Daily Horoscope: ଆଜିର ଦିନ କିପରି ଯିବ, ଆର୍ଥିକ ସ୍ଥିତି ଭଲ ରହିବ, ପଢନ୍ତୁ କ'ଣ କହୁଛି ଆପଣଙ୍କ ରାଶି
ଆଜିର ଦିନ କିପରି ଯିବ ? କେଉଁ କାର୍ଯ୍ୟକଳାପ ଗୁଡିକ ଗ୍ରହଣ କରାଯାଇପାରିବ ଏବଂ ଯାହାକୁ ଏଡାଇବା ଉଚିତ ? ଯାହା ଦ୍ୱାରା ଆପଣ ଆବଶ୍ୟକ ସତର୍କତା ଅବଲମ୍ବନ କରିପାରିବେ କିମ୍ବା ବାଧାଦୂର କରିବା ପାଇଁ ପ୍ରତିକାର କରିପାରିବେ ,
ଆଜିର ଦିନ କିପରି ଯିବ ? କେଉଁ କାର୍ଯ୍ୟକଳାପ ଗୁଡିକ ଗ୍ରହଣ କରାଯାଇପାରିବ ଏବଂ ଯାହାକୁ ଏଡାଇବା ଉଚିତ ? ଯାହା ଦ୍ୱାରା ଆପଣ ଆବଶ୍ୟକ ସତର୍କତା ଅବଲମ୍ବନ କରିପାରିବେ କିମ୍ବା ବାଧାଦୂର କରିବା ପାଇଁ ପ୍ରତିକାର କରିପାରିବେ , ସେନେଇ ୱାନ ଇଣ୍ଡିଆ ଓଡିଆରେ ପଢନ୍ତୁ ଆଜିର ରାଶିଫଳ ....
ମେଷ: ଯଦି ଆପଣ ଅଫିସରେ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରୋଜେକ୍ଟରେ କାମ କରୁଛନ୍ତି, ତେବେ ଆଜି ଆପଣଙ୍କର କାର୍ଯ୍ୟ ସଫଳତାର ସହିତ ସମାପ୍ତ ହେବ । ଉଚ୍ଚ ପଦାଧିକାରୀଙ୍କଠାରୁ ଆପଣ ପ୍ରଶଂସା ପାଇବେ । ବ୍ୟବସାୟୀଙ୍କର ସମସ୍ୟାର ସମାଧାନ ହୋଇପାରିବ । ଆଜି ଆପଣଙ୍କର କାମ ସୁରୁଖୁରୁରେ ସମାପ୍ତ ହେବ । ଆର୍ଥିକ ସ୍ଥିତି ଭଲ ରହିବ । ଶିକ୍ଷାର୍ଥୀମାନେ ନିଜ ତୃଟି ସଜାଡ଼ିବେ । ଶୁଭ ରଙ୍ଗ: ଧଳା
ବୃଷ: ଆଜି ଆପଣ ଅଯଥା ଖର୍ଚ୍ଚାନ୍ତ ହୋଇ ପାରନ୍ତି । ସରକାରୀ କାମରେ ସଫଳତା ମିଳିବ । ବ୍ୟବସାୟୀମାନେ ବଡ଼ ଗ୍ରାହକଙ୍କ ସହିତ କାରବାର କରିବାର ସୁଯୋଗ ପାଇପାରିବେ । ଆପଣ ଦିନର ଦ୍ୱିତୀୟ ଭାଗରେ ଯାତ୍ରା କରିପାରନ୍ତି । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦିନଟି ଭଲ ହେବ । ଶୁଭ ରଙ୍ଗ: ଗୋଲାପୀ ।
ମିଥୁନ: ଜୀବନ ସାଥୀଙ୍କଠାରୁ କିଛି ଭଲ ଖବର ପାଇ ପାରନ୍ତି । ଅଫିସର କୌଣସି କାର୍ଯ୍ୟକୁ ଅସମ୍ପୂର୍ଣ୍ଣ ରଖନ୍ତୁ ନାହିଁ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦିନଟି ଭଲ ରହିବ । ପାରିବାରିକ କ୍ଷେତ୍ରରେ ସହନ ଶୀଳତା କାଏମ ରଖି କାର୍ଯ୍ୟ କରନ୍ତୁ । ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ପ୍ରଶଂସିତ ହେବେ । ଆଜି ଆପଣଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ହେବାର ସମ୍ଭାବନା ରହିଛି । ଶୁଭ ରଙ୍ଗ: ବ୍ରାଉନ୍

