ଆଜିର ରାଶିଫଳ: କେମିତି ବିତିବ ଆପଣଙ୍କ ଦିନ , ଜାଣନ୍ତୁ

ପ୍ରେମ, ଶିକ୍ଷା ଓ ବ୍ୟବସାୟ ପାଇଁ କେମିିତି ରହିବ ଆଜିର ଦିନ , ରାଶିରେ କଣ ରହିଛି ଜାଣିବା ପାଇଁ ପଢନ୍ତୁ ୱାନ ଅଣ୍ଡିଆ ଓଡିଆରେ ଆଜିର ରାଶିଫଳ...

ପ୍ରେମ, ଶିକ୍ଷା ଓ ବ୍ୟବସାୟ ପାଇଁ କେମିିତି ରହିବ ଆଜିର ଦିନ , ରାଶିରେ କଣ ରହିଛି ଜାଣିବା ପାଇଁ ପଢନ୍ତୁ ୱାନ ଅଣ୍ଡିଆ ଓଡିଆରେ ଆଜିର ରାଶିଫଳ...

rashi phala

ମେଷ: ଯାତ୍ରା ଓ ବନ୍ଧୁ ମାନଙ୍କ ସହିତ ସମ୍ମେଳନ ଯୋଗୁଁ ଆପଣ ଆଜି ଆରମ୍ଭ ଓ ଖୁସି ଅନୁଭବ କରିବେ । ଅର୍ଥ ଅବସ୍ଥାରେ ଉନ୍ନତି ହେବା ଯୋଗୁଁ ହଠାତ ଲାଭ ମିଳିପାରେ । ପରିବାରର କୌଣସି ସଦସ୍ୟଙ୍କ ବ୍ୟବହାର ଆପଣଙ୍କୁ ବ୍ୟଥିତ କରିପାରେ । ଆପଣ ତାଙ୍କ ସହିତ କଥାହେବା ଦରକାର । ଯଦି ଆପଣଙ୍କୁ ଲାଗୁଛି ଯେ ଆପଣଙ୍କ ପ୍ରେମୀ ଆପଣଙ୍କ ମନ ବୁଝୁନାହିଁ , ତେବେ ସେଥିପାଇଁ ବ୍ୟସ୍ତ ନ ହୋଇ ସେଥିପାଇଁ ସମୟ ଦିଅନ୍ତୁ ଏବଂ ନିଜ ହୃଦୟର କଥା ସ୍ପଷ୍ଟ ଭାବରେ ବ୍ୟକ୍ତ କରନ୍ତୁ ।

ବୃଷ: ବ୍ୟବସାୟୀ ମାନଙ୍କ ପାଇଁ ଉତ୍ତମ ଦିନ । ବ୍ୟବସାୟ ପାଇଁ ହଠାତ କରା ଯାଇଥିବା କୌଣସି ଯାତ୍ରା ସକରାତ୍ମକ ପରିଣାମ ଦେବ । ଯିଏ ବି ଆପଣଙ୍କ ସହିତ ମିଶିବେ ତାଙ୍କ ସହିତ ବିନମ୍ର ଓ ସୁଖଦ ବ୍ୟବହାର ରଖନ୍ତୁ । ବହୁତ କାମ ଲୋକ ହିଁ ଆପଣଙ୍କ ଏହି ଆକର୍ଷକ ଚରିତ୍ରର ରହସ୍ୟ ଜାଣି ପାରିବେ । ଆପଣଙ୍କ ପ୍ରେମ, ଆପଣଙ୍କ ଜୀବନ ସାଥୀ ଆପଣଙ୍କୁ କୌଣସି ସୁନ୍ଦର ଉପହାର ଦେଇ ପାରନ୍ତି ।

ମିଥୁନ: ଆଜି ଆପଣ ଆଶାର ଯାଦୁ ଦୁନିଆରେ ଥିବା ଭଳିଆ ଅନୁଭବ କରିବେ । କିଛିଟା ଆବଶ୍ୟକ ଯୋଜନା କାରଣ ଯୋଗୁଁ ଆପଣଙ୍କ ଅର୍ଥ ଅବସ୍ଥାରେ ଉନ୍ନତି ହୋଇପାରେ । ପାରିବାରିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ । ପାରିବାରିକ ଦାୟିତ୍ଵକୁ ଅଣଦେଖା କଲେ ସମସ୍ତଙ୍କର କ୍ରୋଧର କେନ୍ଦ୍ର ବନିବେ ।

