ଚୈତ୍ର ଅମାବାସ୍ୟା ଦିନ ସୂର୍ଯ୍ୟ ପରାଗ, ଏହି ୩ଟି ରାଶିର ବଢିବ ସମସ୍ୟା, ବ୍ୟବସାୟରେ ହେବ କ୍ଷତି !

Astrology News: ଚୈତ୍ର ଅମାବାସ୍ୟା ଦିନ ସୂର୍ଯ୍ୟ ପରାଗ ଲାଗିବା ପାଇଁ ଯାଉଛି । ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଣ ଏବଂ ପରାଗର ବିଶେଷ ମହତ୍ୱ ରହିଛି । ଚୈତ୍ର ଅମାବାସ୍ୟାରେ ସ୍ନାନ-ଦାନ ଏବଂ ପିତୃ ତର୍ପଣ ମହତ୍ୱ ରହିଛି । ସେହିପରି ଅମାବାସ୍ୟାରେ ପରାଗ ପଡୁଥିବାରୁ କିଛି ରାଶିକୁ ସତର୍କ ରହିବା ପାଇଁ ପଡିବ ।


29 ମାର୍ଚ୍ଚରେ ଅମାବାସ୍ୟା ଦିନ ସୂର୍ଯ୍ୟ ପରାଗ ଲାଗିବା ପାଇଁ ଯାଉଛି । ଏହି ଦିନ ପରାଗ ଅପରାହ୍ନ 2:20 ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା 6:16 ରେ ଶେଷ ହେବ, ହେଲେ ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ। ହେଲେ ଏହାର ଶୁଭ ଅଶୁଭ ପ୍ରଭାବ କିଛି ରାଶି ଉପରେ ପଡିବ ।

Astrology News

ମେଷ - ମେଷ ରାଶିର ଉପରେ ଏହି ପରାଗର ଅଶୁଭ ପ୍ରଭାବ ପଡିବ ।ଏହି ଦିନ ଶନି ଗ୍ରହର ଗୋଚର ହେଉଥିବାରୁ, ଆପଣଙ୍କ ରାଶିରେ ସାଢେସାତି ମଧ୍ୟ ଆରମ୍ଭ ହେବାକୁ ଯାଉଛି, ଯାହା ଫଳରେ ବର୍ଷସାରା ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ରହିବ । ଶାରୀରିକ ଯନ୍ତ୍ରଣା ହେତୁ ଚାପରେ ରହିବେ । ନିଜ ଲକ୍ଷ୍ୟରୁ ବିଚ୍ୟୁତ ହୋଇପାରନ୍ତି। ବ୍ୟବସାୟରେ ଆପଣଙ୍କ ଅନୁସାରେ ଲାଭ ନ ମିଳିପାରେ ।

ଧନୁ ରାଶି - ଏହି ଅମାବାସ୍ୟାରେ ସୂର୍ଯ୍ୟ ପରାଗ ମଧ୍ୟ ଧନୁ ରାଶି ଲୋକଙ୍କ ଜୀବନରେ ଅସୁବିଧା ଆଣିପାରେ। ଦରମା ବୃଦ୍ଧି ଏବଂ ପଦୋନ୍ନତିରେ ବାଧା ସୃଷ୍ଟି ହୋଇପାରେ। ଟଙ୍କା କାରବାର କରନ୍ତୁ ନାହିଁ। ଏକ ଆର୍ଥିକ ସଙ୍କଟ ମାଡ଼ି ଆସୁଛି। କାମରେ ଅବହେଳା କଲେ ଆପଣଙ୍କୁ ଆର୍ଥିକ ସ୍ଥିତି ବିଗିଡିପାରେ ।

ବିଛା - ବିଛା ରାଶିର ଲୋକମାନେ ଏହି ସମୟରେ ସତର୍କ ରହିବା ଉଚିତ। ଘରେ ଝଗଡ଼ା ଏବଂ କଳହ ହୋଇପାରେ। ନକାରାତ୍ମକ ପ୍ରଭାବ ବୈବାହିକ ଜୀବନରେ ସମସ୍ୟା ସୃଷ୍ଟି କରିପାରେ । ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ସୃଷ୍ଟି ହୋଇପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+