ ଆରମ୍ଭ କରନ୍ତୁ ନାହିଁ।

ଧନୁ: ଆଜିର ଦିନ ଭଲରେ ବିତିବ । ଆପଣଙ୍କ ପରିବାରକୁ ବ୍ୟସ୍ତ କରୁଥିବା ସମସ୍ୟା ଆପଣଙ୍କ ମନକୁ ଆନ୍ଦୋଳିତ କରିଦେଇପାରେ । ଆପଣ ହିଁ ସେହି ସବୁ ସମସ୍ୟାକୁ ସଫଳତାର ସହିତ ସମାଧାନ କରିପାରିବେ।

ମକର: ସ୍ଥିର ଚିତ୍ତରେ ଭାବିଚିନ୍ତି ଲୋକଙ୍କ ସହ ବନ୍ଧୁତ୍ୱ କରନ୍ତୁ। ଯୋଗ ଓ ଧ୍ୟାନ କରିବା ଦ୍ୱାରା ଆପଣଙ୍କର ମାନସିକ ଶାନ୍ତି ଅବ୍ୟାହତ ରହିପାରେ । ବ୍ୟକ୍ତିଗତ ଭାବେ ଆପଣ ନିଜ ପରିବାର ସଦସ୍ୟ ଙ୍କ ଠାରୁ ଲାଭବାନ ହେବେ । ଘରେ ଶାନ୍ତି ବଜାୟ ରହିବ।

କୁମ୍ଭ: ଆଜି ଦିନ ଆପଣଙ୍କ ପାଇଁ ସେତେଟା ଭଲ ରହିବ ନାହିଁ। ଆପଣଙ୍କର ଆଧ୍ୟାତ୍ମିକ ମନ ଦିନକୁ ସନ୍ତୁଷ୍ଟମୟ କରିବ ଏବଂ ଆପଣ ସମସ୍ତ ପ୍ରତିକୂଳତାକୁ ଦୂରରେ ରଖିବାରେ ସମର୍ଥ ହେବେ । ଛାତ୍ର ଛାତ୍ରୀ ପାଠ ପଢା ରେ ମନୋନିବେଶ କରିବେ।

ମୀନ: ପତି- ପତ୍ନୀ ମଧ୍ୟରେ ଥିବା ପ୍ରଭେଦକୁ ଉଭୟ ଗ୍ରହଣ କରି ବୈବାହିକ ଅବସ୍ଥାକୁ ଉନ୍ନତ କରିବେ । ଆପଣ ନିଜ କଥାବାର୍ତ୍ତାରେ ନିୟନ୍ତ୍ରଣ ରଖନ୍ତୁ, ବିଶେଷ ଭାବରେ ଯେତେବେଳେ ମହିଳା ମାନଙ୍କ ସହିତ ମିଳାମିଶା କରୁଛନ୍ତି ସେମାନଙ୍କ ପ୍ରତି ବିରକ୍ତିଭାବ ଦେଖନ୍ତୁ ନାହିଁ। ନଚେତ୍ ଆପଣ ଅସୁବିଧାରେ ପଡିପାରନ୍ତି ।ସାବଧାନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+