ଦୈନିକ ରାଶିଫଳ: କେମିତି ରହିବ ଆପଣଙ୍କ ଆଜିର ଦିନ, ପଢନ୍ତୁ ରାଶିଫଳ
ଆଜିର ରାଶିଫଳ: କେମିତି ରହିବ ଆପଣଙ୍କ ଦିନ?
ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? ଆପଣଙ୍କ ଜୀବନସାଥୀଙ୍କ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ୱାନ ଇଣ୍ଡିଆ ଓଡ଼ିଆ ସହ ଯୋଡ଼ି ହୋଇ ରୁହନ୍ତୁ....
ମେଷ: ଆପଣଙ୍କ ଜୀବନସାଥିଙ୍କର ଆଚରଣ ଆପଣଙ୍କ ଦିନକୁ ଖୁସିରେ ଭାରି ଦେବ । ଭବିଷ୍ୟ କଥା ଭାବିକି ଅର୍ଥ ନିବେଶ କରନ୍ତୁ । ସାଙ୍ଗ ମାନେ ସନ୍ଧ୍ୟା ବେଳେ କୌଣସି ବଢ଼ିଆ ଯୋଜନା ବନେଇ ଆପଣଙ୍କ ଦିନ ଖୁସି ଭରା କରିବାକୁ ଚେଷ୍ଟା କରିବେ । ଆଜି ଆପଣ ଅଫିସରୁ ଆସିଲାପରେ ନିଜର କୌଣସି ସମୟ ଅତିବାହିତ କାମରେ ଲାଗିପାରନ୍ତି ଯାହା ଆପଣଙ୍କ ମନକୁ ଶାନ୍ତ ରଖିବ ।
ବୃଷ: ଅନ୍ୟ ମାନଙ୍କ ସାଙ୍ଗରେ ଖୁସି ବାଣ୍ଟିଲେ ସ୍ୱାସ୍ଥ୍ୟ ଆହୁରି ଭଲ ରହିବ । ଆଜି ଶୀଘ୍ର ଟଙ୍କା ରୋଜଗାର କରିବାକୁ ଇଚ୍ଛା ହେବ । ସମସ୍ତଙ୍କୁ ଭୋଜିରେ ଆମନ୍ତ୍ରଣ କରନ୍ତୁ । କାରଣ ଆପଣଙ୍କ ପାଖରେ ଯଥେଷ୍ଟ ଉର୍ଜା ଅଛି,ଯାହା ଆପଣଙ୍କୁ ପାର୍ଟି କିମ୍ବା ଆୟୋଜନ କରିବା ପାଇଁ ଅନୁପ୍ରେରିତ କରିବ । ଆଜି ବହୁତ ସାରା ଗଛ ଲଗାନ୍ତୁ । ଆପଣଙ୍କ ଜୀବନସାଥୀ ଦୈନିକ କାର୍ଯ୍ୟ କରିବାଠୁ ହାଥ ଘୁଞ୍ଚା କରି ପାରନ୍ତି, ଯାହା କାରଣରୁ ଆପଣଙ୍କୁ ଦୁଃଖି କରିପାରେ।

ମିଥୁନ: ପ୍ରଭାବଶାଳୀ ଲୋକଙ୍କ ସହଯୋଗ ଆପଣଙ୍କ ଉତ୍ସାହକୁ ଦୁଇଗୁଣ କରି ଦବ । ସ୍ଥାନୀୟ ସମ୍ପତିଠୁ ଜଡ଼ିତ ନେବା-ଦେବା ହେବ ଓ ଲାଭ ମଧ୍ୟ ମିଳିବ । ପରିବାର ଲୋକଙ୍କ ସହିତ ଶାନ୍ତି ଓ ଆରାମରେ ଦିନର ମଜା ଉଠାନ୍ତୁ । ଯଦି ଲୋକ ମାନେ ଅସୁବିଧା ଧରି ଆପଣଙ୍କ ସମୁଖକୁ ଆସନ୍ତି ତାହେଲେ ତାକୁ ଗୁରୁତ୍ୱ ଦିଅନ୍ତୁ ନାହିଁ ଓ ନିଜର ମାନସିକ ଶାନ୍ତି ଭଙ୍ଗ କରନ୍ତୁ ନାହିଁ ।
