ଏହି ସମସ୍ତ ରାଶି ଉପରେ ଚନ୍ଦ୍ର ଗ୍ରହଣର ଖରାପ ପ୍ରଭାବ ପଡ଼ିପାରେ
Chandra Grahan 2023:ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ୫ ମଇ ୨୦୨୩ରେ ଲାଗିବାକୁ ଯାଉଛି । ଏହି ଚନ୍ଦ୍ରଗ୍ରହଣ ୫ ମଇ ରାତି ୮:୪୬ରେ ଆରମ୍ଭ ହୋଇ ମଧ୍ୟରାତ୍ରି ପରେ ୧:୨୦ରେ ଶେଷ ହେବ । ଏହି ଚନ୍ଦ୍ରଗ୍ରହଣ କିଛି ରାଶି ଉପରେ ଖରାପ ପ୍ରଭାବ ପକାଇପାରେ । ତେବେ ଚାଲନ୍ତୁ ଦେଖିବା କେଉଁ କେଉଁ ରାଶିର ବ୍ୟକ୍ତିଙ୍କୁ ଏହି ଦିନ ସାବଧାନ ରବିବା ଆବଶ୍ୟକ ।
ବୃଷ ରାଶି
ଏହି ଚନ୍ଦ୍ରଗ୍ରହଣ ବୃଷ ରାଶିର ବ୍ୟକ୍ତିଙ୍କ ଉପରେ ଖରାପ ପ୍ରଭାବ ପକାଇପାରେ । କୌଣସି କାରଣରୁ ଚିନ୍ତାରେ ରହିବେ । ବିବାଦ ଠାରୁ ଦୂରେଇ ରୁହନ୍ତୁ । ପରିବାର ସଦସ୍ୟଙ୍କ ସହିତ ବିବାଦ ମଧ୍ୟ ସୃଷ୍ଟି ହୋଇପାରେ । ଛାତ୍ରଛାତ୍ରୀଙ୍କ ପାଠପଢାରେ କୁପ୍ରଭାବ ପଡିପାରେ ।

କର୍କଟ ରାଶି
କର୍କଟ ରାଶି ଉପରେ ମଧ୍ୟ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ନାକାରାତ୍ମକ ପ୍ରଭାବ ପକାଇପାରେ । ସ୍ୱାସ୍ଥ୍ୟର ଅଧିକ ଯତ୍ନ ନିଅନ୍ତୁ । ସ୍ୱାସ୍ଥ୍ୟକୁ ଅଣଦେଖା କରନ୍ତୁ ନାହିଁ । ଚାକିରୀ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ ।
କନ୍ୟା ରାଶି
କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଦୁଃଖ ଖବର ଆଣିପାରେ । ଆପଣଙ୍କୁ କୌଣସି ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବା ପାଇଁ ପଡିପାରେ । ଶୀଘ୍ର କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ । ସମସ୍ତ ବିଷୟକୁ ଧ୍ୟାନରେ ରଖି କାର୍ଯ୍ୟ କରନ୍ତୁ ।

ତୁଳା ରାଶି
ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ତୁଳା ରାଶିରେ ଲାଗିବା ପାଇଁ ଯାଉଛି । ତୁଳା ରାଶିର ବ୍ୟକ୍ତିଙ୍କୁ ସାବଧାନ ଓ ସତର୍କ ରହିବା ପାଇଁ ଉଚିତ୍ । କିଛି ସମସ୍ୟା ସହ ସଂଘର୍ଷ କରିବାପାଇଁ ପଡିପାରେ । କାହା ସହ ବିତର୍କ କରନ୍ତୁ ନାହିଁ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।












Click it and Unblock the Notifications