ଆଜିର ରାଶିଫଳ : ଜାଣନ୍ତୁ କେମିତି ବିତିବ ଦିନ
କେମିତି କଟିବ ଆପଣଙ୍କ ଦିନ ? ଶିକ୍ଷା, ପ୍ରେମ ଓ ପରିବାରିକ ଜୀବନ ପାଇଁ ଶୁଭ କି ଆଜିର ଦିନ ? ଏହି ସମସ୍ତ ବିଷୟରେ ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡିଆ ରାଶିଫଳ...
କେମିତି କଟିବ ଆପଣଙ୍କ ଦିନ ? ଶିକ୍ଷା, ପ୍ରେମ ଓ ପରିବାରିକ ଜୀବନ ପାଇଁ ଶୁଭ କି ଆଜିର ଦିନ ? ଏହି ସମସ୍ତ ବିଷୟରେ ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡିଆ ରାଶିଫଳ...

ମେଷ: ବ୍ୟକ୍ତିଗତ ଜୀବନ ପାଇଁ ଆଜି ଦିନଟି ଶୁଭଦାୟକ । ବ୍ୟବସାୟରେ ଉନ୍ନତି ହେବ । ମନ ଖୁସି ରହିବ । ଏନେଇ ଭାବନାରେ ଅତ୍ୟଧିକ ଖର୍ଚ୍ଚ କରନ୍ତୁ ନାହିଁ । ମନ ପ୍ରଫୁଲ୍ଲ ରହିବ । ପରିବାରର ସଦସ୍ୟଙ୍କ ସହ ଭଲ ସମୟ ବିତିବ। କିଛି ସମୟ ପାଇଁ ଧାର୍ମିକ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବେ ।
ବୃଷ: ନିଜର ଦକ୍ଷତା ବଳରେ ଭଲ କାମ କରିବେ ଏବଂ ନିଜ କଥା ଦ୍ୱାରା ଅନେକଙ୍କୁ ଆପାୟିତ କରିବେ । ପ୍ରତିଯୋଗିତାରେ ସଫଳ ହେବେ । କିଛି ସ୍ବାସ୍ଥ୍ୟ ଗତ ସମସ୍ୟାର ସାମ୍ନା କରି ପାରନ୍ତି।
ମିଥୁନ: ନିଜେ କଥା କହି ଅଯଥା ଦୁଃଖିତ ହେବେ। ଯୁକ୍ତିତର୍କରୁ ଦୂରେଇ ରହନ୍ତୁ । ପୈତୃକ ସଂପତ୍ତିକୁ ନେଇ ବଡଙ୍କ ସହ ଆଲୋଚନା କରନ୍ତୁ ନାହିଁ ।
କର୍କଟ: ଆଜି ପାଇଁ ଆପଣଙ୍କ ଦିନ ଆନନ୍ଦମୟ ରହିବ । ଏକ ନୂତନ କାର୍ଯ୍ୟ ଆରମ୍ଭ କରିବେ। ବନ୍ଧୁ ଏବଂ ପ୍ରିୟଜନଙ୍କ ସହିତ ମିଳନ ଆପଣଙ୍କୁ ଅଧିକ ଆନନ୍ଦ ଦେବ ।
ସିଂହ: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । କିନ୍ତୁ ପରିବାର ସଦସ୍ୟଙ୍କ ସହଯୋଗ ଯୋଗୁଁ ଆପଣ ଖୁସିରେ ଦିନଟିକୁ କାଟିପାରିବେ । ବହୁ ଦୂରତ୍ୱରେ ରହୁଥିବା ବନ୍ଧୁଙ୍କ ସହ ନିଗୁ଼ଢ ବନ୍ଧନରେ ବାନ୍ଧିହୋଇ ପଡିବେ ।
