ଆଜିର ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଆଜିର ଦିନ

ପ୍ରେମ, ଶିକ୍ଷା ଓ ବ୍ୟବସାୟ ପାଇଁ କେମିିତି ରହିବ ଆଜିର ଦିନ , ରାଶିରେ କଣ ରହିଛି ଜାଣିବା ପାଇଁ ପଢନ୍ତୁ ୱାନ ଅଣ୍ଡିଆ ଓଡିଆରେ ଆଜିର ରାଶିଫଳ...

ପ୍ରେମ, ଶିକ୍ଷା ଓ ବ୍ୟବସାୟ ପାଇଁ କେମିିତି ରହିବ ଆଜିର ଦିନ , ରାଶିରେ କଣ ରହିଛି ଜାଣିବା ପାଇଁ ପଢନ୍ତୁ ୱାନ ଅଣ୍ଡିଆ ଓଡିଆରେ ଆଜିର ରାଶିଫଳ...

astrology

ମେଷ: ଆଜିର ଦିନ ଆପଣଙ୍କର ଭଲରେ ବିତିବ ନାହିଁ । କୌଣସି ଦୂର ସ୍ଥାନକୁ ଯାତ୍ରା କରିବା ସୁରକ୍ଷିତ ନୁହେଁ । ସମ୍ଭାଳିକି ରୁହନ୍ତୁ । ଆପଣଙ୍କୁ କେହି ସାହାଯ୍ୟ କରିବେ ନାହିଁ। ସତର୍କତାର ସହ କାମ କରନ୍ତୁ । ବିଦ୍ୟାର୍ଥୀ ପରିଶ୍ରମୀ । ଅସୁବିଧା ବିଷୟରେ ଅତ୍ୟଧିକ ଚିନ୍ତା କରିବା ଓ ତାହାକୁ ବଢେଇ ଭାବିବା ଅଭ୍ୟାସ ଆପଣଙ୍କ ନୀତିଶିକ୍ଷାକୁ ଦୁର୍ବଳ କରିପାରେ। ଆଜି ଆପଣ କୋଣସି ପ୍ରକାରର ମାଦକ ଦ୍ରବ୍ୟର ସେବନରୁ ଦୂରରେ ରୁହନ୍ତୁ କାରଣ ନିଶାସକ୍ତ ଅବସ୍ଥାରେ ଆପଣ ଆପଣଙ୍କର କୌଣସି ମୂଲ୍ୟବାନ ବସ୍ତୁ ହରାଇପାରନ୍ତି ।

ବୃଷ: କେହି ବନ୍ଧୁ ନିଜର ବ୍ୟକ୍ତିଗତ ସମସ୍ୟାର ସମାଧାନ ପାଇଁ ଆପଣଙ୍କୁ ପରାମର୍ଶ ମାଗିପାରନ୍ତି । ଅକାରଣ ସନ୍ଦେହ ସମ୍ପର୍କରେ ଶୀଥିଳତା ଆଣିଦିଏ । ଯଦି ଆପଣଙ୍କ ସନ୍ଦେହ ପ୍ରମାଣିତ ବୋଲି ଆପଣ ଭାବୁଛନ୍ତି ତେବେ ନିଜ ପ୍ରେମୀଙ୍କ ସହିତ ଆଲୋଚନା କରି ତାର ସମାଧାନ କରନ୍ତୁ । କାହା ସହିତ ନୂତନ ଯୋଜନା କିମ୍ବା ଭାଗିଦାରୀ ଜଡିତ ବ୍ୟବସାୟକୁ ଆରମ୍ଭ କରିବାଠୁ ପରିହାର କରନ୍ତୁ । ଆଜି ଆପଣଙ୍କ ଜୀବନସାଥୀ ଆପଣଙ୍କ ସାହାଯ୍ୟ କରିବେ ।

ମିଥୁନ: ଆଜି ଦିନଟି ଆପଣଙ୍କ ପାଇଁ ଭଲ ରହିବ । ବ୍ୟବସାୟୀ ଭାଗିଦାର ସହଯୋଗ କରିବେ । ଆପଣ ତାଙ୍କ ସହିତ ମିଶି ବହୁତ ଦିନରୁ ରହି ଯାଇ ଥିବା କାର୍ଯ୍ୟ ପୁରା କରି ପାରିବେ । ସେମିତି ଲୋକଙ୍କ ସହିତ ବନ୍ଧୁତା ରଖନ୍ତୁ ନାହିଁ ଯେଉଁମାନଙ୍କ ସହିତ ଆପଣଙ୍କ ସମୟ ନଷ୍ଟ ହେବ । ପରିବାର ସହିତ ସମୟ ବିତାନ୍ତୁ । ମାନସିକ ଶାନ୍ତି ମିଳିବ ।

