Budh Shukra Yuti: ୭ ଅଗଷ୍ଟ ପର୍ଯ୍ୟନ୍ତ ସତର୍କ ରୁହନ୍ତୁ ଏହି ୩ ରାଶିର ବ୍ୟକ୍ତି, ବଢିବ ସମସ୍ୟା
ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହମାନଙ୍କ ସ୍ଥିତି ପରିବର୍ତ୍ତନ ପ୍ରତ୍ୟେକ ରାଶିର ବ୍ୟକ୍ତିଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ । ଜୁଲାଇ ୨୬ରେ ସଂହରେ ବୁଧ ଏବଂ ଶୁକ୍ରର ମିଳନ ହୋଇଥିଲା । ଏହି ଦୁଇ ଗ୍ରହଣର ମିଶ୍ରଣ ଲକ୍ଷ୍ମୀ-ନାରାୟଣ ଯୋଗ ସୃଷ୍ଟି କରିଥାଏ । ଯାହା ପ୍ରଭାବରେ ଅନେକ ରାଶି ଲୋକଙ୍କ ଜୀବନରେ ସୁଖ ଆସେ । ହେଲେ କିଛି ରାଶି ପାଇଁ ସୃଷ୍ଟି କରେ ସମସ୍ୟା । ତେବେ ଏହି ଯୋଗ ଆସନ୍ତା ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ରହିଛି । ତେବେ ଚାଲନ୍ତୁ ଦେଖିବା ଏହି ସମୟରେ କେଉଁ କେଉଁ ରାଶି ସତର୍କ ରହିବା ଉଚିତ୍ ।
କନ୍ୟା: ଅଗଷ୍ଚ ୭ ତାରିଖ ପର୍ଯ୍ୟନ୍ତ ଏହି ରାଶିର ବ୍ୟକ୍ତିଙ୍କୁ ସତର୍କ ରହିବା ପାଇଁ ପଡିବ । କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଏପରି କଲେ ଆପଣ କ୍ଷତିରେ ରହିବେ ବା ଆପଣଙ୍କୁ କ୍ଷତି ସିହିବା ପାଇଁ ପଡିବ । ଆର୍ଥିକ ସ୍ଥିତି ବିଗିଡି ପାରେ । ଋଣ ବଢିବ । ବ୍ୟବସାୟୀ ମାନେ ଟିକେ ସତର୍କ ରୁହନ୍ତୁ । କୌଣସି ବଡ଼ ବିନିଯୋଗ କରନ୍ତୁ ନାହିଁ, ନଚେତ୍ କ୍ଷତିରେ ପଡିବେ । ବେସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକ ମାନେ ବର୍ତ୍ତମାନ ଏକ ସପ୍ତାହ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ଏହା ଆପଣ ଜବ ଲାଇଫ ଉପରେ ପ୍ରଭାବ ପକାଇପାରେ ।

ଧନୁ: ନିଜ ଉପରେ ବିଶ୍ୱାସ ରଖି କାର୍ଯ୍ୟ କରନ୍ତୁ । ଶୁକ୍ର-ବୁଧର ମିଶ୍ରଣ ଆପଣଙ୍କ ଆତ୍ମବିଶ୍ୱାସ କମାଇବ । ଯାହାର ପ୍ରଭାବ ଆପଣଙ୍କ କର୍ମକ୍ଷେତ୍ରରେ ଦେଖିବା ପାଇଁ ମିଳିବ । ଆପଣଙ୍ୟ ଭାଗ୍ୟ ଏହି ସମୟରେ ସପୋର୍ଟ କରିବ ନାହିଁ । ହେଲେ ଆପଣ ନିଜ ଲକ୍ଷ ହାସଲ କରିପାରିବେ ।
ମକର: ଏହି ରାଶିର ବ୍ୟକ୍ତିଙ୍କୁ ଅଧିକ ସତର୍କ ରହିବା ପାଇଁ ପଡିବ । ଆର୍ଥିକ-ମାନସିକ ସମସ୍ୟାର ସମ୍ମୁଖୀନ ହେବା ପାଇଁ ପଡିବ । ଚାକିରି କରୁଥିବା ବ୍ୟକ୍ତି ସତର୍କ ରୁହନ୍ତୁ । ଧ୍ୟାନ ଦେଇ କାର୍ଯ୍ୟ କରନ୍ତୁ । କ୍ୟାରିୟରରେ କିଛି ବଡ଼ ନିଷ୍ପତ୍ତି ନେବା ପାଇଁ ପଡିପାରେ । ପାରିବାରିକ ସମସ୍ୟାକୁ ନେଇ ଚିନ୍ତାରେ ରହିବେ । ସେହିପରି ଧନ ହାନି ହେବାର ଯୋଗ ରହିଛି । ଶତ୍ରୁଙ୍କ ରାଗରେ ଶିକାର ହେବେ । ବିବାଦଠୁ ଦୁରେଇ ରୁହନ୍ତୁ ।












Click it and Unblock the Notifications