ଆଜିର ରାଶିଫଳ: କେମିତି ବିତିବ ଆପଣଙ୍କ ଦିନ?
ଶିକ୍ଷା, ପ୍ରେମ ଓ ପରିବାର ପାଇଁ କେମିତି ରହିଛି ଦିନ? ରାଶିରେ କେଉଁ କଣ ରହିଛି ଗ୍ରହର ପ୍ରଭାବ? ଏସବୁ ବିଷୟରେ ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡ଼ିଆରେ ଆଜିର ରାଶିଫଳ ....

ଶିକ୍ଷା, ପ୍ରେମ ଓ ପରିବାର ପାଇଁ କେମିତି ରହିଛି ଦିନ? ରାଶିରେ କେଉଁ କଣ ରହିଛି ଗ୍ରହର ପ୍ରଭାବ? ଏସବୁ ବିଷୟରେ ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡ଼ିଆରେ ଆଜିର ରାଶିଫଳ ....
ମେଷ: ଆଜି ଦିନଟି ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ । ମନ ଶାନ୍ତ ରଖିବା ପାଇଁ ଧ୍ୟାନ ବା ଯୋଗ କରନ୍ତୁ । ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ପରିବାର ସହ କିଛି ଭଲ ସମୟ ବିତେଇ ପାରନ୍ତି। ଅର୍ଥ ଲାଭ ହୋଇପାରେ। ପ୍ରେମ ପାଇଁ ଦିନଟି ଉପଯୁକ୍ତ।
ବୃଷ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ଫଳ ଦେବ। ଆପଣ ନିଜର ପ୍ରିୟଜନ ଏବଂ ବନ୍ଧୁଙ୍କ ଗହଣରେ ବୁଲିବା ପାଇଁ ଯାଇପାରନ୍ତି । ମଧ୍ୟାହ୍ନରେ ଆପଣ ନିଜର ପ୍ରତିଦ୍ୱନ୍ଦୀଙ୍କ ସହ କାରଣ ନଥାଇ ଝଗଡ଼ା ହୋଇପାରେ। ନିଜର ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହୁଅନ୍ତୁ। ନଚେତ୍ ବଡ ରୋଗର ଶୀକାର ହୋଇପାରନ୍ତି।
ମିଥୁନ: ଆଜିର ଦିନଟି ଆପଣଙ୍କ ର ଖୁସିରେ ବିତିବ। ନିଜ କାମକୁ ଭଲରେ ଶେଷ କରିବା ପାଇଁ ଉଦ୍ୟମ କରିବେ । ଅର୍ଥଲାଭର ସମ୍ଭାବନା ରହିଛି । ପ୍ରିୟ ବନ୍ଧୁମାନଙ୍କ ସହ ଆପଣ ସମୟ ବିତାଇବେ।
କର୍କଟ: ଅର୍ଥକୁ ସଠିକ୍ ସ୍ଥାନରେ ରଖନ୍ତୁ। ଅର୍ଥ ରଖିବା ଭବିଷ୍ୟତକୁ ସୁରକ୍ଷିତ କରିବାର ଏହା ପ୍ରକୃଷ୍ଟ ସମୟ। ଇଚ୍ଛାଶକ୍ତି ଏବଂ ଆତ୍ମବିଶ୍ୱାସ ଯୋଗୁଁ ଆପଣଙ୍କ କାମ ଶୀଘ୍ର ଶେଷ ହେବ । ଅଧା ଥିବା କାମ ଆଜି ପୁରା ହେବ । ପତ୍ନୀଙ୍କ ସହ ସୁ ସମ୍ପର୍କ ରହିବ।
ସିଂହ: ପରିବାର ପାଇଁ ବଢ଼ୁଥିବା ଖର୍ଚ୍ଚ ଯୋଗୁଁ ଆପଣ ଚିନ୍ତିତ ରହିବେ। କର୍ମଜୀବୀ ମାନେ ପରିଶ୍ରମର ସୁଫଳ ପାଇବେ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ ରହିବ। ପାଠ ପଢାରେ ସଫଳତା ମିଳିବ।
