Get Updates
Get notified of breaking news, exclusive insights, and must-see stories!

Daily Horoscope 11th December: ଜାଣନ୍ତୁୁ କିପରି ବିତବ ଆଜିର ଦିନ, ଉଧାର ଟଙ୍କା ଫେରିପାଇବେ

Daily Horoscope : ଜାଣନ୍ତୁୁ କିପରି ବିତବ ଆଜିର ଦିନ, ଉଧାର ଟଙ୍କା ଫେରିପାଇବେ

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? ଆପଣଙ୍କ ଜୀବନସାଥୀଙ୍କ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ୱାନ ଇଣ୍ଡିଆ ଓଡ଼ିଆ ସହ ଯୋଡ଼ି ହୋଇ ରୁହନ୍ତୁ ।

ମେଷ: ଆଜି ଆପଣଙ୍କର ଦିନ ଭଲ ରହିବ । ବ୍ୟବସାୟରେ ଲାଭ ହେବ । ବ୍ୟବସାୟରେ ଲାଭ ହେବ । ସମାଜ ସେବା ଏବଂ ରାଜନୀତିରେ ସୁନାମ ଅର୍ଜନ କରିବେ । ସେହିପରି ବ୍ୟବସାୟରେ ଉଧାର ଦେଇଥିବା ଟଙ୍କା ଆଜି ଫେରି ପାଇପାରନ୍ତି । ପାରିବାର ମଧ୍ୟରେ ଥିବା ମନୋମାଳିନ୍ୟ ଦୂର ହେବ ।

ବୃଷ:ସ୍ୱାସ୍ଥ ଭଲ ରହିବ । ଆକସ୍ମିକ ଧନଲାଭର ସୁଯୋଗ ରହିଛି । ମାନସିକ ଶାନ୍ତି ଅନୁଭବ କରିବେ । କର୍ମ କ୍ଷେତ୍ରରେ ଅଧିକ ପରିଶ୍ରମ କରି ଉଚ୍ଚପଦାଧିକାରୀଙ୍କଛଠାରୁ ସାହାଯ୍ୟ ସହଯୋଗ ପାଇବେ । ଭବିଷ୍ୟତକୁ ନେଇ ଚିନ୍ତାରେ ରହିବେ । ଅଟକି ରହିଥିବା କାର୍ଯ୍ୟ ଆଜି ଶେଷ ହେବ । ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତମ ଦିନଟିଏ ।

ମିଥୁନ:ରାସ୍ତା ଘାଟରେ ସତର୍କ ହୋଇ ଯିବାଆସିବା କରନ୍ତୁ । ପରିକ୍ଷା ଫଳ ଭଲ ହେବ । କର୍ମକ୍ଷେତ୍ରରେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ । ଆଜି ପରିବାର ସହୟ ସମୟ ବିତାଇବେ । ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଆଜି ଏକ ଉତ୍ତମ ଦିନ । ଦେଇ ଥିବା ପରୀକ୍ଷାରେ ସଫଳତା ମିଳିବ । ଭବିଷ୍ୟତକୁ ନେଇ ଚିନ୍ତା କରିବାର ସମୟ ।

କର୍କଟ:ବନ୍ଧୁଙ୍କ ପ୍ରତିଶ୍ରୁତି ପାଇଁ ଆଶ୍ୱସ୍ତି ଅନୁଭବ କରିବେ । ସତର୍କ ନ ରହିଲେ ଯାନବାହନରେ କିଛି ସମସ୍ୟା ଘଟିପାରେ । ଆଜି ଆପଣ ନିଜ ପ୍ରୟାସରେ ସଫଳ ହେବ । ଆଜି ଆପଣଙ୍କ ପରିବାରରେ ଶାନ୍ତି-ସୁଖର ପରିବେଶ ରହିବ । ଛାତ୍ରାଛାତ୍ରୀ ମାନେ ଦେଇଥିବା ଲିଖିତ ପରୀକ୍ଷାରେ ସଫଳ ହେବେ ।

ସିଂହ:କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇଁ ସମ୍ମାନୀତ ହେବେ । ପଦୋନ୍ନତିର ସୂଚନା ପାଇ ପାରନ୍ତି । ଅନେକ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହେବ । ଛାତ୍ରମାନଙ୍କ ପାଇଁ ଦିନଟି ଶୁଭ । ପରିବାର ସଦସ୍ୟ ମାନଙ୍କ ସହ ଯୁକ୍ତି ତର୍କ ହେବାର ସମ୍ଭାବନା ରହିଛି । ଆୟ ତୁଳନାରେ ବ୍ୟୟ ଅଧିକ ହେବାର ସମ୍ଭାବନ ରହିଛି ।

କନ୍ୟା:ସ୍ୱାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ । ବ୍ୟବାସାୟୀ ମାନେ କୌଣସି କାମ ପାଇଁ ଦୂର ଯାତ୍ରା କରିପାରନ୍ତି । ଆର୍ଥିତ ଦିଗରୁ ଉନ୍ନତି ହେବ । ନୂଆ ଗାଡ଼ି କିଣିବାର ଯୋଜନା କରିପାରନ୍ତି । ଆଜି ଆପଣ ପୂଜାପାଠରେ ବ୍ୟସ୍ତ ରହିବ । ଯେଉଁଥିପାଇଁ ଆପଣଙ୍କ ମନ ଶାନ୍ତ ରହିବ । ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ସତ୍ତ୍ୱେ ଲାଭ ମିଳିବାର ସମ୍ଭାବନା ରହିଛି ।

