For Quick Alerts
Turn On Notification  
For Daily Alerts
Oneindia App Download

ଆଜିର ରାଶିଫଳ: ଜାଣନ୍ତୁ ବ୍ୟବସାୟରେ ମିଳିବକି ଆପଣଙ୍କୁ ଲାଭ ?

ଶିକ୍ଷା, ପ୍ରେମ ଓ ବ୍ୟବସାୟ ଆଦି ନେଇ କଣ ରହିଛି ରାଶି ଓ ଗ୍ରହର ସ୍ଥିତି । ଏସବୁ ବିଷୟରେ ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡିଆରେ ଆଜିର ରାଶିଫଳ...

|

ଶିକ୍ଷା, ପ୍ରେମ ଓ ବ୍ୟବସାୟ ଆଦି ନେଇ କଣ ରହିଛି ରାଶି ଓ ଗ୍ରହର ସ୍ଥିତି । ଏସବୁ ବିଷୟରେ ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡିଆରେ ଆଜିର ରାଶିଫଳ...

astrology

ମେଷ: ଆଶାବାଦୀ ରୁହନ୍ତୁ । ଆପଣଙ୍କ ବିଶ୍ୱାସ ଓ ଆଶା ଆପଣଙ୍କ ଇଚ୍ଛା ପୁରୁଣ ହେବ ପାଇଁ ନୂତନ ଦ୍ୱାର ଖୋଲିବ । ଆପଣଙ୍କର କୌଣସି ବନ୍ଧୁ ଆପଣଙ୍କଠାରୁ ଆର୍ଥିକ ସହାୟତା ମାଗିପାରେ । କାର୍ଯ୍ୟସ୍ଥଳରେ ଆଜି ଆପଣଙ୍କ ପାଇଁ ଶୁଭ । ଆଜି ଆପଣଙ୍କ ସହକର୍ମୀ ତଥା ଆପଣଙ୍କ ଉପରିସ୍ଥ କର୍ମଚାରୀମାନେ ଆପଣଙ୍କ କାମର ପ୍ରସଂଶା କରିବେ । ବ୍ୟବସାୟୀ ମାନେ ଆଜି ଲାଭାନ୍ବିତ ହେବେ ।

ବୃଷ: ପୂର୍ବରୁ ରହି ଯାଇଥିବା କାମ ଗୁଡ଼ିକ ସାରିବାକୁ ପଡ଼ିବ । ତେଣୁ ତାହା ପାଇଁ ସକାରାତ୍ମକ ଚିନ୍ତା ସହିତ ଟିକେ ବେଶୀ ସତର୍କ ହେବାକୁ ପଡ଼ିବ। ବୈବାହିକ ଜୀବନ ପାଇଁ ବିଶେଷ ଦିନ । ନିଜ ଜୀବନସାଥୀଙ୍କୁ ନିଜର ପ୍ରେମ ପ୍ରକାଶିତ କରନ୍ତୁ କି ଆପଣ ତାଙ୍କୁ କେତେ ଭଲ ପାଆନ୍ତି । ଦେଖିବେ ସେ ମଧ୍ୟ ଖୁବ ଆନନ୍ଦିତ ହେବେ , ଆପଣଙ୍କୁ ଗ୍ରହଣ କରିବେ।

ମିଥୁନ : ଲମ୍ବା ଯାତ୍ରାରୁ କରିବାଠୁ ନିଜକୁ ପରିହାର କରନ୍ତୁ । ଆର୍ଥିକ ଦୃଷ୍ଟିକୋଣରୁ ଆଜିର ଦିନ ମିଶ୍ରିତ ଫଳ ଦେବ । ଆଜି ଆପଣଙ୍କୁ ଧନପ୍ରାପ୍ତି ହେଲେ ମଧ୍ୟ ସେଥିପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିବ । ଜୀବନସାଥୀ ଆପଣଙ୍କ ଧ୍ୟାନ ରଖିବେ ।

କର୍କଟ: ଆଜିର ଦିନ ଆପଣଙ୍କ ପାଇଁ ସୁନ୍ଦର ଓ ସୁଖମୟ ହେବ । ଆପଣ ନିହାତି ସଫଳ ହେବେ । ଧିରେ ସୁସ୍ଥେ ଗୋଟିଏ ପରେ ଗୋଟିଏ କାମ କରି ଚାଲନ୍ତୁ। ଆଜି ଆପଣ ଆପଣଙ୍କର ସମସ୍ତ ସମ୍ପର୍କୀୟଙ୍କ ଠାରୁ ଦୂରରେ କୌଣସି ନିଛାଟିଆ କିନ୍ତୁ ଶାନ୍ତ ସ୍ଥାନରେ ସମୟ ଅତିବାହିତ କରିବାକୁ ଇଛା କରିପାରନ୍ତି। ବିବାହ ଗୋଟେ ଦୈବିକ ଆଶୀର୍ବାଦ ଓ ଆଜି ଆପଣ ଏହା ଅନୁଭବ କରିବେ ।

