Get Updates
Get notified of breaking news, exclusive insights, and must-see stories!

ଆଜିର ରାଶିଫଳ: କେମିତି ରହିବ ଆପଣଙ୍କ ଦିନ?

ଆଜିର ରାଶିଫଳ: କେମିତି ରହିବ ଆପଣଙ୍କ ଦିନ?

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? ଆପଣଙ୍କ ଜୀବନସାଥୀଙ୍କ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ୱାନ ଇଣ୍ଡିଆ ଓଡ଼ିଆ ସହ ଯୋଡ଼ି ହୋଇ ରୁହନ୍ତୁ....

ମେଷ: ଆଜି ଆପଣ ମନ ପସନ୍ଦର କାମ କରନ୍ତୁ। ମନୋରଞ୍ଜନ ପାଇଁ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ। ପରେ ଏହାକୁ ନେଇ ଦୁଃଖୀ ହେବେ। ବନ୍ଧୁଙ୍କ ସହ ଭଲ ସମୟ ବିତାଇବେ। ଜୀବନସାଥୀଙ୍କ ଠାରୁ ଉପହାର ମିଳିବ। ବିଦ୍ୟାର୍ଥୀ ପରିଶ୍ରମୀ ହେବେ। ଦିନଟି ଭଲରେ କଟିବ।

ବୃଷ : ଆଜି ଆପଣଙ୍କ ଆତ୍ମ ବିଶ୍ବାସ ଅଧିକ ରହିବ। ସକରାତ୍ମକ ଚିନ୍ତାଧାରା ବଢ଼ାନ୍ତୁ। ଯାହା ଦ୍ଵାରା ଆପଣଙ୍କ ପରିବାର ମଧ୍ୟ ଖୁସି ହେବେ। ପରିବାରରେ କେହି ଅସୁସ୍ଥ ହୋଇ ପାରନ୍ତି। ଦିନ ସାରା ର ଖୁସି ଏଥିରେ ବଦଳି ଯିବ।

 Daily Horoscope

ମିଥୁନ: ଆଜିର ଦିନଟି ଭଲରେ ବିତିବ। କିଛି ନୂଆ କରିବାର ଇଚ୍ଛା ଆପଣଙ୍କୁ ଖୁବ୍ ଆଗକୁ ନେବ। ଆପଣଙ୍କ ପରିବାର ଲୋକ ଆପଣଙ୍କ ଉପରେ ଆଖି ବୁଜି ବିଶ୍ୱାସ କରନ୍ତି। ଆଉ ଆପଣଙ୍କ ସଫଳତା ପାଇଁ ଭଗବାନ ଙ୍କୁ ଡାକି ଥାଆନ୍ତି।

କର୍କଟ: ଆଜି ଦିନଟି ଆପଣଙ୍କ ପାଇଁ ସେତ ଟା ଭଲ ରହିବା ନାହିଁ। ଜୀବନସାଥୀଙ୍କ ଅବହେଳା ଆପଣଙ୍କୁ କଷ୍ଟ ଦେଇପାରେ। ପ୍ରେମରେ ବିଫଳ ହେବେ। ଜୀବନସାଥୀଙ୍କ ପାଇଁ ବେଶୀ ଖର୍ଚ୍ଚ କରିବେ । କିନ୍ତୁ ଆପଣଙ୍କୁ ଖୁସି ମିଳିବ ନାହିଁ। ଅଶାନ୍ତି ଭିତରେ ଦିନଟି ଅତିବାହିତ ହେବ।

ସିଂହ : ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ଆଜି ଆପଣଙ୍କୁ ଭୂମି, ସାଂସ୍କୃତିକ ପରିଯୋଜନାରେ ଧ୍ୟାନ ଦିଅନ୍ତୁ। କାମ ଭିତରେ ବି ଭଲ ସମୟ କରନ୍ତୁ। ବୈବାହିକ ଜୀବନ ଖୁବ୍ ଭଲ ରହିବ।
କନ୍ୟା: ଦିନଟିକୁ ଧର୍ମ କାର୍ଯ୍ୟରେ ବିତାଇବେ । ଆୟ ଅବ୍ୟାହତ ରହିବ । ନୂଆ ବସ୍ତ୍ର କିଣିବାର ଯୋଗ ରହିଛି। ବନ୍ଧୁମିଳନ ଓ ସୁସ୍ୱାଦୁ ଭୋଜନ ହୋଇପାରେ । ଖୁବ୍ ଖୁସିରେ ଦିନଟି କଟିବ।

