Get Updates
Get notified of breaking news, exclusive insights, and must-see stories!

ଆଜିର ରାଶିଫଳ : ଜାଣନ୍ତୁ କେମିତି ବିତିବ ଆପଣଙ୍କ ଦିନ

କେମିତି ବିତିବ ଆପଣଙ୍କ ଦିନ ? ଶିକ୍ଷା, ଦାମ୍ପତ୍ୟ ଜୀବନ କିପରି ରହିବ ? ରାଶି ଉପରେ ଗ୍ରହ ନକ୍ଷତ୍ରର ସ୍ଥିତି ବିଷୟରେ ଜାଣିବା ପାଇଁ ୱାନଇଣ୍ଡିଆ ଓଡିଆ ଦୈନିକ ରାଶିଫଳ ସହ ଯୋଡି ହୁଅନ୍ତୁ..

କେମିତି ବିତିବ ଆପଣଙ୍କ ଦିନ ? ଶିକ୍ଷା, ଦାମ୍ପତ୍ୟ ଜୀବନ କିପରି ରହିବ ? ରାଶି ଉପରେ ଗ୍ରହ ନକ୍ଷତ୍ରର ସ୍ଥିତି ବିଷୟରେ ଜାଣିବା ପାଇଁ ୱାନଇଣ୍ଡିଆ ଓଡିଆ ଦୈନିକ ରାଶିଫଳ ସହ ଯୋଡି ହୁଅନ୍ତୁ..

rashi phala

ମେଷ: ବ୍ୟକ୍ତିଗତ ଜୀବନ ପାଇଁ ଆଜି ଦିନଟି ଶୁଭଦାୟକ । ବ୍ୟବସାୟରେ ଉନ୍ନତି ହେବ । ଭାବି ଚିନ୍ତି ଖର୍ଚ୍ଚ କରନ୍ତୁ । ମନ ପ୍ରଫୁଲ୍ଲ ରହିବ । ପରିବାରର ସଦସ୍ୟଙ୍କ ସହ ଭଲ ସମୟ ବିତିବ। କିଛି ସମୟ ପାଇଁ ଧାର୍ମିକ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବେ ।

ବୃଷ: ଆପଣଙ୍କର ଦକ୍ଷ ଚିନ୍ତାଧାରା ଦ୍ୱାରା ଅନ୍ୟଙ୍କୁ ବାନ୍ଧି ରଖିବେ । ନିଜର ଦକ୍ଷତା ବଳରେ ଭଲ କାମ କରିବେ ଏବଂ ନିଜ କଥା ଦ୍ୱାରା ଅନେକଙ୍କୁ ଆପାୟିତ କରିବେ । ପ୍ରତିଯୋଗିତାରେ ସଫଳ ହେବେ । ସାହିତ୍ୟ ପ୍ରତି ମନ ବଳିବ। ଅସୁସ୍ଥ ଅନୁଭବ କରିପାରନ୍ତି।

ମିଥୁନ: ଯୁକ୍ତିତର୍କରୁ ଦୂରେଇ ରହନ୍ତୁ । ପୈତୃକ ସଂପତ୍ତିକୁ ନେଇ ବଡଙ୍କ ସହ ଆଲୋଚନା କରନ୍ତୁ ନାହିଁ । ଅଯଥା ଦୁଃଖିତ ହେବେ ।

କର୍କଟ: ଆଜି ପାଇଁ ଆପଣଙ୍କ ଦିନ ଆନନ୍ଦମୟ ରହିବ । ଏକ ନୂଆ ପ୍ରକଳ୍ପର ଶୁଭାରମ୍ଭ, ବନ୍ଧୁ ଏବଂ ପ୍ରିୟଜନଙ୍କ ସହିତ ମିଳନ ଆପଣଙ୍କୁ ଅଧିକ ଆନନ୍ଦ ଦେବ ।

ସିଂହ: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ଦିନଟିକୁ କିପରି କାଟିବେ ତାହା ଆପଣଙ୍କ ବିହ୍ୱଳିତ ମନ ଠିକ୍ କରିପାରିବ ନାହିଁ । ସେ ଯାହାହେଉ ପରିବାର ସଦସ୍ୟଙ୍କ ସହଯୋଗ ଯୋଗୁଁ ଆପଣ ଖୁସିରେ ଦିନଟିକୁ କାଟିପାରିବେ । ବହୁ ଦୂରତ୍ୱରେ ରହୁଥିବା ବନ୍ଧୁଙ୍କ ସହ ନିଗୁ଼ଢ ବନ୍ଧନରେ ବାନ୍ଧିହୋଇ ପଡିବେ । ଅଯଥା ଖର୍ଚ୍ଚରୁ ନିବୃତ୍ତ ରୁହନ୍ତୁ ।

କନ୍ୟା: ଆର୍ଥିକ ସ୍ଥିତି ସ୍ୱଛଳ ରହିପାରେ । ଉଚ୍ଚ ବିଚାରଧାରା ଯୋଗୁଁ ସାମାଜିକ ସମ୍ପର୍କରେ ମଧୁରତା ବୃଦ୍ଧି ପାଇବ । ବ୍ୟବସାୟରେ ପ୍ରଚୁର ଲାଭ ହେବ । ମାନସିକ ଶାନ୍ତି ମଧ୍ୟ ବୃଦ୍ଧି ହେବାର ସମ୍ଭାବନା ଅଛି । ଅପେକ୍ଷା କରିଥିବା ସୁଖବର ପାଇ ଆନନ୍ଦିତ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ଉପଭୋଗ୍ୟ ହେବ ।