ତୁଳା: ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ । ବ୍ୟବସାୟ କ୍ଷେତ୍ରରେ ଚେଷ୍ଟା କଲେ ବକୟା ଟଙ୍କା ଫେରିପାଇବେ । ଆର୍ଥିକ ସମସ୍ୟା ଲାଗିରହିବ । ପାରିବାରିକ ଜୀବନର ଅବସ୍ଥା ସୁଖଦ ହେବ । ବ୍ୟବସାୟୀ ମାନଙ୍କୁ ଆଜି ଅଧିକ ପରିଶ୍ରମ କରିବା ପାଇଁ ପଡିପାରେ । ଛାତ୍ରଛାତ୍ରୀ ମାନେ ଭବୁଷ୍ୟତକୁ ନେଇ ଚିନ୍ତାରେ ରହିବେ ।

ବିଚ୍ଛା:ପାରିବାରିକ ଜୀବନ ଆନନ୍ଦରେ କଟିବ । ବ୍ୟବଲାୟରେ ପ୍ରତିଦ୍ୱନ୍ଦିତା ସତ୍ତ୍ୱେ ଲାଭ ସୁନିଶ୍ଚିତ ହେବ । ସମସ୍ୟା ସମାପ୍ତ ହେବ । ହୃଦୟ ଏବଂ ମନ ଶାନ୍ତ ରହିବ । କିଛି ନୂଆ ଯୋଜନା କରିପାରନ୍ତି ।

rashi phala

ଧନୁ:କର୍ମକ୍ଷେତ୍ରରେ ସାଙ୍ଗସାଥିଙ୍କ ସାହାଯ୍ୟ ସହଯୋଗ ପାଇ ପାରନ୍ତି । ଲକ୍ଷ ହାସଲ କରିବାରେ ସମର୍ଥ ହେବେ । କର୍ମ କ୍ଷେତ୍ରରେ ଉଚ୍ଚ ସ୍ଥାନ ବା ପଦୋନ୍ନତି ହେବାର ସମ୍ଭବନା ରହିଛି । ଅର୍ଥ ଦୃଷ୍ଟିରୁ,ଆଜି ଆପଣଙ୍କ ପାଇଁ ଏକ ମିଶ୍ରିତ ଦିନ ହେବାର ସମ୍ଭାବନା ଅଛି । ନୂଆ ଘର କିଣିବା ପାଇଁ ନିଜ ବନ୍ଧୁଙ୍କଠୁ ପରମର୍ଶ ନେବେ ।

ମକର: ଅଫିସରେ ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ । ବ୍ୟବାସାୟରେ ସୁଫଳ ହାସଲ କରିବେ । ଛାତ୍ରଛାତ୍ରୀ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ । ଦୂର ଯାତ୍ରା କରିବାର ସୁଯୋଗ ରହିଛି । ବ୍ୟବସାୟୀମାନେ ଆଜି ଭଲ ଆର୍ଥିକ ଲାଭ ପାଇପାରନ୍ତି ।

କୁମ୍ଭ: ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ମଧ୍ୟ ରହିବ । କର୍ମ କ୍ଷେତ୍ରରେ ଲାଗି ରହଥିବା ସସମ୍ୟାର ସମାଧାନ ହେବ । ବନ୍ଧୁକଠାରୁ ଯଥେଷ୍ଟ ସହାୟକତା ପାଇବେ । ବ୍ୟବସାୟୀମାନେ ଆଜି ଭଲ ଆର୍ଥିକ ଲାଭ ପାଇପାରନ୍ତି । ଆପଣଙ୍କ ବ୍ୟବସାୟରେ ଅଭିବୃଦ୍ଧି ସମ୍ଭବ । ସ୍ୱାସ୍ଥ୍ୟକୁ ଚିନ୍ତାରେ ରହିପାରନ୍ତି । ବ୍ୟବସାୟରେ ଭଲ ଲାଭ ପାଇବେ । ଆର୍ଥିକ ସମସ୍ୟା ଦୂର ହେବ ।

ମୀନ: ଭବିଷ୍ୟତା ପାଇଁ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କଲେ ସଫଳତା ମିଳିବ । ପରିବାରରେ ଅପ୍ରୀକିକର ସ୍ଥିତି ଦେଖାଦେବ । ଟଙ୍କା ଦୃଷ୍ଟିରୁ ଦିନଟି ମହଙ୍ଗା ହେବାକୁ ଯାଉଛି । ଭ୍ରମଣ ସୁଖର ଯୋଗ ରହିଛି । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ । ମନ ଭଲ ରହିବ । ନିଜ କାମ ପ୍ରତି ଅଧିକ ଧ୍ୟାନ ଦେବାର ସମୟ । ମହିଳା ମାନେ କୌଣସି ନୂତନ ଜିନିଷ କିଣି ପାରନ୍ତି । ପିଲାମାନଙ୍କ ସହ ଜଡିତ କୌଣସି କାର୍ଯ୍ୟରେ ଆପଣ ଅବହେଳା କରିବା ଉଚିତ୍ ନୁହେଁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+