ଆପଣ ଲାଭବାନ ହେବେ କି, ପଢନ୍ତୁ କ'ଣ କହୁଛି ଆପଣଙ୍କ ରାଶି

ଦୈନିକ ରାଶିଫଳ ପଢନ୍ତୁ । ଜାଣନ୍ତୁ କଣ ରହିଛି 12 ଟି ରାଶିରେ ।

ଦିନ କିପରି ଯିବ ? କେଉଁ କାର୍ଯ୍ୟକଳାପ ଗୁଡିକ ଗ୍ରହଣ କରାଯାଇପାରିବ ଏବଂ ଯାହାକୁ ଏଡାଇବା ଉଚିତ ? ଯାହା ଦ୍ୱାରା ଆପଣ ଆବଶ୍ୟକ ସତର୍କତା ଅବଲମ୍ବନ କରିପାରିବେ କିମ୍ବା ବାଧାଦୂର କରିବା ପାଇଁ ପ୍ରତିକାର କରିପାରିବେ , ସେନେଇ ୱାନ ଇଣ୍ଡିଆ ଓଡିଆରେ ପଢନ୍ତୁ ଆଜିର ରାଶିଫଳ ....

astro

ମେଷ: ନିଜ ଉପରେ ଗୋଟେ ସୀମା ପରେ ଚାପ ଦିଅନ୍ତୁ ନାହିଁ ଓ ପ୍ରଚୁର ଆରାମ କରନ୍ତୁ ଆଜି ଆପଣ ଆପଣଙ୍କର ଜୀବନସାଥୀ ସହିତ ମିଶି କୌଣସି ଆର୍ଥିକ ଯୋଜନା କରିପାରନ୍ତି । ଏହି ଯୋଜନା ସଫଳ ହେବାର ଆଶା ଅଛି । ଆପଣଙ୍କ ପୂର୍ଣ୍ଣ ଉର୍ଜା ଓ ଉତ୍ସାହ ସକରାତ୍ମକ ପରିଣାମ ଆଣିବେ ଓ ଘରୋଇ ବିବାଦ ଦୂର କରିବାରେ ସାହାଯ୍ୟ କରିବେ । ପ୍ରେମର ପୁରାପୁରି ମଜା ନିଅନ୍ତୁ । କାର୍ଯ୍ୟାଳୟରେ କେହି ଆପଣଙ୍କୁ କିଛି ବଢିଆ ଜିନିଷ କିମ୍ବା ଖବର ଦେଇ ପାରେ । ଅନ୍ୟମାନେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି ଆପଣ ତାହା ଆଜି ଭାବିବେ ନାହିଁ । ଆପଣ ଆପଣଙ୍କ ଖାଲି ସମୟରେ ଏକାକୀ ରହିବ ପସନ୍ଦ କରିବେ।

ବୃଷ: ଭଲ ଭାବରେ ଆରାମ କରନ୍ତୁ । ବହୁତ ଦିନରୁ ଅଟକି ଥିବା ଅର୍ଥ ଆଜି ମିଳିବା ଯୋଗୁଁ ଅର୍ଥ ଅବସ୍ଥାରେ ଉନ୍ନତି ହେବ। ଆପଣଙ୍କ ବ୍ୟକ୍ତିଗତ ଜୀବନରେ କିଛି ବିଶେଷ ଘଟିବ, ଯାହା ଆପଣ ଓ ଆପଣଙ୍କ ପରିବାର ଲୋକଙ୍କ ପାଇଁ ଖୁସି ନେଇ ଆସିବ। ବଡ ମାନଙ୍କର ଆର୍ଶୀବାଦ ରହିବ ।

ମିଥୁନ: ଆପଣଙ୍କୁ ଆଜିର ଦିନ ସମୟ ନଷ୍ଟ ହେଲାପରି ଲାଗିପାରେ । କର୍ମଚାରୀଙ୍କ ମନୋବଳ ବଢାଇବା ଏବଂ ଖୁସି କରିବା ପାଇଁ ସେମାନଙ୍କୁ କିଛି ଉପହାର ଦେଇପାରନ୍ତି। ପିଲାମାନେ ପାଠପଢା ପ୍ରତି ଚିନ୍ତା କରିବା ସହିତ ପରିଶ୍ରମ କରିବେ । ଜୀବନସାଥୀଙ୍କ ସହିତ କଳହ ହୋଇପାରେ।

