Get Updates
Get notified of breaking news, exclusive insights, and must-see stories!

ଆଜିର ରାଶିଫଳ 14 ଅଗଷ୍ଟ : ଜାଣନ୍ତୁ କେମିତି ବିତିବ ଆପଣ ଆଜିର ଦିନ

ପ୍ରେମ, ଶିକ୍ଷା, ବ୍ୟବସାୟ ଓ ସନ୍ତାନଙ୍କ ପାଇଁ କଣ ରହିଛି ରାଶିରେ ଗ୍ରହର ସ୍ଥିତି ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡିଆରେ ଆଜିର ରାଶିଫଳ...

ପ୍ରେମ, ଶିକ୍ଷା, ବ୍ୟବସାୟ ଓ ସନ୍ତାନଙ୍କ ପାଇଁ କଣ ରହିଛି ରାଶିରେ ଗ୍ରହର ସ୍ଥିତି ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡିଆରେ ଆଜିର ରାଶିଫଳ...

astrology

ମେଷ: ଦିନଟି ଭଲରେ ବିତିବ । ପରିବାର ସହିତ କିଛି ସମୟ ଅତି ବାହିତ କରି ଆପଣ ଖୁସି ହେବେ । ଆଶା କରିନଥିବା କିଛି ଭଲ ଘଟଣା ଘଟିପାରେ । କୌଣସି ପାଟିତୁଣ୍ଡ ସ୍ଥାନକୁ ଯାଆନ୍ତୁ ନାହିଁ । ନିଜକୁ ଏଥିରୁ ଦୂରେଇ ରଖନ୍ତୁ । ଦୂର ସ୍ଥାନକୁ ଯାତ୍ରା ଯୋଗ ରହିଛି । ପ୍ରେମ ସଂପର୍କ ଭଲ ରହିବ । ଛାତ୍ରଛାତ୍ରୀ ପରିଶ୍ରମୀ ହେବେ ।

ବୃଷ: କିଛି କହିବା ଆଗରୁ କିଛି ଥର ଭାବନ୍ତୁ । ଆଜି କୌଣସି ଭଲକାମ କରିବେ ଯାହା ସମସ୍ତଙ୍କୁ ପସନ୍ଦ ଆସିବ। ସେମାନେ ବାହାବାଃ ଦେବେ । ଆପଣଙ୍କ ଗୁଣ ଯୋଗୁଁ ଆପଣ ଲୋକଙ୍କ ପ୍ରିୟ ଭାଜନ ହେବେ । ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହେବ । ବରିଷ୍ଠ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟ ଉପରେ ସନ୍ତୁଷ୍ଟ ହେବେ । ପଦୋନ୍ନତି ମିଳିବାର ସମ୍ଭାବନା ରହିଛି

ମିଥୁନ: ଆଜିର ଦିନଟି ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ । ଭଲ ଯାଗାକୁ ଯାତ୍ରା କରନ୍ତୁ, ମାନସିକ ଶାନ୍ତି ମିଳିବ । ସଂଧ୍ୟା ସମୟରେ ଆପଣ କିଛି ବାକିଆ ଥିବା କାର୍ଯ୍ୟ ହାତକୁ ନେବେ । ଦିନର ଅଧା ହସଖୁସିରେ କଟିବ । ବ୍ୟବସାୟୀ ଲାଭବାନ ହେବେ । ଲାଭ ପାଇଁ ଅଧିକ ପରିଶ୍ରମ କରିବେ ।

କର୍କଟ: ଆପଣଙ୍କ କଥା କହିବାର ଶୈଳୀ ସମସ୍ତଙ୍କୁ ଆକୃଷ୍ଟ କରିପାରେ । ଏଥିପାଇଁ ଆପଣଙ୍କର ସବୁ କାମ ସୁରୁଖୁରୁରେ ହୋଇଯିବ । ଆଜି ଆପଣଙ୍କୁ ଅର୍ଥ ଲାଭ ହୋଇପାରେ । ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ । ପ୍ରେମ ସଂପର୍କର ଆରମ୍ଭ କରନ୍ତୁ , ସଫଳ ହେବେ । ପିଲାମାନେ ଜିଦଖୋର ହେବେ । ଏନେଇ ଆପଣ ରାଗି ପାରନ୍ତି ।

ସିଂହ: ବ୍ୟବସାୟୀ ମାନେ ସେମାନଙ୍କ ପ୍ରତିଯୋଗୀ ପାଇଁ ଚିନ୍ତିତ ରହିବେ । କାର୍ଯ୍ୟସ୍ଥଳରେ ଶତ୍ରୁ ବୃଦ୍ଧି ହୋଇପାରେ । ଜଗିରଖି କାମ କରନ୍ତୁ । ପ୍ରିୟଜନଙ୍କ ସହ ଏକାକୀ ସମୟ ବିତାଇ ଆନନ୍ଦିତ ହେବେ। ପରିବାର ସହିତ ଦୂର ସ୍ଥାନ ବୁଲି ଯାଇ ପାରନ୍ତି। ପୁରୁଣା ବନ୍ଧୁଙ୍କ ସହିତ ଦେଖା ହୋଇପାରେ ।

କନ୍ୟା: ଆଜି ଆପଣ ସୁସ୍ୱାଦୁ ଖାଦ୍ୟ ଖାଇବେ । ସେହି ସମୟରେ କିଛି ଆବଶ୍ୟକୀୟ ଗହଣା ଏବଂ ସାଜସଜ୍ଜା ଉପକରଣ କିଣିବାରେ ଆନନ୍ଦ ଅନୁଭବ କରିବେ । ଆପଣଙ୍କ ବଜେଟ ଅନୁସାରେ ଖର୍ଚ୍ଚ କରନ୍ତୁ । ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ନଚେତ ବଦଖର୍ଚ୍ଚ ଆପଣଙ୍କୁ ଭବିଷ୍ୟତରେ ଅସୁବିଧାରେ ପକାଇବ ।

ତୁଳା: ଆପଣ ନିଜ ଜ୍ଞାନ ଓ ଦକ୍ଷତାକୁ ବଢାଇବା ପାଇଁ ଚେଷ୍ଟା କରନ୍ତୁ । ଆପଣଙ୍କ ଶେଷ ଲକ୍ଷ୍ୟ ପାଇବା ପାଇଁ ଆପଣ ନିଜ ବ୍ୟକ୍ତିତ୍ଵ ବଢାଇବା ପାଇଁ ଚେଷ୍ଟା କରିବେ । ସନ୍ଧ୍ୟା ସମୟରେ ଛୋଟମୋଟ ସମସ୍ୟା ଦେଖାଦେଇପାରେ । କିନ୍ତୁ ସେଗୁଡିକୁ ନଦେଖି କାର୍ଯ୍ୟ କରିଚାଲନ୍ତୁ । ନିଶ୍ଚୟ ସଫଳ ହେବେ । କୌଣସି କଥାକୁ ନେଇ ଆପଣଙ୍କୁ ଚିନ୍ତା ଘାରିବ । ହେଲେ ମଧ୍ୟ ଆପଣ ଏଥିରୁ ନିଜକୁ କିପରି ନିବୃତ୍ତ ରଖିବେ ସେ କଥା ଜାଣନ୍ତି ।

ବିଛା: ଆପଣଙ୍କ ଦିନ ଶକ୍ତିସମ୍ପନ୍ନ ରହିବ । ଅଫିସରେ ଆପଣଙ୍କ ଉଜ୍ଜ୍ଵଳ ମନୋଭାବ ଆପଣଙ୍କ ଦଳର ଅନ୍ୟ ସଦସ୍ୟମାନଙ୍କୁ ଆଶ୍ଚାର୍ଯ୍ୟନ୍ଵିତ କରିଦେବ । ଆପଣଙ୍କ ଶକ୍ତି ସ୍ତର ସବୁବେଳେ ଉଚ୍ଚ ରହିବ । କୌଣଶି ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇ ପାରନ୍ତି । ବନ୍ଧୁ ମିଳନର ଯୋଗ ରହିଛି ।

ଧନୁ: ଆପଣଙ୍କ ଜୀବନସାଥୀଙ୍କ ଦାଦାଗିରି ସ୍ଵଭାବ ଯୋଗୁଁ ଆପଣଙ୍କ ମନ ଖରାପ ରହିପାରେ । କାର୍ଯ୍ୟସ୍ଥଳରେ ଆପଣ ବେସହାୟ ଅନୁଭବ କରିପାରନ୍ତି ଓ ଚିନ୍ତାରେ ରହିପାରନ୍ତି । ଆପଣ ନିଜ ଜୀବନସାଥୀଙ୍କ ସହ ବସି ମିଳିମିଶି ଉଭୟଙ୍କ ମଧ୍ୟରେ ଥିବା ମନମାଳିନ୍ୟର ସମାଧାନ କରିପାରିବେ ।

ମକର: ସାଧାରଣତଃ ଆପଣ ଜଣେ ଶାନ୍ତ ବ୍ୟକ୍ତି । କିନ୍ତୁ ଆଜି ଆପଣ କୌଣସି ଏକ କଥାକୁ ନେଇ ଖୁବ କ୍ରୋଧ ଦେଖାଇବେ । ଆପଣଙ୍କ ରାଗ ଦେଖି ଆପଣଙ୍କ ଚାରିପାଖରେ ଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଯିବେ । କିଛି କହିବା ପୂର୍ବରୁ ଭାବନ୍ତୁ ଓ କୌଣସି ଗୁରୁତର ଭୁଲ କରିବା ପୂର୍ବରୁ ସବୁ କଥା ଭାବି କାମ କରନ୍ତୁ । ଅନେକ କହଳର ସାମନା କରିବା ପାଇଁ ପଡିବ ।

କୁମ୍ଭ: ଆପଣଙ୍କ ଜୀବନର ଆଧାର ଆପଣଙ୍କ ବନ୍ଧୁ ଆଜି ଦିନ ସାରା ଆପଣଙ୍କ ସହ ରହିବେ । କିଛି ନୂଆ କାମ ଆରମ୍ଭ କରିବେ । କୌଣସି ଏକ ଦୂର ସ୍ଥାନକୁ ଯାତ୍ରା ଯୋଗ ରହିଛି । ପରିବାର ସହିତ ଭଲ ମସୟ ବିତାଇବେ । ବିଦ୍ୟାର୍ଥୀ ସଫଳ ହେବେ । ଭବିଷ୍ୟତ କଥା ଚିନ୍ତା କରିବେ ।

ମୀନ: ଆଜି ଆପଣ ଲାଭବାନ ହେବେ । କିନ୍ତୁ କୌଣସି ଏକ କଥାକୁ ନେଇ ମାନସିକ ଅଶାନ୍ତି ହେବେ । ଧ୍ୟାନ କିମ୍ୱା ଯୋଗ କରି ମାନସିକ ସ୍ତରରେ ଶାନ୍ତି ଆଣି ପାରିବେ । ପରିବାର ସଦସ୍ୟ ଏବଂ ପ୍ରୀୟଜନଙ୍କ ମଧ୍ୟରେ କଳହ ଏବଂ ଯୁକ୍ତିତର୍କ ହେବାର ସମ୍ଭାବନା ରହିଛି । ସାବଧାନ ରୁହନ୍ତୁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+