7th December Horoscope: ଆଜି ଆପଣ ଲାଭବାନ ହେବେ କି , ପଢନ୍ତୁ କ'ଣ କହୁଛି ଆପଣଙ୍କ ରାଶି
7th December Horoscope: ଆଜି ଆପଣ ଲାଭବାନ ହେବେ କି , ପଢନ୍ତୁ କ'ଣ କହୁଛି ଆପଣଙ୍କ ରାଶି
ଆଜିର ଦିନ କିପରି ଯିବ ? କେଉଁ କାର୍ଯ୍ୟକଳାପ ଗୁଡିକ ଗ୍ରହଣ କରାଯାଇପାରିବ ଏବଂ ଯାହାକୁ ଏଡାଇବା ଉଚିତ ? ଯାହା ଦ୍ୱାରା ଆପଣ ଆବଶ୍ୟକ ସତର୍କତା ଅବଲମ୍ବନ କରିପାରିବେ କିମ୍ବା ବାଧାଦୂର କରିବା ପାଇଁ ପ୍ରତିକାର କରିପାରିବେ , ସେନେଇ ୱାନ ଇଣ୍ଡିଆ ଓଡିଆରେ ପଢନ୍ତୁ ଆଜିର ରାଶିଫଳ ....
ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରହିବ । ଅନେକ ସମସ୍ୟାର ସମଧାନ ପାଇପାରିବେ । ବ୍ୟବସାୟୀମାନେ ନୂଆ କାରବାର କରିବାର ସୁଯୋଗ ପାଇପାରିବେ । ବହୁତ ସତର୍କ ରହିବା ପାଇଁ ପଡିବ । ଘରର ପରିବେଶ ଶାନ୍ତ ରହିବ। ପିତାମାତାଙ୍କ ସମର୍ଥନ ପାଇବେ । ଯଦି ଆପଣଙ୍କ ମନରେ କିଛି ଅସ୍ଥିରତା ଅଛି, ତେବେ ଆପଣ ଏହାକୁ ନିଜ ପ୍ରିୟ ଲୋକଙ୍କ ସହିତ ସେୟାର କରିପାରିବେ । ଆର୍ଥିକ ଅବସ୍ଥା ଭଲ ରହିବ। କର୍ମକ୍ଷେତ୍ରରେ ଉନ୍ନତି କରିପାରିବେ ।
ଶୁଭ ରଙ୍ଗ: ଧଳା
ବୃଷ: ବହୁତ ଦିନରୁ ଅଟକି ଥିବା ଅର୍ଥ ଆଜି ମିଳିବାର ଯୋଗ ରହିଛି । ଅଳ୍ପ ପରିଶ୍ରମରେ ସଫଳତା ପାଇପାରିବେ । ପାରିବାରିକ ଜୀବନ ସୁଖଦ ହେବ । ଆଜି ନିଜ ଭାଇଭଉଣୀଙ୍କ ସହିତ ଭଲ ସମୟ ବିତାଇବେ । ବ୍ୟବସାୟି ମାନେ ବଜେଟ୍ ପ୍ରତି ଧ୍ୟାନ ଦିଅନ୍ତୁ । ଆଜି ଚର୍ମ ସମ୍ବନ୍ଧୀୟ କିଛି ସମସ୍ୟା ଦେଖାଦେଇ ପାରେ । କୌଣସି କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ଶୁଭ ରଙ୍ଗ: ହଳଦିଆ ।
ମିଥୁନ: ଦିନଟି ଭଲରେ ବିତିବ । ଶୀଘ୍ର ଏବଂ ରାଗରେ କୌଣସି କାମ କରନ୍ତୁ ନାହିଁ । ଅଜଥା ଖର୍ଚ୍ଚାନ୍ତ ହୋଇ ପାରନ୍ତି । ଆୟ ଅପେକ୍ଷା ଅଧିକ ଖର୍ଚ୍ଚ ହୋଇପାରେ । ବ୍ୟବସାୟ ସହିତ ଜଡିତ ଲୋକମାନେ ଆଜି ବହୁତ ଲାଭ ପାଇପାରିବେ । ଆଜି ଆପଣଙ୍କର ଆର୍ଥିକ ସମସ୍ୟାର ସମାଧାନ ହେବ । କର୍ମକ୍ଷେତ୍ରରେ ନୂତନ ସୁଯୋଗ ପାଇପାରନ୍ତି । ଶୁଭ ରଙ୍ଗ: ନୀଳ ।