କନ୍ୟା: ଆଜିର ଦିନଟି ଅସୁସ୍ଥ ଅନୁଭବ କରିବେ। ସମ୍ପର୍କୀୟଙ୍କ ଙ୍କ ସହ ମନୋମାଳିନ୍ୟ ହୋଇପାରେ। ସାବଧାନ ରୁହନ୍ତୁ। ନଚେତ୍ ସମ୍ପର୍କରେ ତିକ୍ତତା ଦେଖାଦେବ । ନିଜର କ୍ରୋଧ ସମ୍ଵରଣ କରି କଥାବାର୍ତ୍ତାରେ ଶାଳୀନତା ରକ୍ଷା କରନ୍ତୁ । ଅର୍ଥହାନୀ ମଧ୍ୟ ହୋଇ ପାରେ।
ତୁଳା: ମାନସିକ ଅସୁସ୍ଥତା ଯୋଗୁଁ ମନରେ ଶୀଥିଳତା ଦେଖାଦେବା । ଶାନ୍ତି ପାଇବାକୁ ଧ୍ୟାନ ବା ଯୋଗ ଅଭ୍ଯାସ ଜାରିରଖନ୍ତୁ । ଅଫିସ ଓ ନିଜ ଗୃହରେ ପରିବେଶ ସୁସ୍ଥ ରହିବ ନାହିଁ । ସେ ନେଇ ଅଧିକ ଚିନ୍ତିତ ରହିବେ। ପ୍ରେମ କ୍ଷେତ୍ରରେ ବି ଅବୁଝା ହେବେ ପ୍ରେମିକା।
ବିଛା: ଆଜି ଆପଣଙ୍କ ବ୍ୟବହାର ରେ ସଂଯମତା ରକ୍ଷା କରିବା ଦ୍ୱାରା ପାରିବାରରେ ଶାନ୍ତି ବଜାୟ ରହିବ। ଆପଣ ମଧ୍ୟ ମାନସିକ ଅଶାନ୍ତି ଭୋଗିବେ ନାହିଁ । ପୁରା ଦିବସଟିକୁ ହସଖୁସିରେ କଟାଇପାରିବେ । ସ୍ୱାସ୍ଥ୍ୟ ଭଲ ରହିବ ।
ଧନୁ: ଆପଣଙ୍କ ପାଇଁ ଆଜି ଦିନଟି ଭଲ ରହିବ। ମୌଜ ମଜଲିସ ଯୋଗୁଁ ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି । ପୁରୁଣା ବନ୍ଧୁଙ୍କ ସହ ମିଳନ ହେବ। ଆନନ୍ଦିତ ହେବେ । ପତି - ପତ୍ନୀ ସଂପର୍କ ଖୁବ୍ ଭଲ ରହିବ ।
ମକର: ଆଜି ଆପଣ ପାଇଁ ଖୁବ୍ ଭଲ ଦିନ। ଆଇନ ସମ୍ପର୍କିତ କାମ କରନ୍ତୁ ନାହିଁ। ସଫଳତା ମିଳିବ ନାହିଁ । ଯଦି ବି କରୁଛନ୍ତି: ସାବଧାନ ରୁହନ୍ତୁ । ଗାଡି ଧୀରେ ଚଳାନ୍ତୁ, ଦୁର୍ଘଟଣାର ଶୀକାର ହୋଇପାରନ୍ତି।
କୁମ୍ଭ: ଆଜି ପ୍ରଚୁର ଅର୍ଥ ଲାଭ ହୋଇପାରେ । କାର୍ଯ୍ୟାଳୟରେ ପ୍ରଶଂସିତ ହେବେ। ସେମାନେ ଆପଣଙ୍କୁ ପଦୋନ୍ନତି ଅଫର କରିପାରନ୍ତି । ବ୍ୟସ୍ତତାପୂର୍ଣ୍ଣ ଦିନ ପରେ ନିଜକୁ ଖୁସି କରିବା ପାଇଁ ନିଜ ପସନ୍ଦ ର କାମ କରନ୍ତୁ। ଗୀତ ଶୁଣନ୍ତୁ , ମନ ପ୍ରଫୁଲ୍ଲ ରହିବ ।
ମୀନ: ଦିନଟି ସେତେଟା ଭଲ ରହିବ ନାହିଁ। କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ। ପିଲାଙ୍କ ସଫଳତା ରେ ଆପଣ ଖୁସି ହେବେ। ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇ ପାରେ। ସାବଧାନ ରୁହନ୍ତୁ।












Click it and Unblock the Notifications