କର୍କଟ: ଆଜି ଖାଲି ସମୟରେ ଆପଣ ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି । ଏହି ସମୟରେ କୌଣସି ଅଯଥା କଳହ ବା ଦ୍ଵନ୍ଦରେ ପଡନ୍ତୁ ନାହିଁ । ଅତିଥି ଆସିବା କାରଣରୁ ଆପଣଙ୍କ ଯୋଗାଣ ନଷ୍ଟ ହୋଇ ପାରେ , କିନ୍ତୁ ଆପଣଙ୍କ ଦିନ ଭଲ ରହିବ । ଧାର୍ମିକ କାର୍ଯ୍ୟରେ ଅର୍ଥ ବ୍ୟୟ କରି ଖୁସି ହେବେ ।

ସିଂହ: ପ୍ରେମ ଜୀବନର ଦୃଷ୍ଟିରୁ ଆଜି ଦିନ ଅତି ଉତ୍ତମ ରହିବ । ପ୍ରେମର ମଜା ଅନୁଭବ କରନ୍ତୁ । ଆଜି ଆପଣ ନୂଆ ଯୋଜନା କାର୍ଯ୍ୟକାରୀ କରିବା ଯୋଗୁଁ ଘର ଲୋକ ଖୁସି ହେବେ। ଆପଣ ଆପଣଙ୍କ ଖାଲି ସମୟରେ ଏକାକୀ ରହିବ ପସନ୍ଦ କରିବେ ।

କନ୍ୟା: ଆଜି ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ । କର୍ମ କ୍ଷେତ୍ରରେ ପ୍ରଶଂସିତ ହେବା ସହିତ ଆପଣଙ୍କ ପୁରସ୍କୃତ ହେବେ । ଆପଣଙ୍କ ହସ ଅନ୍ୟମାନଙ୍କ ସହିତ ବାଣ୍ଟନ୍ତୁ। ଆପଣ କମ ସମୟ ପାଇବେ , ଏତିକି ପରିବାର ସହ ଦିନଟି ବିତେଇବା ପାଇଁ ଚେଷ୍ଟା କରନ୍ତୁ । ଦେଖିବେ ଦିନର ଖୁସି ଦ୍ଵିଗୁଣିତ ହେଇ ଯିବ। ବିଦ୍ୟାର୍ଥୀ ସଫଳ ହେବେ ନାହିଁ । ପରିଶ୍ରମର ଫଳ ମିଳିବ ନାହିଁ । ଏଥିନେଇ ଦୁଃଖି ହୋଇପାରନ୍ତି ।

ତୁଳା: ଧ୍ୟାନ ଆପଣ ମାନଙ୍କ ପାଇଁ ବିଶେଷ ଲାଭଦାୟକ । ଆଜି ଆପଣଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବ । ଯାହାଦ୍ୱାରା ଆଜି ଆପଣ ଋଣ ମୁକ୍ତ ହୋଇପାରିବେ । କୌଣସି ଧାର୍ମିକ ସ୍ଥଳ କିମ୍ବା ବଂଧୁ ଘରକୁ ଆଜି ଯିବାର ସମ୍ଭାବନା ଅଛି । ଆଜି ଆପଣଙ୍କ ପ୍ରିୟଙ୍କ ଅନିଶ୍ଚିତ ଆଚରଣ ଯୋଗୁଁ ପ୍ରେମରେ ବାଧା ସୃଷ୍ଟି ହୋଇ ପାରେ ।ଆପଣଙ୍କ ଜୀବନସାଥୀଙ୍କର କଡ଼ା ବ୍ୟବହାର ଆପଣଙ୍କୁ ପୁରା ଦିନ ନିରାଶ କରି ପାରେ ।