କର୍କଟ: ଆଜି ଆପଣ ଆଶାର ଯାଦୁ ଦୁନିଆରେ ଥିବା ଭଳି ଅନୁଭବ କରିବେ । ଧନ ସମ୍ବନ୍ଧୀୟ କୌଣସି ମାମଲା ଯଦି କୋଟ କଚେରୀରେ ଚାଲୁଥାଏ ତେବେ ଆଜି ସେଥିରେ ଆପଣ ବିଜୟୀ ହୋଇପାରନ୍ତି ଏବଂ ଆପଣଙ୍କୁ ଧନ ପ୍ରାପ୍ତି ହୋଇପାରେ । ଆପଣଙ୍କ ପରିହାସ କରିବାର ପ୍ରକୃତି ଯୋଗୁଁ ପରିବେଶରେ ଥିବା ଲୋକ ମାନେ ଖୁସିରେ ଭରି ଉଠିବେ । ନିଜ ରୂପ ଓ ବ୍ୟକ୍ତିତ୍ୱ ସୁଧାରିବାକୁ ଯାହା ଭି ପ୍ରଯତ୍ନ କରିଛନ୍ତି ତାହା ସଫଳ ହେବ । ବୈବାହିକ ଜୀବନରେ ସ୍ନେହ ପ୍ରକାଶିତ କରିବାର ନିଜର ମହତ୍ୱ ଅଛି ଓ ଏଇ ଜିନିଷର ଅନୁଭବ ଆଜି ଆପଣ କରିବେ ।
ସିଂହ: ଦିନଟି ଅନିଶ୍ଚିୟତା ଭିତରେ କଟିବ । ସେତେଟା ଭଲ ରେ ବିତିବ ନାହିଁ। ଆପଣଙ୍କର ମାନସିକ ଭାବପ୍ରବଣତାର ବେଗ ଏତେ ବୃଦ୍ଧି ପାଇବ ଯେ ଆପଣ କ୍ରୋଧିତ ହେବେ। ଆପଣ ନିଜର ମାଆଙ୍କୁ ନେଇ ଚିନ୍ତା ରେ ଥାଆନ୍ତି। ଆଜି ଟିକେ ବେଶୀ ଚିନ୍ତା କରିବେ। ପାଠ ପଢାରେ ମନ ଲାଗିବ ନାହିଁ।
କନ୍ୟା: ଆଜି ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ । କର୍ମ କ୍ଷେତ୍ରରେ ପ୍ରଶଂସିତ ହେବା ସହିତ ଆପଣଙ୍କ ପୁରସ୍କୃତ ହେବେ । ଆପଣଙ୍କ ମୁହଁରେ ଫୁଟୁଥିବା ହସ ଅନ୍ୟମାନଙ୍କ ସହିତ ବାଣ୍ଟନ୍ତୁ। ଆପଣ କମ ସମୟ ପାଇବେ , ଏତିକି ପରିବାର ସହ ଦିନଟି ବିତେଇବା ପାଇଁ ଚେଷ୍ଟା କରନ୍ତୁ । ଦେଖିବେ ଦିନର ଖୁସି ଦ୍ଵିଗୁଣିତ ହେଇ ଯିବ।
ତୁଳା: ଆଜି ଦିନଟି ଶୁଭ ରହିବ । ପୁରସ୍କାର, ଲାଭ, ଫାଇଦା, ଯାହା ଇଚ୍ଛା କରିବେ ତାହା ପାଇବେ । ସବୁ କ୍ଷେତ୍ରରେ ସଫଳ ହେବେ । ଏହାସହ ଘର, ପରିବାର କିମ୍ବା ବ୍ୟବସାୟ ଯେକୌଣସି କ୍ଷେତ୍ରରେ ଏସବୁ ଆପଣଙ୍କୁ ମିଳିପାରେ । ନୂଆ ଘର ଆଦି କ୍ରୟ କରି ପାରନ୍ତି। ପିଲାମାନେ ଜିଦଖୋର୍ ହେବେ। ସେମାନଙ୍କୁ ବୁଝାନ୍ତୁ।
ବିଛା: ପରିବାର ଚିନ୍ତାରେ ମନ ଭାରାକ୍ରାନ୍ତ ହେବ । ବିଦ୍ୟାର୍ଥୀମାନେ ସଫଳତାର ସ୍ୱାଦ ଚାଖିବା ଦ୍ୱାରା ନିଜର ମନକୁ ଆହୁରି ଦୃଢକରି ପାଠପଢାରେ ମନ ଲଗାଇବେ । କୌଣସି ଯାତ୍ରା ଯୋଜନା ଥିଲେ , ସ୍ଥଗିତ ରଖନ୍ତୁ । ନିଜ ଭବିଷ୍ୟତ ପାଇଁ ସଞ୍ଚୟ କରନ୍ତୁ। ଧନ ସଞ୍ଚୟ କରିବା ଦ୍ବାରା ଆପଣଙ୍କ ଭବିଷ୍ୟତ ଉଜ୍ଜଳମୟ ହେବ।
