ଆଜିର ରାଶିଫଳ: କେମିତି ରହିବ ଆପଣଙ୍କ ଦିନ, ଜାଣନ୍ତୁ

କେମିତି ରହିବ ଆପଣଙ୍କ ଆଜିର ଦିନ ? ପ୍ରେମ,ଶିକ୍ଷା, ବ୍ୟବସାୟ ଓ ପରିବାର ଆଦିରେ କଣ ରହିଛି ରାଶି ଉପରେ ଗ୍ରହର ସ୍ଥିତି? ଏସବୁ ବିଷୟ ରେ ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡ଼ିଆ ଆଜିର ରାଶିଫଳ....

କେମିତି ରହିବ ଆପଣଙ୍କ ଆଜିର ଦିନ ? ପ୍ରେମ,ଶିକ୍ଷା, ବ୍ୟବସାୟ ଓ ପରିବାର ଆଦିରେ କଣ ରହିଛି ରାଶି ଉପରେ ଗ୍ରହର ସ୍ଥିତି? ଏସବୁ ବିଷୟ ରେ ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡ଼ିଆ ଆଜିର ରାଶିଫଳ....

astrology

ମେଷ: ଆଜି ସମସ୍ୟା ଆପଣଙ୍କୁ ଘେରି ରହିବ। କିନ୍ତୁ ସଂଧ୍ୟା ସମୟରେ ଖୁସିର ଲହର ଖେଳିପାରେ । ଦିବସର ପ୍ରଥମାର୍ଦ୍ଧରେ ପାଇଥିବା ଯନ୍ତ୍ରଣାକୁ ଭୁଲିବା ପାଇଁ ଧ୍ୟାନ ବା ଯୋଗ କରନ୍ତୁ । ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ପରିବାର ସହ କିଛି ଭଲ ସମୟ ବିତେଇ ପାରନ୍ତି।

ବୃଷ: ଖୁସିରେ ଦିନ ବିତେଇ ପାରିବେ ନାହିଁ। ଗ୍ରହମାନଙ୍କର ସୁପ୍ରଭାବ ଦିବସର ପ୍ରଥମାର୍ଦ୍ଧରେ ଥିବାରୁ ଆପଣ ନିଜର ପ୍ରିୟଜନ ଏବଂ ବନ୍ଧୁଙ୍କ ଗହଣରେ ବହାରକୁ ଭ୍ରମଣରେ ଯାଇପାରନ୍ତି । ମଧ୍ୟାହ୍ନରେ ଆପଣ ନିଜର ପ୍ରତିଦ୍ୱନ୍ଦୀଙ୍କ ସହ କାରଣ ନଥାଇ ଝଗଡ଼ା ହୋଇପାରେ। ନିଜର ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହୁଅନ୍ତୁ।

ମିଥୁନ: ଆଜିର ଦିନଟି ଆପଣଙ୍କ ପାଇଁ ଆନନ୍ଦମୟ ରହିବ। ନିଜ କାମକୁ ସଫଳତାର ସହ ଶେଷ କରିବା ଆପଣଙ୍କ ଉଦ୍ୟମ କରିବେ । କାର୍ଯ୍ୟରେ ଆପଣଙ୍କ ଅନୁଦାନ ପାଇଁ ଆପଣ ସ୍ୱୀକୃତି ପାଇବାର ସମ୍ଭାବନା ରହିଛି । ଅର୍ଥଲାଭର ସମ୍ଭାବନା ରହିଛି । ବନ୍ଧୁମାନଙ୍କ ସହ ଆପଣ ସମୟ ବିତାଇବେ।

କର୍କଟ: ଆଜିର ଦିନ ଆପଣଙ୍କ ପାଇଁ ଖୁବ୍ ଭଲ । ଅର୍ଥକୁ ସଠିକ୍ ସ୍ଥାନରେ ରଖି ଭବିଷ୍ୟତକୁ ସୁରକ୍ଷିତ କରିବାର ଏହା ପ୍ରକୃଷ୍ଟ ସମୟ। ଏକାଗ୍ରତା, ଇଚ୍ଛାଶକ୍ତି ଏବଂ ଆତ୍ମବିଶ୍ୱାସ ଆପଣଙ୍କ କାମ ଶେଷ କରିବାରେ ସାହାଯ୍ୟ କରିବ । ଆପଣଙ୍କ ବକେୟା ପ୍ରକଳ୍ପ ଶେଷ ହେବାର ସମ୍ଭାବନା ରହିଛି ।

