Get Updates
Get notified of breaking news, exclusive insights, and must-see stories!

Chandra Grahan 2022 Live Updates: ଶେଷ ହେଲା ଚନ୍ଦ୍ରଗ୍ରହଣ, ପୁଣି 2023ରେ ହେବ ଆଂଶିକ ଚନ୍ଦ୍ରଗ୍ରହଣ

ଆଜି ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ

Chandra Grahan 2022 Live Updates: ଆଜି ଲାଗିଛି ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ । ଓଡ଼ିଶାର ଲୋକେ ଏହାକୁ ଦେଖିପାରିବେ ନାହିଁ । ଏହା ଏକ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ । ଭାରତ ବ୍ୟତୀତ ନଭେମ୍ବର ୦୮ରେ ଆମେରିକା, ଅଷ୍ଟ୍ରେଲିଆ, ଏସିଆ ଓ ନ୍ୟୁଜିଲାଣ୍ତରେ ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ । ଦୀର୍ଘ ୧ ଘଣ୍ଟା ୨୫ ମିନିଟ୍ ଧରି ଦୃଶ୍ୟମାନ ହେବ । ଚନ୍ଦ୍ରଗ୍ରହଣ ଦିବା ୨ଟା ୩୯ ମିନିଟ ସ୍ପର୍ଶ ହେଇଥିବାରୁ ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ସକାଳ ୫ଟା ୩୯ ମିନିଟ ଠାରୁ ପାକତ୍ୟାଗ ଓ ଦେବନୀତି ନିଷେଧ ହେବ । ଚନ୍ଦ୍ରଗ୍ରହଣ ସର୍ବମୋକ୍ଷ ସଂଧ୍ୟା ୬ଟା ୧୮ ମିନିଟ ୪୭ ସେକେଣ୍ଡରେ ହେବ ।

Chandra Grahan 2022 Live Updates

Nov 08, 2022, 9:39 pm IST

ସେହିପରି 2025 ସେପ୍ଟେମ୍ବର 7 ତାରିଖରେ ପଡୁଛି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ।
Nov 08, 2022, 9:38 pm IST

ପୁଣି 2023ରେ ହେବ ଆଂଶିକ ଚନ୍ଦ୍ରଗ୍ରହଣ ।
Nov 08, 2022, 7:00 pm IST

ଶେଷ ହେଲା ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ।
Nov 08, 2022, 6:13 pm IST

ଚନ୍ଦ୍ରଗ୍ରହଣ ସର୍ବମୋକ୍ଷ ସଂଧ୍ୟା ୬ଟା ୧୮ ମିନିଟ ୪୭ ସେକେଣ୍ଡରେ ହେବ ।
Nov 08, 2022, 6:01 pm IST

ରାଜଧାନୀରେ ଦୃଶ୍ୟମାନ ହେଉଛି ଏବର୍ଷର ଶେଷ ଚନ୍ଦ୍ରଗ୍ରହଣ । ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ଦୃଶ୍ୟମାନ ହେଉଛି ଏବର୍ଷର ଶେଷ ଚନ୍ଦ୍ରଗ୍ରହଣ ।
Nov 08, 2022, 5:54 pm IST

ଚନ୍ଦ୍ରଗ୍ରହଣ ସନ୍ଧ୍ୟା 6.20 ରେ ଶେଷ ହେବ । ଏହା ପରେ ସୂତକ ଅବଧି ଶେଷ ହେବ ।
Nov 08, 2022, 5:53 pm IST

ମୁମ୍ବାଇରେ ଆଂଶିକ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ । ମୁମ୍ବାଇରେ 06:04 ରୁ ଆରମ୍ଭ ହୋଇ ସନ୍ଧ୍ୟା 07:26 ରେ ଚନ୍ଦ୍ର ଗ୍ରଙଣ ଶେଷ ହେବ ।
Nov 08, 2022, 5:52 pm IST

ଭାରତରେ ଦେଖାଦେଇଛି ବର୍ଷର ଶେଷ ଚନ୍ଦ୍ରଗ୍ରହଣ । ଉତ୍ତରପ୍ରଦେଶର ବାରାଣାସୀରୁ ଚନ୍ଦ୍ର ଗ୍ରହଣର ଦୃଶ୍ୟ ।
Nov 08, 2022, 5:27 pm IST

ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ପ୍ରଥମେ ଅରୁଣାଚଳ ପ୍ରଦେଶର ରାଜଧାନୀ ଇଟାନଗରରେ ଦୃଶ୍ୟମାନ ହେଲା । ଇଟାନଗରରେ 4.38 ମିନିଟରେ ଦେଖିବା ପାଇଁ ମିଳିଥିଲା ।
Nov 08, 2022, 5:25 pm IST

ସନ୍ଧ୍ୟା ୫ଟା ୧୧ରୁ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ।
Nov 08, 2022, 5:24 pm IST

ଗୋଟିଏ ସରଳ ରେଖାରେ ଅଛନ୍ତି ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର ।
Nov 08, 2022, 5:23 pm IST

ଅରୁଣାଚଳ ପ୍ରଦେଶରେ ପ୍ରଥମେ ଦୃଶ୍ୟମାନ ହେଲା ଚନ୍ଦ୍ରଗ୍ରହଣ

ଭାରତର ଅରୁଣାଚଳ ପ୍ରଦେଶରେ ପ୍ରଥମ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେଲା । ଇଟାନଗରରେ ପୂର୍ଣ୍ଣି ଚନ୍ଦ୍ରଗ୍ରହଣ ଦେଖାଯାଉଥିବାବେଳେ ଦେଶର ଅଧିକାଂଶ ଭାଗରେ ଆଂଶିକ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେଉଛି ।
Nov 08, 2022, 5:08 pm IST

ସମ୍ବଲପୁରରେ ୫ଟା ୧୦ରେ ଚନ୍ଦ୍ର ଉଦୟ, ୧ ମିନିଟ୍ ପାଇଁ ଦୃଶ୍ୟମାନ ହେବ ।
Nov 08, 2022, 5:07 pm IST

ପୁରୀରେ ୫ଟା ୬ରେ ଚନ୍ଦ୍ର ଉଦୟ, ୫ ମିନିଟ୍ ପାଇଁ ଦୃଶ୍ୟମାନ ହେବ ।
Nov 08, 2022, 5:07 pm IST

ଜଗତସିଂହପୁରରେ ୫ଟା ୪ରେ ଚନ୍ଦ୍ର ଉଦୟ, ୭ ମିନିଟ୍ ପାଇଁ ଦୃଶ୍ୟମାନ ହେବ ।
Nov 08, 2022, 5:05 pm IST

କେନ୍ଦ୍ରପଡ଼ାରେ ୫ଟା ୩ରେ ଚନ୍ଦ୍ର ଉଦୟ, ୮ ମିନିଟ୍ ପାଇଁ ଦୃଶ୍ୟମାନ ହେବ ।
Nov 08, 2022, 5:04 pm IST

ଯାଜପୁରରେ ୫ଟାରେ ଚନ୍ଦ୍ର ଉଦୟ, ୦୯ ମିନିଟ୍ ପାଇଁ ଦୃଶ୍ୟମାନ ହେବ ।
Nov 08, 2022, 5:03 pm IST

ବାଲେଶ୍ୱରରେ ମଧ୍ୟ ୫ଟା ୧ ରେ ଚନ୍ଦ୍ର ଉଦୟ, ୧୦ ମିନିଟ୍ ପାଇଁ ଦୃଶ୍ୟମାନ ହେବ ।
Nov 08, 2022, 5:01 pm IST

ଭଦ୍ରକରେ ୫ଟା ୧ ରେ ଚନ୍ଦ୍ର ଉଦୟ, ୧୦ ମିନିଟ୍ ପାଇଁ ଦୃଶ୍ୟମାନ ହେବ ।
Nov 08, 2022, 4:29 pm IST

ଭାରତରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଏହି ସ୍ଥାନରେ ଦୃଶ୍ୟମାନ ହେବ ।

ଭାରତରେ କୋଲକାତା, କୋହିମା, ପଟନା, ପୁରୀ, ରାଞ୍ଚି ଏବଂ ଇଟାନଗରରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ ଏବଂ ଦେଶର ଅନ୍ୟ ସ୍ଥାନରେ ଆଂଶିକ ଚନ୍ଦ୍ରଗ୍ରହଣ ଦେଖାଯିବ । ଭାରତରେ ଚନ୍ଦ୍ରଗ୍ରହଣ ଅପରାହ୍ନ ୪:୨୩ ରେ ଆରମ୍ଭ ହେବ ।
Nov 08, 2022, 4:12 pm IST

ଚନ୍ଦ୍ରଗ୍ରହଣ ୩ ପ୍ରକାରର

1-ପୂର୍ଣ୍ଣ ଚନ୍ଦ୍ରଗ୍ରହଣ 2-ଆଂଶିକ ଚନ୍ଦ୍ରଗ୍ରହଣ 3-ଉପଛାୟ ଚନ୍ଦ୍ରଗ୍ରହଣ
Nov 08, 2022, 4:06 pm IST

ଭୁବନେଶ୍ୱର ପଠାଣୀ ସାମନ୍ତ ପ୍ଲାନେଟାରିଅମରେ ଦୂରବୀକ୍ଷଣ ଯନ୍ତ୍ର ଦ୍ୱାରା ଲୋକେ ଏହି ବିରଳ ଦୃଶ୍ୟକୁ ଦେଖିପାରିବେ ।
Nov 08, 2022, 3:52 pm IST

ଭୁବନେଶ୍ୱରରେ ୫ଟା ୬ ମିନିଟରେ ଗ୍ରହଣ ଦୃଶ୍ୟମାନ ହେବ ।
Nov 08, 2022, 3:38 pm IST

ଦିନ ୨ଟା ୩୯ରେ ଆଂଶିକ ଗ୍ରହଣ, ୩ଟା ୪୬ରେ ପୂର୍ଣ୍ଣ ଗ୍ରହଣ
Nov 08, 2022, 3:34 pm IST

ଲାଗିଲା ଚନ୍ଦ୍ରଗ୍ରହଣ, ବିଶ୍ୱ ଦେଖୁଛି ବର୍ଷର ଶେଷ ଚନ୍ଦ୍ରଗ୍ରହଣ
Nov 08, 2022, 3:24 pm IST

ଖାଲି ଆଖିରେ ଚନ୍ଦ୍ରଗ୍ରହଣ ଦେଖିପାରିବେ ।

ଯଦି ଆପଣ ଆଜି ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଦେଖିବାକୁ ଆଗ୍ରହୀ, ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ଭାରତର ପୂର୍ବ ଭାଗରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଆଜି ଦୃଶ୍ୟମାନ ହେବ । ସେହିପରି ଅନ୍ୟ ସ୍ଥାନରେ ଆଂଶିକ ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିବ । ବୈଜ୍ଞାନିକଙ୍କ ମତରେ ଚନ୍ଦ୍ରଗ୍ରହଣକୁ ସମସ୍ତେ ଖାଲି ଆଖିରେ ଦେଖିପାରିବେ । ଅପରାହ୍ନ ୨ଟା ୩୮ ମିନଟରେ ଗ୍ରହଣ ସ୍ପର୍ଶ ହେବ ସନ୍ଧ୍ୟା ୫ଟା ୧୧ରୁ ଚନ୍ଦ୍ର ଗ୍ରହଣ ଦୃଶ୍ୟ ମାନ ହୋଇ ୬ଟା ୧୮ ମିନଟରେ ଗ୍ରହଣ ସର୍ବମୋକ୍ଷ ହେବ । ସମୁଦାୟ ୧ ଘଣ୍ଟା ୧୨ ମିନଟ୍ ୪୮ ସେକଣ୍ଡ ସମୟ ଧରି ଚନ୍ଦ୍ର ଗ୍ରହଣ ଦୃଶ୍ୟ ମାନ ହେବ । ଏଥିପାଇଁ ସୂର୍ଯ୍ୟୋଦୟ ଠାରୁ ସନ୍ଧ୍ୟା୬ଟା ୧୮ ପର୍ଯ୍ୟନ୍ତ ଦେବନୀତି ନିଷେଧ ରହିଛି ।
Nov 08, 2022, 3:04 pm IST

କେଉଁ ସହରରେ କେତେବେଳେ ଦୃଶ୍ୟମାନ ହେବ ଚନ୍ଦ୍ରଗ୍ରହଣ

ଦିଲ୍ଲୀ - ସନ୍ଧ୍ୟା 05.32 ରୁ 06.18ରେ ଦୃଶ୍ୟମାନ ହେବ । କୋଲକାତା - ସନ୍ଧ୍ୟା 04.56 ରୁ 06.18 ଯାଏଁ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ ମୁମ୍ବାଇ - ସନ୍ଧ୍ୟା 06.05 ରୁ 06.18 ପର୍ଯ୍ୟନ୍ତ । ରାଞ୍ଚି - ସନ୍ଧ୍ୟା05.07 ରୁ 06.18 ପର୍ଯ୍ୟନ୍ତ । ପାଟନା- ସନ୍ଧ୍ୟା 05.05 ରୁ 06.18 ପର୍ଯ୍ୟନ୍ତ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ। ଗୁଆହାଟି -ସନ୍ଧ୍ୟା 04.37 ରୁ ଅପରାହ୍ନ 06.18 ପର୍ଯ୍ୟନ୍ତ । ଅହମ୍ମଦାବାଦ - ଅପରାହ୍ନ06.00 ରୁ 06.18ମନିଟ୍ ଯାଏଁ । ଜୟପୁର- ସନ୍ଧ୍ୟା 05.41 ରୁ 06.18 ପର୍ଯ୍ୟନ୍ତ । ଲକ୍ଷ୍ନୌ - ସନ୍ଧ୍ୟା 06.00 ରୁ 06.18 ମନିଟ୍ ଯାଏଁ । ଚଣ୍ଡିଗଡ଼ - ସନ୍ଧ୍ୟା 05.20 ରୁ - 06.18 ମନିଟ୍ ପର୍ଯ୍ୟନ୍ତ । ଭୋପାଳ - ସନ୍ଧ୍ୟା 05.40 ରୁ 06.18 ପର୍ଯ୍ୟନ୍ତ । ଚେନ୍ନାଇ -ସନ୍ଧ୍ୟା 05.42 ରୁ 06.18 ଯାଏଁ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ
Nov 08, 2022, 1:20 pm IST

ଗର୍ଭବତୀ ମହିଳାମାନେ କ'ଣ କରିବା ଉଚିତ୍ ।

ଗର୍ଭବତୀ ମହିଳାମାନେ ଗ୍ରହଣ ସମୟରେ ଖାଦ୍ୟ ଖାଇବା ଅନୁଚିତ୍ । ଶିଶୁର ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ଫଳ କିମ୍ବା ଲାଇଟ୍ ଖାଦ୍ୟ ଖାଇପାରିବେ । ତୀକ୍ଷ୍ଣ ବସ୍ତୁ ଯେପରିକି କଇଁଚି, ଛୁଞ୍ଚି, ଛୁରୀ ଇତ୍ୟାଦି ବ୍ୟବହାର କରିବା ଠାରୁ ଦୂରେଇ ରହିବା ଉଚିତ୍ । କାରଣ ପିଲା ଉପରେ ଗ୍ରହଣ ଖଣ୍ଡିଆର ପ୍ରଭାବ ପଡିପାରେ । ଛୁଞ୍ଚି ସୂତାରେ ଲୁଗା ସିଲାଇ କରନ୍ତୁ ନାହିଁ । ଗ୍ରହଣ ସମୟରେ ଚନ୍ଦ୍ରକୁ ନ ଦେଖିବା ପାଇଁ କଡା ପରାମର୍ଶ ଦିଆଯାଇଛି ।
Nov 08, 2022, 12:58 pm IST

ଚନ୍ଦ୍ରଗ୍ରହଣ ସମୟରେ ଗର୍ଭବତୀ ମହିଳାମାନେ ସତର୍କ ରହିବା ଉଚିତ୍

ଗର୍ଭବତୀ ମହିଳାମାନେ ଚନ୍ଦ୍ରଗ୍ରହଣ ସମୟରେ ଅତ୍ୟନ୍ତ ସତର୍କ ହେବା ଉଚିତ୍ । କାରଣ ଗ୍ରହଣ ସମୟରେ କୌଣସି ଛୋଟ ଭୁଲ୍ ପଦକ୍ଷେପ ଶିଶୁର ଶାରୀରିକ ଏବଂ ମାନସିକ ଉପରେ ଖରାପ ପ୍ରଭାବ ପକାଇପାରେ ।
Nov 08, 2022, 12:53 pm IST

କେଉଁ ରାଶି ପାଇଁ ଅଶୁଭ

ମେଷ, ବୃଷ, କନ୍ୟା, ମକର
READ MORE

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+