ସିଂହ : କିଛି କହିବା ଆଗରୁ ଦୁଇ ଥର ଭାବନ୍ତୁ । ଅଜାଣତରେ ଆପଣ କାହାର ଚିନ୍ତାଧାରାକୁ ଆହତ କରି ପାରିବେ । କୌଣସି ନିକଟ ସମ୍ପର୍କୀୟଙ୍କ ଭେଟ କରିବା ଆପଣଙ୍କର ଖର୍ଚ୍ଚ ବଢ଼ିପାରେ । ଆପଣଙ୍କ ଘରେ ଅତିଥି ଆସି ପାରନ୍ତି । ପ୍ରେମର ସ୍ମୃତି ଆଜି ଆପଣଙ୍କ ଉପରେ ଛାଇ ପରି ଲାଗି ରହିବ। ନିଜର ଗୁପ୍ତ ଗୁଣର ସହଯୋଗ ନେଇ ଦିନଟିକୁ ସୁନ୍ଦର ଭାବରେ କାଟିବେ।

କନ୍ୟା: ବେକାର ଚିନ୍ତା କରି ନିଜର ଉର୍ଜା ନଷ୍ଟ କରନ୍ତୁ ନାହିଁ। ,ବରଂ ତାହାକୁ ଠିକ ଦିଶାରେ ଲଗାନ୍ତୁ । ଆଜି ଆପଣ କାର୍ଯ୍ୟକ୍ଷେତ୍ରରେ ଜଣେ ଉତ୍ତମ ବ୍ୟକ୍ତିଙ୍କୁ ଦେଖା କରିବେ । ଆଜିକୁ କାମ ଆଜି ସାରିଦେବା ଉଚିତ । ନଚେତ କାର୍ଯ୍ୟଭାର ବଢିବ।

ତୁଳା: ଆଜି ଦିନ ସାରା ମଜାମସ୍ତି ଓ ମନପସନ୍ଦର କାର୍ଯ୍ୟ କରି ପାରନ୍ତି । ହଠାତ ଖର୍ଚ୍ଚ ଆସିବା କାରଣରୁ ମନ ଖରାପ ହୋଇ ପାରେ । ଘରୋଇ କାମ ଆପଣଙ୍କୁ ଅଧିକ ସମୟ ବ୍ୟସ୍ତ ରଖିବ । ରାତିରେ ଅଫିସ ରୁ ଫେରିଲା ସମୟରେ ସାବଧାନ ହୋଇ ଗାଡି ଚଳାଇବେ । ଦୁର୍ଘଟଣା ହୋଇପାରେ । ଭିନ୍ନ ଚିନ୍ତାଧାରା କାରଣରୁ ଆପଣ ଓ ଆପଣଙ୍କ ଜୀବନସାଥୀ ମଧ୍ୟରେ ବାଦ-ବିବାଦ ହୋଇ ପାରେ ।

ବିଛା: ଆଜି ଆପଣ କାର୍ଯ୍ୟକ୍ଷେତ୍ରରେ ଜଣେ ଉତ୍ତମ ବ୍ୟକ୍ତିଙ୍କୁ ଭେଟିବାର ଯୋଗ ରହିଛି । ବୈବାହିକ ଜୀବନ ଭଲରେ ବିତିବ । ବିବାହ ଏକ ଦୈବିକ ଆଶୀର୍ବାଦ ବୋଲି ଆଜି ଆପଣ ଏହା ଅନୁଭବ କରିବେ । ବିଦ୍ୟାର୍ଥୀ ପାଠପଢାରେ ମନୋନିବେଶ କରିବେ ।

ଧନୁ: ଆପଣଙ୍କ ପରିବାର ଲୋକଙ୍କୁ ଆପଣଙ୍କ ଠୁ ବହୁତ ଆଶା ଅଛି, ଯାହା କାରଣରୁ ଆପଣ ବିରକ୍ତ ଅନୁଭବ କରିବେ । ଆଜି ଆପଣ ଅର୍ଥ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ତେଣୁ କୌଣସି ବିଶ୍ୱସ୍ତ ପାତ୍ରଙ୍କ ଠାରୁ ଉପଦେଶ ନିଅନ୍ତୁ । କୌଣସି ଏମିତି ବନ୍ଧୁ ଯିଏ ବହୁତ ଦୂରରେ ରୁହନ୍ତି,ଆଜି ଆପଣଙ୍କୁ ସମ୍ପର୍କ କରି ପାରନ୍ତି । ଆପଣ ନିଜକୁ ନିଜର ପ୍ରିୟଙ୍କ ଭଲ ପାଇବାରେ ବୁଡି ଯାଇଥିବା ପରି ଅନୁଭବ କରିବେ । ଆପଣ ଆପଣଙ୍କ ଜୀବନସାଥୀ ସହିତ ଭାବନାତ୍ମକ ଦୃଷ୍ଟିରେ ଜଡ଼ିତ ଅଛନ୍ତି।

