ଆପଣ ହେବେ କି ଲାଭବାନ, ପଢନ୍ତୁ କ'ଣ କହୁଛି ଆପଣଙ୍କ ରାଶି

ଦୈନିକ ରାଶିଫଳ ପଢନ୍ତୁ । ଜାଣନ୍ତୁ କଣ ରହିଛି 12 ଟି ରାଶିରେ ।

ପ୍ରେମ, ବ୍ୟବସାୟ ଓ ଭବିଷ୍ୟତ ପାଇଁ କଣ କହୁଛି ଆପଣଙ୍କ ରାଶି, ଏନେଇ ପଢନ୍ତୁ ୱାନ ଇଣ୍ଡିଆ ଓଡିଆରେ ଆଜିର ରାଶିଫଳ...

astrology

ମେଷ: ମାତୃପକ୍ଷରୁ ଆଜି ଆପଣଙ୍କୁ କୌଣସି ଧନଲାଭ ହୋଇପାରେ । ପରିବାର ଲୋକଙ୍କ ସହିତ ଗତିବିଧି ସମସ୍ତଙ୍କୁ ଖୁସି ରଖିବ । ଟିକେ ସମ୍ଭାଳିକି ରୁହନ୍ତୁ,କାରଣ ଆପଣଙ୍କ ପ୍ରିୟ ଅଧିକ ଭଲପାଇବା ଦେଖାଇ କିଛି କଥା ଆଦାୟ କରିପାରନ୍ତି। ଭବିଷ୍ୟତ କଥା ଅଧିକ ଚିନ୍ତା କରିବେ ।

ବୃଷ: ଆଜି ବ୍ୟବସାୟୀ ଭାଗିଦାର ସହଯୋଗ କରିବେ ଓ ଆପଣ ତାଙ୍କ ସହିତ ମିଶି ବହୁତ ଦିନରୁ ରହି ଯାଇ ଥିବା କାର୍ଯ୍ୟ ପୁରା କରିପାରିବେ । ଆଜି କେହି ଜଣେ ଆଧ୍ୟାତ୍ମିକ ନେତା କିମ୍ବା ଗୁରୁଜନୋଚିତ ଲୋକ ପରାମର୍ଶ ପ୍ରଦାନ କରି ପାରନ୍ତି । ଆଜି ଦିନରେ ଆପଣଙ୍କ ସାମାନ୍ୟ ବୈବାହିକ ଜୀବନ ଠୁ କିଛି ଅଲଗା ହୋଇପାରେ ।

ମିଥୁନ: ଦିନ ଯାକ ଚାପ ଓ ଦ୍ବିବିଧାରେ ରହିପାରନ୍ତି । ଆଜି ଆପଣଙ୍କୁ ପରିବାର ଲୋକଙ୍କ ସହିତ ଟିକେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ,କିନ୍ତୁ ଏହି କାରଣରୁ ନିଜର ମାନସିକ ଶାନ୍ତି ଭଙ୍ଗ ହେବାକୁ ଦିଅନ୍ତୁ ନାହିଁ ।

କର୍କଟ: ଆଜି ଆପଣ ଲୋକପ୍ରିୟ ହେବେ ଓ ବହୁତ ସାରା ଲୋକ ଆପଣଂକ ପ୍ରତି ଆକର୍ଷିତ ହେବେ । ଆଜି ଆପଣ ଅନ୍ୟ ଦିନ ତୁଳନାରେ ନିଜର ଲକ୍ଷକୁ ଟିକେ ବେଶୀ ଚିନ୍ତା କରିବେ । ଆଜି ଧାର୍ମିକ ଓ ସାମାଜିକ ଉତ୍ସବ ପାଇଁ ଉତ୍ତମ ଦିନ । ଆପଣଙ୍କୁ ଖୁସିରେ ଭରା ବୈବାହିକ ଜୀବନର ମହତ୍ୱ ଅନୁଭବ ହେବ ।

ସିଂହ: ଜୀବନସାଥୀଙ୍କ ସହିତ ଘରର କିଛି ଜରୁରୀ ଜିନିଷ କିଣି ପାରନ୍ତି ଯେଉଁଥିପାଇଁ ଆପଣଙ୍କର ଆର୍ଥିକ ଅବସ୍ଥା ସାମାନ୍ୟ ବିଗିଡ଼ି ଯାଇପାରେ । ଆଜି ଦିନଟା ଖୁସି ଭରା ରହିବ,କାରଣ ଆପଣଙ୍କୁ ଆପଣଙ୍କର ଜୀବନ ସାଥି ସବୁ ପ୍ରକାର ଖୁସି ଦେବାକୁ ପ୍ରୟାସ କରିବେ।

କନ୍ୟା : ଆଜି ଆପଣଙ୍କ ଦିନ କେବଳ ମୋବାଇଲ ଦେଖି ଦେଖି ବିତି ଯିବ । ଦିନ ସରିବା ବେଳକୁ ଆପଣ ଭାବିବେ କାହିଁକି ଦିନ ନଷ୍ଟ କଲେ ବୋଲି। ଏହାଦ୍ୱାରା ଆପଣଙ୍କ ଜୀବନସାଥୀ ଆପଣଙ୍କ ଉପରେ ବିରକ୍ତିଭାବ ପ୍ରକାଶ କରିପାରନ୍ତି କାରଣ ଆପଣ ତାଙ୍କ ପ୍ରତି କୌଣସି ଆଗ୍ରହ ପ୍ରକାଶ କରୁନାହାନ୍ତି ବୋଲି ସେ ଭାବିପାରନ୍ତି। ଆପଣଙ୍କ ଜୀବନସାଥୀ ଆପଣଙ୍କୁ ପାଇ ନିଜକୁ ଭାଗ୍ୟଶାଳୀ ଭାବୁଛନ୍ତି, ଏହି ସମୟର ଲାଭ ଉଠାନ୍ତୁ ।

ତୁଳା : ଆଜିର ଦିନ ଆପଣଙ୍କ ପାଇଁ ଭଲ ରହିବ । ବିଦ୍ୟାର୍ଥୀ ନିଜ ପାଠ ପଢାରେ ସଫଳ ହେବେ । ଭବିଷ୍ୟତର ଚିନ୍ତା ଘାରିବ । ପରିବାରର ଆର୍ଶୀବାଦ ସର୍ବଦା ବଜାୟ ରହିବ । ବିଦେଶ ଯାତ୍ରା କରିପାରନ୍ତି ।

ବିଛା : ଜୀବନସାଥୀଙ୍କ ସହିତ କଳହ ହୋଇପାରେ । ପରିବାର ଭିତରେ ଏନେଇ ଅଶାନ୍ତି ହୋଇପାରେ । ପିଲାଙ୍କୁ ଏଥିରୁ ଦୂରେଇ ରଖନ୍ତୁ। ସାନସିକ ସ୍ତରରେ ସେମାନେ ଦୁର୍ବଳ ହେବେ । ଅନ୍ୟମାନଙ୍କୁ ଭୟ କରିପାରନ୍ତି । ପାଠ ପଢାରେ ମନ ଦେଇ ପାରିବେ ନାହିଁ । କେଉଁ କାର୍ଯ୍ୟରେ ଆଗେଇ ପାରିବେ ନାହିଁ।

ଧନୁ: ଶରୀର ସୁସ୍ଥ ରହିବ । ଅଧିକ ଧନକୁ ଭୂସମ୍ପତିର ନିବେଶ କରା ଯିବା ଲାଭକାରୀ ରହିବ । ସାମାଜିକ ଉତ୍ସବରେ ଭାଗ ନେବା ପାଇଁ ଭଲ ସୁଯୋଗ ଅଛି,ଯାହା କାରଣରୁ ଆପଣ ପ୍ରଭାବଶାଳୀ ମାନଙ୍କର ସମ୍ପର୍କରେ ଆସିବେ । କାମ ଓ ଘରର ଚାପ ଯୋଗୁଁ ଆଜି ଟିକେ ବେଶୀ ରାଗ ଅନୁଭବ କରିବେ । ନିଜ ଲୋକଙ୍କ ସହିତ ଆଜି ଟିକେ ବିବାଦ ସୃଷ୍ଟି ହେବାରୁ ଆଜି ଟିକେ ଚିନ୍ତାରେ ପଡ଼ି ପାରନ୍ତି । ଯଦି ଆପଣ ନିଜର ଜୀବନ-ସାଥୀଙ୍କ ଠୁ ସ୍ନେହର ଆଶା ରଖୁଛନ୍ତି, ତାହେଲେ ଆଜିର ଦିନ ଆପଣଙ୍କ ସବୁ ଆଶା ପୁରୁଣ କରିବ ।

ମକର: ଆପଣଙ୍କ ପାଖରେ ଆଜି ଆପଣଙ୍କ କ୍ଷମତାକୁ ପ୍ରଦର୍ଶନ କରିବା ପାଇଁ ସୁଯୋଗ ମିଳିବ । ଏହି ରାଶିର କୌଣସି ଛାତ୍ର ବା ଛାତ୍ରୀ ଟିଭି ବା ମୋବାଇଲରେ ଫିଲ୍ମ ଦେଖି ସମୟ କାଟିବେ । ଆପଣଙ୍କୁ ଖୁସି କରିବା ପାଇଁ ଆପଣଙ୍କ ଜୀବନସାଥୀ ବହୁତ ଚେଷ୍ଟା କରିବ । ପୁରୁଣା ସାଙ୍ଗ ଘରକୁ ଆସି ପାରନ୍ତି । ଅନେକ ବର୍ଷ ପରେ ସେମାନଙ୍କୁ ଦେଖି ଆନନ୍ଦିତ ହେବେ ।

କୁମ୍ଭ: ଅର୍ଥ ଅଭାବରୁ ଆଜି ଘରେ କଳହ ସୃଷ୍ଟି ହୋଇପାରେ । ତେଣୁ ଭାବି ଚିନ୍ତି ଘର ଲୋକଙ୍କ ସହିତ କଥା ହୁଅନ୍ତୁ। ପିଲା ମାନଙ୍କୁ ପାଠ ଉପରେ ଲଗେଇ ଓ ଭଵିଷ୍ୟ ପାଇଁ ଯୋଜନା ବନେଇବାର ଆବଶ୍ୟକତା ଅଛି । ପତ୍ନୀ-ପତ୍ନୀଙ୍କ ଭିତରେ ଭଲ ସଂପର୍କ ରହିବ । ଆଗକୁ ସନ୍ତାନ ନେଇ ନବବିବାହିତ ଦମ୍ପତି ଚିନ୍ତା କରିପାରନ୍ତି । କିନ୍ତୁ କିଛି ଦିନ ପରେ ମନ ବଦଳେଇ ପାରନ୍ତି ।

ମୀନ: ସାଙ୍ଗ କିମ୍ବା ସହକର୍ମ୍ମର ସ୍ୱାର୍ଥ ବ୍ୟବହାର ଆପଣଙ୍କ ମାନସିକ ଶାନ୍ତି ନଷ୍ଟ କରି ପାରେ । କାହାର ବିନା ପରାମର୍ଶରେ ଆଜି କିଛି ନିବେଶ କରନ୍ତୁ ନାହିଁ । ଆପଣଙ୍କର ହଠି ଆଚରଣ ଯୋଗୁଁ ପରିବାର ଲୋକ ଓ ଜୀବନ ସାଥୀ ଅପମାନିତ ହୋଇପାରନ୍ତି । ସାବଧାନ ରୁହନ୍ତୁ, କେହି ଆପଣଙ୍କ ସହିତ ପ୍ରେମର ଛଳନା କରି ଆପଣଙ୍କ ମନକୁ ଆଘାତ ଦେଇ ପାରନ୍ତି । ଆପଣଙ୍କ ପରିଶ୍ରମ ଆଜି କାର୍ଯ୍ୟକ୍ଷେତ୍ରରେ ରଙ୍ଗ ଦେଖେଇବ । ଆଜି ଆପଣ ଅଫିସରୁ ଆସିଲାପରେ ନିଜର କୌଣସି ସମୟ ଅତିବାହିତ କାମରେ ଲାଗିପାରନ୍ତି ଯାହା ଆପଣଙ୍କ ମନକୁ ଶାନ୍ତ ରଖିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+