ଆଜିର ରାଶିଫଳ: କେମିତି ରହିବ ଆପଣଙ୍କ ଆଜିର ଦିନ, ପଢନ୍ତୁ

ପ୍ରେମ, ଶିକ୍ଷା ଓ ବ୍ୟବସାୟ ପାଇଁ କେମିିତି ରହିବ ଆଜିର ଦିନ , ରାଶିରେ କଣ ରହିଛି ଜାଣିବା ପାଇଁ ପଢନ୍ତୁ ୱାନ ଅଣ୍ଡିଆ ଓଡିଆରେ ଆଜିର ରାଶିଫଳ...

ପ୍ରେମ, ଶିକ୍ଷା ଓ ବ୍ୟବସାୟ ପାଇଁ କେମିିତି ରହିବ ଆଜିର ଦିନ , ରାଶିରେ କଣ ରହିଛି ଜାଣିବା ପାଇଁ ପଢନ୍ତୁ ୱାନ ଅଣ୍ଡିଆ ଓଡିଆରେ ଆଜିର ରାଶିଫଳ...

astrology

ମେଷ: କୌଣସି ଦୂର ସ୍ଥାନକୁ ଯାତ୍ରା କରିବା ଆପଣଙ୍କ ପାଇଁ ସୁଖଦ ରହିବ ନାହିଁ, କିନ୍ତୁ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ ସମ୍ପର୍କ ବନେଇବାରେ ଅତି ସାହାଯ୍ୟ କରିବ । ଆପଣଙ୍କୁ କେହି ସାହାଯ୍ୟ କରିବେ ନାହିଁ। ସତର୍କତାର ସହ କାମ କରନ୍ତୁ । ବିଦ୍ୟାର୍ଥୀ ପରିଶ୍ରମୀ ହେବେ । ପରିବାର ଆପଣଙ୍କ କାର୍ଯ୍ୟରେ ଖୁସି ହେବେ।

ବୃଷ: ନୂତନ ଗ୍ରାହକ ମାନଙ୍କ ସହିତ କଥା ହେବ ପାଇଁ ଆଜି ଉତ୍ତମ ଦିନ । ସେମିନାର ଓ ପ୍ରଦର୍ଶନୀ ଆପଣଙ୍କୁ ନୂଆ ଜ୍ଞାନ ଓ ବନ୍ଧୁ ଦେବ । ଯାହା ଆପଣଙ୍କୁୁ ଭବିଷ୍ୟତରେ ସାହାଯ୍ୟ କରିବ । ଆଜି ଆପଣଙ୍କ ପୁରୁଣା ବନ୍ଧୁଙ୍କ ସହିତ କଥାବାର୍ତ୍ତା ହେବେ ।

ମିଥୁନ: ଆର୍ଥିକ ଉନ୍ନତି ଘଟିପାରେ । ବନ୍ଧୁଙ୍କ ଠାରୁ ଅର୍ଥଲାଭ ହୋଇପାରେ। ବନ୍ଧୁଙ୍କର ସାକ୍ଷାତ ଲାଭ କରି ଆମୋଦ ପ୍ରମୋଦରେ ଦିନଟି କାଟିବେ । ସୁଖାଦ୍ୟ ସେବନର ତୃପ୍ତି ମିଳିପାରେ । ସନ୍ତାନମାନଙ୍କ ଠାରୁ ଶୁଭଖବର ପାଇପାରନ୍ତି । ସେମାନେ ପାଠ ପଢାରେ ସର୍ବଦା ଆଗରେ ରହିବେ । ଯାହାକୁ ନେଇ ଆପଣ ଖୁସି ରହିବେ ।

କର୍କଟ: ଆଜି ଖାଲି ସମୟରେ ଆପଣ ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି । ଏହି ସମୟରେ କୌଣସି ଅଯଥା କଳହ ବା ଦ୍ଵନ୍ଦରେ ପଡନ୍ତୁ ନାହିଁ । ଅତିଥି ଆସିବା କାରଣରୁ ଆପଣଙ୍କ ଯୋଗାଣ ନଷ୍ଟ ହୋଇ ପାରେ , କିନ୍ତୁ ଆପଣଙ୍କ ଦିନ ଭଲ ରହିବ ।

ସିଂହ: ପ୍ରେମ ଜୀବନର ଦୃଷ୍ଟିରୁ ଆଜି ଦିନ ଅତି ଉତ୍ତମ ରହିବ । ପ୍ରେମର ମଜା ଅନୁଭବ କରନ୍ତୁ । ଆଜି ଆପଣ ନୂଆ ଯୋଜନା କାର୍ଯ୍ୟକାରୀ କରିବା ଯୋଗୁଁ ଘର ଲୋକ ଖୁସି ହେବେ। ଅନ୍ୟମାନେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି ଆପଣ ତାହା ଆଜି ଭାବିବେ ନାହିଁ, ବରଂ ଆପଣ ଆପଣଙ୍କ ଖାଲି ସମୟରେ ଏକାକୀ ରହିବ ପସନ୍ଦ କରିବେ ।

