Daily Horoscope : ଜାଣନ୍ତୁୁ କିପରି ବିତିବ ଆଜିର ଦିନ
Daily Horoscope : ଜାଣନ୍ତୁୁ କିପରି ବିତିବ ଆଜିର ଦିନ, ଆର୍ଥିକ ସମସ୍ୟା ଲାଗିରହିବ
ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? ଆପଣଙ୍କ ଜୀବନସାଥୀଙ୍କ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ୱାନ ଇଣ୍ଡିଆ ଓଡ଼ିଆ ସହ ଯୋଡ଼ି ହୋଇ ରୁହନ୍ତୁ ।
ମେଷ: ଆଜିର ଦିନ ମିଶ୍ରିତ ଏବଂ ଫଳପ୍ରଦ ହେବାକୁ ଯାଉଛି । ଆଜି ଆପଣଙ୍କର ମନ ଖୁସି ରହିବ । ପିଲାଙ୍କ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ । କୌଣସି ଶୁଭ ଖବର ପାଇପାରନ୍ତି । ପରିବାରରେ ସୁଖ, ଶାନ୍ତି ବଜାୟ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବ୍ୟବସାୟରେ ଅଧିକ ଖର୍ଚ୍ଚ ହେବାରୁ ମନ ଅଶାନ୍ତ ରହିବ ।
ବୃଷ: କର୍ମକ୍ଷେତ୍ରରେ ସଫଳତା ମିଳିବ । କୌଣସି ସମସ୍ୟାକୁ ନେଇ ଚିନ୍ତାରେ ରହିବେ । ଆଜି ଆପଣ ଜମି କିମ୍ବା ନୂଆ ଗାଡ଼ି ଇତ୍ୟାଦି କିଣିବାକୁ ଯୋଜନା କରିପାରନ୍ତି । ବ୍ୟବସାୟରେ ଆର୍ଥିକ ଲାଭ ହେବାର ସମ୍ଭାବନା ରହିଛି । ଆଜି ଆପଣ ସଞ୍ଚୟ ପ୍ରତି ଅଧିକ ଧ୍ୟାନ ଦେବେ । ନିଜ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ ।
ମିଥୁନ: ଆଜି ଘରକୁ ବନ୍ଧୁଙ୍କ ଆଗମନ ହେବ । ଲାଗି ରହିଥିବା ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଆପଣ ଅସୁବିଧାରେ ପଡ଼ିପାରନ୍ତି । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ, ହେଲେ ଆଜି କାହାକୁ ଟଙ୍କା ଋଣ ଆକାରରେ ଦିଅନ୍ତୁ ନାହିଁ । ବ୍ୟବସାୟୀଙ୍କ ପାଇଁ ଆଜି ଦିନଟି ସ୍ୱାଭାବିକ ରହିବ । ଆଜି ଆପଣ ପରିବାର ସଦସ୍ୟଙ୍କ ସ୍ନେହ ଏବଂ ସମର୍ଥନ ପାଇବେ । ଛାତ୍ରଛାତ୍ରୀଙ୍କ ପାଇଁ ଆଜି ଉତ୍ତମ ଦିନଟିଏ ।
କର୍କଟ: ଅବିବାହିତ ବ୍ୟକ୍ତିଙ୍କ ପାଇଁ ଆଜି ସର୍ବୋତ୍ତମ ବିବାହ ପ୍ରସ୍ତାବ ଆସିପାରେ । ପରିବାର ମଧ୍ୟରେ ତିକ୍ତତା ଦେଖାଦେଇପାରେ । ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ଆର୍ଥିକ ସ୍ଥିତି ଭଲ ରହିବ । ବ୍ୟବସାୟୀମାନଙ୍କୁ ଆଜି କଠିନ ପରିଶ୍ରମ କରିବାକୁ ପଡିପାରେ । ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିପାରନ୍ତି ।
ସିଂହ: ବ୍ୟବସାୟରେ ଭଲ ଲାଭ ପାଇବେ । ଆର୍ଥିକ ସମସ୍ୟା ଦୂର ହେବ । ମନ ଭଲ ରହିବ । ନିଜ କାମ ପ୍ରତି ଅଧିକ ଧ୍ୟାନ ଦେବାର ସମୟ । ମହିଳା ମାନେ କୌଣସି ନୂତନ ଜିନିଷ କିଣି ପାରନ୍ତି । ପିଲାମାନଙ୍କ ସହ ଜଡିତ କୌଣସି କାର୍ଯ୍ୟରେ ଆପଣ ଅବହେଳା କରିବା ଉଚିତ୍ ନୁହେଁ । ଛାତ୍ରମାନଙ୍କ ପାଇଁ ଆଜି ଏକ ଅତ୍ୟନ୍ତ ଅନୁକୂଳ ଦିନ ହେବାକୁ ଯାଉଛି । ଭଲ ଖବର ପାଇପାରନ୍ତି । ସ୍ୱାସ୍ଥ୍ୟରେ ଉନ୍ନତି ହୋଇପାରେ । ବ୍ୟବସାୟ ସହିତ ଜଡିତ ବ୍ୟକ୍ତିମାନେ ଟଙ୍କା ପ୍ରସଙ୍ଗରେ ବହୁତ ସତର୍କ ରୁହନ୍ତୁ ।