କର୍କଟ : ଆଜି ଆପଣଙ୍କ ଜୀବନ ପ୍ରେମ ଦୃଷ୍ଟିରୁ ମହକି ଉଠିବ । ଆପଣଙ୍କ ଆଧିପତ୍ୟ ବିସ୍ତାର କରିବାର ସ୍ଵଭାଵ ଆଲୋଚନାର କାରଣ ହେଇପାରେ । ଆଜି ଆପଣ ଅଳସୁଆ ହୋଇ ଶଯ୍ୟାତ୍ୟାଗ କରିବାକୁ କୁଣ୍ଠାବୋଧ କରିବେ । ପରେ କିନ୍ତୁ ଆପଣ କିଭଳି ସମୟ ନଷ୍ଟ କରିଛନ୍ତି ସେ କଥା ଭାବି ଅନୁତାପ କରିବେ । ଆପଣ ଦୁନିଆରେ ସବୁଠୁ ଧନୀ ଅନୁଭବ କରିବେ, କାରଣ ଆପଣଙ୍କ ଜୀବନସାଥୀର ବ୍ୟବହାର ଆପଣଙ୍କୁ ଏମିତିଆ ଅନୁଭବ କରେଇବ ।

ସିଂହ: ଯଦି ଆଜି ବାହାରକୁ ଯିବାର ଯୋଜନା ଅଛି ତାହେଲେ ଆଜି ବହୁତ ହସ ଖୁସିରେ ସବୁ କିଛି କଟିବ । ଭାବି ଚିନ୍ତିକି ନିବେଶ କରନ୍ତୁ । ଦରକାର ସମୟରେ ଆପଣଙ୍କ ଜୀବନସାଥୀ ଆପଣଙ୍କ ପରିବାର ତୁଳନାରେ ନିଜର ପରିବାର ଲୋକଙ୍କୁ ବେଶୀ ଗୁରୁତ୍ୱ ଦେବା ଦେଖା ଯିବେ ।

କନ୍ୟା: ଆପଣଙ୍କ ଉତ୍ସାହ ସକରାତ୍ମକ ପରିଣାମ ଆଣିବେ । ଘରୋଇ ବିବାଦ ଦୂର କରିବାରେ ସାହାଯ୍ୟ କରିବେ । କୌଣସି ଛୋଟମୋଟ କଥାକୁ ନେଇ ଆପଣଙ୍କ ଓ ଆପଣଙ୍କ ପ୍ରିୟ ମଧ୍ୟରେ କଳହ ହୋଇପାରେ । ଆପଣଙ୍କର ସବୁ ଜିନିଷ ପାଇବାର ଖୁବ ଯୋଗ୍ୟତା ଅଛି, ତେଣୁ ଯାହା ମୌକା ମିଳିବ ତାକୁ ଆପଣାନ୍ତୁ ।

ତୁଳା: ଆଜି ଆପଣ ଆତ୍ମବିଶ୍ୱାସରେ ଭରି ରହିବେ ନିଜକୁ ଆଜି ଗୋଟେ ନୂଆ ରୂପରେ ପାଇବେ । ଆପଣଙ୍କ ଅର୍ଥ ଅବସ୍ଥାରେ ଲାଭ ହେବ । ଯେତେ ବେଳେ ଆପଣ ନିବେଶ କରିବାକୁ ଯିବେ,ସେତେବେଳେ ସ୍ୱତନ୍ତ୍ର ହୋଇ ନିଷ୍ପତି ନିୟନ୍ତୁ । ଆପଣଙ୍କ ପ୍ରିୟାର ଖାମଖିଆଲ ଭାବ ଆପଣଙ୍କୁ ହଇରାଣ କରିପାରେ ।

ବିଛା : ପାଠୟଚକ୍ର ଓ ବକୃତାରେ ଭାଗ ନେଇ ଆଜି ଆପଣ ଗୁଡ଼ାଏ ନୂତନ ବିଚାର ପ୍ରାପ୍ତ କରି ପାରିବେ । ଆଜି ଆପଣଙ୍କ ପ୍ରେମୀଙ୍କ ସହିତ ସମୟ କଟାଇପାରିବେ ଓ ତାଙ୍କୁ ନିଜର ଭାବନା ପ୍ରକାଶ କରିପାରିବେ । ଆପଣଙ୍କ ଜୀବନସାଥୀଙ୍କ କାରଣରୁ ଆପଣଙ୍କୁ ମାନସିକ ଅଶାନ୍ତିର ସମ୍ମୁଖୀନ ହେବାକୁ ପଡ଼ିପାରେ ।

