ଆଜିର ରାଶିଫଳ: ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ, ପଢନ୍ତୁ

ଶିକ୍ଷା, ପ୍ରେମ ଓ ପରିବାର, ବ୍ୟବସାୟ ପାଇଁ କେମିତି ରହିଛି ଦିନ? ରାଶିରେ କେଉଁ କଣ ରହିଛି ଗ୍ରହର ପ୍ରଭାବ? ଏସବୁ ବିଷୟରେ ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡ଼ିଆରେ ଆଜିର ରାଶିଫଳ

ଶିକ୍ଷା, ପ୍ରେମ ଓ ପରିବାର, ବ୍ୟବସାୟ ପାଇଁ କେମିତି ରହିଛି ଦିନ? ରାଶିରେ କେଉଁ କଣ ରହିଛି ଗ୍ରହର ପ୍ରଭାବ? ଏସବୁ ବିଷୟରେ ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡ଼ିଆରେ ଆଜିର ରାଶିଫଳ ...

horoscope

ମେଷ: ଦିନଟି ଆପଣଙ୍କ ପାଇଁ ଲାଭ ଦାୟକ ହେବ। ଅଯଥା ଖର୍ଚ୍ଚ ଦେଖା ଦେଇପାରେ । ଆପଣ ବ୍ୟବସାୟ କ୍ଷେତ୍ରରେ ଲାଭବାନ୍‌ ହୋଇପାରନ୍ତି । ଆପଣଙ୍କର ବରିଷ୍ଠମାନଙ୍କ ଆଶୀର୍ବାଦ ପାଇଁ ଆପଣ ଖୁସି ହୋଇପାରନ୍ତି ।

ବୃଷ: ଆଜି ଦିନଟି ଆପଣଙ୍କ ପାଇଁ ଭଲ ରହିବ। ବରିଷ୍ଠ ସହକର୍ମୀମାନଙ୍କ ଠାରୁ ସହଯୋଗ ପାଇବେ। ପରିବାର ସହିତ ଦିନ ବିତିବ। ଛାତ୍ରଛାତ୍ରୀ ସଫଳ ହେବେ।

ମିଥୁନ: ଅସୁସ୍ଥ ରହିବେ। ଏନେଇ ଚିନ୍ତିତ ହେବେ। କାର୍ଯ୍ୟସ୍ଥଳ ଏବଂ ବ୍ୟବସାୟରେ କିଛି ପ୍ରତିପକ୍ଷ ବାଧା ସୃଷ୍ଟି କରିପାରନ୍ତି । ଏଥିପାଇଁ ଆପଣଙ୍କର ସହକର୍ମୀ ଏବଂ ଉପରିସ୍ଥ କର୍ମଚାରୀମାନେ ନୈରାଶ୍ୟ ହୋଇପାରନ୍ତି ।

କର୍କଟ: ଆପଣ ସତର୍କତାର ସହ କାମ କରନ୍ତୁ । ପରିବାରର ସଦସ୍ୟଙ୍କ ସଙ୍ଗେ ଯୁକ୍ତିତର୍କ କରନ୍ତୁ ନାହିଁ । ଅପ୍ରୀତିକର ଘଟଣା ଘଟିବା ପୂର୍ବରୁ ଆପଣ ନିଜର ରାଗ ନିୟନ୍ତ୍ରଣ କରନ୍ତୁ। ଅତ୍ୟଧିକ ଖର୍ଚ୍ଚ କରିସାରିଥିବେ । ଆପଣ ନିଜକୁ କୌଣସି ବେଆଇନ ଏବଂ ନୀତି ବିରୁଦ୍ଧ କାର୍ଯ୍ୟ କଳାପରୁ ଦୂରେଇ ରଖନ୍ତୁ ।

ସିଂହ: ପାରିବାରିକ ଅଶାନ୍ତି ଭୋଗିପାରନ୍ତି । ଆପଣଙ୍କର ଧର୍ମପତ୍ନୀ ଆଜି ଶାରୀରିକ ଅସୁସ୍ଥତାର ସମ୍ମୁଖୀନ ହୋଇପାରନ୍ତି । ମୂଲ୍ୟହୀନ ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ । ସାମାଜିକ ଜୀବନରେ ପ୍ରତିଷ୍ଠା ମିଳି ନ ପାରେ । ମନ ଖରାପ କରନ୍ତୁ ନାହିଁ।

