ଅକ୍ଷୟ ତୃତୀୟାରେ ଭୁଲରେ ବି କରନ୍ତୁ ନାହିଁ ଏହି କାମ : ନହେଲେ କରିବାକୁ ପଡିବ ପଶ୍ଚାତାପ !
ଏହି ଦିନକୁ ବହୁତ ଶୁଭ ବୋଲି ମନେ କରାଯାଇଥାଏ । ଯଦି ଏହି ଦିନ ବ୍ୟକ୍ତି କୌଣସି ଭୁଲ କାମ କରିଥାଏ ତେବେ ତାଙ୍କ ଜୀବନରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ
ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଅକ୍ଷୟ ତୃତୀୟା ଦିନ ମା ଲକ୍ଷ୍ମୀଙ୍କର ପୂଜା କରିଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଏହି ଦିନକୁ ବହୁତ ଶୁଭ ବୋଲି ମନେ କରାଯାଇଥାଏ । ଯଦି ଏହି ଦିନ ବ୍ୟକ୍ତି କୌଣସି ଭୁଲ କାମ କରିଥାଏ ତେବେ ତା ଜୀବନରେ ଅନେକ ସମସ୍ଯା ସୃଷ୍ଟି ହୋଇଥାଏ ।
1- ପବିତ୍ର ଅକ୍ଷୟ ତୃତୀୟା ଦିନ ପ୍ରତେକ ବ୍ୟକ୍ତି ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଉଠିବା ଉଚିତ । ବ୍ରହ୍ମ ମୂହୁର୍ତ୍ତରେ ଶେଯତ୍ୟାଗ କରି ସ୍ନାନ କରି ଭଗବାନଙ୍କର ପୂଜା ଆରାଧନା କରିବା ଉଚିତ ।
2- କ୍ରୋଧ ମଣିଷର ସବୁଠାରୁ ବଡ ଶତ୍ରୁ । ସେଥିପାଇଁ ଏହି ଅକ୍ଷୟ ତୃତୀୟା ଦିନ କେବେ ବି ଭୁଲରେ କ୍ରୋଧ କରନ୍ତୁ ନାହିଁ । ନିଜ ରାଗ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ । ଅନ୍ୟ ସହ ବିବାଦ ନ କରି ଶାନ୍ତିପୂର୍ଣ୍ଣ ଭାବେ ସବୁ କାମ କରିବାକୁ ଚେଷ୍ଟା କରନ୍ତୁ ।

5- ଏହି ପବିତ୍ର ଦିନରେ ନିଜ ଘରକୁ ସଫା ସୁତୁରା ରଖିବାକୁ ଚେଷ୍ଟା କରନ୍ତୁ । କାରଣ ଯଦି ଘରେ ଅଳିଆ ଆବର୍ଜନା ରହିଥାଏ ତେବେ ଘରେ ଦରିଦ୍ରତା ଦେଖାଯାଏ। ସେଥିପାଇଁ ନିଜ ଗୃହର ବାତାବରଣ ପରିଷ୍କାର ରଖିବା ସହ ଗୃହର କୋଣ ଅନୁକୋଣ ପରିଷ୍କାର ରଖିବା ଉଚିତ।
6- ଏହି ଦିନ ଭୁଲରେ ବି ନିଶା ଦ୍ରବ୍ୟ ସେବନ କରନ୍ତୁ ନାହିଁ । ଏପରି କରିବା ଦ୍ଵାରା ଆପଣଙ୍କ ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ । ଏହାଛଡା ଆପଣଙ୍କର ମାନସିକ ଚିନ୍ତା ଅଧିକ ହୋଇଥାଏ। ଯାହା ଫଳରେ ଆପଣଙ୍କୁ ସବୁବେଳେ ଅଶୁଭ ଫଳ ମିଳିଥାଏ । ସେଥିପାଇଁ ଏ ସବୁଠୁ ଦୂରେଇ ରୁହନ୍ତୁ ।
7- କେବେ ବି ଭୁଲରେ ନିଜ ପିତା ମାତା ହେଉ ବା କୌଣସି ବୟସ୍କ ବ୍ୟକ୍ତି ହୁଅନ୍ତୁ ଅପମାନ ଦେବା ଉଚିତ ନୁହେଁ। ସବୁବେଳେ ନିଜ ଠାରୁ ବଡ ଗୁରୁଜନ ମାନଙ୍କୁ ସମାନ ଦେବା ଉଚିତ। ଯାହା ଫଳରେ ଆପଣ ଜୀବନର କର୍ମ କ୍ଷେତ୍ରରେ ସଫଳତା ପାଇ ପାରିବେ।
8- ସୂର୍ଯ୍ୟ ଉଦୟ ପରେ ବା ସୂର୍ଯ୍ୟାସ୍ତ ପରେ ଭୁଲରେ ବି ଶୟନ କରନ୍ତୁ ନାହିଁ। ଯଦି କୌଣସି ଜରୁରୀକାଳିନ ପରିସ୍ଥିତି ହୋଇଥାଏ ଯେମିତିକି କୌଣସି ବ୍ୟକ୍ତି ରୋଗାଗ୍ରସ୍ତ ହୋଇଥାନ୍ତି ବା ଗର୍ଭବତୀ ମହିଳା ହୋଇଥିବେ ତେବେ ସେମାନେ ଶୟନ କରି ପାରିବେ । ତେଣୁ ବିନା କାରଣରେ ସୁସ୍ଥ ବ୍ୟକ୍ତି ଦିନରେ ବା ସନ୍ଧ୍ୟା ସମୟରେ ସୟନ କରିବା ଅନୁଚିତ ।












Click it and Unblock the Notifications