For Quick Alerts
Turn On Notification  
For Daily Alerts
Oneindia App Download

ଦୈନିକ ରାଶିଫଳ: ଜାଣନ୍ତୁ କେମିତି ବିତିବ ଆପଣଙ୍କ ଆଜିର ଦିନ

ଦୈନିକ ରାଶିଫଳ ପଢନ୍ତୁ । ଦୈନିକ ରାଶିଫଳ: ଜାଣନ୍ତୁ କେମିତି ବିତିବ ଆପଣଙ୍କ ଆଜିର ଦିନ

|

ଶିକ୍ଷା, ପ୍ରେମ ଓ ପରିବାର, ବ୍ୟବସାୟ ପାଇଁ କେମିତି ରହିଛି ଦିନ? ରାଶିରେ କେଉଁ କଣ ରହିଛି ଗ୍ରହର ପ୍ରଭାବ? ଏସବୁ ବିଷୟରେ ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡ଼ିଆରେ ଏହି ମାସର ରାଶିଫଳ ...

ମେଷ: ଆଜି ସାହସ ଏବଂ ଶକ୍ତି ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସାହାଯ୍ୟ ସହଯୋଗ ପାଇବେ । ପରିବାର ଲୋକଙ୍କ ସହିତ ଶାନ୍ତି ଓ ଆରାମରେ ଦିନଟି କଟିବ ହେଲେ ପରିବାରର ବରିଷ୍ଠ ସଦସ୍ୟଙ୍କ ସ୍ୱାସ୍ଥ୍ୟ ବିଷୟକୁ ନେଇ ଚିନ୍ତିତ ହୋଇପାରନ୍ତି । ଯଦି କୌଣସି ଶାରୀରିକ ସମସ୍ୟା ଅଛି, ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଶିକ୍ଷା କ୍ଷେତ୍ରରେ ଆହୁରି ଆଗକୁ ବଢିବେ । ଦେଇଥିବା ଟଙ୍କା ଫେରିପାଇ ପାରନ୍ତି ।

ବୃଷ: ବନ୍ଧୁ କିମ୍ବା ସହକର୍ମୀମାନଙ୍କ ସହିତ ମତଭେଦ ଦେଖାଦେଇପାରେ । କିଛି ବଡ଼ ସମସ୍ୟା ସୃଷ୍ଟି ହୋଇପାରେ । ଆଜି କେହି ଆପଣଙ୍କ ବିରୁଦ୍ଧରେ ଷଡଯନ୍ତ୍ର ସୃଷ୍ଟି କରିପାରନ୍ତି । ଆଜି ଆପଣ ଅନ୍ୟ ଦିନ ତୁଳନାରେ ନିଜର ଲକ୍ଷକୁ ନେଇ ଅଧିକ ଚିନ୍ତିତ ରହିବେ । ପିଲାମାନଙ୍କ ସହିତ ସମୟ ବିତାଇବା ପାଇଁ ପସନ୍ଦ କରିବେ । ଶତୃମାନେ ଆଜି ମିତ୍ର ଭାବେ ଆଚରଣ କରିବେ ।

 Astrology

ମିଥୁନ: ଆଜି ସୁଖରେ ଆପଣ ଦିନଟି କଟିବ । ଆପଣ ସାମାଜିକ କାର୍ଯ୍ୟରେ ଯୋଗ ଦେଇ ଏକ ଭଲ ନାମ ଅର୍ଜନ କରିପାରନ୍ତି । ଚାକିରି ସହିତ ପାର୍ଶ୍ୱ ବ୍ୟବସାୟରେ କାର୍ଯ୍ୟ କରିବାକୁବାର ନିଷ୍ପତ୍ତି ନେଇପାରନ୍ତି । ମିଳିତ ଓ ସଂଦିଗ୍ଧ ଯୋଜନାରେ ଅର୍ଥ ନିବେଶ କରନ୍ତୁ ନାହିଁ । ସହଭାଗୀ ମାନେ ଆପଙ୍କ ଲାଭ ଉଠେଇ ପାରନ୍ତି । ଭବିଷ୍ୟତକୁ ନେଇ ଚିନ୍ତାରେ ପଡିପାରନ୍ତି ।