ମକର: କାର୍ଯ୍ୟସ୍ଥଳୀରେ ବରିଷ୍ଠଙ୍କ ଠାରୁ ଚାପ ଓ ଘରେ ଚାଲୁଥିବା ମତଭେଦ ମାନସିକ ଚାପ ଦେଇ ପାରେ । ଯାହା କାର୍ଯ୍ୟରେ ଆପଣଙ୍କର ଏକାଗ୍ରତା ଭଙ୍ଗ କରି ପାରେ । ଆଜି ଆପଣଙ୍କୁ ଆପଣଙ୍କ ସନ୍ତାନ ଦ୍ୱାରା ଧନ ପ୍ରାପ୍ତି ହୋଇପାରେ। ଘରେ କୌଣସି ପରିବର୍ତ୍ତନ କରିବା ପୂର୍ବରୁ ମନେ ରଖିକି ସମସ୍ତଙ୍କର ସ୍ୱୀକୃତି ନେବା ଭୁଲନ୍ତୁ ନାହିଁ । ଅତୀତରେ ଆପଣ ଯାହା ସବୁ ଯୋଜନା କରିଥିଲେ ସେସବୁ କାର୍ଯ୍ୟକାରୀ କରିବା ପାଇଁ ଆଜି ସମୟ ମିଳିବ।

କୁମ୍ଭ: ଆପଣ ଖାଲି ସମୟର ଆନନ୍ଦ ନେଇ ପାରିବେ । ହଠାତ ଆୟ ବଢ଼ିବା ଯୋଗୁଁ ଆର୍ଥିକ ଅବସ୍ଥାରେ ସୁଧାର ଆସିବ ଓ ଋଣ ଆରମରେ ସୁଝି ପାରିବେ । କୌଣସି ଧାର୍ମିକ ସ୍ଥାନକୁ ଯାଆନ୍ତୁ କିମ୍ବା କୌଣସି ସାଧୁଙ୍କୁ ଦେଖା କରନ୍ତୁ, ଏହା ଦ୍ଵାରା ଆପଣଙ୍କ ମନକୁ ଶାନ୍ତି ଓ ଆରାମ ମିଳିବ । କୌଣସି ନୂଆ କାମ ଆରମ୍ଭ କରିବା ପୂର୍ବରୁ ସେ କାମ କରିଥିବା ଅନୁଭବୀ ଲୋକଙ୍କ ସହିତ ପରାମର୍ଶ କରନ୍ତୁ। ନିଜର ଜୀବନ-ସାଥୀ ସହିତ ପ୍ରେମ କରିବାର ସବୁ ସୀମା ପାର କରି ପାରନ୍ତି ।

ମୀନ: ଆଜି ଦିନ ଯାକ ଉର୍ଜାରେ ଭରି ରହିବେ ଓ ଯାହା ବି କାମ କରିବେ ତାହା କମ ସମୟରେ ସାରି ପାରିବେ । କୌଣସି ଘନିଷ୍ଠ ବନ୍ଧୁଙ୍କ ସହାୟତାରେ ଆଜି ବାଣିଜ୍ୟ ବ୍ୟାପାରରେ ବହୁତ ଧନ ଲାଭ ହେବାର ସମ୍ଭାବନା ଅଛି । ଏହି ଧନଦ୍ୱାରା ଆପଣ ଆପଣଙ୍କର ଅନେକ ସମସ୍ୟାର ସମାଧାନ କରିପାରିବେ । ଆପଣଙ୍କ ପିଲାଙ୍କ ପୁରସ୍କାର ବିତରଣର ସମାରୋହର ନିମନ୍ତ୍ରଣ ପାଇ ଖୁସି ଅନୁଭବ କରିବେ । ଆପଣଙ୍କ ଜୀବନସାଥୀ ଖୁସି ଅନୁଭବ କରୁ ନାହାନ୍ତି, ତାହେଲେ ଆଜି ସ୍ତିତିରେ ପରିବର୍ତ୍ତନ ହୋଇ ପାରେ । ଆପଣ ଦୁଇ ଜଣ ଆଜି ମଜାମସ୍ତିରେ ଦିନଟି ବିତାଇବେ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Every day is different and comes with new challenges and gifts, read out your today’s horoscope to be prepared for challenges and happening occurring today.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X