ତୁଳା: ଦିନଟି ଆପଣଙ୍କ ପାଇଁ ଆନନ୍ଦମୟ ହେବ। କିନ୍ତୁ ଆପଣ ଧନ କୁ ନେଇ ଯଦି ଚିନ୍ତିତ ରହିବେ । ତେବେ ଘରର ଗୁରୁଜନଙ୍କ ଠାରୁ ଧନ ସଞ୍ଚୟ କରିବାର ଉପାୟ ପଚାରି ବୁଝନ୍ତୁ। ସହକର୍ମୀ ଏବଂ ବରିଷ୍ଠଙ୍କ ସହିତ ମିଶି ଅଫିସରେ ଭଲ କାମ କରିବେ।

ବିଛା: ଶରୀର ସୁସ୍ଥ ରହିବ, କିନ୍ତୁ ମନ ଭାରାକ୍ରାନ୍ତ ରହିବ । କାର୍ଯ୍ୟାଳୟରେ କାର୍ଯ୍ୟଭାର ବୃଦ୍ଧି ପାଇବ । ଆୟ ଭଲ ହେବ । କିନ୍ତୁ କାର୍ଯ୍ୟକୁ ନେଇ ଚିନ୍ତରେ ରହିବେ । ବ୍ୟବସାୟରେ ପ୍ରତିନ୍ଦ୍ୱନ୍ଦିତା ଲାଗି ରହିବ । ଏହାକୁ ନେଇ ଚିନ୍ତା ଲାଗି ରହିବ । ପରିବାର ରେ ମଧ୍ୟ ଅଶାନ୍ତି ରହିବ।

ଧନୁ: ଆଜି ଆପଣ ମାନସିକ ଏବଂ ଶାରିରୀକ ସ୍ତରରେ ସୁସ୍ଥ ରହିବେ। ସମସ୍ତ କାର୍ଯ୍ୟ ଠିକ୍ ସମୟରେ ସମ୍ପାଦନ କରିବେ । ପାରିବାରିକ ସ୍ନେହ ଶ୍ରଦ୍ଧାରେ ଦିନଟି ବିତିବ । ମନୋରଞ୍ଜନ ପାଇଁ ସମୟ ପାଇବେ । ସମୟର ଠିକରେ ବ୍ୟବହାର କରନ୍ତୁ।

ମକର: ଅନ୍ୟକୁ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ । ଆୟ ଅବ୍ୟାହତ ରହିବା ଯୋଗୁଁ ମନ ଖୁସ୍ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପତ୍ନୀଙ୍କ ଠାରୁ କିଛି ଉପହାର ମିଳିପାରେ। ବୁଲିବା ପାଇଁ ଯାଇ ପାରନ୍ତି। ଯାହା ଦ୍ଵାରା ଉଭୟ ପରସ୍ପର ସହିତ କ୍ବଲିଟି ଟାଇମ ବିତାଇବେ।

କୁମ୍ଭ: ଆଜିର ଦିନଟି ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବ। ଅନେକ ଦିନରୁ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ରାଜନୈତିକ ବ୍ୟକ୍ତି ବିଶେଷ ସାଂଗଠନିକ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବେ । ପରିବାର ସହିତ ବିଶେଷ ସମୟ ବିତିବ । ପିଲାଙ୍କ ଭବିଷ୍ୟତ ନେଇ ଚିନ୍ତା ବଢିବ। ଘରର କେହି ଗୁରୁଜନ ଅସୁସ୍ଥ ହୋଇ ପାରନ୍ତି। ଏନେଇ ସବୁ ପରିବାର ହଇରାଣ ହେବେ ।

ମୀନ: ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ । କାର୍ଯ୍ୟାଳୟରେ କାର୍ଯ୍ୟଭାର ବଢିବ । ଦୂରଯାତ୍ରା କରନ୍ତୁ ,ଲାଭଦାୟକ ହେବ । ଦାମ୍ପତ୍ୟ ଜୀବନରେ କଳହ ସୃଷ୍ଟିହୋଇପାରେ । ଅନେକ ଦିନରୁ ପରିଶ୍ରମ କରୁଥିବା ଛାତ୍ରଛାତ୍ରୀ ଅସଫଳ ହେବେ। ଏହାକୁ ନେଇ ଦୁଃଖୀ ହେବେ।କିନ୍ତୁ ଆଗାମୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାର ଆବଶ୍ୟକତା ରହିଛି। ଏପରି କଲେ ଆପଣ ସଫଳ ହେବେ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+