ଧନୁ: ଆଜି ମାନସିକ ଦୁଶ୍ଚିନ୍ତା ଆପଣଙ୍କୁ ନିରୁତ୍ସାହିତ କରିବ । ଆଜି ଆପଣଙ୍କ ନିଜର ପରିବାରର ସଦସ୍ୟଙ୍କ ସହ ଝଗଡା କରିପାରନ୍ତି । ଆର୍ଥିକ ଅନାଟନ ଲାଗିରହିବ । ଏନେଇ ଚିନ୍ତା ବଢିବ। ଦେଖି ଚାହିଁ କଥା କୁହନ୍ତୁ। ନଚେତ୍ ଅଯଥା କଳହ ଭିତରେ ପେଶୀ ହେବେ। ଏହାଦ୍ବାରା ଆପଣଙ୍କ
ମକର: ଅତ୍ୟଧିକ ପ୍ରେମ ଓ ପାଗଳାମୀର ଉଚ୍ଚ ସ୍ତର ଆପଣଙ୍କ ଅସୁବିଧାରେ ପକାଇବ। ଆଜି ଆପଣ ପ୍ରିୟ ସହିତ ସମୟ କାଟିବା ଓ ଉପହାର ପାଇବାର ଆଶା କରି ପାରନ୍ତି । ଦୁର୍ଘଟଣା ହୋଇପାରେ ଏବଂ ଆପଣ ବହୁତ ଦିନ ପର୍ଯ୍ୟନ୍ତ ଶଯ୍ୟାଶାୟୀ ହୋଇପାରନ୍ତି । ଆପଣଙ୍କ ଜୀବନସାଥୀ ଆପଣଙ୍କ ଦୋଷକୁ ସୁଧାରିବେ ଓ ଆପଣଙ୍କୁ ଖୁସି ଅନୁଭବ ହେବ ।
କୁମ୍ଭ: ଆପଣ ବିଭିନ୍ନ କାର୍ଯ୍ୟପାଇଁ ସିଦ୍ଧାନ୍ତ ନେବାରେ ନିଜକୁ ଅସହାୟ ମନେ କରିବେ । ଅଯଥା ଖର୍ଚ୍ଚ କରନ୍ତୁ ନାହିଁ । ନିଜର ଖରାପ ବ୍ୟବହାର ଯୋଗୁଁ ପରିବାରର ସଦସ୍ୟଙ୍କ ସହିତ ଝଗଡା ଲାଗିପାରେ । ଯାହା ଆପଣକୁ ଦୁଃଖ ଦେବ । ମାନସିକ ଚିନ୍ତା ବଢିବ। ବିଦ୍ୟାର୍ଥୀମାନେ ସେମାନଙ୍କ ପାଠପଢାରେ ମନୋନିବେଶ କରିବେ ।
ମୀନ: ଟିକେ ଦୁଃଖ ବି ଜୀବନରେ ନିହାତି ଦରକାର ଓ ତେବେ ହିଁ ସୁଖର ପ୍ରକୃତ ମୂଲ୍ୟ ଜଣା ପଡ଼ିବ । ଆଜି ଆପଣ ବହୁତ ଆରାମରେ ଟଙ୍କା ସଂଗ୍ରହ କରି ପାରିବେ। ଲୋକଙ୍କୁ ଦେଇ ଥିବା ପୁରୁଣା ଋଣ ଆଜି ମିଳି ପାରେ। ନହେଲେ କିଛି ନୂଆ ଯୋଜନା ଉପରେ ନିବେଶ କରି ପାଇଁ ଧନ ଅର୍ଜନ କରି ପାରନ୍ତି । କୌଣସି ଦାମିକା କାର୍ଯ୍ୟ କି ଯୋଜନାରେ ମୁଣ୍ଡ ପୁରେଇବା ଆଗରୁ ଭଲ ଭାବରେ ଭାବି ଚିନ୍ତି ନିଅନ୍ତୁ । ଯଦି କୋଉଠିକି ଯାତ୍ରା କରୁଛନ୍ତି ତାହେଲେ ନିଜ ଜିନିଷ ଗୁଡିକ ବିଶେଷ ଯତ୍ନରେ ରଖନ୍ତୁ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications