ବୁଦ୍ଧ ପୂର୍ଣ୍ଣିମା: ୧୩୦ ବର୍ଷ ପରେ ହେଉଛି ଏହି ମହାସଂଯୋଗ, କରନ୍ତୁ ନାହିଁ ଏହି ଭୁଲ; ଏହି ରାଶି ପାଇଁ ଶୁଭ ଫଳାଫଳ
Buddha Purnima 2023: ଚଳିତ ବର୍ଷ ବୁଦ୍ଧ ପୂର୍ଣ୍ଣିମା ୫ ମେ' ଶୁକ୍ରବାର ଦିନ ପାଳନ ହେବ । ପ୍ରାୟ ୧୩୦ ବର୍ଷ ପରେ ବୁଦ୍ଧ ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ଅନୁଷ୍ଠିତ ହେବାକୁ ଯାଉଛି । ଯାହାକି ଏକ ମହା ସଂଯୋଗ ସଦୃଶ ।
ବୁଦ୍ଧ ପୂର୍ଣ୍ଣିମା ଦିନ ଚାରିଟି ଗ୍ରହ ଗୁରୁ, ସୂର୍ଯ୍ୟ, ବୁଧ ଏବଂ ରାହୁ ଏକତ୍ରିତ ହେବେ । ମିଥୁନରେ ମଙ୍ଗଳ-ଶୁକ୍ର ଏବଂ ତୁଳା ରେ ଚନ୍ଦ୍ର-କେତୁଙ୍କ ସଂଯୋଗ ଥିବାବେଳେ ଶନି ଦେବ କୁମ୍ଭରେ ରହିବେ। ଏଥର ବୈଶାଖ ପୂର୍ଣ୍ଣିମା ସ୍ୱତନ୍ତ୍ର କାରଣ ଏହି ଦିନ ଚନ୍ଦ୍ରଗ୍ରହଣ ପଡୁଛି । ଚନ୍ଦ୍ର ଗ୍ରହଣ ରାତି ପ୍ରାୟ ୮.୪୫ ମିନିଟରୁ ଆରମ୍ଭ ହୋଇ ୧.୦୨ ପର୍ଯ୍ୟନ୍ତ ଗ୍ରହଣ ରହିବ। ଚନ୍ଦ୍ର ଗ୍ରହଣର ଅବଧି ସମୟ ମୋଟ ୪ ଘଣ୍ଟା ୧୫ ମିନିଟ ହେବ ବୋଲି ସୂଚନା ମିଳିଛି ।

ତେବେ ଚଳିତ ବର୍ଷ କିଛି ରାଶିଙ୍କ ପାଇଁ ବୁଦ୍ଧ ପୂର୍ଣ୍ଣିମାରେ ଖୁବ ଉନ୍ନତିର ସୁଯୋଗ ଆଣିବାକୁ ଯାଉଛି । ମକର ରାଶି, ସିଂହ, ମିଥୁନ, ମୀନ ଏବଂ କୁମ୍ଭ ଲୋକମାନେ ବୁଦ୍ଧ ପୂର୍ଣ୍ଣିମା ଉପରେ ଶୁଭ ଫଳାଫଳ ପାଇବେ । ମକର ରାଶିର ବ୍ୟକ୍ତିମାନଙ୍କ ସେମାନଙ୍କ କ୍ୟାରିୟରରେ ପ୍ରଗତିର ସମ୍ଭାବନା ରହିଛି, ମିଥୁନ ରାଶିର ଲୋକମାନେ ଚନ୍ଦ୍ରଗ୍ରହଣ ପରେ ଧନ ଏବଂ ସୁଖ ପାଇବା ପାଇଁ ସୁଯୋଗ ପାଇବେ। ଏହା ସହିତ ସିଂହ ରାଶିର ଲୋକମାନେ ସେମାନଙ୍କ ଚାକିରିରେ ଅଗ୍ରଗତି କରିବେ, କନ୍ୟା ରାଶିର ଲୋକଙ୍କର ଆୟ ବୃଦ୍ଧି ପାଇବ ।
କରନ୍ତୁ ନାହିଁ ଏହି ଭୁଲ
- -ବୁଦ୍ଧ ପୂର୍ଣ୍ଣିମା ଦିନ ତାମସିକ ଭୋଜନ, ଆମିଷ ଭୋଜନ, ମଦ ଆଦି ସେବନ କରନ୍ତୁ ନାହିଁ। ଏହାକୁ ସେବନ କରିବା ଦ୍ୱାରା ମାନସିକ ସ୍ଥିତି ଉପରେ ନକରାତ୍ମକ ପ୍ରଭାବ ପଡିପାରେ ।
- -ସେହିପରି ପୂର୍ଣ୍ଣିମା ଦିନ ତୁଳସୀ ପତ୍ରକୁ ଛିଣ୍ଡାଇବା ଉଚିତ ନୁହେଁ। ତୁଳସୀ ଭଗବାନ ବିଷ୍ଣୁଙ୍କର ଅତି ପ୍ରିୟ ହୋଇଥାଏ । ଏଥିପାଇଁ ପୂର୍ଣ୍ଣିମାରେ ତୁଳସୀ ପତ୍ର ଛିଣ୍ଡାଇବା ଉଚିତ ନୁହେଁ ।
- -ପୂର୍ଣ୍ଣିମା ଦିନ ରାତିରେ ଦହି ଖାଇବା ମଧ୍ୟ ବାରଣ କରାଯାଇଛି। ରାତିରେ ଦହି ଖାଇବା ଦ୍ୱାରା ଚନ୍ଦ୍ର ଦୋଷ ଲାଗିଥାଏ । ଏହା ଫଳରେ ଜୀବନରେ ପ୍ରଚୁରମାତ୍ରାରେ ଧନହାନୀ ଘଟିଥାଏ। ଏହା ସହିତ ଜୀବନରେ ଅନେକ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ ।
- -ପୂର୍ଣ୍ଣିମା ରାତିରେ ଚନ୍ଦ୍ର ଗ୍ରହଣ ଲାଗୁଚି । ଏଥିପାଇଁ ଏପରି କୌଣସି କାର୍ଯ୍ୟ କରନ୍ତୁ ନାହିଁ ଯେଉଁଥିପାଇଁ ଜୀବନରେ ଅନେକ ସମସ୍ୟା ମାଡ଼ି ଆସିବ ।
- -ଆସନ୍ତା ବୁଦ୍ଧ ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ଲାଗିବ। ଏହିଦିନ ଗର୍ଭବତୀମାନେ, ରୋଗାଗ୍ରସ୍ତ, ବୃଦ୍ଧମାନେ ସାବଧାନତାର ସହିତ ରହିବା ଉଚିତ ।












Click it and Unblock the Notifications