କର୍କଟ: ଏହି ରାଶିର ବ୍ୟକ୍ତିମାନଙ୍କୁ ଆଜି ଜମିଜମା ମାମଲାରେ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ । ଘର ପଟୁ ଅସୁବିଧା ବଢି ବଢି ଚାଲିବ ତେଣୁ ଭାବି ଚିନ୍ତିକି କଥା କରନ୍ତୁ । ଯାହାକୁ ଆପଣ ପସନ୍ଦ କରନ୍ତି, ତାଙ୍କ ସହିତ ଆପଣଙ୍କ କଠୋର ବ୍ୟବହାର ଆପଣଙ୍କ ସମ୍ବନ୍ଧରେ ଦୂରତା ବଢ଼େଇପାରେ। ଏନେଇ ବିବାଦ ଲାଗିପାରେ । ସାବଧାନ ରହିବା ସହିତ ନିଜର କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ।

ସିଂହ: ଜୀବନସାଥୀଙ୍କ କାରଣରୁ ଆପଣଙ୍କୁ ନିଜ ଇଚ୍ଛା ବିରୁଦ୍ଧରେ ବାହାରକୁ ଯିବାକୁ ପଡ଼ିପାରେ, ଯାହା ପରେ ଆପଣଙ୍କ ବିରକ୍ତ ହେବାର କାରଣ ହୋଇ ପାରେ । ନକ୍ଷେତ୍ର କହୁଛନ୍ତିକି ଆଜି ଆପଣ ନିଜର ଦିନ ଟିଭି ଦେଖିବାରେ ବିତାଇବେ । ପରିବାର ସହିତ ଦିନ କାଟିବେ । କିଛି ନୂଆ ବହି ପଢିବେ ।

କନ୍ୟା: ଆଜି ଦିନ ସାରା କିଛି ବିଶେଷ ନ କରିକି ଆପଣ ସହଜ ଭାବରେ ଲୋକଙ୍କ ଧ୍ୟାନ ନିଜ ଉପାରେ ଆକର୍ଷିତ କରିବାରେ ସଫଳ ରହିବେ। ଆଜି ଆପଣଙ୍କ ଘରର କୌଣସି ସଦସ୍ୟ ଆପଣଙ୍କ ବିରୁଦ୍ଧରେ କଥା କହିପାରନ୍ତି । ଏହାଦ୍ୱାରା ଆପଣଙ୍କର ଭାବନା ଆହତ ହୋଇପାରେ । ଆପଣ ଏନେଇ ବେଶୀ ଦୁଃଖି ହେବେ । କାହାକୁ ମନର କଥା କହି ପାରିବେ ନାହିଁ । ଦିନଟି ଭଲରେ ବିତିବ ନାହିଁ ।

ତୁଳା: ଧନଲାଭର ଆଜି ବହୁତ ସମ୍ଭାବନା ଅଛି । ନୂତନ ଜିନିଷ ଉପରେ ଧ୍ୟାନ ଲଗାନ୍ତୁ ଓ ସବୁଠୁ ଭଲ ସାଙ୍ଗଠୁ ସାହାଯ୍ୟ ନିଅନ୍ତୁ । ବୈବାହିକ ଜୀବନରେ ସବୁ ଅସୁବିଧା ପରେ ବି ଆପଣ ଓ ଆପଣଙ୍କ ଜୀବନସାଥୀ ପୁଣି ଠାରେ ପ୍ରେମର ଗଭୀରତା ଅନୁଭବ କରିବେ । ଦିନଟି ମୋଟା ମୋଟି ଭାବେ ଭଲରେ ବିତିବ ।

ବିଛା: କେବଳ ଆପଣ ହିଁ ଜାଣିଛନ୍ତି କି ଆପଣଙ୍କ ପାଇଁ କଣ ଭଲ, ସେଥିପାଇଁ ବଳିଷ୍ଠ ଓ ସ୍ପଷ୍ଟବାଦୀ ବନାନ୍ତୁ ତଥା ବେଗ ବଢ଼େଇ ନିଷ୍ପତି ନିଅନ୍ତୁ ଓ ତାଙ୍କର ପରିଣାମର ସାମନା କରିବାକୁ ପ୍ରସ୍ତୁତ ରୁହନ୍ତୁ । ଧନ ଆଜି ଆପଣଙ୍କ ହାତରେ ରହିବ ନାହିଁ । ସେଥିପାଇଁ ଆପଣଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିବ । ଆଜି ପାର୍କ ରେ ବୁଲିଲା ସମୟରେ ଏମିତି କୌଣସି ବ୍ୟକ୍ତିଙ୍କ ସହିତ ଦେଖା ହୋଇପାରେ ଯାହାଙ୍କ ସହିତ ଅତୀତରେ ଆପଣଙ୍କର ମତଭେଦ ହୋଇଥିଲା । ଆଜି ଦିନରେ ଆପଣଙ୍କ ବୈବାହିକ ଜୀବନ ଗୋଟେ ସୁନ୍ଦର ପରିବର୍ତନ ଦେଖିବ ।

ଧନୁ: ଦିନଟି ପୁରା ଟେନସନରେ ବିତିବ। ଅଫିସରେ ଅଧିକ କାମ ପଡିବ । ଯାହାକୁ ନେଇ ଆପଣ ଚିନ୍ତାରେ ପଡିବେ । ଆପଣଙ୍କର କୌଣସି ସହକର୍ମୀ ଆପଣଙ୍କର ମୂଲ୍ୟବାନ ବସ୍ତୁ ଚୋରି କରିପାରେ ସେଥିପାଇଁ ସାବଧାନ ରୁହନ୍ତୁ ଓ ମୂଲ୍ୟବାନ ସାମଗ୍ରୀକୁ ଯତ୍ନର ସହିତ ରଖନ୍ତୁ । ଯଦି ଆପଣ ପାର୍ଟି କରିବା ବିଷୟରେ ଭାବୁଛନ୍ତି, ତାହେଲେ ନିଜର ସାଙ୍ଗସାଥୀଙ୍କୁ ନିମନ୍ତ୍ରଣ ଦିଅନ୍ତୁ ।

ମକର: ବିଦେଶକୁ ଯାଇ ଶିକ୍ଷା ଅର୍ଜନ କରିବାପାଇଁ ଚାହୁଁଥିବା ଛାତ୍ର ଛାତ୍ରୀ ମାନଙ୍କୁ ଆଜି ଘରର ଆର୍ଥିକ ସଙ୍କଟ ବ୍ୟସ୍ତ କରିପାରେ । ଦେଖା ଗଲେ ଆଜି ଦିନଟା ଭଲ କଟିବ । କିନ୍ତୁ ଯାହା ଉପରେ ଆପଣ ଆଖି ବନ୍ଦ କରିକି ବିଶ୍ୱାସ କରୁଛନ୍ତି , ସିଏ ଆପଣଙ୍କ ବିଶ୍ୱାସରେ ବିଷ ମିଶେଇ ପାରେ । ଦିନଟି ମଧ୍ୟମ ଧରଣର ରହିବ।

କୁମ୍ଭ: ଜୀବନସାଥୀଙ୍କ ସହିତ ଭଲ ସମୟ କାଟିବେ, ଆପଣ ଅନୁଭବ କରିବେ କି ଆପଣ ଦୁଇଜଣଙ୍କ ମଧ୍ୟରେ କେତେ ପ୍ରେମ ଅଛି । ସୋସିଆଲ ମିଡ଼ିଆରେ ଆବଶ୍ୟକତାରୁ ଅଧିକ ସମୟ ବିତାଇବା କେବଳ ସମୟ ନଷ୍ଟ କରିବା, ସ୍ୱାସ୍ଥ୍ୟ ଦୃଷ୍ଟିରୁ ବି ଭଲ ନୁହେଁ ।

ମୀନ: ବର୍ତ୍ତମାନ ଘଟୁଥିବା ଘଟଣା କାରଣରୁ ଆପଣଙ୍କ ମନ ଅସ୍ଥିର ହୋଇ ପାରେ । ଶାରୀରିକ ଓ ମାନସିକ ଲାଭ ପାଇଁ ଧ୍ୟାନ ଓ ଯୋଗ ଲାଭକାରୀ ପ୍ରମାଣିତ ହେବ । ଅର୍ଥ ଅବସ୍ଥାରେ ନିହାତି ଭାବରେ ଉନ୍ନତି ହେବ । ନିଜ କଥା ଉପରେ ନିଅନ୍ତ୍ରଣ ରଖନ୍ତୁ,ନଚେତ ଘରର ବୃଦ୍ଧ ଲୋକ ମାନେ ଦୁଖୀ ଅନୁଭବ କରିବେ । ମନେ ରଖନ୍ତୁକି ବୁଢ଼ୀ ସହିତ କାମ କଲେ ହିଁ ଆମର ଜୀବନକୁ ମାନ୍ୟତା ମିଳିବ । ଏହି ଦିନ ବୈବାହିକ ଜୀବନର ସବୁଠୁ ବିଶେଷ ଦିନ ରହିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+