କନ୍ୟା: ପାରିବାରିକ ପରିବେଶ ଶାନ୍ତ ରହିବ । କାର୍ଯ୍ୟକ୍ଷେତ୍ରରେ ମଧ୍ୟ ସୁସ୍ଥ ବାତାବରଣ ରହିପାରେ । ଆପଣ ନିଜ ସହକର୍ମୀ ଓ ସମକକ୍ଷ ବ୍ୟକ୍ତିଙ୍କଠାରୁ ସହଯୋଗ ପାଇବେ । ଅସୁସ୍ଥ ବ୍ୟକ୍ତି ସୁସ୍ଥ ହେବେ।

ତୁଳା: ଆଜି ଆପଣଙ୍କୁ ମିଶ୍ରିତ ଫଳ ମିଳିବ। ବିଦ୍ୟାର୍ଥିମାନେ ସେମାନଙ୍କର ପଢାପଢିରେ କିଛି ଅସୁବିଧାରେ ସମ୍ମୁଖୀନ ହୋଇପାରନ୍ତି । ଆପଣ ଯୁକ୍ତିତର୍କରୁ ନିବୃତ ରୁହନ୍ତୁ । ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

ବିଛା: ଚିନ୍ତିତ ରହିବେ । ବନ୍ଧୁମାନେ ଦୂରେଇ ଯିବେ । ଶରୀର ଅସୁସ୍ଥ ରହିବ। ମର୍ଯ୍ୟାଦା ହାନୀ ହେବ । ନିଜର ପଦବୀକୁ ରକ୍ଷା କରନ୍ତୁ । ଅନେକ ଚିନ୍ତା କରି କୈଣସି କାଗଜ ପତ୍ରରେ ହସ୍ତାକ୍ଷର କରିବେ ।
ଧନୁ: ଆଜି ଆପଣ କିଛି ନୂଆ ଯୋଜନା କରିବେ । ସେଥିପାଇଁ ହିଁ ଆଜି ଦିନଟି ଉପଯୁକ୍ତ । ଆପଣ ଆପଣଙ୍କ ସାଙ୍ଗରେ ବାହାରକୁ ବୁଲିଯିବେ ଏବଂ ମଉଜ ମଜଲିସ୍‌ କରିବେ। ଦିନଟି ଭଲ ରେ ବିତିବ।
ମକର: ପ୍ରଚୁର ଅର୍ଥ ଲାଭ ହେବ । ପରିବାର ସଦସ୍ୟଙ୍କ ଦେହ ଖରାପରେ ଚିନ୍ତିତ ହେବେ । ଘରେ ପରିସ୍ଥିତି ଭଲ ରହିବ ନାହିଁ । ପିଲାମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ । ନଚେତ୍ ସଫଳତା ମିଳିବନି।
କୁମ୍ଭ: ଆପଣଙ୍କ ଦିନଟି ସୁଖମୟ ରହିବ । ପିଲାମାନଙ୍କ ସହ ମନୋରଞ୍ଜନ କରିବେ । ବଡ ଉପହାର ମିଳିବ । ସବୁ ଖରାପ ଚିନ୍ତାକୁ ପଛରେ ପକେଇ ଆଗକୁ ଚାଲନ୍ତୁ ।ବିବାହ ଆଦି କାର୍ଯ୍ୟ ପୂର୍ଣ୍ଣ ହୋଇପାରେ ।
ମୀନ: ଆଜି ଚିନ୍ତାରେ ପୀଡିତ ହେବେ । ଧାର୍ମୀକ ସଂସ୍ଥାରେ ଅର୍ଥ ବିନିଯୋଗ କରିବେ । ଅର୍ଥ ବିନିଯୋଗ କରିବା ଆଗରୁ ସଠିକ ପରାମର୍ଶ ନିଅନ୍ତୁ । ପରିବାରରେ କଳହ କାରଣରୁ ନିଜ ଭିତରେ ଅଲଗା ରହିବାର ନିଷ୍ପତି କଷ୍ଟ ଦାୟକ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+