କର୍କଟ: ଆଜି ଆପଣଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ହେବାର ସମ୍ଭାବନା ରହିଛି । ସାଧାରଣ କଥାକୁ ନେଇ ପରିବାର ମଧ୍ୟରେ ମନାନ୍ତର ମତାନ୍ତର ଦେଖାଦେଇପାରେ । ବ୍ୟବସାୟୀମାନେ ଆଜି କାର୍ଯ୍ୟରେ କୌଣସି ପ୍ରକାର ଅବହେଳା କରନ୍ତୁ ନାହିଁ । ଆର୍ଥିତ ସ୍ଥିତି ଭଲ ରହିବ । କର୍ମକ୍ଷେତ୍ରରେ ନୂଆ ସୁଯୋଗ ପାଇପାରନ୍ତି । ଠକାମିର ଶିକାର ହୋଇ ପାରନ୍ତି । ଶୁଭ ରଙ୍ଗ: ବାଇଗଣୀ

ସିଂହ: ଆର୍ଥିକ ସ୍ଥିତି ମଜବୁତ ହେବ । ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତାରେ ରହିବେ । ଘରର ପରିବେଶ ବହୁତ ଭଲ ରହିବ । ପରିବାର ସଦସ୍ୟଙ୍କ ସହିତ ସମ୍ପର୍କ ମଜବୁତ ହେବ । ଖୁବଶୀଘ୍ର ଆପଣ ନୂଆ ପଦବୀ ପାଇପାରନ୍ତି । ବ୍ୟବସାୟୀଙ୍କ ଆର୍ଥିକ ସ୍ଥିତି ମଜବୁତ ହେବାର ସମ୍ଭାବନା ଅଛି। ଅଟକି ରହିଥିବା ଟଙ୍କା ଫେରି ପାଇବେ । ଦିନର ଦ୍ୱିତୀୟ ଭାଗରେ, ଆପଣ କୌଣସି ଧାର୍ମିକ ସ୍ଥାନ ପରିଦର୍ଶନ କରିବାର ସୁଯୋଗ ପାଇ ପାରନ୍ତି । ଶୁଭ ରଙ୍ଗ: କ୍ରିମ୍ ।
କନ୍ୟା: ଆଜି ଧର୍ଯ୍ୟବାନ ହୁଅନ୍ତୁ ଶୀଘ୍ର ନିଷ୍ପତ୍ତି ନିଅନ୍ତୁ ନଚେତ୍ ଆପଣ ସୁଯୋଗ ହରାଇ ପାରନ୍ତି । ପତି-ପତ୍ନୀଙ୍କ ସହ ସମ୍ପର୍କରେ ଘନିଷ୍ଠତା ରହିବ ହେଲେ ପରିବାର ମଧ୍ୟରେ ସମସ୍ୟା ବଢିପାରେ । ବ୍ୟବସାୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ । ଶୁଭ ରଙ୍ଗ: ବ୍ରାଉନ୍
ତୁଳା: ଆଜି ଧନଲାଭର ସମ୍ଭାବନା ରହିଛି । ଆପଣ ପିଲାମାନଙ୍କ ସହିତ ଭଲ ସମୟ ଅତିବାହିତ କରିବେ । ବ୍ୟବସାୟୀଙ୍କ କଠିନ ପରିଶ୍ରମ ସଫଳ ହେବ ଏବଂ ଆଜି ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ । କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟିର ଆଶଙ୍କା ରହିଛି । ଶୁଭ ରଙ୍ଗ: ସବୁଜ ।
ବିଛା: ଆଜି ଆପଣ ଯଗିରଖି କାର୍ଯ୍ୟ କରନ୍ତୁ । ମୂଲ୍ୟବାନ ସାମଗ୍ରି ହଜିଯିବାର ସମ୍ଭବନା ରହିଛି । ବ୍ୟବସାୟୀମାନଙ୍କ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ ହେବାକୁ ଯାଉଛି । କର୍ମକ୍ଷେତ୍ରରେ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ । ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡିପାରେ । ଭାଗ୍ୟ ରଙ୍ଗ: ନୀଳ ।