ଧନୁ : ଆପଣଙ୍କ ଉଦାର ସ୍ଵଭାଵ ଆପଣଙ୍କ ପାଇଁ ଅନେକ ଗୁଡ଼େ ଖୁସି ମୁହୂର୍ତ୍ତ ଆଣିଦେବ। ଆପଣଙ୍କର ଆଚରଣ ଯୋଗୁଁ ପରିବାର ଲୋକ ଓ ଜୀବନ ସାଥୀ ଅପମାନିତ ହୋଇପାରନ୍ତି । ଯେଉଁମାନେ ନିଜ ପ୍ରିୟ ସହ ଯାତ୍ରା କରୁଛନ୍ତି ସେମାନଙ୍କ ପାଇଁ ଏହା ଅତି ସ୍ମରଣୀୟ କ୍ଷଣ । ଆଜି ଆପଣ କାର୍ଯ୍ୟକ୍ଷେତ୍ରରେ ଜଣେ ଉତ୍ତମ ବ୍ୟକ୍ତିଙ୍କୁ ଦେଖା କରିବେ ।

ମକର: ଆପଣଙ୍କ ଆକର୍ଷିତ ବ୍ୟବହାର ଅନ୍ୟ ମାନଙ୍କ ଧ୍ୟାନ ଆପଣଙ୍କ ଆଡକୁ ଟାଣିବ । ଆଜି ସୃଜନାତ୍ମକ ବିଚାର ପ୍ରୟୋଗ କରି ବେଶୀ ଟଙ୍କା ରୋଜଗାର କରନ୍ତୁ । ଯେଉଁ ଲୋକ ମାନଙ୍କ ସହିତ ଆପଣ ବାସ କରୁଛନ୍ତି, ଆପଣ ତାଙ୍କ ପାଇଁ ଯାହା କିଛି ବି କଲେ ,ସେମାନେ ଆପଣଙ୍କଠୁ ବିଶେଷ ଖୁସି ହେବେନି ।

କୁମ୍ଭ : ଯଦି ଆପଣ ନିଜର ଲକ୍ଷକୁ ପାଇବା ପାଇଁ ଏକାଗ୍ରତ ହୋଇ ଧ୍ୟାନ କେନ୍ଦ୍ରିତ କରିବେ ତାହେଲେ ଆପଣଙ୍କ ଉପଲବ୍ଧି ଆପଣଙ୍କ ଆଶା ଠୁ ଅଧିକ ମିଳିବ । ଯେହେତୁ ଗହଳି ମାହାଳ ଆପଣଙ୍କର ବ୍ୟକ୍ତିତ୍ୱ ନୁହେଁ ତେଣୁ ଆଜି ଯେତେ ଗହଳି ହେଲେ ମଧ୍ୟ ଆପଣ ଆପଣଙ୍କ ପାଇଁ ସମୟ ବାହାର କରିବାରେ ସକ୍ଷମ ହୋଇପାରିବେ ।

ମୀନ: ନିଜ ସ୍ୱାସ୍ଥ୍ୟକୁ ଅବହେଳା କରନ୍ତୁ ନାହିଁ,ମଦ ପାନ କରିବାଠୁ ପରିହାର କରନ୍ତୁ । ଆଜି ଘରୁ ବାହାରିବା ବେଳେ ଗୁରୁଜନମାନଙ୍କର ଆଶୀର୍ବାଦ ନେଇ ବାହାରନ୍ତୁ । ଏହାଦ୍ୱାରା ଧନ ଲାଭ ହୋଇପାରେ । ଯେତେ ବେଳେ ଆପଣ ନିବେଶ କରିବାକୁ ଯିବେ,ସେତେବେଳେ ସ୍ୱତନ୍ତ୍ର ହୋଇ ନିଷ୍ପତି ନିଅନ୍ତୁ । ସ୍ୱାଦିଷ୍ଟ ଖାଦ୍ୟ ଖାଇବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+