କର୍କଟ: ଆଜି ଦିନଟି ଶୁଭଦାୟକ । ଅନ୍ୟକୁ ପରାମର୍ଶ ଦେବା ଠାରୁ ଦୂରେଇ ରୁହନ୍ତୁ । ଆଜି ଚାକିରିରେ କିଛି ବଡ ଦାୟିତ୍ୱ ନେଇ ପାରନ୍ତି । କାର୍ଯ୍ୟଭାର ଆପଣଙ୍କ ଉପରେ ଅଧିକ ରହିବ, କିନ୍ତୁ ଆପଣ ଏହାକୁ ସହଜରେ ସଂପୂର୍ଣ୍ଣ କରିବାକୁ ସମର୍ଥ ହେବେ ।କାର୍ଯ୍ୟ ଓ ପରିବାରକୁ ସନ୍ତୁଳିତ ସମୟ ଦେବେ ।

ସିଂହ: ଆଜି ଆପଣ ନିଜ ଦାୟିତ୍ୱ ଭଲ ଭାବରେ ପୂରଣ କରିବେ । ଆଜି ଆପଣ ଜୀବନସାଥୀଙ୍କ ସହିତ ଘରର କିଛି ଜରୁରୀ ଜିନିଷ କିଣି ପାରନ୍ତି । ଆଜି ଦିନଟା ଖୁସିରେ ବିତିବ । ଛାତ୍ରଛାତ୍ରୀମାନେ ବିଦେଶକୁ ଯାତ୍ରା କରିବାର ଯୋଗାଯୋଗ କରିପାରନ୍ତି । ଉଚ୍ଚାଧିକାରୀ ଓ ସହକର୍ମୀମାନେ କର୍ମକ୍ଷେତ୍ରରେ ସହଯୋଗ କରିବେ ।

କନ୍ୟା : ଆଜି ଅସୁସ୍ଥ ଅନୁଭବ କରିପାରନ୍ତି । କିଛି ସ୍ୱାସ୍ଥ୍ୟ ସମସ୍ୟ ଦେଖାଦେଇପାରେ । ପେଟ ଯନ୍ତ୍ରଣା ଭଳି ସମସ୍ୟା ହୋଇପାରେ । ଆପଣଙ୍କର ସହକର୍ମୀ ଆପଣଙ୍କ ସାହାଯ୍ୟ ମାଗିବାକୁ ଆସିପାରନ୍ତି । ଛାତ୍ରଛାତ୍ରୀମାନେ ପ୍ରତିଯୋଗିତା ପରୀକ୍ଷାରେ ବିଜୟୀ ହେବେ ।

ତୁଳା : ଆଜିର ଦିନ ଆପଣଙ୍କ ପାଇଁ ଭଲ ରହିବ । ବିଦ୍ୟାର୍ଥୀ ନିଜ ପାଠ ପଢାରେ ସଫଳ ହେବେ । ଭବିଷ୍ୟତର ଚିନ୍ତା ଘାରିବ । ପରିବାରର ଆର୍ଶୀବାଦ ସର୍ବଦା ବଜାୟ ରହିବ । ବିଦେଶ ଯାତ୍ରା କରିପାରନ୍ତି ।

ବିଛା : ଜୀବନସାଥୀଙ୍କ ସହିତ କଳହ ହୋଇପାରେ । ପରିବାର ଭିତରେ ଏନେଇ ଅଶାନ୍ତି ହୋଇପାରେ । ପିଲାଙ୍କୁ ଏଥିରୁ ଦୂରେଇ ରଖନ୍ତୁ। ସାନସିକ ସ୍ତରରେ ସେମାନେ ଦୁର୍ବଳ ହେବେ । ଅନ୍ୟମାନଙ୍କୁ ଭୟ କରିପାରନ୍ତି । ପାଠ ପଢାରେ ମନ ଦେଇ ପାରିବେ ନାହିଁ । କେଉଁ କାର୍ଯ୍ୟରେ ଆଗେଇ ପାରିବେ ନାହିଁ।