କନ୍ୟା: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିପାରେ । ଉଚ୍ଚ ବିଚାରଧାରା ଯୋଗୁଁ ସାମାଜିକ ସମ୍ପର୍କରେ ମଧୁରତା ବୃଦ୍ଧି ପାଇବ । ମାନସିକ ଶାନ୍ତି ମଧ୍ୟ ବୃଦ୍ଧି ହେବାର ସମ୍ଭାବନା ଅଛି । ଅପେକ୍ଷା କରିଥିବା ସୁଖବର ପାଇ ଆନନ୍ଦିତ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ।
ତୁଳା: କୌଣସି ପ୍ରକାର ଯୁକ୍ତିତର୍କ କିମ୍ୱା ଅନାବଶ୍ୟକ ଆଲୋ଼ଚନା କରନ୍ତୁ ନାହିଁ । ପରିବାରର ଜଣେ ସଦସ୍ୟଙ୍କ ସଙ୍ଗେ ପାଟିତୁଣ୍ଡ ହୋଇ ପାରେ । ଆଜି ଆପଣ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି । ତେଣୁ ସାବଧାନ ରୁହନ୍ତୁ।
ବିଛା: ଆପଣଙ୍କ କାର୍ଯ୍ୟ୍ୟରେ ଉପରିସ୍ଥ କର୍ମଚାରୀ ପ୍ରଭାବିତ ହୋଇପାରନ୍ତି । ଯୁବକ ଯୁବତୀଙ୍କ ପାଇଁ ବିବାହ ସୂତ୍ରରେ ବାନ୍ଧି ହେବାର ପ୍ରକୃଷ୍ଟ ଦିନ । ବିବାହିତ ଦମ୍ପତ୍ତି ସନ୍ତାନ ସୁଖ ଲାଭ କରିପାରନ୍ତି । ସନ୍ଧ୍ୟାରେ ବନ୍ଧୁଙ୍କ ଗହଣରେ ଆମୋଦ ପ୍ରମୋଦରେ ସମୟ ଅତିବାହିତ କରିବେ ।
ଧନୁ: ପାଖ ପଡୋଶୀଙ୍କ ପ୍ରଶଂସା ଭାଜନ ହେବେ । ପଦୋନ୍ନତି ହେବାର ସମ୍ଭାବନା ଅଛି । ବ୍ୟବସାୟରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ପରିବାର ଠାରୁ ଭଲ ଖବର ପାଇବେ।
ମକର: ସରକାରୀ କାର୍ଯ୍ୟରେ ଆପଣ କିଛି ସମସ୍ୟାର ସମ୍ମୁଖିନ ହୋଇପାରନ୍ତି । ଆଳସ୍ୟ ଓ କ୍ରୋଧ ଆପଣଙ୍କ ଶାରୀରିକ ଅସୁସ୍ଥତାର କାରଣ ହୋଇପାରେ । ତେଣୁ ଏସବୁ କମ୍ କରିବା ପାଇଁ ଚେଷ୍ଟା କରନ୍ତୁ।
କୁମ୍ଭ : ମନ ଭାରାକ୍ରାନ୍ତ ରହିବା ସହିତ ଉତ୍ତେଜନା ଓ କ୍ରୋଧ ପ୍ରକାଶ ପାଇବ । ଭଗବାନଙ୍କୁ ପ୍ରାର୍ଥନା ଓ ଧ୍ୟାନରତ ହେଲେ ମାନସିକ ଶାନ୍ତି ଫେରି ଆସିପାରେ । ପରିବାରର କୌଣସି ଏକ ଶୁଭକର୍ମ ପାଇଁ ଖର୍ଚ୍ଚର ପରିମାଣ ବଢିଯାଇପାରେ। କିନ୍ତୁ ଦେଖି ଚାହିଁ ଖର୍ଚ୍ଚ କରନ୍ତୁ।
ମୀନ: ପ୍ରିୟଜନଙ୍କର ଶ୍ରଦ୍ଧାଭାଜନ ହୋଇପାରନ୍ତି । ବ୍ୟବସାୟୀ ମାନେ ଯଦି ନିଜ ବ୍ୟବସାୟରେ ଭାଗୀଦାର ହେବାକୁ ଜଣେ କର୍ମଠ ବ୍ୟକ୍ତି ଖୋଜୁଥାନ୍ତି । ତାହେଲେ କାର୍ଯ୍ୟଟି ଶୀଘ୍ର କରନ୍ତୁ । ଦିନଟି ଶୁଭଦାୟକ ହେବ।












Click it and Unblock the Notifications