ଆଜିର ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ, ପଢନ୍ତୁ
ଶିକ୍ଷା, ପ୍ରେମ ଓ ପରିବାର, ବ୍ୟବସାୟ ପାଇଁ କେମିତି ରହିଛି ଦିନ? ରାଶିରେ କେଉଁ କଣ ରହିଛି ଗ୍ରହର ପ୍ରଭାବ? ଏସବୁ ବିଷୟରେ ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡ଼ିଆରେ ଆଜିର ରାଶିଫଳ ....
ଶିକ୍ଷା, ପ୍ରେମ ଓ ପରିବାର, ବ୍ୟବସାୟ ପାଇଁ କେମିତି ରହିଛି ଦିନ? ରାଶିରେ କେଉଁ କଣ ରହିଛି ଗ୍ରହର ପ୍ରଭାବ? ଏସବୁ ବିଷୟରେ ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡ଼ିଆରେ ଆଜିର ରାଶିଫଳ ....

ମେଷ: ପରିବାରରେ ଶାନ୍ତି ବଜାୟ ରହିବ । ଅର୍ଥ ଲାଭର ସମ୍ଭାବନା ରହିଛି। ପାରିବାରିକ ଜୀବନ ଅତ୍ୟନ୍ତ ପ୍ରୀତିକର ମନେହେବ। ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବ। ଚାକିରୀ ସମ୍ବନ୍ଧୀୟ ଯାତ୍ରା ଆପଣ କରିପାରନ୍ତି ।
ବୃଷ: ବିଦେଶରେ ରହୁଥିବା ବନ୍ଧୁ ଭଲ ଖବର ଦେବେ । ସମସ୍ତ ଦିଗରୁ ମାନସିକ ଚାପ ଏବଂ ବ୍ୟସ୍ତତା ଭିତରେ ରହିବେ। ଦୂର ସ୍ଥାନକୁ ଯାତ୍ରା ଯୋଗ ରହିଛି। ପତ୍ନୀଙ୍କ ସହିତ ଭଲ ସଂପର୍କ ରହିବ। ଛାତ୍ର ଛାତ୍ରୀ ସଫଳତା ପାଇବେ।
ମିଥୁନ: ଆଜି ଦିନ ସେତେ ଟା ଭଲ ଯିବନି। ସତର୍କତା କିଛି କଳହ ର ସାମ୍ନା କରିପାରନ୍ତି। ଶାରୀରିକ ଓ ମାନସିକ ଦୁଶ୍ଚିନ୍ତା ଲାଗିରହିବ । ହତୋତ୍ସାହିତ ହୁଅନ୍ତୁ ନାହିଁ । ଖର୍ଚ୍ଚର ବଢିବ।
କର୍କଟ: ଆଜି ଆପଣ ଘରେ ରହିବେ । ଅର୍ଥ ପ୍ରାପ୍ତି ଯୋଗ ରହିଛି । ବ୍ୟବସାୟୀମାନେ ବ୍ୟବସାୟରେ ଲାଭବାନ ହେବେ। ଦିନଟିକୁ ବନ୍ଧୁ ଓ ପ୍ରିୟଜନଙ୍କ ଗହଣରେ ସୁଖରେ କଟାଇପାରିବେ । ମନୋରଞନ କାର୍ଯ୍ୟରେ ମନୋନିବେଶ କଲେ ଶାନ୍ତି ପାଇବେ ।
ସିଂହ: ନିଜକୁ ଦୃଢ ରଖନ୍ତୁ। କୌଣସି ପରିସ୍ଥିତିରେ ଭାଙ୍ଗି ପଡନ୍ତୁନି । ଅଫିସରେ ମଧ୍ୟ ଆପଣ ନିଜ କାର୍ଯ୍ୟକୁ ମନଯୋଗ ସହକାରେ ସମ୍ପୂର୍ଣ୍ଣ କରିପାରିବେନି । ସହକର୍ମୀ ମଧ୍ୟ କୌଣସି ସାହାଯ୍ୟ କରିବେ ନାହିଁ।କଠିନ ପରିଶ୍ରମ କରିଥିବା କାର୍ଯ୍ୟରେ ସାମାନ୍ୟ ସଫଳତା ମିଳିପାରେ ।
କନ୍ୟା: ଆଜିର ଦିନଟି ବିଦ୍ୟାର୍ଥୀଙ୍କ ପାଇଁ କଷ୍ଟ ଦାୟକ । ପରିବାର ସଦସ୍ୟଙ୍କୁ ଚିନ୍ତାରେ ରହିବେ । ଅର୍ଥ ବିନିଯୋଗ କରନ୍ତୁ ନାହିଁ। କିଛି ଲାଭ ହେବ ନାହିଁ। ଅର୍ଥ ନାଶ ହେବାର ବହୁତ୍ ସମ୍ଭାବନା ରହିଛି। ଟଙ୍କା ବ୍ୟୟ କରନ୍ତୁ ନାହିଁ, କ୍ଷତି ସହିବାକୁ ହେବ।
ତୁଳା: ପାରିବାରିକ ଜୀବନରେ ଅଶାନ୍ତି ଦେଖା ଦେଇପାରେ । ତେଣୁ ଯୁକ୍ତିତର୍କରୁ ଦୁରେଇ ରୁହନ୍ତୁ । ନଚେତ ଆପଣଙ୍କ ମାନ ସମ୍ମାନ ହାନି ହେବ। ଆଜି ଆପଣ ମନ ଅସ୍ଥିର ରହିବ। ଦିନଟି ଭଲରେ ବିତିବ ନାହିଁ। ଯାତ୍ରା କରନ୍ତୁ ନାହିଁ। ଅସୁବିଧାରେ ପଡ଼ିବେ।
।
ବିଛା: ଆଜି ଦିନଟି ଆପଣଙ୍କ ପାଇଁ ଶୁଭଦିନ । ଅର୍ଥ ଲାଭ ହୋଇପାରେ । ନୂତନ କାର୍ଯ୍ୟରେ ଶୁଭାରମ୍ଭ କରିବାର ସର୍ବୋକୃଷ୍ଟ ସମୟ । ମାନସିକ ଶାନ୍ତି ଅବ୍ୟାହତ ରହିବ । ଶତ୍ରୁମାନେ ପରାଜିତ ହେବେ। ପୁରୁଣା ବନ୍ଧୁଙ୍କ ସହ ଭେଟ ହେବେ। ଖୁବ୍ ଖୁସିରେ ଦିନଟି ବିତିବ।
ଧନୁ: ପୂର୍ବରୁ ଯଦି କିଛି ସମସ୍ୟା ରହିଛି ସମାଧାନ ଶୀଘ୍ର କରନ୍ତୁ । ପାରିବାରିକ ଅଶାନ୍ତି ଲାଗି ରହିବ । ନିଜର ଅସମ୍ପୁର୍ଣ୍ଣ କାର୍ଯ୍ୟକୁ ସାରିବା ପାଇଁ ଆପଣ କଷ୍ଟ ସ୍ୱୀକାର କରିପାରନ୍ତି ।ଆଜି କୌଣସି ଗୁରୁତ୍ଵପୂର୍ଣ୍ଣ ନିଷ୍ପତି ନିଅନ୍ତୁ ନାହିଁ।
ମକର: ନିଜର ବୃତ୍ତିରେ ସହକର୍ମୀଙ୍କ ସାଙ୍ଗରେ ବନ୍ଧୁତ୍ୱ ଅତୁଟ ରହିବ । ନିଜର ବନ୍ଧୁ ଓ ପ୍ରିୟଜନଙ୍କଠାରୁ କିଛି ଉପହାର ପାଇପାରନ୍ତି । ବୃତ୍ତିଗତ ଜୀବନରେ ନିଜର ପ୍ରତିପତ୍ତି ବୃଦ୍ଧି ପାଇବ । ବୃତ୍ତିରେ ନିଜର କର୍ମଦକ୍ଷତା ଯୋଗୁଁ ପ୍ରିୟଭାଜନ ହେବେ ଏବଂ ଉପରିସ୍ଥ କର୍ମଚାରୀଙ୍କ ଶୁଭଦୃଷ୍ଟି ପଡିବ।
କୁମ୍ଭ: ଚିନ୍ତାରେ ଦିନଟି ବିତିବ। ଆଜି ସବୁଠୁ ଅଧିକ ଖର୍ଚ୍ଚ ହୋଇପାରେ । ବ୍ୟକ୍ତିଗତ କ୍ଷତି ପରେ ମଧ୍ୟ ଆପଣ ହିଁ ଲାଭବାନ ହେବେ । ଆପଣଙ୍କ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ନଚେତ୍ ଅଯଥା କଳହ ରେ ପ୍ରବେଶ କରିବେ। ଯାହା ଆପଣଙ୍କ ଚିନ୍ତାକୁ ଦ୍ଵିଗୁଣିତ କରିଦେବ।
ମୀନ: ପିଲାଦିନର ଜଣେ ବନ୍ଧୁଙ୍କ ସହିତ ସାକ୍ଷାତ କରି ଖୁସି ହେବେ । ଆଜି ଆପଣ ନୂତନ ବନ୍ଧୁ ସୃଷ୍ଟି କରିପାରନ୍ତି ଯାହାକି ଭବିଷ୍ୟତରେ ଆପଣଙ୍କୁ ଉପକୃତ କରାଇବାରେ ସାହାଯ୍ୟ କରିବ। ଆପଣଙ୍କ ଜୀବନସାଥୀଙ୍କ ସହ ଘନିଷ୍ଠତା ବଢ଼ିବ । ଗ୍ରହଙ୍କର ମଙ୍ଗଳକର ସ୍ଥିତି ଯୋଗୁଁ ପ୍ରେମ ଏବଂ ଲାଭ ଆଶା କରୁଥିବା ବ୍ୟକ୍ତିମାନେ ଲାଭାନ୍ୱିତ ହେବେ ।












Click it and Unblock the Notifications