Get Updates
Get notified of breaking news, exclusive insights, and must-see stories!

Daily Horoscope 12th December: ଜାଣନ୍ତୁୁ କଣ କହୁଛି ଆପଣଙ୍କ ରାଶି, କିପରି କଟିବ ଆପଣଙ୍କ ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? ଆପଣଙ୍କ ଜୀବନସାଥୀଙ୍କ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ୱାନ ଇଣ୍ଡିଆ ଓଡ଼ିଆ ସହ ଯୋଡ଼ି ହୋଇ ରୁହନ

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? ଆପଣଙ୍କ ଜୀବନସାଥୀଙ୍କ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ୱାନ ଇଣ୍ଡିଆ ଓଡ଼ିଆ ସହ ଯୋଡ଼ି ହୋଇ ରୁହନ୍ତୁ....

astrology

ମେଷ : ସ୍ୱାସ୍ଥ୍ୟ ଆଗ ଅପେକ୍ଷା ଭଲ ରହିବ

ସ୍ଥଗିତ ରହିଥିବା କାର୍ଯ୍ୟ ସମାପ୍ତ ହେବ । ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ଶୁଭ ଖବର ମିଳିବା ସହ ସମ୍ମାନ ମିଳିବ । ପିଲାଙ୍କ ପାଠପଢାରେ ଉନ୍ନତି ହେବ । ଭାଇଭଉଣୀଙ୍କ ସହିତ ସମ୍ପର୍କ ମଜବୁତ ହେବ । କୌଣସି କାମରେ ଅବହେଳ କରନ୍ତୁ ନାହିଁ । କର୍ମକ୍ଷେତ୍ରରେ ଗୁପ୍ତଶତ୍ରୁ ବୃଦ୍ଧି ହେବେ । ସ୍ୱାସ୍ଥ୍ୟ ଆଗ ଅପେକ୍ଷା ଭଲ ରହିବ ।


ବୃଷ: ବୈବାହିକ ଜୀବନ ସୁଖଦ ହେବ

ବ୍ୟବସାୟୀଙ୍କୁ ଅଚନକ ଧନଲାଭ ହେବ । ନିଜ ଅଫିସ କାର୍ଯ୍ୟକୁ ନେଇ ଅଧିକ ସଚେତନ ରହିବା ପାଇଁ ପଡିବ । ବ୍ୟବସାୟୀମାନଙ୍କୁ ନିଜ ପ୍ରତିପକ୍ଷଙ୍କ ପ୍ରତି ସତର୍କ ରହିବାକୁ ପଡ଼ିବ। ଆପଣଙ୍କର ଜମା ହୋଇଥିବା ପୁଞ୍ଜିରେ ବୃଦ୍ଧି ହୋଇପାରେ । ନିଜକୁ ସୁସ୍ଥ ରଖିବା ପାଇଁ ଆପଣ ଅଧିକ ପରିମାଣର ସବୁଜ ପନିପରିବା ଖାଇବା ଉଚିତ୍ । ବୈବାହିକ ଜୀବନ ସୁଖଦ ହେବ ।

ମିଥୁନ:ଦୂରସ୍ଥାନକୁ ଯାତ୍ରା କରିପାରନ୍ତି

ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । ଆଜି ଆପଣ କମ୍ ପରିଶ୍ରମରେ ସଫଳତା ପାଇପାରିବେ । ବ୍ୟବସାୟରେ ଆୟ ଯେତିକି ବ୍ୟୟ ମଧ୍ୟ ସେତିକି ରହିବ । ଛାତ୍ରଛାତ୍ରୀ ମାନେ ପାଠପଢାରେ ଉନ୍ନତି କରିବେ । ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ । ଆଜି ଆପଣ ସଞ୍ଚୟ ପ୍ରତି ଅଧିକ ଧ୍ୟାନ ଦେବେ । ସ୍ୱାସ୍ଥ୍ୟରେ ଭଲ ରହିବ ।

