Get Updates
Get notified of breaking news, exclusive insights, and must-see stories!

ଆଜିର ରାଶିଫଳ: କେମିତି ରହିବ ଆପଣଙ୍କ ଦିନ,ପଢନ୍ତୁ

ଆଜିର ରାଶିଫଳ: କେମିତି ରହିବ ଆପଣଙ୍କ ଦିନ?

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? ଆପଣଙ୍କ ଜୀବନସାଥୀଙ୍କ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ୱାନ ଇଣ୍ଡିଆ ଓଡ଼ିଆ ସହ ଯୋଡ଼ି ହୋଇ ରୁହନ୍ତୁ....

ମେଷ: ନିଜର ମନ ଇଚ୍ଛା କାର୍ଯ୍ୟ କରିବା ଓ ଜିଦ କରିବା ଶ୍ଵାସଭାବକୁ ନିଅନ୍ତ୍ରଣରେ ରଖନ୍ତୁ। କାରଣ ଏହା ନ କରିବା ସେଠାର ପରିବେଶ ଚାପଗ୍ରସ୍ତ ହୋଇ ପାରେ। ଆଜି ଆପଣ ବହୁତ ଗୁଡ଼େ ଜିନିଷ ଉପରେ ଖର୍ଚ୍ଚ କରିପାରନ୍ତି । ଏହାଦ୍ୱାରା ଆପଣଙ୍କର ବହୁତ ଅସୁବିଧା ଦୂର ହୋଇପାରିବ । ଆଜି ଦିନ ସାରା କିଛି ବିଶେଷ ନ କରିକି ଆପଣ ସହଜ ଭାବରେ ଲୋକଙ୍କ ଧ୍ୟାନ ନିଜ ଉପାରେ ଆକର୍ଷିତ କରିବାରେ ସଫଳ ରହିବେ ।

ବୃଷ: ଆଜି ଆପଣଙ୍କ ସହଭାଗୀ ଆପଣଙ୍କୁ ବହୁତ ଖୁସି ଦେବେ ଯାହା ଯୋଗୁଁ ଆପଣଙ୍କ ଉର୍ଜା ଉଚ୍ଚସ୍ତରୀୟ ରହିବ । ଯଦି ନିଜ ଉପରେ କୋଣସି କାମକୁ ନେଇକି ଭରସା ନାହିଁ ତାହେଲେ କାହାକୁ ଭି ଜବାବ ଦିଅନ୍ତୁ ନାହିଁ । ଆଜିକୁ କାମ ଆଜି ସାରିଦେବ ଉଚିତ । ଆଜିର କାମକୁ କଲି ପାଇଁ ରଖିଲେ କାମ ବେଶୀ ବଢ଼ିଯିବ ଏବଂ ଆପଣ ନିଜପାଇଁ କେବେ ସମୟ ପାଇବେନି । ଆପଣଙ୍କ ଜୀବନସାଥୀ ସହିତ ଆପଣ ପ୍ରେମ ଓ ରସମୟ ଭରା ପୁରୁଣା ଦିନ ପୁଣି ଥରେ ଆଣିବାକୁ ଚାହିଁବେ ।

astrology

ମିଥୁନ: ଆଜି ଏମିତି କ୍ରିୟାରେ ସାମିଲ ହୁଅନ୍ତୁ ଯାହା ଆପଣଙ୍କୁ ଖୁସି ଓ ଆରମ୍ଭ ପ୍ରଦାନ କରିବ । ଅତ୍ୟଧିକ ଖର୍ଚ୍ଚ ଓ ସନ୍ଦେହଜନକ ଆର୍ଥିକ ଯୋଜନାରୁ ଦୁରେଇ ରୁହନ୍ତୁ । ପରିବାରର କୌଣସି ସଦସ୍ୟଙ୍କ ବ୍ୟବହାର ଆପଣଙ୍କୁ ବ୍ୟଥିତ କରିପାରେ । ଆପଣ ତାଙ୍କ ସହିତ କଥାହେବା ଦରକାର । ଏହା ପ୍ରେମର ନିଶା, ତାହାକୁ ଅନୁଭବ କରନ୍ତୁ । ନୂତନ ଯୋଜନାକୁ ଆରମ୍ଭ କରିବା ପାଇଁ ଉତ୍ତମ ଦିନ । ଆଜି ଆପଣ କୌଣସି ଉପନ୍ୟାସ ବା ପତ୍ରିକା ପଢ଼ି ସମୟ ଅତିବାହିତ କରିପାରିବେ ।