କର୍କଟ: ନୂଆ ଚାକିରୀର ସୁଯୋଗ ରହିଛି । ଯଦି ବ୍ୟବସାୟୀମାନେ ସେମାନଙ୍କର ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ଯୋଜନା କରୁଛନ୍ତି, ତେବେ ଆଜି ଆରମ୍ଭ କରି ପାରିବେ । ପାରିବାରିକ ଜୀବନ ସୁଖଦ ରହିବ । ପିତାମାତାଙ୍କ ସମର୍ଥନ ପାଇବେ । ଭାଇଭଉଣୀଙ୍କ ସହିତ ସମ୍ପର୍କ ମଜବୁତ ହେବ । ଆର୍ଥିକ ଅବସ୍ଥା ଭଲ ରହିବ । ମୁଣ୍ଡବିନ୍ଧା, ଜ୍ୱର ଇତ୍ୟାଦି ସମସ୍ୟା ଦେଖା ଦେଇ ପାରେ । କର୍ମକ୍ଷେତ୍ରରେ ନୂଆ ସୁଯୋଗ ପାଇପାରନ୍ତି । ଶୁଭ ରଙ୍ଗ: ବାଇଗଣୀ
ସିଂହ: ବନ୍ଧୁଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହେବ । ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବ । ଆର୍ଥିକ ସ୍ଥିତି ମଜବୁତ ହେବ । ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତାରେ ରହିବେ । ଘରର ପରିବେଶ ବହୁତ ଭଲ ରହିବ । ପରିବାର ସଦସ୍ୟଙ୍କ ସହିତ ସମ୍ପର୍କ ମଜବୁତ ହେବ । ଖୁବଶୀଘ୍ର ଆପଣ ନୂଆ ପଦବୀ ପାଇପାରନ୍ତି । ବ୍ୟବସାୟୀଙ୍କ ଆର୍ଥିକ ସ୍ଥିତି ମଜବୁତ ହେବାର ସମ୍ଭାବନା ଅଛି। ଶୁଭ ରଙ୍ଗ: କ୍ରିମ୍ ।
କନ୍ୟା: ପରିବାର ସହିତ ସମୟ ବିତାନ୍ତୁ । ଅଫିସରେ ସହକର୍ମୀଙ୍କ ସହିତ ଆପଣଙ୍କର ମତଭେଦ ହୋଇପାରେ । କ୍ରୋଧ ଏବଂ ଅହଂକାରଭାବ ମନରେ ରଖନ୍ତୁ ନାହିଁ । ବ୍ୟବସାୟ ସହିତ ଜଡିତ ଲୋକଙ୍କୁ ଭଲ ଆର୍ଥିକ ଲାଭ ମିଳିବ । ଆପଣଙ୍କର ବ୍ୟବସାୟ ଏକ ନୂତନ ଦିଗକୁ ଗତି କରିବ । ଯଦି ଆପଣଙ୍କର ମାଇଗ୍ରେନ୍ ସମସ୍ୟା ଅଛି, ତେବେ ସାବଧାନ ଶୁଭ ରଙ୍ଗ: ହଳଦିଆ ।
ତୁଳା: ଆଜି ଧର୍ଯ୍ୟବାନ ହୁଅନ୍ତୁ ଶୀଘ୍ର ନିଷ୍ପତ୍ତି ନିଅନ୍ତୁ ନଚେତ୍ ଆପଣ ସୁଯୋଗ ହରାଇ ପାରନ୍ତି । ପତି-ପତ୍ନୀଙ୍କ ସହ ସମ୍ପର୍କରେ ଘନିଷ୍ଠତା ରହିବ ହେଲେ ପରିବାର ମଧ୍ୟରେ ସମସ୍ୟା ବଢିପାରେ । ବ୍ୟବସାୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ । ବ୍ୟବସାୟୀଙ୍କୁ କଠିନ ପରିଶ୍ରମ କରିବା ପାଇଁ ପଡିବ। ଆର୍ଥିକ ସ୍ଥିତି ଭଲ ରହିବ । ଶୁଭ ରଙ୍ଗ: ବ୍ରାଉନ୍
