ଅକ୍ଷୟ ତୃତୀୟା ଦିନ ସୁନା ବ୍ୟତୀତ କିଣନ୍ତୁ ଏହି ସାମଗ୍ରୀ, ହେବ ଧନବର୍ଷା
ଭୁବନେଶ୍ୱର: ବୈଶାଖ ଶୁକ୍ଳ ତୃତୀୟା ତିଥୀରେ ଅକ୍ଷୟ ତୃତୀୟା ପାଳନ କରାଯାଏ । ଅକ୍ଷୟ ତୃତୀୟ ହେଉଛି ଧନର ଦେବୀ ମାଆ ଲକ୍ଷ୍ମୀଙ୍କ ଦିନ । ସେହିପରି ଅକ୍ଷୟ ତୃତୀୟାକୁ କୃଷକ ଦିବସ ରୂପ ପାଳନ କରାଯାଏ । କୃଷକ ଏହି ଦିନ ଅମୃତ ବେଳାରେ ଅକ୍ଷିମୁଠି କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଏ । ସେହିପରି ଏହିଦିନ କିଛି ନୂତନ କାର୍ଯ୍ୟ ଆରମ୍ଭ କଲେ ସେଥିରେ ଉନ୍ନତି ପ୍ରାପ୍ତ ହୁଏ । ଶୁଭଦିନ ଭାବେ ମନେକରି ଏହିଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ, ପ୍ରଭୃତି ଶୁଭକାର୍ଯ୍ୟ ମଧ୍ୟ କରାଯାଇ ଥାଏ ।
ଚଳିତ ବର୍ଷ ଅକ୍ଷୟ ତୃତୀୟା ପର୍ବ ୨୨ ଏପ୍ରିଲ ଶନିବାର ଦିନ ପାଳନ କରାଯିବ । ଅକ୍ଷୟ ତୃତୀୟ ଏପ୍ରିଲ୍ ୨୨ ସକାଳ ୭.୪୯ରୁ ଆରମ୍ଭ ହୋଇ ୨୩ ଏପ୍ରିଲ ସକାଳ ୭.୪୭ରେ ଶେଷ ହେବ । ଏହି ଦିନ କୌଣସିବି ଶୁଭ କାର୍ଯ୍ୟ ଆରମ୍ଭ କଲେ ତାହା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଏହିଦିନ ସୁନା କିଣିବା ଅତ୍ୟନ୍ତ ଶୁଭ ବୋଲି ମାନ୍ୟତା ରହିଛି । ବିଶ୍ୱାସ ରହିଛି ଅକ୍ଷୟ ତୃତୀୟ ଦିନ ସୁନା କିଣିବା ଦ୍ୱାରା ମା'ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଘରେ ଖୁସି ଏବଂ ସମୃଦ୍ଧି ମଧ୍ୟ ବଢିଥାଏ ।

ତେବେ ପବିତ୍ର ଅକ୍ଷୟ ତୃତୀୟା ଦିନ ସୁନା ବ୍ୟତୀତ, ଏପରି ଅନେକ ସାମଗ୍ରୀ ଅଛି ଯାହାକୁ କିଣିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଏହି ଜିନିଷଗୁଡିକୁ ଘରକୁ ଆଣିବା ଦ୍ୱାରା ମା'ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।
ଅକ୍ଷୟ ତୃତୀୟାରେ ସୁନା ବ୍ୟତୀତ କିଣନ୍ତୁ ଏହି ସାମଗ୍ରୀ
୧. କଉଡି
ମାଆ ଲକ୍ଷ୍ମୀଙ୍କର କଉଡି ଅତ୍ୟନ୍ତ ପ୍ରିୟ ଅଟେ । ଅକ୍ଷୟ ତୃତୀୟା ଦିନ ୧୧ଟି କଉଡି କିଣି ପୂଜା କରିବା ଦ୍ୱାରା ଆପଣଙ୍କୁ ଶୁଭଫଳ ପ୍ରାତଃ ହେବ । ଏପରି କଲେ ମାଆ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଜୀବନରେ ଧନର ଅଭାବ ଦୂର ହୋଇଥାଏ ।
୨.ଶଙ୍ଖ
ଅକ୍ଷୟ ତୃତୀୟା ଦିନ ଦକ୍ଷିଣ ବୃତ୍ତ ଶଙ୍ଖ ବା ମୋତି ଶଙ୍ଖ କିଣି ଘରକୁ ଆଣି ପୂଜାର୍ଚ୍ଚନା କଲେ ମଧ୍ୟ ଦେବୀ ଲକ୍ଷ୍ମୀଙ୍କ ବିଶେଷ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । କୁହାଯାଏ ଯେ ଶଙ୍ଖରେ ମା ଲକ୍ଷ୍ମୀ ବାସ କରନ୍ତି ।
୩.ଏକାକୀ ନଡ଼ିଆ
ଏକାକୀ ନଡ଼ିଆ ବା ଏକମୁଖୀ ନଡ଼ିଆ ଏହା ଏକ ଖାସ ପ୍ରକାରର ନଡ଼ିଆ । ଏହି ନଡ଼ିଆ ଉପରେ ଆଖି ପରି ଏକ ଆକୃତି ରହିଥାଏ । ସେଥିପାଇଁ ଏହାକୁ ଏକାକୀ ବା ଏକ ଆଖି ଥିବା ନଡ଼ିଆ କୁହାଯାଏ । ଅକ୍ଷୟ ତୃତୀୟା ଦିନ ଏହି ନଡ଼ିଆ କିଣିବା ଦ୍ୱାରା ଆପଣଙ୍କ ଜୀବନରେ ଅନେକ ପରିବର୍ତ୍ତନ ହୋଇଥାଏ । ଭାଗ୍ୟ ବଦଳିବା ସହ ଉନ୍ନତି ହୋଇଥାଏ ।
୪.ପାରଦ ଶିବ ଲିଙ୍ଗ
ଅକ୍ଷୟ ତୃତୀୟ ଦିନ ପାରଦ ଶିବ ଲିଙ୍ଗ ଘରେ ପ୍ରତିଷ୍ଠା କରି ପୂଜର୍ଚ୍ଚନା କରିବା ଦ୍ୱାରା ଘରର ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ । ମା ଲକ୍ଷ୍ମୀ ଏବଂ ଭଗବାନ କୁବେର ଘରେ ବାସ କରନ୍ତି ।
୫.ଚାନ୍ଦି ଧାତୁ
ଏଦି ଦିନ ଚାନ୍ଦି ଅର୍ଥାତ୍ ରୁପା ଧାତୁ କିଣିବା ଦ୍ୱାରା ଘରେ ଯଶ କୀର୍ତ୍ତି ଏବଂ ସମ୍ପତ୍ତି ବୃଦ୍ଧି ହୋଇଥାଏ ।












Click it and Unblock the Notifications