କନ୍ୟା: ଆଜି ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ । କର୍ମ କ୍ଷେତ୍ରରେ ପ୍ରଶଂସିତ ହେବା ସହିତ ଆପଣଙ୍କ ପୁରସ୍କୃତ ହେବେ । ଆପଣଙ୍କ ହସ ଅନ୍ୟମାନଙ୍କ ସହିତ ବାଣ୍ଟନ୍ତୁ। ଆପଣ କମ ସମୟ ପାଇବେ , ଏତିକି ପରିବାର ସହ ଦିନଟି ବିତେଇବା ପାଇଁ ଚେଷ୍ଟା କରନ୍ତୁ । ଦେଖିବେ ଦିନର ଖୁସି ଦ୍ଵିଗୁଣିତ ହେଇ ଯିବ। ବିଦ୍ୟାର୍ଥୀ ସଫଳ ହେବେ ନାହିଁ । ପରିଶ୍ରମର ଫଳ ମିଳିବ ନାହିଁ । ଏଥିନେଇ ଦୁଃଖି ହୋଇପାରନ୍ତି ।

ତୁଳା: ଆଜି ଦିନଟି ଶୁଭ ରହିବ । ଯାହା ଇଚ୍ଛା ଆଜି ଆପଣଙ୍କୁ ତାହା ମିଳିବ । ସବୁ କ୍ଷେତ୍ରରେ ସଫଳ ହେବେ । ଏହାସହ ଘର, ପରିବାର କିମ୍ବା ବ୍ୟବସାୟ ଯେକୌଣସି କ୍ଷେତ୍ରରେ ଏସବୁ ଆପଣଙ୍କୁ ମିଳିପାରେ । ନୂଆ ଘର ଆଦି କ୍ରୟ କରି ପାରନ୍ତି। ପିଲାମାନେ ଜିଦଖୋର୍ ହେବେ। ସେମାନଙ୍କୁ ବୁଝାନ୍ତୁ।

ବିଛା: ଆଜି ନିଜର ଦେହର ଯତ୍ନ ନିଅନ୍ତୁ । ନୂଆ ପୋଷାକ ପିନ୍ଧନ୍ତୁ। ପରିବାର ସହିତ ଯଥା ସମ୍ଭବ ସମୟ ବିତାନ୍ତୁ । ଆପଣଙ୍କ ଜୀବନସାଥି ଅନ୍ୟ ମାନଙ୍କ କଥାରେ ପଡ଼ି ଆପଣଙ୍କ ସହିତ ବିବାଦ କରିବେ, କିନ୍ତୁ ଆପଣଙ୍କ ଭଲ ପାଇବା ସବୁ କିଛି ଠିକ କରିଦେବ । ପୂର୍ବ ଭଳି ସବୁ ଠିକ ରହିବ ।

ଧନୁ: ଆଜି ଆପଣଙ୍କ ନିଜର ପରିବାରର ସଦସ୍ୟଙ୍କ ସହ ଝଗଡା କରିପାରନ୍ତି । ଆର୍ଥିକ ଅନଟନ ଲାଗିରହିବ । ଏନେଇ ଚିନ୍ତା ବଢିବ। ଦେଖି ଚାହିଁ କଥା କୁହନ୍ତୁ। ନଚେତ୍ ଅଯଥା କଳହ ଭିତରେ ପେଶୀ ହେବେ। ଏହାର ବାଟ ଖୋଜିବା ନିହାତି ଆବଶ୍ୟକ । ନିଜ ଭବିଷ୍ୟତ ନେଇ ଚିନ୍ତିତ ରହିବେ ।

ମକର: ଆଜି ଦିନଟି ଆପଣ ଆନନ୍ଦ ଉଲ୍ଳାସରେ କଟାଇବେ । କୌଣସି ସ୍ଥାନକୁ ବୁଲାବୁଲି କରିବା ପାଇଁ ଯାଇପାରନ୍ତି । ବିଦ୍ୟାର୍ଥୀମନଙ୍କ ପାଇଁ ଆଜି ଦିନଟି ସର୍ବୋତ୍ତମ । ଆପଣ ନିଜର ପ୍ରତିଯୋଗୀ ମାନଙ୍କୁ ହରାଇବେ । ନୂତନ କର୍ମର ଶୁଭାରମ୍ଭ ପାଇଁ ଆଜି ଏକ ଶୁଭଦିନ । କିଛି ନୂଆ ଆରମ୍ଭ କରନ୍ତୁ । ଦେଖିବେ ଏହା ଆପଣଙ୍କ ଭବିଷ୍ୟତ ଉଜ୍ଜଳ କରିବ ।

କୁମ୍ଭ: ଆପଣଙ୍କ ସବୁଠୁ ବଡ ସ୍ବପ୍ନରେ ପରିବର୍ତ୍ତନ ଘଟିପାରେ । ପରିବାର ସହିତ ସମୟ ବିତାଇବେ । ଆପଣଙ୍କ କୁଶଳ ଭାବରେ କାମ କରିବାର ଯୋଗ୍ୟତା ସବୁ ଅସୁବିଧାରୁ ସୁରକ୍ଷିତ ରଖିବ । କାର୍ଯ୍ୟସ୍ଥଳରେ ଭଲ କାମ ପାଇଁ ସାବାସୀ ପାଇବେ । ଆପଣଙ୍କୁ କାମ ପାଇଁ ପ୍ରଂଶସା କରିବା ସହିତ ସହକର୍ମୀ କାମ ଶିଖିବେ ।

ମୀନ: ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜି ହେଉଛି ଏକ ଶୁଭଦିନ । ବେଶୀ ଖର୍ଚ୍ଚ କରନ୍ତୁ ନାହିଁ । ନ ହେଲେ ଭବିଷ୍ୟତରେ ଦୁଃଖ ପ୍ରକାଶ କରିବେ । ବିଦ୍ୟାର୍ଥୀ ସଫଳ ହେବେ। ଏଥି ସହ ଆଗକୁ ବଢିବା ପାଇଁ ପରିବାର ଠାରୁ ଆହୁରି ପ୍ରେରଣା ପାଇବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+