କର୍କଟ: ଆଜି କେହି ଜଣେ ଆପଣଙ୍କ ସହଯୋଗ କାରଣରୁ ପୁରସ୍କୃତ ହେବେ। ଆପଣଙ୍କର ପ୍ରଶଂସକଙ୍କ ସଂଖ୍ୟା ବୃଦ୍ଧି ପାଇବ । ପରିବାରରେ କୌଣସି ସଦସ୍ୟଙ୍କ ସହିତ ଯୁକ୍ତିତର୍କ ହେବ କାରଣରୁ ପରିବେଶ ଖରାପ ହୋଇ ପାରେ, କିନ୍ତୁ ଯଦି ଆପଣ ନିଜକୁ ଶାନ୍ତ ରଖିବେ ଓ ଧର୍ଯ୍ୟ ସହିତ କାର୍ଯ୍ୟ କରିବେ ତାହେଲେ ସମସ୍ତଙ୍କର ମନ ବଢ଼ିଆ କରି ପାରିବେ ।

ସିଂହ: ଦିନଟି ଅନିଶ୍ଚିୟତା ଭିତରେ କଟିବ । ସେତେଟା ଭଲ ରେ ବିତିବ ନାହିଁ। ଆପଣଙ୍କର ମାନସିକ ଭାବପ୍ରବଣତାର ବେଗ ଏତେ ବୃଦ୍ଧି ପାଇବ ଯେ ଆପଣ କ୍ରୋଧିତ ହେବେ। ଆପଣ ନିଜର ମାଆଙ୍କୁ ନେଇ ଚିନ୍ତା ରେ ଥାଆନ୍ତି। ଆଜି ଟିକେ ବେଶୀ ଚିନ୍ତା କରିବେ। ପାଠ ପଢାରେ ମନ ଲାଗିବ ନାହିଁ।

କନ୍ୟା: ଆଜି ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ । କର୍ମ କ୍ଷେତ୍ରରେ ପ୍ରଶଂସିତ ହେବା ସହିତ ଆପଣଙ୍କ ପୁରସ୍କୃତ ହେବେ । ଆପଣଙ୍କ ମୁହଁରେ ଫୁଟୁଥିବା ହସ ଅନ୍ୟମାନଙ୍କ ସହିତ ବାଣ୍ଟନ୍ତୁ। ଆପଣ କମ ସମୟ ପାଇବେ , ଏତିକି ପରିବାର ସହ ଦିନଟି ବିତେଇବା ପାଇଁ ଚେଷ୍ଟା କରନ୍ତୁ । ଦେଖିବେ ଦିନର ଖୁସି ଦ୍ଵିଗୁଣିତ ହେଇ ଯିବ।

ତୁଳା: ଆଜି ଦିନଟି ଶୁଭ ରହିବ । ପୁରସ୍କାର, ଲାଭ, ଫାଇଦା, ଯାହା ଇଚ୍ଛା କରିବେ ତାହା ପାଇବେ । ସବୁ କ୍ଷେତ୍ରରେ ସଫଳ ହେବେ । ଏହାସହ ଘର, ପରିବାର କିମ୍ବା ବ୍ୟବସାୟ ଯେକୌଣସି କ୍ଷେତ୍ରରେ ଏସବୁ ଆପଣଙ୍କୁ ମିଳିପାରେ । ନୂଆ ଘର ଆଦି କ୍ରୟ କରି ପାରନ୍ତି। ପିଲାମାନେ ଜିଦଖୋର୍ ହେବେ। ସେମାନଙ୍କୁ ବୁଝାନ୍ତୁ।

ବିଛା: ପରିବାର ଚିନ୍ତାରେ ମନ ଭାରାକ୍ରାନ୍ତ ହେବ । ବିଦ୍ୟାର୍ଥୀମାନେ ସଫଳତାର ସ୍ୱାଦ ଚାଖିବା ଦ୍ୱାରା ନିଜର ମନକୁ ଆହୁରି ଦୃଢକରି ପାଠପଢାରେ ମନ ଲଗାଇବେ । କୌଣସି ଯାତ୍ରା ଯୋଜନା ଥିଲେ , ସ୍ଥଗିତ ରଖନ୍ତୁ । ନିଜ ଭବିଷ୍ୟତ ପାଇଁ ସଞ୍ଚୟ କରନ୍ତୁ। ଧନ ସଞ୍ଚୟ କରିବା ଦ୍ବାରା ଆପଣଙ୍କ ଭବିଷ୍ୟତ ଉଜ୍ଜଳମୟ ହେବ। ନଚେତ ଅନେସ ସମସ୍ୟାର ସାମନା କରିବା ପାଇଁ ପଡିପାରେ ।

ଧନୁ: ଆଜି ମାନସିକ ଦୁଶ୍ଚିନ୍ତା ଆପଣଙ୍କୁ ନିରୁତ୍ସାହିତ କରିବ । ଆଜି ଆପଣଙ୍କ ନିଜର ପରିବାରର ସଦସ୍ୟଙ୍କ ସହ ଝଗଡା କରିପାରନ୍ତି । ଆର୍ଥିକ ଅନାଟନ ଲାଗିରହିବ । ଏନେଇ ଚିନ୍ତା ବଢିବ। ଦେଖି ଚାହିଁ କଥା କୁହନ୍ତୁ। ନଚେତ୍ ଅଯଥା କଳହ ଭିତରେ ପେଶୀ ହେବେ। ଏହାଦ୍ବାରା ଆପଣଙ୍କ ମାନସିକ ଅବସ୍ଥା ପ୍ରଭାବିତ ହେବ। ଅଶାନ୍ତି ଲାଗି ରହିବ ।