ସିଂହ: ଏହାସହ ମାଆଙ୍କ ସ୍ୱାସ୍ଥ୍ୟ ଏବଂ ବଢ଼ୁଥିବା ଖର୍ଚ୍ଚ ମଧ୍ୟ ଆପଣଙ୍କୁ ବ୍ୟସ୍ତ କରିବ । ବୃତ୍ତିଜୀବୀମାନେ ପରିଶ୍ରମର ସୁଫଳ ପାଇବେ । ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଏକା ପୂର୍ବାନୁମାନ ରହିଛି । ପାଠପଢ଼ା କ୍ଷେତ୍ରରେ ଦିନଟି ଭଲ ରହିବ।

କନ୍ୟା: ଅସୁସ୍ଥତା ଭିତରେ ଦିନଟି ବିତିବ ।ସମ୍ପର୍କୀୟ ଲୋକମାନଙ୍କ ସହ ମନୋମାଳିନ୍ୟ ବା କଳହ ହୋଇ ସମ୍ପର୍କରେ ତିକ୍ତତା ଦେଖାଦେବ । ନିଜର କ୍ରୋଧ ସମ୍ଵରଣ କରି କଥାବାର୍ତ୍ତାରେ ଶାଳୀନତା ରକ୍ଷା କରନ୍ତୁ ।

ତୁଳା: ଶାରୀରିକ ଓ ମାନସିକ ଅସୁସ୍ଥତା ଯୋଗୁଁ ମନରେ ଶୀଥିଳତା ଦେଖାଦେବା । ତେଣୁ ମାନସିକ ଶାନ୍ତି ପାଇବାକୁ ଧ୍ୟାନ ବା ଯୋଗ ଅଭ୍ଯାସ ଜାରିରଖନ୍ତୁ । ଅଫିସ ଓ ନିଜ ଗୃହରେ ପରିବେଶ ସୁସ୍ଥ ରହିବ ନାହିଁ ।

ବିଛା: ଆଜି ଆପଣ ବାର୍ତ୍ତାଳପରେ ସଞ୍ଜମତା, ନମ୍ର ଓ କୋମଳ ବ୍ୟବହାର ପ୍ରଦର୍ଶନ କରିବା ଉଚିତ । ଏହାଦ୍ୱାରା ପରିବାରର ସଦସ୍ୟଙ୍କ ସହ ଅଯଥାରେ ଯୁକ୍ତିତର୍କ କରିବେ ନାହିଁକି । ମାନସିକ ଅଶାନ୍ତି ଭୋଗିବେ ନାହିଁ । ପୁରା ଦିବସଟିକୁ ହସଖୁସିରେ କଟାଇପାରିବେ ।

ଧନୁ: ଆପଣଙ୍କ ପାଇଁ ଆଜି ଦିନଟି ଭଲ ରହିବ ନାହିଁ। ଗାଡି ଚଳାଇବା ବେଳେ ଗାଡିର ବେଗକୁ ନିୟନ୍ତ୍ରଣ ନକଲେ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି । ମୌଜ ମଜଲିସ ଯୋଗୁଁ ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି ।

ମକର: ଆଜି ଆପଣ ବିଭିନ୍ନ କ୍ଷେତ୍ରରେ ସୁନାମ ଏବଂ ପ୍ରସିଦ୍ଧି ଅର୍ଜନ କରିବେ । ଅଦାଲତ ସମ୍ପର୍କିତ ବିଷୟରେ କାମ କରିବା ସମୟରେ ସାବଧାନ ରୁହନ୍ତୁ । ଆଜି ଆପଣ ସାବଧାନ ରୁହନ୍ତୁ, ଦୁର୍ଘଟଣାର ଶୀକାର ହୋଇପାରନ୍ତି।

କୁମ୍ଭ: ଆର୍ଥ ଲାଭ ହେବ । ଭଲ କାମ ହେତୁ ଆପଣଙ୍କ ବରିଷ୍ଠ ଅଧିକାରୀମାନେ ଆପଣଙ୍କ ପ୍ରଦର୍ଶନରେ ଖୁସି ଅଛନ୍ତି । ସେମାନେ ଆପଣଙ୍କୁ ପଦୋନ୍ନତି ଅଫର କରିପାରନ୍ତି । ବ୍ୟସ୍ତତାପୂର୍ଣ୍ଣ ଦିନ ପରେ ନିଜକୁ ଖୁସି କରିବା ପାଇଁ ସୁଇମିଂ କରନ୍ତୁ ।

ମୀନ: ବ୍ୟବସାୟୀଙ୍କ ପାଇଁ ଲାଭଦାୟକ ହୋଇନପାରେ । ବରିଷ୍ଠ ଅଧିକାରୀଙ୍କ ସହ ଯୁକ୍ତିତର୍କ କରନ୍ତୁ ନାହିଁ।କାମ ପାଇଁ ଆପଣଙ୍କୁ ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ । ପିଲାଙ୍କ ଉନ୍ନତି ଏବଂ କୃତିତ୍ୱ ଆପଣ ଖୁସି ହେବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+