କର୍କଟ: ଆର୍ଥିକ ସ୍ଥିତି ଭଲ ରହିବ

ଯଦି ଆପଣ ଚାକିରି ଖୋଜୁଛନ୍ତି, ତେବେ ଆଜି ଆପଣ ଏକ ଭଲ ସୁଯୋଗ ପାଇପାରନ୍ତି । ସରକାରୀ ଚାକିରି କରୁଥିବା ଲୋକଙ୍କ ଆୟର ବୃଦ୍ଧି ହେବାର ସମ୍ଭାବନା ରହିଛି । ବ୍ୟବସାୟୀମାନେ ଭଲ ଆର୍ଥିକ ଲାଭ ପାଇପାରିବେ । ଜୀବନସାଥୀଙ୍କ ସହିତ ଯୁକ୍ତିତର୍କ ହୋଇପାରେ । ଆର୍ଥିକ ସ୍ଥିତି ଭଲ ରହିବ । ଥଣ୍ଡା, କାଶ, ଜ୍ୱର ଲାଗି ରହିବ ।

ସିଂହ: ଆଜିର ଦିନ ଭଲରେ କଟିବ

ଆଜିର ଦିନ ଭଲରେ କଟିବ । ଆଜି କାହାକୁ ପରାମର୍ଶ ଦେବା ଠାରୁ ଦୂରେଇ ରୁହନ୍ତୁ । ନିଜ ଆଚରଣରେ ସକରାତ୍ମକତା ବଜାୟ ରଖିବା ଉଚିତ୍ । କିଛି ବିଷୟକୁ ନେଇ ଚିନ୍ତାରେ ରହିବେ । ଆଜି ଆପଣ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାରେ ସମୟ ଅତିବାହିତ କରିବେ । ନିଜ ଭିତରେ ଅହଂକାରର ଭାବନା ବଢିବା ପାଇଁ ଦିଅନ୍ତୁ ନାହିଁ ।

କନ୍ୟା: ସାମାଜିକ କ୍ଷେତ୍ରରେ ମାମ ସମ୍ମାନ ମିଳିବ

କୌଣସି କାରଣରୁ ଚିନ୍ତାରେ ରହିବେ । ବ୍ୟବସାୟୀମାନେ ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଚିନ୍ତା କରି ପାରନ୍ତି, ଆଜି ଆପଣ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନେଇପାରନ୍ତି । ଘରର ପରିବେଶ ଶାନ୍ତ ରହିବ। ଟଙ୍କା ଦୃଷ୍ଟିରୁ ଦିନଟି ଭଲ ହେବାକୁ ଯାଉଛି । ସାମାଜିକ କ୍ଷେତ୍ରରେ ମାମ ସମ୍ମାନ ମିଳିବ ।

ତୁଳା:ଅଜଥା ଖର୍ଚ୍ଚାନ୍ତ ହୋଇ ପାରନ୍ତି

କାର୍ଯ୍ୟ ଦୃଷ୍ଟିକୋଣରୁ ଆଜି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିନ ଟିଏ । ଯଦି ଆପଣ ଆଜି ସଠିକ୍ ଭାବେ କାନ କରନ୍ତି ତେବେ ଆଗକୁ ଭଲ ସୁଯୋଗ ପାଇପାରିବେ । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ । ଅଜଥା ଖର୍ଚ୍ଚାନ୍ତ ହୋଇ ପାରନ୍ତି । ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ । ସୁସ୍ୱାଦୁ ଭୋଜନ କରିବେ ।

ବିଛା :ଆର୍ଥିକ ଦୃଷ୍ଟିକୋଣରୁ ଆଜି ଏକ ଭଲ ଦିନ ରହିବ

ଆଜି ଆପଣ କାର୍ଯ୍ୟକୁ ନେଇ ବହୁତ ବ୍ୟସ୍ତ ରହିବେ । ଚାକିରି ହେଉ କିମ୍ବା ବ୍ୟବସାୟ ହେଉ, ଆପଣଙ୍କୁ ଆଜି ସମସ୍ତ କାର୍ଯ୍ୟ ସମାପ୍ତ କରିବାକୁ କଠିନ ପରିଶ୍ରମ କରିବା ପାଇଁ ପଡିବ । ସ୍ୱାସ୍ଥ୍ୟକୁ ସତର୍କ ରହୁନ୍ତି । ଟିକିଏ ଅସାବଧାନତା ମଧ୍ୟ ଆପଣଙ୍କୁ ଅସୁସ୍ଥ କରିପାରେ । ଆର୍ଥିକ ଦୃଷ୍ଟିକୋଣରୁ ଆଜି ଏକ ଭଲ ଦିନ ରହିବ ।