ମକର: କାର୍ଯ୍ୟସ୍ଥଳୀ ରେ ବରିଷ୍ଠଙ୍କ ଠାରୁ ଚାପ ଓ ଘରେ ଚାଲୁଥିବା ମତଭେଦ ମାନସିକ ଚାପ ଦେଇ ପାରେ - ଯାହାକି କାର୍ଯ୍ୟରେ ଆପଣଙ୍କର ଏକାଗ୍ରତା ଭଙ୍ଗ କରି ପାରେ । ମାତୃପକ୍ଷରୁ ଆଜି ଆପଣଙ୍କୁ କୌଣସି ଧନଲାଭ ହୋଇପାରେ । ଆଜି ନିଜ କାମ ନିଜେ କରିବାକୁ ଚେଷ୍ଠା କରନ୍ତୁ - ଆଉ କାହାଠୁ ସାହାଯ୍ୟର ଆସ ରଖନ୍ତୁ ନାହିଁ ନହେଲେ ନିରାଶ ହୋଇ ପାରନ୍ତି । ଆଜି ଆପଣଙ୍କ ପ୍ରେମୀଙ୍କ ସହିତ ସମୟ କଟାଇପାରିବେ ଓ ତାଙ୍କୁ ନିଜର ଭାବନା ପ୍ରକାଶ କରିପାରିବେ । ଜୀବନସାଥୀର ଖରାପ ସ୍ୱାସ୍ଥ୍ୟର ପ୍ରଭାବ ଆପଣଙ୍କ କାମ-କାର୍ଯ୍ୟରେ ପଡ଼ି ପାରେ, କିନ୍ତୁ ଆପଣ କୌଣସି ପ୍ରକାର ଜିନିଷକୁ ସମ୍ଭାଳିବାର ସଫଳ ରହିବେ ।

କୁମ୍ଭ: ଆପଣ ବିଭିନ୍ନ କାର୍ଯ୍ୟପାଇଁ ସିଦ୍ଧାନ୍ତ ନେବାରେ ନିଜକୁ ଅସହାୟ ମନେ କରିବେ । ଅଯଥା ଖର୍ଚ୍ଚ କରନ୍ତୁ ନାହିଁ । ନିଜର ଖରାପ ବ୍ୟବହାର ଯୋଗୁଁ ପରିବାରର ସଦସ୍ୟଙ୍କ ସହିତ ଝଗଡା ଲାଗିପାରେ । ଯାହା ଆପଣକୁ ଦୁଃଖ ଦେବ । ମାନସିକ ଚିନ୍ତା ବଢିବ। ବିଦ୍ୟାର୍ଥୀମାନେ ସେମାନଙ୍କ ପାଠପଢାରେ ମନୋନିବେଶ କରିବେ ।

ମୀନ: ଆପଣଙ୍କ ସକରାତ୍ମକ ଚିନ୍ତା ପୁରସ୍କୃତ ହେବ, କାରଣ ଆପଣ ନିଜର ଚେଷ୍ଟାରୁ ହିଁ ସଫଳତା ପାଇବେ । ସମସ୍ତଙ୍କଠୁ ପରାମର୍ଶ ନେଇ ନିବେଶ କରନ୍ତୁ । ପାରିବାରିକ ଲୋକଙ୍କ ସାହାଯ୍ୟ ଆପଣଙ୍କ ଦରକାରକୁ ପୁରା କରିବ । ଆଜି ଆପଣ ଜଣେ ଏମିତି ବ୍ୟକ୍ତିନ୍କୁ ଦେଖା କରିବେ ଯିଏ ଆପଣଙ୍କୁ ନିଜର ଜୀବନଠୁ ବି ଅଧିକ ଭଲ ପାଇବେ । କାର୍ଯ୍ୟରେ ଧୀର ପ୍ରଗତି ହାଲୁକା ମାନସିକ ଚାପି ଦେଇ ପାରେ । ଅବସର ସମୟ ଆପଣ ଆଜି ମନ୍ଦିର, ଗୁରୁଦ୍ୱାରା ବା ଅନ୍ୟ କୌଣସି ଧାର୍ମିକ ଅନୁଷ୍ଠାନରେ କାଟିବାକୁ ଇଛା କରିବେ । ଆପଣଙ୍କ ଜୀବନସାଥୀ ଆଜି ଉର୍ଜା ଓ ପ୍ରେମରେ ଭରା ରହିବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+