For Quick Alerts
Turn On Notification  
For Daily Alerts
Oneindia App Download

Chandra Grahan 2022: କେଉଁ ସହରରେ କେତେବେଳେ ଦୃଶ୍ୟମାନ ହେବ ଚନ୍ଦ୍ରଗ୍ରହଣ

କେଉଁ ସହରରେ କେତେବେଳେ ଦୃଶ୍ୟମାନ ହେବ ଚନ୍ଦ୍ରଗ୍ରହଣ

|

Chandra Grahan 2022: ଆଜି ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ । ଆଜି ଆକାଶରେ ମହାଜାଗତିକ ଦୃଶ୍ୟ ଦେଖାଯିବ । ଭୋର୍ ୫ ଟା ୫୪ରୁ ପାକତ୍ୟାଗ ସହ ଦେବନୀତି ବନ୍ଦ ରହିଛି । ଚନ୍ଦ୍ରଗ୍ରହଣ ଦିବା ୨ଟା ୩୯ ମିନିଟରେ ସ୍ପର୍ଶ ହେଇଛି । ସେହିପରି ଗ୍ରହଣ ସର୍ବମୋକ୍ଷ ସଂଧ୍ୟା ୬ଟା ୧୮ ମିନିଟ ୪୭ ସେକେଣ୍ଡରେ ହେବ । ଏହି ସମୟ ମଧ୍ୟରେ କୌଣସି ପ୍ରକାର ଅନ୍ନଭୋଜନ ଆଦି କରିବା ନିଷେଧ । ବାଳକ, ବୃଦ୍ଧା ଓ ରୋଗୀଙ୍କ ପକ୍ଷେ ଏହି ନିୟମ ଲଙ୍ଘନୀୟ । ତେବେ ଦେଖନ୍ତୁ କେଉଁ ସହରରେ କେତେବେଳେ ଦୃଶ୍ୟମାନ ହେବ ଚନ୍ଦ୍ରଗ୍ରହଣ ।

 ଚନ୍ଦ୍ରଗ୍ରହଣ

କେଉଁ ସହରରେ କେତେବେଳେ ଦୃଶ୍ୟମାନ ହେବ ଚନ୍ଦ୍ରଗ୍ରହଣ
ଦିଲ୍ଲୀ - ସନ୍ଧ୍ୟା 05.32 ରୁ 06.18ରେ ଦୃଶ୍ୟମାନ ହେବ
କୋଲକାତା - ସନ୍ଧ୍ୟା 04.56 ରୁ 06.18 ଯାଏଁ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ
ମୁମ୍ବାଇ - ସନ୍ଧ୍ୟା 06.05 ରୁ 06.18 ପର୍ଯ୍ୟନ୍ତ
ରାଞ୍ଚି - ସନ୍ଧ୍ୟା05.07 ରୁ 06.18 ପର୍ଯ୍ୟନ୍ତ
ପାଟନା- ସନ୍ଧ୍ୟା 05.05 ରୁ 06.18 ଯାକେ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ
ଗୁଆହାଟି -ସନ୍ଧ୍ୟା 04.37 ରୁ ଅପରାହ୍ନ 06.18 ପର୍ଯ୍ୟନ୍ତ
ଅହମ୍ମଦାବାଦ - ଅପରାହ୍ନ06.00 ରୁ 06.18ମନିଟ୍ ଯାଏଁ
ଜୟପୁର- ସନ୍ଧ୍ୟା 05.41 ରୁ 06.18 ପର୍ଯ୍ୟନ୍ତ
ଲକ୍ଷ୍ନୌ - ସନ୍ଧ୍ୟା 06.00 ରୁ 06.18 ମନିଟ୍ ଯାଏଁ
ଚଣ୍ଡିଗଡ଼ - ସନ୍ଧ୍ୟା 05.20 ରୁ - 06.18 ମନିଟ୍ ପର୍ଯ୍ୟନ୍ତ
ଭୋପାଳ - ସନ୍ଧ୍ୟା 05.40 ରୁ 06.18 ପର୍ଯ୍ୟନ୍ତ
ଚେନ୍ନାଇ -ସନ୍ଧ୍ୟା 05.42 ରୁ 06.18 ଯାଏଁ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ

ଖାଲି ଆଖିରେ ଚନ୍ଦ୍ରଗ୍ରହଣ ଦେଖିପାରିବେ
ଯଦି ଆପଣ ଆଜି ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଦେଖିବାକୁ ଆଗ୍ରହୀ, ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ଭାରତର ପୂର୍ବ ଭାଗରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଆଜି ଦୃଶ୍ୟମାନ ହେବ । ସେହିପରି ଅନ୍ୟ ସ୍ଥାନରେ ଆଂଶିକ ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିବ । ବୈଜ୍ଞାନିକଙ୍କ ମତରେ ଚନ୍ଦ୍ରଗ୍ରହଣକୁ ସମସ୍ତେ ଖାଲି ଆଖିରେ ଦେଖିପାରିବେ । ଅପରାହ୍ନ ୨ଟା ୩୮ ମିନଟରେ ଗ୍ରହଣ ସ୍ପର୍ଶ ହେବ ସନ୍ଧ୍ୟା ୫ଟା ୧୧ରୁ ଚନ୍ଦ୍ର ଗ୍ରହଣ ଦୃଶ୍ୟ ମାନ ହୋଇ ୬ଟା ୧୮ ମିନଟରେ ଗ୍ରହଣ ସର୍ବମୋକ୍ଷ ହେବ । ସମୁଦାୟ ୧ ଘଣ୍ଟା ୧୨ ମିନଟ୍ ୪୮ ସେକଣ୍ଡ ସମୟ ଧରି ଚନ୍ଦ୍ର ଗ୍ରହଣ ଦୃଶ୍ୟ ମାନ ହେବ । ଏଥିପାଇଁ ସୂର୍ଯ୍ୟୋଦୟ ଠାରୁ ସନ୍ଧ୍ୟା ୬ଟା ୧୮ ପର୍ଯ୍ୟନ୍ତ ଦେବନୀତି ନିଷେଧ ରହିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Chandra Grahan 2022: When will the lunar eclipse be visible in which city?
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X