ଧନୁ:ବ୍ୟବସାୟୀଙ୍କ ପାଇଁ ଉତ୍ତମ ଦିନଟିଏ

ବ୍ୟବସାୟୀଙ୍କ ପାଇଁ ଉତ୍ତମ ଦିନଟିଏ । ଅର୍ଥ ଲାଭର ସୁଯୋଗ ରହିଛି । ନୂଆ ଲୋକଙ୍କ ସହିତ ସମ୍ପର୍କ ସୁଦୃଢ ହେବ । ଦୂରସ୍ଥାନକୁ ଯାତ୍ରା କଲେ ଲାଭ ପାଇପାରିବେ । ଆଜ ଆପଣଙ୍କୁ ସତର୍କ ରହିବା ପାଇଁ ପଡିବ । ଆପଣଙ୍କର ଏକ ଛୋଟ ଭୁଲ ପାଇଁ ବଡ କ୍ଷତି ସହିବା ପାଇଁ ପଡିପାରେ । ନିଜ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ ।

ମକର: ପୁରୁଣା ସାଙ୍ଗ ଘରକୁ ଆସି ପାରନ୍ତି

ଆଜି ଆପଣଙ୍କୁ କ୍ଷମତା ପ୍ରଦର୍ଶନ କରିବା ପାଇଁ ସୁଯୋଗ ମିଳିବ । ପୁରୁଣା ସାଙ୍ଗ ଘରକୁ ଆସି ପାରନ୍ତି । ଅନେକ ବର୍ଷ ପରେ ସେମାନଙ୍କୁ ଦେଖି ଆନନ୍ଦିତ ହେବେ । ନୂଆ ଘର ତିଆରି କରିବା ପାଇଁ ନିଜ ବନ୍ଧୁଙ୍କର ପରାମର୍ଶ ନିଅନ୍ତୁ ।

କୁମ୍ଭ:ବ୍ୟବସାୟରେ ଲାଭ ପାଇପାରିବେ

କର୍ମକ୍ଷେତ୍ରରେ ମାନ ସମ୍ନାନ ପାଇବେ । ବ୍ୟବସାୟୀଙ୍କ ପାଇଁ ଦିନଟି ଅନୁକୂଳ । ବ୍ୟବସାୟରେ ଲାଭ ପାଇପାରିବେ । ଦୂର ବନ୍ଧୁଙ୍କ ସହିତ ଦେଖା ହୋଇ ପାରେ । ଦାମ୍ପତ୍ୟ ଜୀବନ ସୁଖମୟ ହେବା । ଭ୍ରମଣର ଯୋଗ ରହିଛି । କୌଣସି ଶୁଭ ଖବର ପାଇପାରନ୍ତି । ଆଜି ଧନଲାଭର ସମ୍ଭାବନା ରହିଛି ।

ମୀନ: ମନ ବ୍ୟସ୍ତ ରହିବ

କୌଣସି କଥାକୁ ନେଇ ମନସ୍ତାପ କରିବେ । ମନ ବ୍ୟସ୍ତ ରହିବ । ଟଙ୍କା ଦୃଷ୍ଟିରୁ ଦିନଟି ମହଙ୍ଗା ହେବାକୁ ଯାଉଛି । ଅନାବଶ୍ୟକ ଖର୍ଚ୍ଚ ହୋଇପାରେ । ଚାକିରି ହେଉ କିମ୍ବା ବ୍ୟବସାୟ, ଆପଣଙ୍କୁ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+