କନ୍ୟା: ଭବିଷ୍ୟତକୁ ନେଇ ଚିନ୍ତାରେ ରହିବେ । କିଛି ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି । ପାରିବାରିକ ସମସ୍ୟା ପାଇଁ ଚିନ୍ତାରେ ରହିବେ । ଛାତ୍ରଛାତ୍ରୀ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ । ଦୂର ଯାତ୍ରା କରିବାର ସୁଯୋଗ ରହିଛି । ବ୍ୟବସାୟୀମାନେ ଆଜି ଭଲ ଆର୍ଥିକ ଲାଭ ପାଇପାରନ୍ତି । ଆପଣଙ୍କ ବ୍ୟବସାୟରେ ଅଭିବୃଦ୍ଧି ସମ୍ଭବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ ।
ତୁଳା: ବନ୍ଧୁଙ୍କ ସହ କୌଣସି କାରଣରୁ ମତଭେଦ ହୋଇପାରେ । ଗୁପ୍ତଶତ୍ରୁ ବୃଦ୍ଧି ପାଇବେ । ପରିବାର ସହ ସମୟ ଅତିବାହିତ କରିବେ । ପିଲାମାନେ ଜିଦଖୋର୍ ହେବେ । ଭଲ ଖବର ପାଇପାରନ୍ତି । ପରିବାର ସଦସ୍ୟ ମାନଙ୍କ ସହ ଯୁକ୍ତି ତର୍କ ହେବାର ସମ୍ଭାବନା ରହିଛି । ଆୟ ତୁଳନାରେ ବ୍ୟୟ ଅଧିକ ହେବାର ସମ୍ଭାବନା ରହିଛି ।
ବିଛା: ପାରିବାରିକ ସମସ୍ୟାକୁ ନେଇ ମାନସିକ ଅଶାନ୍ତିରେ ଦିନଟି ବିତିବ । ରାଜନୀତି କରୁଥିବା ବ୍ୟକ୍ତି ଲାଭରେ ରହିବେ । ବ୍ୟବସାୟୀଙ୍କ ପାଇଁ ଉତ୍ତମ ଦିନଟିଏ । ଆଜି ଚିନ୍ତାକରି ନିଷ୍ପତ୍ତି ନିଅନ୍ତୁ, ସଠିକ୍ ଫଳାଫଳ ପାଇବେ । ଟଙ୍କା ଦୃଷ୍ଟିରୁ ଦିନଟି ମହଙ୍ଗା ହେବାକୁ ଯାଉଛି । ଭ୍ରମଣ ସୁଖର ଯୋଗ ରହିଛି । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ ।
ଧନୁ: ଚାକିରୀ କରୁଥିବା ବ୍ୟକ୍ତି ଦୂରଯାତ୍ରା କରିପାରନ୍ତି । ଅର୍ଥ ଦୃଷ୍ଟିରୁ, ଆଜି ଆପଣଙ୍କ ପାଇଁ ଏକ ମିଶ୍ରିତ ଦିନ ହେବାର ସମ୍ଭାବନା ଅଛି । ଅଧିକ ଚାପ ନିଅନ୍ତୁ ନାହିଁ । ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ । ଜୀବନସାଥୀଙ୍କର ସହଯୋଗ ପାଇବେ । ଆର୍ଥିକ ସ୍ଥିତିକୁ ନେଇ ଚିନ୍ତାରେ ରହି ପାରନ୍ତି ।
ମକର: ଅର୍ଥ ଲାଭ ହେବ । ପାରିବାରିକ ଜୀବନର ଅବସ୍ଥା ସୁଖଦ ହେବ । ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଦିନଟି ଭଲ । ଆଜି ଆପଣଙ୍କୁ ନିଜ ସନ୍ତାନଙ୍କ ଦ୍ୱାରା ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି । ବ୍ୟବସାୟୀଙ୍କ ପାଇଁ ଉତ୍ତମ ଦିନଟିଏ । ଯଦି ଆପଣ ଆୟ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି ତେବେ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ । ଆର୍ଥିକ ସମସ୍ୟା ଲାଗିରହିବ ।
କୁମ୍ଭ: ବ୍ୟବସାୟୀମାନଙ୍କ ପାଇଁ ଆଜି ଭଲ ଦିନ । ସ୍ୱାସ୍ଥ୍ୟ ଭଲ ରହିବ । ଆଜି ଦିନଟି ପରିବାର ଓ ବନ୍ଧୁଙ୍କ ସହ ଆନନ୍ଦ ଉଲ୍ଲାସରେ କଟାଇବେ । ଯୋଜନା କରିଥିବା ସମସ୍ତ କାର୍ଯ୍ୟ କରିବା ପାଇଁ ଆଜି ସମୟ ମିଳିଯିବ । ଅର୍ଥ ଦୃଷ୍ଟିରୁ, ଆଜି ଆପଣଙ୍କ ପାଇଁ ଏକ ମିଶ୍ରିତ ଦିନ ହେବାର ସମ୍ଭାବନା ଅଛି । ନୂଆ ଘର କିଣିବା ପାଇଁ ନିଜ ବନ୍ଧୁଙ୍କଠୁ ପରାମର୍ଶ ନେବେ ।
ମୀନ: ମାନସିକ ସ୍ତରରେ ଚିନ୍ତାରେ ରହିବେ । ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ଭାବିଚିନ୍ତି ଅନ୍ୟକୁ ପରାମର୍ଶ ଦିଅନ୍ତୁ । ଛାତ୍ରଛାତ୍ରୀମାନେ ପାଠପଢାରେ ଉନ୍ନତି କରିବେ । ପରିବାର ସହ ସମ୍ପର୍କ ଭଲ ରହିବ । ମିଥ୍ୟା କହିବା ଠାରୁ ଦୂରେଇ ରୁହନ୍ତୁ । କାମରେ ଜୀବନସାଥୀଙ୍କର ସହଯୋଗ ପାଇବେ ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications