For Quick Alerts
Turn On Notification  
For Daily Alerts
Oneindia App Download

Chandra Grahan 2022 Live Updates: ଶେଷ ହେଲା ଚନ୍ଦ୍ରଗ୍ରହଣ, ପୁଣି 2023ରେ ହେବ ଆଂଶିକ ଚନ୍ଦ୍ରଗ୍ରହଣ

ଆଜି ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ

|

Chandra Grahan 2022 Live Updates: ଆଜି ଲାଗିଛି ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ । ଓଡ଼ିଶାର ଲୋକେ ଏହାକୁ ଦେଖିପାରିବେ ନାହିଁ । ଏହା ଏକ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ । ଭାରତ ବ୍ୟତୀତ ନଭେମ୍ବର ୦୮ରେ ଆମେରିକା, ଅଷ୍ଟ୍ରେଲିଆ, ଏସିଆ ଓ ନ୍ୟୁଜିଲାଣ୍ତରେ ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ । ଦୀର୍ଘ ୧ ଘଣ୍ଟା ୨୫ ମିନିଟ୍ ଧରି ଦୃଶ୍ୟମାନ ହେବ । ଚନ୍ଦ୍ରଗ୍ରହଣ ଦିବା ୨ଟା ୩୯ ମିନିଟ ସ୍ପର୍ଶ ହେଇଥିବାରୁ ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ସକାଳ ୫ଟା ୩୯ ମିନିଟ ଠାରୁ ପାକତ୍ୟାଗ ଓ ଦେବନୀତି ନିଷେଧ ହେବ । ଚନ୍ଦ୍ରଗ୍ରହଣ ସର୍ବମୋକ୍ଷ ସଂଧ୍ୟା ୬ଟା ୧୮ ମିନିଟ ୪୭ ସେକେଣ୍ଡରେ ହେବ ।

Chandra Grahan 2022 Live Updates

Newest First Oldest First
9:39 PM, 8 Nov

ସେହିପରି 2025 ସେପ୍ଟେମ୍ବର 7 ତାରିଖରେ ପଡୁଛି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ।
9:38 PM, 8 Nov

ପୁଣି 2023ରେ ହେବ ଆଂଶିକ ଚନ୍ଦ୍ରଗ୍ରହଣ ।
7:00 PM, 8 Nov

ଶେଷ ହେଲା ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ।
6:13 PM, 8 Nov

ଚନ୍ଦ୍ରଗ୍ରହଣ ସର୍ବମୋକ୍ଷ ସଂଧ୍ୟା ୬ଟା ୧୮ ମିନିଟ ୪୭ ସେକେଣ୍ଡରେ ହେବ ।
6:01 PM, 8 Nov

ରାଜଧାନୀରେ ଦୃଶ୍ୟମାନ ହେଉଛି ଏବର୍ଷର ଶେଷ ଚନ୍ଦ୍ରଗ୍ରହଣ । ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ଦୃଶ୍ୟମାନ ହେଉଛି ଏବର୍ଷର ଶେଷ ଚନ୍ଦ୍ରଗ୍ରହଣ ।
5:54 PM, 8 Nov

ଚନ୍ଦ୍ରଗ୍ରହଣ ସନ୍ଧ୍ୟା 6.20 ରେ ଶେଷ ହେବ । ଏହା ପରେ ସୂତକ ଅବଧି ଶେଷ ହେବ ।
5:53 PM, 8 Nov

ମୁମ୍ବାଇରେ ଆଂଶିକ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ । ମୁମ୍ବାଇରେ 06:04 ରୁ ଆରମ୍ଭ ହୋଇ ସନ୍ଧ୍ୟା 07:26 ରେ ଚନ୍ଦ୍ର ଗ୍ରଙଣ ଶେଷ ହେବ ।
5:52 PM, 8 Nov

ଭାରତରେ ଦେଖାଦେଇଛି ବର୍ଷର ଶେଷ ଚନ୍ଦ୍ରଗ୍ରହଣ । ଉତ୍ତରପ୍ରଦେଶର ବାରାଣାସୀରୁ ଚନ୍ଦ୍ର ଗ୍ରହଣର ଦୃଶ୍ୟ ।
5:27 PM, 8 Nov

ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ପ୍ରଥମେ ଅରୁଣାଚଳ ପ୍ରଦେଶର ରାଜଧାନୀ ଇଟାନଗରରେ ଦୃଶ୍ୟମାନ ହେଲା । ଇଟାନଗରରେ 4.38 ମିନିଟରେ ଦେଖିବା ପାଇଁ ମିଳିଥିଲା ।
5:25 PM, 8 Nov

ସନ୍ଧ୍ୟା ୫ଟା ୧୧ରୁ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ।
5:24 PM, 8 Nov

ଗୋଟିଏ ସରଳ ରେଖାରେ ଅଛନ୍ତି ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର ।
5:23 PM, 8 Nov

ଅରୁଣାଚଳ ପ୍ରଦେଶରେ ପ୍ରଥମେ ଦୃଶ୍ୟମାନ ହେଲା ଚନ୍ଦ୍ରଗ୍ରହଣ

ଭାରତର ଅରୁଣାଚଳ ପ୍ରଦେଶରେ ପ୍ରଥମ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେଲା । ଇଟାନଗରରେ ପୂର୍ଣ୍ଣି ଚନ୍ଦ୍ରଗ୍ରହଣ ଦେଖାଯାଉଥିବାବେଳେ ଦେଶର ଅଧିକାଂଶ ଭାଗରେ ଆଂଶିକ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେଉଛି ।
5:08 PM, 8 Nov

ସମ୍ବଲପୁରରେ ୫ଟା ୧୦ରେ ଚନ୍ଦ୍ର ଉଦୟ, ୧ ମିନିଟ୍ ପାଇଁ ଦୃଶ୍ୟମାନ ହେବ ।
5:07 PM, 8 Nov

ପୁରୀରେ ୫ଟା ୬ରେ ଚନ୍ଦ୍ର ଉଦୟ, ୫ ମିନିଟ୍ ପାଇଁ ଦୃଶ୍ୟମାନ ହେବ ।
5:07 PM, 8 Nov

ଜଗତସିଂହପୁରରେ ୫ଟା ୪ରେ ଚନ୍ଦ୍ର ଉଦୟ, ୭ ମିନିଟ୍ ପାଇଁ ଦୃଶ୍ୟମାନ ହେବ ।
5:05 PM, 8 Nov

କେନ୍ଦ୍ରପଡ଼ାରେ ୫ଟା ୩ରେ ଚନ୍ଦ୍ର ଉଦୟ, ୮ ମିନିଟ୍ ପାଇଁ ଦୃଶ୍ୟମାନ ହେବ ।
5:04 PM, 8 Nov

ଯାଜପୁରରେ ୫ଟାରେ ଚନ୍ଦ୍ର ଉଦୟ, ୦୯ ମିନିଟ୍ ପାଇଁ ଦୃଶ୍ୟମାନ ହେବ ।
5:03 PM, 8 Nov

ବାଲେଶ୍ୱରରେ ମଧ୍ୟ ୫ଟା ୧ ରେ ଚନ୍ଦ୍ର ଉଦୟ, ୧୦ ମିନିଟ୍ ପାଇଁ ଦୃଶ୍ୟମାନ ହେବ ।
5:01 PM, 8 Nov

ଭଦ୍ରକରେ ୫ଟା ୧ ରେ ଚନ୍ଦ୍ର ଉଦୟ, ୧୦ ମିନିଟ୍ ପାଇଁ ଦୃଶ୍ୟମାନ ହେବ ।
4:29 PM, 8 Nov

ଭାରତରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଏହି ସ୍ଥାନରେ ଦୃଶ୍ୟମାନ ହେବ ।

ଭାରତରେ କୋଲକାତା, କୋହିମା, ପଟନା, ପୁରୀ, ରାଞ୍ଚି ଏବଂ ଇଟାନଗରରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ ଏବଂ ଦେଶର ଅନ୍ୟ ସ୍ଥାନରେ ଆଂଶିକ ଚନ୍ଦ୍ରଗ୍ରହଣ ଦେଖାଯିବ । ଭାରତରେ ଚନ୍ଦ୍ରଗ୍ରହଣ ଅପରାହ୍ନ ୪:୨୩ ରେ ଆରମ୍ଭ ହେବ ।
4:12 PM, 8 Nov

ଚନ୍ଦ୍ରଗ୍ରହଣ ୩ ପ୍ରକାରର

1-ପୂର୍ଣ୍ଣ ଚନ୍ଦ୍ରଗ୍ରହଣ 2-ଆଂଶିକ ଚନ୍ଦ୍ରଗ୍ରହଣ 3-ଉପଛାୟ ଚନ୍ଦ୍ରଗ୍ରହଣ
4:06 PM, 8 Nov

ଭୁବନେଶ୍ୱର ପଠାଣୀ ସାମନ୍ତ ପ୍ଲାନେଟାରିଅମରେ ଦୂରବୀକ୍ଷଣ ଯନ୍ତ୍ର ଦ୍ୱାରା ଲୋକେ ଏହି ବିରଳ ଦୃଶ୍ୟକୁ ଦେଖିପାରିବେ ।
3:52 PM, 8 Nov

ଭୁବନେଶ୍ୱରରେ ୫ଟା ୬ ମିନିଟରେ ଗ୍ରହଣ ଦୃଶ୍ୟମାନ ହେବ ।
3:38 PM, 8 Nov

ଦିନ ୨ଟା ୩୯ରେ ଆଂଶିକ ଗ୍ରହଣ, ୩ଟା ୪୬ରେ ପୂର୍ଣ୍ଣ ଗ୍ରହଣ
3:34 PM, 8 Nov

ଲାଗିଲା ଚନ୍ଦ୍ରଗ୍ରହଣ, ବିଶ୍ୱ ଦେଖୁଛି ବର୍ଷର ଶେଷ ଚନ୍ଦ୍ରଗ୍ରହଣ
3:24 PM, 8 Nov

ଖାଲି ଆଖିରେ ଚନ୍ଦ୍ରଗ୍ରହଣ ଦେଖିପାରିବେ ।

ଯଦି ଆପଣ ଆଜି ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଦେଖିବାକୁ ଆଗ୍ରହୀ, ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ଭାରତର ପୂର୍ବ ଭାଗରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଆଜି ଦୃଶ୍ୟମାନ ହେବ । ସେହିପରି ଅନ୍ୟ ସ୍ଥାନରେ ଆଂଶିକ ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିବ । ବୈଜ୍ଞାନିକଙ୍କ ମତରେ ଚନ୍ଦ୍ରଗ୍ରହଣକୁ ସମସ୍ତେ ଖାଲି ଆଖିରେ ଦେଖିପାରିବେ । ଅପରାହ୍ନ ୨ଟା ୩୮ ମିନଟରେ ଗ୍ରହଣ ସ୍ପର୍ଶ ହେବ ସନ୍ଧ୍ୟା ୫ଟା ୧୧ରୁ ଚନ୍ଦ୍ର ଗ୍ରହଣ ଦୃଶ୍ୟ ମାନ ହୋଇ ୬ଟା ୧୮ ମିନଟରେ ଗ୍ରହଣ ସର୍ବମୋକ୍ଷ ହେବ । ସମୁଦାୟ ୧ ଘଣ୍ଟା ୧୨ ମିନଟ୍ ୪୮ ସେକଣ୍ଡ ସମୟ ଧରି ଚନ୍ଦ୍ର ଗ୍ରହଣ ଦୃଶ୍ୟ ମାନ ହେବ । ଏଥିପାଇଁ ସୂର୍ଯ୍ୟୋଦୟ ଠାରୁ ସନ୍ଧ୍ୟା୬ଟା ୧୮ ପର୍ଯ୍ୟନ୍ତ ଦେବନୀତି ନିଷେଧ ରହିଛି ।
3:04 PM, 8 Nov

କେଉଁ ସହରରେ କେତେବେଳେ ଦୃଶ୍ୟମାନ ହେବ ଚନ୍ଦ୍ରଗ୍ରହଣ

ଦିଲ୍ଲୀ - ସନ୍ଧ୍ୟା 05.32 ରୁ 06.18ରେ ଦୃଶ୍ୟମାନ ହେବ । କୋଲକାତା - ସନ୍ଧ୍ୟା 04.56 ରୁ 06.18 ଯାଏଁ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ ମୁମ୍ବାଇ - ସନ୍ଧ୍ୟା 06.05 ରୁ 06.18 ପର୍ଯ୍ୟନ୍ତ । ରାଞ୍ଚି - ସନ୍ଧ୍ୟା05.07 ରୁ 06.18 ପର୍ଯ୍ୟନ୍ତ । ପାଟନା- ସନ୍ଧ୍ୟା 05.05 ରୁ 06.18 ପର୍ଯ୍ୟନ୍ତ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ। ଗୁଆହାଟି -ସନ୍ଧ୍ୟା 04.37 ରୁ ଅପରାହ୍ନ 06.18 ପର୍ଯ୍ୟନ୍ତ । ଅହମ୍ମଦାବାଦ - ଅପରାହ୍ନ06.00 ରୁ 06.18ମନିଟ୍ ଯାଏଁ । ଜୟପୁର- ସନ୍ଧ୍ୟା 05.41 ରୁ 06.18 ପର୍ଯ୍ୟନ୍ତ । ଲକ୍ଷ୍ନୌ - ସନ୍ଧ୍ୟା 06.00 ରୁ 06.18 ମନିଟ୍ ଯାଏଁ । ଚଣ୍ଡିଗଡ଼ - ସନ୍ଧ୍ୟା 05.20 ରୁ - 06.18 ମନିଟ୍ ପର୍ଯ୍ୟନ୍ତ । ଭୋପାଳ - ସନ୍ଧ୍ୟା 05.40 ରୁ 06.18 ପର୍ଯ୍ୟନ୍ତ । ଚେନ୍ନାଇ -ସନ୍ଧ୍ୟା 05.42 ରୁ 06.18 ଯାଏଁ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ
1:20 PM, 8 Nov

ଗର୍ଭବତୀ ମହିଳାମାନେ କ'ଣ କରିବା ଉଚିତ୍ ।

ଗର୍ଭବତୀ ମହିଳାମାନେ ଗ୍ରହଣ ସମୟରେ ଖାଦ୍ୟ ଖାଇବା ଅନୁଚିତ୍ । ଶିଶୁର ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ଫଳ କିମ୍ବା ଲାଇଟ୍ ଖାଦ୍ୟ ଖାଇପାରିବେ । ତୀକ୍ଷ୍ଣ ବସ୍ତୁ ଯେପରିକି କଇଁଚି, ଛୁଞ୍ଚି, ଛୁରୀ ଇତ୍ୟାଦି ବ୍ୟବହାର କରିବା ଠାରୁ ଦୂରେଇ ରହିବା ଉଚିତ୍ । କାରଣ ପିଲା ଉପରେ ଗ୍ରହଣ ଖଣ୍ଡିଆର ପ୍ରଭାବ ପଡିପାରେ । ଛୁଞ୍ଚି ସୂତାରେ ଲୁଗା ସିଲାଇ କରନ୍ତୁ ନାହିଁ । ଗ୍ରହଣ ସମୟରେ ଚନ୍ଦ୍ରକୁ ନ ଦେଖିବା ପାଇଁ କଡା ପରାମର୍ଶ ଦିଆଯାଇଛି ।
12:58 PM, 8 Nov

ଚନ୍ଦ୍ରଗ୍ରହଣ ସମୟରେ ଗର୍ଭବତୀ ମହିଳାମାନେ ସତର୍କ ରହିବା ଉଚିତ୍

ଗର୍ଭବତୀ ମହିଳାମାନେ ଚନ୍ଦ୍ରଗ୍ରହଣ ସମୟରେ ଅତ୍ୟନ୍ତ ସତର୍କ ହେବା ଉଚିତ୍ । କାରଣ ଗ୍ରହଣ ସମୟରେ କୌଣସି ଛୋଟ ଭୁଲ୍ ପଦକ୍ଷେପ ଶିଶୁର ଶାରୀରିକ ଏବଂ ମାନସିକ ଉପରେ ଖରାପ ପ୍ରଭାବ ପକାଇପାରେ ।
12:53 PM, 8 Nov

କେଉଁ ରାଶି ପାଇଁ ଅଶୁଭ

ମେଷ, ବୃଷ, କନ୍ୟା, ମକର
READ MORE

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Chandra Grahan 2022 Live Updates in odia
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X