ଧନୁ: ଆପଣଙ୍କର କୌଣସି ସହକର୍ମୀ ଆପଣଙ୍କର ମୂଲ୍ୟବାନ ବସ୍ତୁ ଚୋରି କରିପାରନ୍ତି ସେଥିପାଇଁ ସାବଧାନ ରୁହନ୍ତୁ ଓ ମୂଲ୍ୟବାନ ସାମଗ୍ରୀକୁ ଯତ୍ନର ସହିତ ରଖନ୍ତୁ । ଅଫିସରେ କାର୍ଯ୍ୟଭାର ଅଧିକ ହେବାର ସମ୍ଭାବନା ଅଛି । ବ୍ୟବସାୟୀଙ୍କୁ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ । ଯଦି ଆପଣ ନୂତନ ଯାନ, ସମ୍ପତ୍ତି, ଘର ଇତ୍ୟାଦି କିଣିବାକୁ ଯୋଜନା କରୁଛନ୍ତି ତେବେ ଆପଣ ଶୀଘ୍ର ସଫଳତା ପାଇପାରିବେ । ପାରିବାରିକ ଜୀବନରେ ସୁଖ ଏବଂ ଶାନ୍ତି ରହିବ । ଶୁଭ ରଙ୍ଗ: କମଳା
ମକର: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରନ୍ତୁ । ଆର୍ଥିତ ସ୍ଥିତି ଭଲ ରହିବ । ଚାକିରୀ କରୁଥିବା ଲୋକଙ୍କୁ ଠିକ ସମୟରେ କାର୍ଯ୍ୟାଳୟରେ ପହଞ୍ଚିବା ପାଇଁ ଚେଷ୍ଟା କରନ୍ତୁ । ପ୍ରେମ ଦୃଷ୍ଟିରୁ ଆଜି ବହୁତ ଭଲ ଦିନ ହେବାକୁ ଯାଉଛି । ଶୁଭ ରଙ୍ଗ: ବ୍ରାଉନ୍ ।
କୁମ୍ଭ: ଜୀବନସାଥୀଙ୍କ ସହିତ ଭଲ ସମୟ ବିତାଇବେ । ଆଜି କର୍ମକ୍ଷେତ୍ରରେ ଅପଦସ୍ଥ ହୋଇପାରନ୍ତି । ନିଜ ବନ୍ଧୁଙ୍କର ସମର୍ଥନ ପାଇବେ । କର୍ମକ୍ଷେତ୍ରରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି । ବ୍ୟବସାୟୀମାନେ ବ୍ୟବସାୟରେ ଲାଭ ପାଇବେ । ଶୁଭ ରଙ୍ଗ: ହଳଦିଆ
ମୀନ: ଯଦି ଆପଣ ଷ୍ଟକ୍ ମାର୍କେଟରେ ବିନିଯୋଗ କରୁଛନ୍ତି ତେବେ ଆଜି କରନ୍ତୁ ନାହିଁ । ଋଣ କରନ୍ତୁ ନାହିଁ । ପରିବାର ତରଫରୁ ଖୁସି ଖବର ପାଇପାରନ୍ତି । ଚାକିରୀ କରୁଥିବା ଲୋକମାନଙ୍କର କଠିନ ପରିଶ୍ରମ କରି ସଫଳ ହେବେ । ଯଦି ସରକାରୀ ଚାକିରୀ ପାଇଁ ଚେଷ୍ଟା କରୁଛନ୍ତି, ତେବେ ଶୀଘ୍ର ଆପଣଙ୍କର ଇଚ୍ଛା ପୂରଣ ହୋଇପାରେ । ବ୍ୟବସାୟୀଙ୍କ ଆର୍ଥିକ ସ୍ଥିତିରେ ବୃଦ୍ଧି ହେବାର ସମ୍ଭାବନା ଅଛି । ଶୁଭ ରଙ୍ଗ: ହଳଦିଆ
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications