ବେଡରୁମରେ କେଉଁ ଜିନିଷ ରଖିବା ଉଚିତ୍

Vastu Tips: ଘରେ ଅଧିକାଂଶ ସମୟ ଶୋଇବା ଘରେ ହିଁ ବିତିଥାଏ । ହେଲେ କିଛି କିଛି ତ୍ରୁଟି ପାଇଁ ଘରେ ମତଭେଦ ସୃଷ୍ଟି ହୋଇଥାଏ । ଏପରିକି ଆର୍ଥିକ ସଙ୍କଟ ମଧ୍ୟ ଦେଖାଦେଇଥାଏ । ବାସ୍ତୁ ଅନୁଯାୟୀ, ଏପରି କିଛି ଜିନିଷ ଅଛି ଯାହା ଭୁଲରେ ଶୋଇବା ଘରେ ରଖିବା ଉଚିତ ନୁହେଁ । ନଚେତ୍ ଜୀବନରେ ଶାନ୍ତି ନଷ୍ଟ ହୋଇଥାଏ । ତେବେ ରାତିରେ ଶୋଇବା ପୂର୍ବରୁ ଏହି ସମସ୍ତ ଜିନିଷକୁ ବେଡରୁମରୁ ବାହାର କରି ଦିଅନ୍ତୁ ।

ବେଡରୁମରେ କ'ଣ ରଖିବା ଉଚିତ୍

ଜୋତା ଏବଂ ଚପଲ - ବାସ୍ତୁଶାସ୍ତ୍ର ଅନୁସାରେ ଶୋଇବା ଘରେ ଧୂଳି ଲାଗିଥିବା ଜୋଚା ଚପଲ ରଖିବା ଉଚିତ୍ ନୁହେଁ । ଏହା ଘରର ଶାନ୍ତି ନଷ୍ଟ କରିଥାଏ । ଏପରିକି ନକାରାତ୍ମକ ଶକ୍ତି ଘରେ ବୃଦ୍ଧି ପାଇଥାଏ । ବ୍ୟକ୍ତିର ମାନସିକ ଚାପ ବୃଦ୍ଧି ପାଇଥାଏ । ଘରେ ଧନର ଅଭାବ ଲାଗିରହିଥାଏ ।

Bed room vastu tips

ଝାଡୁ ରଖନ୍ତୁ ନାହିଁ- ଝାଡୁକୁ ଲକ୍ଷ୍ମୀଙ୍କ ପ୍ରତୀକ ଭାବରେ ବିବେଚନା କରାଯାଏ । ଶୋଇବା ଘରେ ଝାଡୁ ରଖିବା ଦ୍ୱାରା ସ୍ୱାମୀ-ସ୍ତ୍ରୀ ମଧ୍ୟରେ ମତଭେଦ ଦେଖାଦେଇଥାଏ । ଏପରିକି ଋଣ ବଢିଥାଏ । ପରିବାରରେ ଅଶାନ୍ତି ଲାଗି ରହିଥାଏ ।

ଅଇଁଠା ବାସନ - ସାଧାରଣତଃ ଚା ଏବଂ କଫି ପିଇବା ପରେ ଲୋକମାନେ କପକୁ ଶୋଇବା ଘରେ ରଖିଦେଇଥାନ୍ତି । ଯାହା ଦ୍ୱାରା ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ । ଏପରିକି ଅର୍ଥନୈତିକ ସ୍ଥିତି ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଧନର ଅଭାବ ଦେଖାଦେଇଥାଏ । ଦ୍ୱନ୍ଦ୍ୱ ବୃଦ୍ଧି ପାଇଥାଏ ।

ଭୁଲରେ ମଧ୍ୟ ଏପରି କରନ୍ତୁ ନାହିଁ । ମଇଳା ପୋଷାକ, ଜୋତା କେବେବି ଶୋଇବା ଘରେ ରଖାଯିବା ଉଚିତ୍ ନୁହେଁ । ମନେରଖନ୍ତୁ ଯେ ଖଟ ତଳେ କୌଣସି ଅଳିଆ ଜିନିଷ ରଖିବା ଠିକ୍ ନୁହେଁ । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥାଏ । ଧନ ଅଭାବ ଲାଗି ରହିଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+