ଧନୁ: ଯଦି ଆପଣଙ୍କର କୌଣସି ବିବାଦ ଚାଲିଛି, ତେବେ ଏହା ସମାଧାନ ହୋଇପାରେ ଏବଂ ଆପଣ କିଛି ନୂତନ ସମ୍ପତ୍ତି କିଣି ପାରନ୍ତି ବା କିଣିବା ପାଇଁ ଚିନ୍ତା କରିପାରନ୍ତି । ଆଜି ନିଜ ଖାଇବା ଅଭ୍ୟାସକୁ ବଦଳାଇବା ଉଚିତ୍, ନଚେତ୍ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ନିଜର ମାନସିକ ଶାନ୍ତି ପ୍ରାପ୍ତ କରିବା ପାଇଁ ଦାନପୂର୍ଣ୍ଣ ପରି କାର୍ଯ୍ୟରେ ଯୋଗ ଦିଅନ୍ତୁ । ଆପଙ୍କ ଆକର୍ଷଣ ଓ ବ୍ୟକ୍ତିତ୍ୱ କାରଣରୁ ଆପଣଙ୍କୁ କିଛି ନୂଆ ମିତ୍ର ମିଳି ପାରନ୍ତି ।

ମକର: ଯେଉଁମାନେ ଚାକିରି ବଦଳାଇବାକୁ ଚିନ୍ତା କରୁଛନ୍ତି, ତେବେ ଦିନଟି ସେମାନଙ୍କ ପାଇଁ ଭଲ ହେବ । କୌଣସି ନୂତନ ଚାକିରିର ଅଫର ପାଇପାରନ୍ତି । ନିଜର କୌଣସି ଭୁଲ ପାଇଁ ଆଜି ଅନୁତାପ କରିପାରନ୍ତି । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ କିଛି ଚ୍ୟାଲେଞ୍ଜର ସମ୍ମୁଖିନ ହେବା ପାଇଁ ପଡିପାରେ । ପୁରୁଣା ସାଙ୍ଗ ଘରକୁ ଆସି ପାରନ୍ତି ।

କୁମ୍ଭ: ଅର୍ଥ ଅଭାବରୁ ଆଜି ଘରେ କଳହ ସୃଷ୍ଟି ହୋଇପାରେ । ତେଣୁ ଭାବି ଚିନ୍ତି ଘର ଲୋକଙ୍କ ସହିତ କଥା ହୁଅନ୍ତୁ। ପିଲା ମାନଙ୍କୁ ପାଠ ଉପରେ ଲଗେଇ ଓ ଭଵିଷ୍ୟ ପାଇଁ ଯୋଜନା ବନେଇବାର ଆବଶ୍ୟକତା ଅଛି । ସ୍ୱାମୀସ୍ତ୍ରୀଙ୍କ ଭିତରେ ଭଲ ସଂପର୍କ ରହିବ । ଆପଣ ପରିବାରରେ କିଛି ପୂଜା ପାଠ ଏବଂ ଭଜନ-କୀର୍ତ୍ତନ ଇତ୍ୟାଦି ଆୟୋଜନ କରିପାରନ୍ତି ।

ମୀନ: ଆଜିର ଦିନଟି ଭଲରେ କଟିବ । କର୍ମକ୍ଷେତ୍ରରେ ନୂତନ ପଦବୀ ପାଇପାରନ୍ତି । ଆଜି ନିଜ ଯୋଜନା ଓ ଶକ୍ତିକୁ ପରୀକ୍ଷା କରିପାରନ୍ତି । ଜୀବନସାଥୀ ସହିତ ସମୟ ବିତାଇବେ । ରାଜକୀୟ ସମ୍ମାନ ପାଇବେ । ବ୍ୟବସାୟ ପାଇଁ ନିକଟସ୍ଥ ସ୍ଥାନ ଭ୍ରମଣ କରି ବେଶ୍ ଆନନ୍ଦ ଅନୁଭବ କରିବେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Daily Horoscope 12th November: To know more about your day
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X