ବିଛା: ଆଜି ନିଜର ଦେହର ଯତ୍ନ ନିଅନ୍ତୁ । ନୂଆ ଜିନିଷ କିଣି ପିନ୍ଧନ୍ତୁ। ସୁନା କି ନୂତନ ପୋଷାକ କିଣିବେ । ପରିବାର ସହିତ ଯଥା ସମ୍ଭବ ସମୟ ବିତାନ୍ତୁ । ଆପଣଙ୍କ ଜୀବନସାଥି ଅନ୍ୟ ମାନଙ୍କ କଥାରେ ପଡ଼ି ଆପଣଙ୍କ ସହିତ ବିବାଦ କରିବେ, କିନ୍ତୁ ଆପଣଙ୍କ ଭଲ ପାଇବା ସବୁ କିଛି ଠିକ କରିଦେବ । ପୂର୍ବ ଭଳି ସବୁ ଠିକ ରହିବ ।

ଧନୁ: ଆଜି ଆପଣଙ୍କ ନିଜର ପରିବାରର ସଦସ୍ୟଙ୍କ ସହ ଝଗଡା କରିପାରନ୍ତି । ଆର୍ଥିକ ଅନଟନ ଲାଗିରହିବ । ଏନେଇ ଚିନ୍ତା ବଢିବ। ଦେଖି ଚାହିଁ କଥା କୁହନ୍ତୁ। ନଚେତ୍ ଅଯଥା କଳହ ଭିତରେ ପେଶୀ ହେବେ। ଏହାର ବାଟ ଖୋଜିବା ନିହାତି ଆବଶ୍ୟକ । ନିଜ ଭବିଷ୍ୟତ ନେଇ ଚିନ୍ତିତ ରହିବେ ।

ମକର: ଆଜି ଦିନଟି ଆପଣ ଆନନ୍ଦରେ କଟାଇବେ । କୌଣସି ସ୍ଥାନକୁ ବୁଲାବୁଲି କରିବା ପାଇଁ ଯାଇପାରନ୍ତି । ବିଦ୍ୟାର୍ଥୀମନଙ୍କ ପାଇଁ ଆଜି ଦିନଟି ସର୍ବୋତ୍ତମ । ଆପଣ ନିଜର ପ୍ରତିଯୋଗୀ ମାନଙ୍କୁ ହରାଇବେ । ନୂତନ କର୍ମର ଶୁଭାରମ୍ଭ ପାଇଁ ଆଜି ଏକ ଶୁଭଦିନ । କିଛି ନୂଆ ଆରମ୍ଭ କରନ୍ତୁ । ଦେଖିବେ ଏହା ଆପଣଙ୍କ ଭବିଷ୍ୟତ ଉଜ୍ଜଳ କରିବ ।

କୁମ୍ଭ: ଆପଣଙ୍କ ସବୁଠୁ ବଡ ସ୍ବପ୍ନରେ ପରିବର୍ତ୍ତନ ଘଟିପାରେ । ପରିବାର ସହିତ ସମୟ ବିତାଇବେ । କାର୍ଯ୍ୟସ୍ଥଳରେ ଭଲ କାମ ପାଇଁ ସାବାସୀ ପାଇବେ । ଆପଣଙ୍କୁ କାମ ପାଇଁ ପ୍ରଂଶସା କରିବା ସହିତ ସହକର୍ମୀ କାମ ଶିଖିବେ । ପରିବାରରେ ମଧ୍ୟ ଆପଣଙ୍କୁ ସ୍ନେହ ମିଳିବ । ଗୁରୁଜନଙ୍କ ଆର୍ଶୀବାଦ ଆପଣଙ୍କ ଉପରେ ରହିବ ।

ମୀନ: ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜି ହେଉଛି ଏକ ଶୁଭଦିନ । ବେଶୀ ଖର୍ଚ୍ଚ କରନ୍ତୁ ନାହିଁ । ନ ହେଲେ ଭବିଷ୍ୟତରେ ଦୁଃଖ ପ୍ରକାଶ କରିବେ । ବିଦ୍ୟାର୍ଥୀ ସଫଳ ହେବେ। ଏଥି ସହ ଆଗକୁ ବଢିବା ପାଇଁ ପରିବାର ଠାରୁ ଆହୁରି ପ୍ରେରଣା ପାଇବେ। ଆଜି କାଲି କାହାରିକୁ ନିଜ ପାଇଁ ସମୟ ମିଳିବା ବଡ କଷ୍ଟକର ବ୍ୟାପାର । ଏ ବିଷୟରେ କିନ୍ତୁ ଆଜି ଆପଣ ଭାଗ୍ୟଶାଳୀ ।ଆପଣଙ୍କ ଜୀବନସାଥୀ ଆଜି ବହୁତ ଖୁସି ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+