ତୁଳା: ନିଜର କ୍ରୋଧ ସମ୍ୱରଣ କରନ୍ତୁ । ଯଦି ପାରନ୍ତି ତାହେଲେ କୌଣସି ପ୍ରକାର ଯୁକ୍ତିତର୍କ କିମ୍ୱା ଅନାବଶ୍ୟକ ଆଲୋ଼ଚନା କରନ୍ତୁ ନାହିଁ । ପରିବାରର ଜଣେ ସଦସ୍ୟଙ୍କ ସଙ୍ଗେ ପାଟିତୁଣ୍ଡ ହୋଇ ପାରେ । ଆଜି କିଛି ଶାରିରୀକ ଅସୁସ୍ଥତା ଭୋଗିପାରନ୍ତି ଏବଂ ଏହା ଜୀବନପ୍ରତି ବିପଦ ଆଣିପାରେ । ଆଜି ଆପଣ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି ।

ବିଛା: ଆପଣଙ୍କ କାର୍ଯ୍ୟ୍ୟରେ ଉପରିସ୍ଥ କର୍ମଚାରୀ ପ୍ରଭାବିତ ହୋଇପାରନ୍ତି । ଯୁବକ ଯୁବତୀଙ୍କ ପାଇଁ ବିବାହ ସୂତ୍ରରେ ବାନ୍ଧି ହେବାର ପ୍ରକୃଷ୍ଟ ଦିନ । ବିବାହିତ ଦମ୍ପତ୍ତି ପୁତ୍ର ସୁଖ ଲାଭ କରିପାରନ୍ତି । ସନ୍ଧ୍ୟାରେ ବନ୍ଧୁଙ୍କ ଗହଣରେ ଆମୋଦ ପ୍ରମୋଦରେ ସମୟ ଅତିବାହିତ କରିବେ ।

ଧନୁ: ପାଖ ପଡୋଶୀଙ୍କ ପ୍ରଶଂସା ଭାଜନ ହେବେ । ପଦୋନ୍ନତି ହେବାର ସମ୍ଭାବନା ଅଛି । ବ୍ୟବସାୟ ସଂକ୍ରାନ୍ତରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ନିଜର ପିତାଙ୍କ ଠାରୁ କିଛି ସୁଖବର ପାଇପାରନ୍ତି ଯାହା ଭବିଷ୍ୟତରେ ଆପଣଙ୍କ ପାଇଁ ଶୁଭଙ୍କର ମନେ ହେବ ।

ମକର: କଳା ଓ ସାହିତ୍ୟ ସମ୍ପର୍କିତ ଗୋଟିଏ ନୂତନ ଯୋଜନା ଆପଣ ହାତକୁ ନେଇ ସଫଳତା ଲାଭ କରିପାରନ୍ତି। ସରକାରୀ କାର୍ଯ୍ୟରେ ଆପଣ କିଛି ସମସ୍ୟାର ସମ୍ମୁଖିନ ହୋଇପାରନ୍ତି । ଆଳସ୍ୟ ଓ କ୍ରୋଧ ଆପଣଙ୍କ ଶାରୀରିକ ଅସୁସ୍ଥତାର କାରଣ ହୋଇପାରେ ।

କୁମ୍ଭ : ମନ ଭାରାକ୍ରାନ୍ତ ରହିବା ସହିତ ଉତ୍ତେଜନା ଓ କ୍ରୋଧ ପ୍ରକାଶ ପାଇବ । ଭଗବାନଙ୍କୁ ପ୍ରାର୍ଥନା ଓ ଧ୍ୟାନରତ ହେଲେ ମାନସିକ ଶାନ୍ତି ଫେରି ଆସିପାରେ । ଚୋରି ପରି ଅନୈତିକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ପରିବାରର କୌଣସି ଏକ ଶୁଭକର୍ମ ପାଇଁ ଖର୍ଚ୍ଚର ପରିମାଣ ବଢିଯାଇପାରେ।

ମୀନ: ଆପଣ ନିଜର ସୃଜନଶୀଳ ପ୍ରତିଭା ଯୋଗୁଁ ପ୍ରିୟଜନଙ୍କର ଶ୍ରଦ୍ଧାଭାଜନ ହୋଇପାରନ୍ତି । ବ୍ୟବସାୟୀ ମାନେ ଯଦି ନିଜ ବ୍ୟବସାୟରେ ଭାଗୀଦାର ହେବାକୁ ଜଣେ କର୍ମଠ ବ୍ୟକ୍ତି ଖୋଜୁଥାନ୍ତି । ତାହେଲେ କାର୍ଯ୍ୟଟି ଶୀଘ୍ର କରନ୍ତୁ । ବନ୍ଧୁଙ୍କ ସହ ସମୟ ବିତାଇ ପାରନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+