ବିଛା: ବ୍ୟବସାୟୀଙ୍କ ଆର୍ଥିକ ସମସ୍ୟାର ସମାଧାନ ହେବାର ସମ୍ଭାବନା ରହିଛି । ପାରିବାରିକ ଜୀବନରେ ସୁଖ ଏବଂ ଶାନ୍ତି ରହିବ । ପିତାମାତାଙ୍କ ସମର୍ଥନ ପାଇବେ । ଅର୍ଥିକ ସ୍ଥିତି ସ୍ୱାଭାବିକ ରହିବ । ଆଜି ଆପଣ ଜଗିରଖି କାର୍ଯ୍ୟ କରନ୍ତୁ । କର୍ମକ୍ଷେତ୍ରରେ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ । ଶୁଭ ରଙ୍ଗ: ନୀଳ ।
ଧନୁ: ସାଙ୍ଗ ସାଥିମାନେ ସାହାଯ୍ୟ କରିବା ଫଳରେ ନିର୍ମାଣଧୀନ କାର୍ଯ୍ୟ ସମ୍ପନ୍ନ ହେବ । ବ୍ୟବସାୟ କ୍ଷେତ୍ରରେ ପରିଶ୍ରମ ବୃଦ୍ଧି ପାଇବା ଫଳରେ ସୁଖଶାନ୍ତି ବର୍ଦ୍ଧିତ ହେବ । ଅଫିସରେ କାର୍ଯ୍ୟଭାର ଅଧିକ ହେବାର ସମ୍ଭାବନା ଅଛି । ଜୀବନରେ ସୁଖ ଏବଂ ଶାନ୍ତି ରହିବ । ଶୁଭ ରଙ୍ଗ: କମଳା
ମକର: ସାହାସ ସହିତ ପ୍ରତ୍ୟକ ପରିସ୍ଥିତିର ସାମ୍ନା କରିବେ । ନିଜ ନିଷ୍ପତ୍ତି ଉପରେ ଅଧିକ ପ୍ରାଧାନ୍ୟ ଦିଅନ୍ତୁ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରନ୍ତୁ । ଆର୍ଥିତ ସ୍ଥିତି ଭଲ ରହିବ । ଚାକିରୀ କରୁଥିବା ଲୋକଙ୍କୁ ଠିକ ସମୟରେ କାର୍ଯ୍ୟାଳୟରେ ପହଞ୍ଚିବା ପାଇଁ ଚେଷ୍ଟା କରନ୍ତୁ । ପ୍ରେମ ଦୃଷ୍ଟିରୁ ଆଜି ବହୁତ ଭଲ ଦିନ ହେବାକୁ ଯାଉଛି । ଶୁଭ ରଙ୍ଗ: ବ୍ରାଉନ୍ ।
କୁମ୍ଭ: ପତି-ପତ୍ନୀଙ୍କ ମଧ୍ୟରେ ସମ୍ପର୍କ ଭଲ ରହିବ । ସ୍ୱାସ୍ଥ୍ୟ ଭଲ ରହିବ । ଜୀବନସାଥୀଙ୍କ ସହିତ ଭଲ ସମୟ ବିତାଇବେ । ଆଜି କର୍ମକ୍ଷେତ୍ରରେ ଅପଦସ୍ଥ ହୋଇପାରନ୍ତି । ନିଜ ବନ୍ଧୁଙ୍କର ସମର୍ଥନ ପାଇବେ । କର୍ମକ୍ଷେତ୍ରରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି । ବ୍ୟବସାୟୀମାନେ ବ୍ୟବସାୟରେ ଲାଭ ପାଇବେ । ଶୁଭ ରଙ୍ଗ: ହଳଦିଆ
ମୀନ: ଗୃହ, ଜମି ଏବଂ ପାରିବାରିକ ସମସ୍ୟାକୁ ନେଇ ବାଦବିବାଦରେ ବିଜୟୀ ହେବ । ଋଣ କରନ୍ତୁ ନାହିଁ । ପରିବାର ତରଫରୁ ଖୁସି ଖବର ପାଇପାରନ୍ତି । ଚାକିରୀ କରୁଥିବା ଲୋକମାନେ କଠିନ ପରିଶ୍ରମ କରି ସଫଳ ହେବେ । ବ୍ୟବସାୟୀଙ୍କ ଆର୍ଥିକ ସ୍ଥିତିରେ ବୃଦ୍ଧି ହେବାର ସମ୍ଭାବନା ଅଛି । ଶୁଭ ରଙ୍ଗ: ହଳଦିଆ
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications